Advertisment

ସନ୍ଧ୍ୟା ସୁଦ୍ଧା କାଳବୈଶାଖୀ କ୍ଷତିଗ୍ରସ୍ତଙ୍କ ଆକାଉଣ୍ଟକୁ ଆସିବ ଟଙ୍କା

ଆଜି ସଂଧ୍ୟା ସୁଦ୍ଧା ଅନଲାଇନରେ ଟଙ୍କା ଦିଆଯିବ । ଯେଉଁମାନଙ୍କ ବ୍ୟାଙ୍କ ସହ ଆଧାର ଲିଙ୍କ୍ ନାହିଁ ସେମାନଙ୍କୁ ସିଧାସଳଖ ଟଙ୍କା ଦିଆଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।

author-image
Santosh Kumar Sahoo

ଆଜି ସଂଧ୍ୟା ସୁଦ୍ଧା ମିଳିବ କାଳବୈଶାଖୀରେ କ୍ଷତି ସହିଥିବା ଲୋକଙ୍କୁ କ୍ଷତିପୂରଣ । ବାରିପଦାରେ ଆଜି ଏହି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଗତକାଲିଠୁ ରାଜସ୍ବ ମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଗ୍ରାଉଣ୍ଡକୁ ଯାଇ ଲୋକଙ୍କ ସମସ୍ୟା ଓ କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି । ଦୁଇ ଦିନ ଭିତରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏସବୁର ଆକଳନ ପରେ ସମ୍ପୂର୍ଣ୍ଣ କ୍ଷୟକ୍ଷତି ଟଙ୍କା ଲୋକଙ୍କୁ ଅନଲାଇନରେ ଦିଆଯିବ । ଆଜି ସଂଧ୍ୟା ସୁଦ୍ଧା ଅନଲାଇନରେ ଟଙ୍କା ଦିଆଯିବ । ଯେଉଁମାନଙ୍କ ବ୍ୟାଙ୍କ ସହ ଆଧାର ଲିଙ୍କ୍ ନାହିଁ ସେମାନଙ୍କୁ ସିଧାସଳଖ ଟଙ୍କା ଦିଆଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।

Advertisment
Suresh Pujari Revenue Minister
Advertisment
Advertisment