• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1015" result for "ଭାରତୀୟ" in https://otvkhabar.in

airforce
କାହା ବଳରେ ବଳିଆନ୍ ଭାରତୀୟ ବାୟୁ ସେନା ? ଜାଣନ୍ତୁ, କ’ଣ ରଖିଛି ଭାରତ...

ନୂଆଦିଲ୍ଲୀ (ସୁଧାଂଶୁ ଶେଖର ପରିଡା) : ଭାରତୀୟ ବାୟୁସେନା ବା ଇଣ୍ଡିଆନ୍ ଏୟାର ଫୋର୍ସ। ପୃଥିବୀର ଚତୁର୍ଥ ଶକ୍ତିଶାଳୀ ସେନା ଭାବେ ବେଶ ପରିଚିତ । ବହୁଥର ନିଜର ପରାକ୍ରମ ଦେଖାଇ ସାରା ବିଶ୍ୱକୁ କରିଛି ଚକିତ। ଅତ୍ୟାଧୁନିକ ହାତ ହତିଆର୍ ଓ ବିମାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛି ଏହି ସେନା । ତେବେ କେଉଁଥି ପାଇଁ ବଳିଆନ୍ ଭାରତୀୟ ବାୟୁସେନା । ଆସନ୍ତୁ ଜାଣିବା । ଭାରତୀୟ ବାୟୁସେନା ପାଖରେ ରହିଛି ସୁଖୋଇ ୩୦ […]

ଊଈଓଗଲ ଜୀଆଉଲୋଲୂ
ଟ୍ରେନ୍‌ରେ ପିଲା ଜନ୍ମ କଲେ ମହିଳା, ଭାରତୀୟ ସେନା ଡାକ୍ତର କଲେ ସାହାଯ୍ୟ

ନୂଆଦିଲ୍ଲୀ : ସୋଶାଲ୍‌ ମିଡ଼ିଆରେ ପ୍ରତିଦିନ କିଛି ନା କିଛି ଘଟଣାକୁ ନେଇ ଭିଡ଼ିଓ ଓ ଫଟୋ ଭାଇରାଲ୍‌ ହେଉଛି । ଆଉ କିଛି ଭଲ ଘଟଣା ବା କଥାକୁ ସେୟାର କରୁଛନ୍ତି । ଆଉ ଏହାକୁ ଲୋକେ ପ୍ରଶଂସା କରି ନିଜର ମତ ଦେଉଛନ୍ତି । ଏହା ଭିତରେ ଟ୍ୱିଟରରେ ଏକ ଫଟୋ ବହୁତ ଭାଇରାଲ୍‌ ହେବାରେ ଲାଗିଛି । ଏହି ଫଟୋଟିକୁ ଏଡିଜି ପିଆଇ-ଇଣ୍ଡିଆନ୍‌ ଆର୍ମିଙ୍କ ଟ୍ୱିଟର ପେଜ୍‌ରୁ ସେୟାର କରାଯାଇଛି ।  ଯେଉଁଥିରେ […]

sharath koppu
ଆମେରିକାରେ ଭାରତୀୟ ଛାତ୍ରଙ୍କୁ ହତ୍ୟା

କାନସାସ୍: ଆମେରିକାର କାନସାସ୍ ସହରରେ ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାରେ ସ୍ଥାନୀୟ ପୁଲିସ୍ ଅଭିଯୁକ୍ତ ହତ୍ୟାକାରୀର ଭିଡିଓ ଜାରି କରିଛି। ହତ୍ୟାକାରୀ ସମ୍ପର୍କରେ ସୂଚନା ଦେବା ପାଇଁ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି। ତେବେ କେଉଁ କାରଣରୁ ଭାରତୀୟ ଛାତ୍ରଙ୍କୁ ହତ୍ୟା କରାଯାଇଛି, ସେ ନେଇ ଏଯାଏ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା କାନସାସ୍‌ ପୁଲିସ୍ କହିଛି। ମୃତ ଭାରତୀୟ ଛାତ୍ରଙ୍କ ନାମ ହେଉଛି ଶରତ କୋପ୍ପୁ । ଗତ […]

gogle
ଗୁଗଲରେ ଭାରତୀୟ ମାନେ କଣ ବେଶୀ ଖୋଜନ୍ତି ? ଜାଣନ୍ତି ଆପଣ

ନୂଆଦିଲ୍ଲୀ  : ବିଶ୍ୱର ସବୁଠୁ ବଡ଼ ସର୍ଚ୍ଚ ଇଂଜିନ୍‌ ଗୁଗଲ । ୟୁଜର ଯେକୌଣସି ତଥ୍ୟ ପାଇଁ ଗୁଗଲର ସାହାଯ୍ୟ ନେଇଥାନ୍ତି । ଗୁଗଲ ସର୍ଚ୍ଚ କରିଥାନ୍ତି । ଗୁଗଲ ୨୦୧୯ ମସିହାରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ତଥ୍ୟର ଏକ ଲିଷ୍ଟ ଜାରି କରିଛି । ଗୁଗଲର ସୂଚନା ମୁତାବକ , ଏହି ବର୍ଷ ଲୋକମାନେ ଲୋକସଭା ନିର୍ବାଚନ , ଚନ୍ଦ୍ରୟାନ-୨,  ଆର୍ଟିକଲ ୩୭୦ ଭଳି ଘଟଣା ବିଷୟରେ ଜାଣିବାକୁ ଅଧିକ ମାତ୍ରାରେ ଗୁଗଲ ସର୍ଚ୍ଚ […]

ganga-vimal
ସଡ଼କ ଦୁର୍ଘଟଣାରେ ଭାରତୀୟ ଲେଖକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ସ୍ୱନାମଧନ୍ୟ ସାହିତ୍ୟିକ ତଥା ଲେଖକ ଗଙ୍ଗା ପ୍ରସାଦ ବିମଳଙ୍କ ପରଲୋକ ହୋଇଛି। ଶ୍ରୀଲଙ୍କାରେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ପରିବାର ସହ ବୁଲିବା ପାଇଁ ଶ୍ରୀଲଙ୍କା ଯାଇଥିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏ ନେଇ ଗଙ୍ଗା ପ୍ରସାଦଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି। ବିଳମ୍ୱିତ ରାତିରେ ତାଙ୍କର ମର ଶରୀର ଭାରତ ପହଞ୍ଚିବାର ଥିଲା। ହେଲେ ଏଯାବତ ତାଙ୍କ ମର ଶରୀର ପହଞ୍ଚିଛି କି ନାହିଁ ସେ ନେଇ ସୂଚନା ମିଳିପାରିନାହିଁ। […]

virat
ପ୍ରଥମ ଭାରତୀୟ ଭାବେ ବିରାଟ୍‌ଙ୍କ ରେକର୍ଡ

ମୁମ୍ବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଏଠାରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ରେ ନୂଆ କୀର୍ତ୍ତିମାନ କରିଛନ୍ତି। ସେ ଭାରତରେ ୧ହଜାର ରନ୍ ପୂରଣ କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ୧ହଜାର ରନ୍ ପାଇଁ ତାଙ୍କୁ ମାତ୍ର ୬ ରନ୍ ଆବଶ୍ୟକ ଥିଲା। ଆଜି ସେ ୧୪ତମ ଓଭରରେ ଏହି ମାଇଲଖୁଣ୍ଟ ହାସଲ କରିନେଇଥିଲେ। କୋହଲି ମଧ୍ୟ ବିଶ୍ୱର ତୃତୀୟ କ୍ରିକେଟର୍ ଭାବେ ଘରୋଇ ମାଟିରେ ୧ହଜାରରୁ ଅଧିକ ରନ୍ କରିଛନ୍ତି। ତାଙ୍କ ପୂର୍ବରୁ […]

sudan
ସୁଦାନରେ ୧୮ ଭାରତୀୟ ମୃତ

ଖାରାତୌମ୍‌ : ସୁଦାନର ଏକ ସେରାମିକ୍‌ ଫ୍ୟାକ୍ଟ୍ରିରେ ହୋଇଥିବା ବିସ୍ଫୋରଣରେ ୧୮ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ୧୩୦ ଜଣ ଆହତ ହୋଇଛନ୍ତି। ତେବେ ମୋଟ ୨୩ ମୃତକଙ୍କ ମଧ୍ୟରୁ ୧୮ ଜଣ ଭାରତୀୟ ବୋଲି କୁହାଯାଇଛି। ମଙ୍ଗଳବାର ରାଜଧାନୀ ଖାରାତୌମ୍‌ଠାରେ ଘଟିଥିବା ଏହି ଘଟଣାରେ ସୀଲା ସେରାମିକ୍‌ ନାମକ ଏକ ଫ୍ୟାକ୍ଟ୍ରିରେ ଏହି ଅଘଟଣ ଘଟିଥିଲା। ଏଥିରେ ୧୬ ଜଣ ଭାରତୀୟ ନିଖୋଜ ହୋଇଥିବା ନେଇ ପ୍ରଥମେ […]

ଭାରତୀୟ ଟ୍ୟାକ୍ସି ଡ୍ରାଇଭରଙ୍କୁ ଡିନର୍ ପାଇଁ ନିମନ୍ତ୍ରଣ କଲେ ପାକିସ୍ତାନୀ କ୍ରିକେଟର

ବ୍ରିସ୍‌ବେନ : ଅଷ୍ଟ୍ରେଲିଆରେ ବାସ କରୁଥିବା ଜଣେ ଭାରତୀୟ ଟ୍ୟାକ୍ସି ଡ୍ରାଇଭର୍ କିଛି ପାକିସ୍ତାନ କ୍ରିକେଟରଙ୍କଠାରୁ ଭଡ଼ା ବାବଦରେ କୌଣସି ପାଉଣା ନେବାକୁ ମନା କରିଦେଇଛନ୍ତି। ଟ୍ୟାକ୍ସି ଡ୍ରାଇଭରଙ୍କ ଏହି ବ୍ୟବହାର ପାକିସ୍ତାନୀ କ୍ରିକେଟରଙ୍କ ହୃଦୟକୁ ଛୁଇଁଯାଇଥିଲା ଏବଂ ସେମାନେ ଏହା ବଦଳରେ ଉକ୍ତ ଟ୍ୟାକ୍ସି ଡ୍ରାଇଭରଙ୍କୁ ହୋଟେଲରେ ନିଜ ସହ ଡିନର୍ (ରାତ୍ର ଭୋଜନ) କରାଇଥିଲେ। ସୀମାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଜାରି ରହିଛି। ଏହି କାରଣରୁ ଉଭୟ ଦେଶ ମଧ୍ୟରେ […]

cri
ପୁଣି ଶେଫାଳୀ ଚମକ, ୧୦ ୱିକେଟରେ ଜିତିଲା ଭାରତୀୟ ମହିଳା ଟିମ୍‌

ଆଣ୍ଟିଗୁଆ: ପ୍ରଥମ ଟି-୨୦ ଭଳି ୱେଷ୍ଟଇଣ୍ଡିଜ୍‌ ମହିଳା ଦଳ ବିପକ୍ଷ ଦ୍ୱିତୀୟ ଟି-୨୦ରେ ମଧ୍ୟ ୧୫ ବର୍ଷୀୟ ଶେଫାଳୀ ବର୍ମାଙ୍କ ବ୍ୟାଟରୁ ଜବରଦସ୍ତ ରନ୍‌ ବର୍ଷା ହୋଇଛି। ଶେଫାଳୀଙ୍କ ଆଉ ଏକ ଅପରାଜିତ ଅର୍ଦ୍ଧଶତକ ବଳରେ ଟିମ୍‌ ଇଣ୍ଡିଆ ମହିଳା ଦଳ ୱେଷ୍ଟଇଣ୍ଡିଜକୁ ହରାଇ ୫ଟିକିଆ ଟି-୨୦ ସିରିଜ୍‌ରେ ଏବେ ୨-୦ରେ ଆଗୁଆ ହୋଇଯାଇଛି। ଶେଫାଳୀ ବ୍ୟାଟରେ କମାଲ କରିଥିବା ବେଳେ ବୋଲିଂରେ ଦୀପ୍ତି ଶର୍ମା ନିଜର ଜଲୱା ଦେଖାଇଛନ୍ତି। ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ […]

tweeter
ଭାରତୀୟ ମହିଳା ହକି ଟିମ୍‌କୁ ଅଲିମ୍ପିକ୍ସ ଟିକେଟ୍

ଭୁବନେଶ୍ୱର: ଭାରତୀୟ ମହିଳା ହକି ଟିମ୍‌କୁ ଅଲିମ୍ପିକ୍ସ ଟିକେଟ୍ । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା FIH କ୍ୱାଲିଫାଇଂ ଦ୍ୱିତୀୟ ମ୍ୟାଚରେ ପରାଜୟ ସତ୍ତ୍ୱେ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛି ମହିଳା ଟିମ୍। ଆଜିର ମ୍ୟାଟ୍‌ରେ ଆମେରିକା ଗତକାଲି ତ୍ରୁଟି ସୁଧାରି ଉନ୍ନତ ପ୍ରଦର୍ଶନ ସହ ଭାରତକୁ ୪-୧ ଗୋଲରେ ହରାଇଥିଲା। ତେବେ ପରାଜୟ ସତ୍ତ୍ୱେ ଅଧିକ ଗୋଲ ବଳରେ ଭାରତ ଅଲିମ୍ପିକ୍ ଟିକେଟ ପାଇଛି। ୨ଟି ମ୍ୟାଟ୍‌ରେ ଭାରତ ୬ଟି ଗୋଲ୍ କରି […]

KKK
ପାକିସ୍ତାନ ସେନାକୁ ଭାରତୀୟ ସେନାର କଡ଼ା ଜବାବ , ୧୦ ପାକ୍ ସୈନ୍ୟ ନିହତ

ଶ୍ରୀନଗର : ଜମ୍ମୁ କଶ୍ମୀର ତଙ୍ଗଧାର ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଭାରତ ମଧ୍ୟ ଆଜି ପାନେ ଦେଇଛି। ପାକିସ୍ତାନର ୬ ସେନା ନିହତ ହୋଇଥିବାବେଳେ ୨୦ରୁ ଅଧିକ ଯବାନ ଆହତ ହୋଇଛନ୍ତି। ପାକିସ୍ତାନ ଭାରତର ଜବାବୀ ଆକ୍ରମଣକୁ ସ୍ୱୀକାର କରିଥିବାବେଳେ ନିହତ ସଂଖ୍ୟା କିନ୍ତୁ କମ୍ କରି କହିଛି। ଏହାପରେ ଦେଶର ଗୃହମନ୍ତ୍ରାଳୟ ହାଇ ଆଲର୍ଟ ଜାରି କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନା ପ୍ରମୁଖ ବିପିନ୍ନ ରାୱତଙ୍କ ସହ ସମ୍ପର୍କରେ […]

hockey-team
ଭାରତୀୟ ମହିଳା ହକି ଦଳରେ ୪ ଓଡ଼ିଆ

ଭୁବନେଶ୍ୱର: ମହିଳା ହକି ବିଶ୍ୱକପ ପାଇଁ ଶୁକ୍ରବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି।  ଏହି ଦଳରେ ୪ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ସୁନୀତା ଲାକ୍ରା, ଲିଲିମା ମିଞ୍ଜ , ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ। ଆସନ୍ତା ଜୁଲାଇ ୨୧ ତାରିଖଠାରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଲଣ୍ଡନରେ ମହିଳା ହକି ବିଶ୍ୱକପ ଖେଳାଯିବ। ପ୍ରକାଶ ଥାଉକି,୨୦୧୦ ବିଶ୍ୱକପ ପରେ ଭାରତ ପୁଣି ବିଶ୍ୱକପ୍ ଖେଳିବା ପାଇଁ ଯୋଗ୍ୟତା […]

Singapore-supreme-court-700x430
ଭାରତୀୟ ବଂଶୋଦ୍ଭବ ଓକିଲ ସିଙ୍ଗାପୁର ସୁପ୍ରିମ କୋର୍ଟରେ ଜୁଡିସିଅାଲ କମିଶନର ନିଯୁକ୍ତ

ସିଙ୍ଗାପୁର: ସିଙ୍ଗାପୁର ରାଷ୍ଟ୍ରପତି ହାଲିମା ୟାକୁବ ଜଣେ ଭାରତୀୟ ବଂଶୋଦ୍ଭବ ଓକିଲଙ୍କୁ ସିଙ୍ଗାପୁର ସୁପ୍ରିମ କୋର୍ଟରେ ଜୁଡିସିଅାଲ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି। ସେ ହେଉଛନ୍ତି ଦାଦର ସିଂ ଗିଲ୍। ୫୯ ବର୍ଷୀୟ ଦାଦରଙ୍କର ୩୦ ବର୍ଷର ଓକିଲାତି ଅଭିଜ୍ଞତା ରହିଛି। ସିଙ୍ଗାପୁରରେ ସେ ଜଣେ ଭଲ ପ୍ରପର୍ଟି ଲିଟିଗେଟର ଭାବେ ପରିଚିତ। ବୁଧବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଦାଦର ଅାସନ୍ତା ୧ ଅଗଷ୍ଟରୁ କାର୍ଯ୍ୟଭାର ଗ୍ରହଣ କରି ଅାଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ […]

spyware pegasus
ଭାରତୀୟ ନେତା ଏବଂ ସାମ୍ବାଦିକଙ୍କ ଫୋନ ହ୍ୟାକିଂ କରି ପୁଣି ଚର୍ଚ୍ଚାରେ ସ୍ପାଇଓୟାର ପେଗାସସ୍‌

କେନ୍ଦ୍ର ମନ୍ତ୍ରୀ, ତିନିଜଣ ବିରୋଧୀ ଦଳ ନେତା ଓ କିଛି ବରିଷ୍ଠ ସାମ୍ବାଦିକଙ୍କ ଫୋନ ନମ୍ବର ହ୍ୟାକ୍ କରାଯାଇଛି। ଇଜିରାଏଲ କମ୍ପାନୀ ପକ୍ଷରୁ ଏପରି କରାଯାଇଥିବା ସୂଚନା ମିଳିଛି।

Olympic 2021
ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ଯାତ୍ରା ଆରମ୍ଭ

ପଜିଟିଭ୍‌ ଚିହ୍ନଟ ନେଇ ଶନିବାର ଆୟୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି। ଟୋକିଓ ଅର୍ଗାନାଇଜିଂ କମିଟିର ପ୍ରବକ୍ତା ମାସା ଟାକାୟା ପ୍ରେସ୍‌ କନ୍‌ଫରେନ୍ସରେ ସୂଚନା ଦେଇ କହିଛନ୍ତି, ‘ଭିଲେଜ୍‌ରୁ ଜଣେ ବ୍ୟକ୍ତି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

South Africa President
ଦକ୍ଷିଣ ଆଫ୍ରିକାରେ ଭାରତୀୟ ନାଗରିକଙ୍କ ବିରୋଧରେ ହିଂସା

ଦକ୍ଷିଣ ଆଫ୍ରିକାର କେତେକ ପ୍ରଦେଶରେ ଆଜିକାଲି ଭାରତୀୟ ଏବଂ ଅଶ୍ୱେତ ଆଫ୍ରିକୀୟ ସମୁଦାୟ ମଧ୍ୟରେ ଜାତିଗତ ତିକ୍ତତା ଚାଲିଛି। ତେଣୁ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ଶୁକ୍ରବାର କହିଛନ୍ତି ଯେ ସେ ପୋଲିସ ମନ୍ତ୍ରୀ ଓ କ୍ୱାଜୁଲୁ ନାଟାଲ ପ୍ରଦେଶର ମୁଖ୍ୟଙ୍କୁ ଡର୍ବାନ ସହରକୁ ପଠାଇଛନ୍ତି।

india n soldied
କାର୍ଗିଲ ଦିବସ ପାଳନ ପୂର୍ବରୁ ଭାରତୀୟ ସ୍ଥଳ ସେନାର ଡେୟାର ଡେଭିଲ ଶୋ

ଜମ୍ମୁ-କାଶ୍ମୀର : କାର୍ଗିଲ ଦିବସ ପାଳନ ପୂର୍ବରୁ ଡେୟାର ଡେଭିଲ ଶୋ ପ୍ରଦର୍ଶନ। ଭାରତୀୟ ସ୍ଥଳ ସେନା  ପକ୍ଷରୁ ଦ୍ରାସ ସେକ୍ଟରରେ ଡେୟାର ଡେଭିଲ ବାଇକର ଶୋ ପ୍ରଦର୍ଶନ କରାଯାଇଛି। କାର୍ଗିଲ ଯୁଦ୍ଧର ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଏଭଳି ଶୋ ପ୍ରଦର୍ଶନ କରିଛି ସେନା। ବାଇକରେ ବିଭିନ୍ନ ଷ୍ଟଣ୍ଟ ଶୋ ଦେଖାଇ ଲୋକଙ୍କ ମନ କିଣିନେଇଛନ୍ତି ବୀର ଯବାନମାନେ। ଜଳନ୍ତା ନିଆଁର ଚକ୍ରି ମଧ୍ୟରେ ବାଇକ ଚଲାଇ ଯିବା ଠାରୁ ଆରମ୍ଭ କରି ଗୋଟିଏ […]

tt
ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିୟନସିପ୍ ; ଫାଇନାଲରେ ଭାରତୀୟ ପୁରୁଷ ଓ ମହିଳା ଟିମ୍

କଟକ : କଟକ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିୟନସିପ୍‌ର ଟିମ୍ ଇଭେଣ୍ଟ ଫାଇନାଲରେ ଭାରତ। ଉଭୟ ଭାରତୀୟ ପୁରୁଷ ଓ ମହିଳା ଟିମ୍  ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ଦଳ ସେମିଫାଇନାଲରେ ଶକ୍ତିଶାଳୀ ସିଙ୍ଗାପୁରକୁ ୩-୦ରେ ପରାସ୍ତ କରି ଫାଇନାଲକୁ ପହଞ୍ଚିଛି। ଏହା ପୂର୍ବରୁ ଆଜି ଭାରତୀୟ ମହିଳା ଦଳ ମଧ୍ୟ ଟିମ୍ ଇଭେଣ୍ଟର ସେମିଫାଇନାଲରେ ସିଙ୍ଗାପୁରକୁ ହରାଇ ଫାଇନାଲରେ ପହଞ୍ଚିଛି। ଷ୍ଟାର୍ ଖେଳାଳି ମନିକା ବାତ୍ରାଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ମହିଳା ଟିମ୍‌କୁ କଡ଼ା ଚାଲେଞ୍ଜ […]

indian
ଆସନ୍ତାକାଲି କେନିଆକୁ ଭେଟିବ ଭାରତୀୟ ଫୁଟବଲ ଟିମ୍

ମୁମ୍ବାଇ : ଆସନ୍ତାକାଲି ଭାରତୀୟ ଫୁଟବଲ ଟିମ୍ କେନିଆକୁ ଭେଟିବ। ମୁମ୍ବାଇରେ ହେବାକୁ ଥିବା ଏହି ମ୍ୟାଚ ପାଇଁ ଟିମ୍‌ ଇଣ୍ଡିଆ ସ୍ୱତନ୍ତ୍ର ରଣନୀତି କରିଛି। କିନ୍ତୁ ଶକ୍ତିଶାଳୀ କେନିଆକୁ ହରାଇବା ଭାରତୀୟ ଦଳ ପାଇଁ ଏତେ ସହଜ ହେବ ନାହିଁ। ଭାରତ ଉଦଘାଟନୀ ମ୍ୟାଚରେ ଚାଇନିଜ ତାଇପେଇକୁ ୫-୦ଗୋଲରେ ପରାସ୍ତ କରିଛି। ଅନ୍ୟପକ୍ଷରେ କେନିଆ ୨-୧ଗୋଲରେ ନ୍ୟୁଜିଲାଣ୍ଡକୁ ହରାଇଛି। ସେପଟେ ଷ୍ଟାଡିୟମରେ ଉପସ୍ଥିତ ରହି ଭାରତୀୟ ଟିମକୁ ସମର୍ଥନ କରିବାକୁ ଭାରତୀୟ କ୍ରିକେଟ ଟିମର ଅଧିନାୟକ […]

toppper
ସର୍ବଭାରତୀୟ ସ୍ତରରେ ଟପ୍ପର ହେଲେ ଓଡ଼ିଆ ଛାତ୍ର

କଟକ: ସେନା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଓଡ଼ିଆ ଛାତ୍ରଙ୍କ କୃତୀତ୍ୱ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନଗସପୁର ଗାଁର ଦେବାଶିଷ ଷଡ଼ଙ୍ଗୀ ସାରା ଦେଶରେ ସିଡିଏସ୍ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ଏୟାରଫୋର୍ସ ପରୀକ୍ଷାରେ ରାଂକ ୱାନ୍ , ନୌବାହିନୀ ପରୀକ୍ଷାରେ ରାଂକ ୱାନ୍ ଏବଂ ଆର୍ମି ୱିଙ୍ଗ୍ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ରଖି ରାଜ୍ୟ ପାଇଁ ଗର୍ବ ହାସଲ କରିଛନ୍ତି ଦେବାଶିଷ ଷଡ଼ଙ୍ଗୀ। ଦେବାଶିଷଙ୍କ ସଫଳତାରେ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।