ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ୨୩ ଜଣ ଭାରତୀୟ ଖେଳାଳି ଇଂଲଣ୍ଡ ଗସ୍ତରେ ଅଛନ୍ତି।
ୱେଲିଙ୍ଗଟନ୍: ଶୁକ୍ରବାର ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିବା ନ୍ୟୁଜିଲାଣ୍ଡ୍ ଖ୍ରୀଷ୍ଟଚର୍ଚ୍ଚ ମସଜିଦ୍ ଗୁଳିକାଣ୍ଡରେ ପ୍ରାଣ ହରାଇଛନ୍ତି ୫ ଜଣ ଭାରତୀୟ। ନ୍ୟୁଜିଲାଣ୍ଡ୍ରେ ଅବସ୍ଥାପିତ ଭାରତୀୟ ହାଇକମିଶନର୍ ଏନେଇ ସ୍ପଷ୍ଟ କରିଛନ୍ତି। ମୃତକ ହେଉଛନ୍ତି ମେହବୁବ୍ ଖୋକେର୍, ରମିଜ୍ ଭୋରା, ଆସିଫ୍ ଭୋରା, ଓଜାଏର୍ କାଦିର୍ ଓ ଅନସୀ ଅଲିବାବା ବୋଲି ହାଇକମିଶନର ସୂଚନା ଦେଇଛନ୍ତି। ସେମାନଙ୍କ ଘର ଗୁଜରାଟ, ତେଲେଙ୍ଗାନା ଏବଂ କେରଳର ହୋଇଥିବା ଜଣାପଡ଼ିଛି। ସେପଟେ କିଛି ଜାତୀୟ ଗଣମାଧ୍ୟମରେ ୭ ଜଣ ମୃତ୍ୟୁ ହୋଇଥିବା […]
ନୂଆଦିଲ୍ଲୀ: ସୀମାରେ ପୁଣି ପରାକ୍ରମ ଦେଖାଇଛି ଭାରତୀୟ ବାୟୁସେନା। ପଞ୍ଜାବ ଏବଂ ଜମ୍ମୁ ସୀମାରେ ଇଣ୍ଡିଆନ ଏୟାରଫୋର୍ସ ପକ୍ଷରୁ ଯୁଦ୍ଧାଭ୍ୟାସ କରାଯାଇଛି। ଗତକାଲି ରାତିରେ କରାଯାଇଥିବା ଏହି ଯୁଦ୍ଧାଭ୍ୟାସରେ ବହୁ ସଂଖ୍ୟାରେ ଫାଇଟର ଏୟାରକ୍ରାଫ୍ଟ ଭାଗ ନେଇଥିଲେ। ପଞ୍ଜାବର ଅମ୍ରିତସରରେ ଜେଟ୍ ସମେତ ଅନ୍ୟାନ୍ୟ ଯୁଦ୍ଧ ବିମାନ ସୁପରସୋନିକ ଗତିରେ ଆକାଶ ମାର୍ଗରେ ଉଡ଼ିଥିବା ଦେଖିବାକୁ ମିଳିଥିଲା। ସୀମାରେ ଉତ୍ତେଜନା ଲାଗି ରହିଥିବାରୁ ପ୍ରସ୍ତୁତି ପୂର୍ବକ ଏହି ଏୟାର ଡ୍ରିଲ କରାଯାଇଛି। ପାକିସ୍ତାନ ଯେପରି ଭାରତୀୟ ବାୟୁ […]
ଭାରତର ଷ୍ଟ୍ରେନ୍ ବିଶ୍ୱର ୧୭ଟି ଦେଶକୁ ବ୍ୟାପିଲାଣି । ଏନେଇ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା ସଂକ୍ରମଣ ତଥା ଭାରତରେ ଦେଖାଦେଇଥିବା ଷ୍ଟ୍ରେନକୁୁ ନେଇ ହୁ ପୁଣି ଚିନ୍ତାଜନକ ତଥ୍ୟ ଦେଇଛି । ଭାରତରେ ଦେଖା ଦେଇଥିବା ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ବିଶ୍ୱର ୧୭ଟି ଦେଶମାନଙ୍କରେ ଠାବ କରାଯାଇଛିା B.1.617 ଭାରିଆଣ୍ଟ କୋଭିଡ୍ ସାର୍ସ-୨ର ଏହି ଭାରିଆଣ୍ଟଭାରତରୁ ଆସିଥିବା ସଂଗଠନ କହିଛି । ୟୁଏନ୍ ହେଲ୍ଥ ଏଜେନ୍ସି ତାହାର କୋଭିଡ୍ ଡାଟାବେସ୍ରେ ମଧ୍ୟ […]
ନୂଆଦିଲ୍ଲୀ: ସିରମ ଇନ୍ଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍କୁ ଚୀନ ହ୍ୟାକର୍ଙ୍କ ଟାର୍ଗେଟ। କୋଭିଡ୍ ଭ୍ୟାକ୍ସିନ ପ୍ରସ୍ତୁତକାରୀ ଦୁଇ ସଂସ୍ଥାକୁ ଚୀନ ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ ହ୍ୟାକିଂ ଗ୍ରୁପ କିଛି ସପ୍ତାହ ହେଲା ଟାର୍ଗେଟ କରୁଥିବା ସୂଚନା ମିଳିଛି। ସଂସ୍ଥାର ଆଇଟି ସିଷ୍ଟମକୁ ସିଧା ଟାର୍ଗେଟ କରାଯାଉଛି ବୋଲି ସାଇବର ଇଣ୍ଟେଲିଜେନ୍ସ ଫାର୍ମ- ସାଇଫାର୍ମ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥାକୁ ସୂଚନା ଦେଇଥିବା ଜଣାପଡ଼ିଛି। ଭାରତ ବିଶ୍ୱର ଅନେକ ଦେଶକୁ କୋଭିଡ୍ ଭ୍ୟାକ୍ସିନ ଯୋଗାଉଛି। ଚୀନ ମଧ୍ୟ ଏହି […]
ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ କରିଛି। ଅହମ୍ମଦାବାଦ ଟେଷ୍ଟରେ ଭାରତ ବିଜୟ ହାସଲ କରିଛି। ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡକୁ ବ୍ୟାକଫୁଟକୁ ଭାରତ ଠେଲି ଦେଇଛି। ଏଠାରେ ଖେଳାଯାଇଥିବା ତୃତୀୟ ଦିବାରାଷ୍ଟ୍ର ଟେଷ୍ଟରେ ଭାରତ ୧୦ ୱିକେଟରେ ଇଂଲଣ୍ଡକୁ ହରାଇ ଦେଇଛି। ଦ୍ୱିତୀୟ ଇନିଂସରେ ଇଂଲିଶ ବ୍ୟାଟ୍ସମ୍ୟାନମାନେ ପୁଣିଥରେ ଭାରତୀୟ ସ୍ପିନରଙ୍କ ଆଗରେ ଆତ୍ମସମର୍ପଣ କରି ମାତ୍ର ୮୧ ରନରେ ଅଲଆଉଟ୍ ହୋଇଥିଲା। ଏଥିସହ ଭାରତ ଆଗରେ ମାତ୍ର ୪୯ […]
ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଟୁର୍ରେ ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ଆଇସୋଲେସନ୍ର ଟିମ୍ ଇଣ୍ଡିଆର ୫ ଜଣ କ୍ରିକେଟର୍। ରୋହିତ ଶର୍ମା, ରିଷଭ ପନ୍ତ, ଶୁଭମନ ଗିଲ, ନଭଦୀପ ସଇନି ଏବଂ ପୃଥ୍ୱୀ ଶ ଏବେ ଆଇସୋଲେସନରେ ଅଛନ୍ତି। ଟିମ୍ ଇଣ୍ଡିଆର ଏହି ୫ ଖେଳାଳି ଅଲଗାରେ ରହି ଅଭ୍ୟାସ କରିବେ। ତେବେ ସେମାନେ ଅଷ୍ଟ୍ରେଲିଆ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବେ କି ନାହିଁ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ସୁରକ୍ଷା ପ୍ରଟୋକଲ୍ ଭାଙ୍ଗି ଏହି ଖେଳାଳିମାନେ ମେଲବର୍ଣ୍ଣର […]
କିଂଶାସା: ଭୟଙ୍କର ଅଗ୍ନେୟଗିରି ବିସ୍ଫୋରଣ । ଏଣତେଣେ ଦୌଡ଼ିବାକୁ ଲାଗିଲେ ସହରବାସୀ । ଲାଭା ବହି ଆସି ରାସ୍ତା ଉପରେ ପ୍ରବାହିତ ହେଲା । ହଜାର ହଜାର ଲୋକ ସହର ଛାଡ଼ି ପଳାଇଲେ । କାଙ୍ଗୋର ଗୋମା ସହର ନିକଟରେ ଥିବା ଆଗ୍ନେୟଗିରି ମାଉଣ୍ଟ ନିରାଗୋଙ୍ଗୋ ଶନିବାର ବିସ୍ଫୋରଣ ହୋଇ ସମଗ୍ର ଆକାଶକୁ ଲାଲ କରିଦେଲା । ଖାଲି ସେତିକି ନୁହେଁ ପାହାଡ଼ରୁ ଲାଭା ବହି ଆସି ରାସ୍ତାରେ ପ୍ରବାହିତ ହୋଇଥିବା ଦେଖିବାକୁ ମିଳିଥିଲା । ଆଗ୍ନେୟଗିରି […]
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନଜରରେ ରଖି ଚଳିତବର୍ଷ ହଜଯାତ୍ରା ଉପରେ କଟକଣା ଜାରି କରାଯାଇଛି। ଭାରତର କୌଣସି ମୁସଲମାନଙ୍କୁ ଗସ୍ତ ପାଇଁ ଅନୁମତି ମିଳିବ ନାହିଁ ବୋଲି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକତାର ଆବାସ ନକଭୀ କହିଛନ୍ତି। ଚଳିତବର୍ଷ ହଜ୍ ଯାତ୍ରା ପାଇଁ ଭାରତର ୨ଲକ୍ଷ ୩୦ ହଜାର ଆବେଦନ କରିଥିଲେ। ସେମାନଙ୍କୁ ଟଙ୍କା ଫେରାଇବା ପାଇଁ ବ୍ୟବସ୍ଥା କରାଯାଉଛି। ସେପଟେ ସାଉଦି ଆରବ ସରକାରଙ୍କ ପକ୍ଷରୁ ବିଦେଶୀଙ୍କ ହଜଯାତ୍ରା ଉପରେ ମଧ୍ୟ କଟକଣା ଜାରି […]
ଇସଲାମବାଦ: ପାକିସ୍ତାନ ପୋଲିସ ହେପାଜତରେ ଥିବା ଇସଲାମାବାଦ ସ୍ଥିତ ଭାରତୀୟ ଦୂତାବାସର ୨ କର୍ମଚାରୀ ମୁକ୍ତ। ଏକ ରାସ୍ତା ଦୁର୍ଘଟଣା ମାମଲାରେ ପାକିସ୍ତାନ ପୋଲିସ ୨ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଅଟକ ରଖିଥିଲା। ତେବେ ଏନେଇ ଭାରତୀୟ ଦୂତାବାସକୁ କୌଣସି ସୂଚନା ଦିଆଯାଇନଥିଲା। ଭାରତୀୟ ହାଇକମିଶନ ପକ୍ଷରୁ ଦୁଇ କର୍ମଚାରୀ ନିଖୋଜ ନେଇ ପାକ୍ ପୋଲିସ ଷ୍ଟେସନରେ ଏତଲା ଦେବାର ୭ ଘଣ୍ଟା ପରେ ୨ କର୍ମଚାରୀ ପୋଲିସ ହେପାଜତରେ ଥିବା ସୂଚନା ଦେଇଥିଲା ପାକିସ୍ତାନ। ତେବେ […]
କରୋନା ଦାଉରୁ ରକ୍ଷା ପାଇବା ଲାଗି ତ୍ରାହି ତ୍ରାହି ଡ଼ାକିଲାଣି ବିଶ୍ୱ। ଦୀର୍ଘ ୧ ବର୍ଷରୁ ଅଧିକ ସମୟ ହେବ ବିଶ୍ୱର ଅର୍ଥନୈତିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି କରୋନା। ଅଦୃଶ୍ୟ ମହାମାରୀ ସହ କେମିତି ଲଢେଇ କରିବ ମଣିଷ ସେନେଇ ଅନେକ ଗବେଷଣା ବି ଚାଲିଛି।
ଭୁବନେଶ୍ୱର: ସଶସ୍ତ୍ର ବାହିନୀରେ ଯୋଗଦେବା ଦେଶରେ ଥିବା ହଜାର ହଜାର ଯୁବକ ଯୁବତୀଙ୍କ ପାଇଁ ଗର୍ବର ବିଷୟ। ତେବେ କ୍ରୀଡା କୋଟା ଅଧୀନରେ ସଶସ୍ତ୍ର ବାହିନୀରେ ନିଯୁକ୍ତି ପାଇଁ ଅନେକ ମାନଦଣ୍ଡ ଅଛି । PIB ର ଏକ ରିପୋର୍ଟ ଅନୁଯାୟୀ ସୋମବାର ଦିନ ରାଜ୍ୟସଭାରେ ଶ୍ରୀ ଅଖିଳେଶ ପ୍ରସାଦ ସିଂଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ପ୍ରତିରକ୍ଷା ବିଭାଗର ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ନାୟକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଥିଲେ ଏବଂ ଏଇ ଆଧାରରେ […]
ପାକିସ୍ତାନ ଭୁଲିବନି ୨୬ ଫେବୃଆରୀର ରାତି। ଦୁଇ ବର୍ଷ ପରେ ବି ଛାତିରେ ଛନକା ସୃଷ୍ଟି କରୁଥିବ ବାଲାକୋର୍ଟ ଏୟାରଷ୍ଟ୍ରାଇକ୍ ଶବ୍ଦ । ରକ୍ତର ହୋଲି ଖେଳିଥିବା ଆତଙ୍କୀଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ଭାରତ କରିଥିଲା ଏୟାର ଷ୍ଟ୍ରାଇକ୍
କୋଭିଡ୍ -୧୯ ମହାମାରୀ କାରଣରୁ ଭାରତୀୟ ଡାକ ବିଭାଗ ନିଯୁକ୍ତି ୨୦୨୧ ପାଇଁ ଆବେଦନପତ୍ର ଦାଖଲ କରିବାର ତାରିଖ ବୃଦ୍ଧି ହୋଇଛି। ତେବେ ଏହି ବର୍ଦ୍ଧିତ ତାରିଖ ମଧ୍ୟ ଆଜି (ଜୁଲାଇ ୧୪) ଶେଷ ହେବାକୁ ଯାଉଛି।
ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ପ୍ରଥମ ଥର ପାଇଁ ସୂର୍ଯ୍ୟ କୁମାର ଯାଦବ, ରାହୁଲ ତେଓ୍ୱାତିଆ ଓ ଇଶାନ୍ କିଶାନଙ୍କୁ ସୁଯୋଗ ମିଳିଛି। ସେହିପରି ସ୍ପିନର ବରୁଣ ଚକ୍ରବତ୍ତି ମଧ୍ୟ ନୁଆ ମୁହଁ ଭାବେ ସାମିଲ ହୋଇଛନ୍ତି
ଆମେରିକାରେ ଦେଖିବାକୁ ମିଳିବ ଭାରତର ଦବଦବା। ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, କାଶ୍ମୀରରେ ଜନ୍ମିତ ଆୟଶା ଶାହଙ୍କ ପରେ ଆଉ ଜଣେ କାଶ୍ମୀର ମହିଳା ସମୀରା ଫାଜ୍ଲି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଟିମ୍ରେ ସାମିଲ ହୋଇଛନ୍ତି
ଭାରତ ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚବେଳେ ୨ ଭାରତୀୟ ଖେଳାଳିଙ୍କୁ ଜାତିଗତ ଆକ୍ଷେପ ଅଭିଯୋଗ। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପେସର ମହମ୍ମଦ ସିରାଜ ଏବଂ ଜସପ୍ରୀତ ବୁମରା ଜାତିଗତ ଆକ୍ଷେପର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି।
ଭାରତୀୟ ସେନାକୁ ମଳିବ ଅତ୍ୟାଧୁନିକ ଆର୍ଟିଲେରୀ ଗନ୍। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଏହି ଆର୍ଟିଲେରି ଗନର ପରୀକ୍ଷଣ ହୋଇଛି। ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରରୁ ଏହାର ବ୍ୟବହାରିକ ପରୀକ୍ଷଣ ହୋଇଛି। ଏହାସହ ଏହାର ଶକ୍ତି ଓ ସାମର୍ଥର ପ୍ରଦର୍ଶନ କରାଯାଇଛି। ATAGS ଶ୍ରେଣୀରେ ନିର୍ମାଣ ହୋଇଛି ଏହି ଗନ୍।
ନୂଆଦିଲ୍ଲୀ: କରୋନା ଯୋଗୁ ବିଦେଶରେ ଫସି ରହିଥିବା ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଆରମ୍ଭ ହୋଇଥିବା ବନ୍ଦେ ଭାରତ ମିଶନରେ ଏୟାର ଇଣ୍ଡିଆର ଏକ ବିମାନ ଆବୁଧାବିରୁ ଭାରତୀୟଙ୍କୁ ଆଣୁଛି। ଏୟାର ଇଣ୍ଡିଆର IX-452 ବିମାନ ୪ ଜଣ ଶିଶୁଙ୍କ ସମେତ ୧୭୭ ଜଣ ଭାରତୀୟଙ୍କୁ ଧରି ଆବୁଧାବି ଛାଡିଥିଲା। Great to see the #VandeBharatMission Abu Dhabi Kochi special flight IX452 taking off from the @AUH Thanks all […]
ଭୁବନେଶ୍ୱର: ମାଳଦ୍ୱୀପରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ରାଜଧାନୀ ମାଲେରେ ପହଞ୍ଚିଲା ଭାରତୀୟ ନୌସେନା ଜାହଜ। ସମୁଦ୍ର ସେତୁ ଅଭିଯାନରେ ଭାରତୀୟ ନୌସେନାର ଆଇଏନ୍ଏସ୍ ଜଳାଶ୍ୱ ମାଲେରେ ପହଞ୍ଚି ଥିବାବେଳେ ଆଇଏନ୍ଏସ୍ ମଗର ଦୁଇ ଦିନ ମଧ୍ୟରେ ପହଞ୍ଚିବ। ଦୁଇ ଜାହାଜରେ ହଜାରେ ଭାରତୀୟଙ୍କୁ ଫେରାଇ ଅଣାଯିବ ମାଲେରୁ ଆସି କେରଳର କୋଚିରେ ପହଞ୍ଚିବେ। ଭାରତୀୟମାନେ ସେଠାରୁ ନିଜ ରାଜ୍ୟକୁ ନେବା ପାଇଁ ପଦକ୍ଷେପ ନିଆଯିବ। ସେହିପରି ଆଇଏଏନ୍ଏଶ ଶାର୍ଦୁଲ ଓ ଆଇଏନ୍ଏସ୍ ଐରାବତ […]
ଭୁବନେଶ୍ୱର: ମେ ୭ରୁ ପଯର୍ୟାୟ କ୍ରମେ ସ୍ୱଦେଶ ଫେରିବେ ପ୍ରବାସୀ ଭାରତୀୟ। ଲକଡାଉନ୍ ପରଠୁ ବିଦେଶରେ ଫସି ରହିଥିବା ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ପ୍ରବାସୀ ଭାରତୀୟଙ୍କୁ ଉଭୟ ଆକାଶ ଓ ଜଳପଥରେ ଆସିବାକୁ ବ୍ୟବସ୍ଥା ହୋଇଥିବା ବେଳେ ଏହା ଦେୟଯୁକ୍ତ ରହିବ। ଏଥିପାଇଁ ବିମାନ ଓ ନୌସେନାର ଜାହାଜକୁ ବ୍ୟବହାର କରାଯିବ। ତେବେ ଯେଉଁମାନଙ୍କଠାରେ କରୋନା ଲକ୍ଷଣ ନଥିବ, କେବଳ ସେହିମାନଙ୍କୁ ହିଁ ଭାରତ ଫେରାଇ ଅଣାଯିବ। ବିଦେଶରୁ ଯେଉଁମାନେ […]
ନୂଆଦିଲ୍ଲୀ: କରୋନା ବିରୋଧରେ ଲଢୁଥିବା ଦେଶର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବେ ଭାରତୀୟ ତିନି ସେନା। ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି, ଆସନ୍ତାକାଲି ଅର୍ଥାତ ମେ ୩ ତାରିଖରେ କରୋନା ଯୋଦ୍ଧାଙ୍କୁ ବିଭିନ୍ନ ସ୍ଥାନରେ ସମ୍ମାନ ପ୍ରଦର୍ଶନ କରାଯିବ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଆଜି ଏହି ସୂଚନା ଦେଇଛନ୍ତି। ଉତ୍ତରରେ ଶ୍ରୀନଗରରୁ ଆରମ୍ଭ କରି ଦକ୍ଷିଣର ଥିରୁଅନନ୍ତପୁରମ, ପୂର୍ବରେ ଦିବ୍ରୁଗଡରୁ ପଶ୍ଚିମରେ ଗୁଜରାଟର କଚ୍ଚ ଯାଏଁ ଭାରତୀୟ ବାୟୁ ସେନା ପକ୍ଷରୁ […]