Advertisment

Kalabaisakhi To Continue in Odisha: ୨୪ ଯାଏ ତାଣ୍ଡବ ରଚିବ କାଳବୈଶାଖୀ, ଆଜି ବି ବର୍ଷିବ

ଆସନ୍ତା ୨୪ ତାରିଖ ଯାଏ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ । ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

author-image
Namita Biswal
ଅଦ୍ୟତନ ହୋଇଛି
Kalabaisakhi

Kalabaisakhi

ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ । ଆସନ୍ତା ୨୪ ତାରିଖ ଯାଏ ଏହି କାଳବୈଶାଖୀର ପ୍ରଭାବ ଲାଗି ରହିବ । ଆହୁରି ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ବି କେତେକ ସ୍ଥାନରେ ବର୍ଷା ହୋଇପାରେ । ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟ ଧରଣର ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ତେବେ ରାଜ୍ୟରେ ତାପମାତ୍ରା ଅଧିକ ନହୋଇ, ସ୍ୱାଭାବିକ ଥିବାରୁ ଏହା କାଳବୈଶାଖୀ ପାଇଁ ସୁଯୋଗ ଆଣୁଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ । 

Advertisment

ଅଧିକ ପଢ଼ନ୍ତୁ:  ଯାତନା ଦେଉଛି ଯକ୍ଷ୍ମା; ଟିବି ପାଇଁ ଅଛୁଆଁ ପାଲଟିଛି ପୂରା ଗାଁ...

ଗତକାଲି ରାଜଧାନୀ ଭୁବନେଶ୍ୱର ସମେତ କଟକ, ବାଲେଶ୍ୱର ଓ ଢେଙ୍କାନାଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେଇଥିଲା । ମୂଷଳ ବର୍ଷା ଫଳରେ କିଛି ସମୟ ପାଇଁ ଯେମିତି ଅଟକି ଯାଇଥିଲା ରାଜଧାନୀ । ଘଡ଼ଘଡ଼ି ସାଙ୍ଗକୁ ଆରମ୍ଭ ହୋଇଯାଇଥିଲା ତୁହାକୁ ତୁହା ବର୍ଷା ପବନ । ଦିନରେ ସନ୍ଧ୍ୟାରେ ଭ୍ରମ ସୃଷ୍ଟି ହୋଇଥିଲା । ଯିଏ ଯେଉଁଠି ପାରିଥିଲେ ଆଶ୍ରୟ ନେଇଥିଲେ । ଶୂନଶାନ ହୋଇଯାଇଥିଲା ବ୍ୟସ୍ତବହୁଳ ରାସ୍ତା । 

ବର୍ଷା ପବନରେ କେଉଁଠି ଗଛ ଉପୁଡି ପଡିଥିବା ତ ଆଉ କେଉଁଠି ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା । ତେଣୁ ବିଭିନ୍ନ ସ୍ଥାନରେ ଦୀର୍ଘ ଘଣ୍ଟା ଧରି ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିଲା । ତେବେ ଆସନ୍ତା ୨୪ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Advertisment

ଅଧିକ ପଢ଼ନ୍ତୁ: ଆପଣ ପାଟି ଖୋଲି ଶୋଉଛନ୍ତି କି… ହୋଇପାରେ ଏହି ୫ ସମସ୍ୟା

Odisha Weather Heavy Rainfall Kalabaisakhi In Odisha
Advertisment
Advertisment