/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744520921.jpg)
୫ ଦିନ ପ୍ରବଳ ବର୍ଷିବ !
କାଳବୈଶାଖୀ କମାଇଲା ତାତି । ଆସନ୍ତା ୧୭ ତାରିଖ ଯାଏ ବର୍ଷିବ କାଳବୈଶାଖୀ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପାଣିପାଗ ବିଭାଗର ଆକଳନ ଅନୁସାରେ ୧୩, ୧୪ ଓ ୧୫ ତାରିଖରେ କାଳବୈଶାଖୀ ପ୍ରକୋପ ଅଧିକ ରହିବ । ୧୬ ଓ ୧୭ରେ କାଳବୈଶାଖୀ ପ୍ରକୋପ କମିଲେ ମଧ୍ୟ କେତେକ ସ୍ଥାନରେ ଜାରି ରହିବ । ଆଜି ପାଇଁ ଝଡ଼ ତୋଫାନ ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।
ଅଧିକ ପଢ଼ନ୍ତୁ: ବଦଳିଲା ପାଗ, ତାତିରୁ ମିଳିଲା ଆଶ୍ବସ୍ତି; ଟ୍ବିନ୍ ସିଟିକୁ ବର୍ଷା ଆଲର୍ଟ...
ଗତକାଲି ସଂଧ୍ୟାରେ ଭୁବନେଶ୍ବର ଆକାଶରେ ମାଡ଼ି ଆସିଥିଲା କଳାହାଣ୍ଡିଆ ମେଘ । ବର୍ଷା ପବନ ସହ ବିଭିନ୍ନ ସ୍ଥାନରେ କୁଆପଥର ମାଡ଼ ବି ହୋଇଥିଲା । କେବଳ ଭୁବନେଶ୍ବର ନୁହେଁ, ନୟାଗଡ଼, ଗଞ୍ଜାମ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ବି ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି କାଳବୈଶାଖୀର ଆଶଙ୍କା ଥିବା ପାଣିପାଗ ବିଭାଗ କହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)