Advertisment

Odisha Weather : ପ୍ରବଳ ଗୁଳୁଗୁଳି ଓ ଉତ୍ତାପରୁ ମିଳିବ ଆଶ୍ୱସ୍ଥି, ଆସନ୍ତା ୫ ଦିନ ଯାଏ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା

କାଳବୈଶାଖୀ ପ୍ରଭାବରେ ତାପମାତ୍ରା ୨-୩ ଡିଗ୍ରୀ ଯାଏ କମିପାରେ ବୋଲି ପାଣିପାଗ ବିଭାଗ କହିଛି ।

author-image
Deviprasad Jena

ତାତିରେ ଲାଗିବ ବ୍ରେକ୍, ଆଶ୍ବସ୍ତି ଆଣିବ କାଳବୈଶାଖୀ । ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିବ କାଳବୈଶାଖୀ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ କିଛି ସ୍ଥାନରେ ଝଡ଼ ପବନ ବର୍ଷା ସହ କୁଆପଥର ବର୍ଷା ନେଇ ସମ୍ଭାବନା ରହିଛି । କାଳବୈଶାଖୀ ପ୍ରଭାବରେ ତାପମାତ୍ରା ୨-୩ ଡିଗ୍ରୀ ଯାଏ କମିପାରେ ବୋଲି ପାଣିପାଗ ବିଭାଗ କହିଛି । ଆଜି ୧୦ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ବେଳେ, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଏପ୍ରିଲ ୧ରେ ମଧ୍ୟ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Advertisment
Odisha Odisha Weather Weather Update Rain Alert
Advertisment
Advertisment