ଇସ୍ଲାମାବାଦ୍ : ଭାରତୀୟ ବାୟୁସେନା ଆକ୍ରମଣ ପରେ ରାଗରେ ପାକିସ୍ତାନ। ବଲିଉଡ ସିନେମା ରିଲିଜ୍ ଉପରେ ଜାରି କରିଛି କଟକଣା। ପାକିସ୍ତାନରେ ଭାରତୀୟ ସିନେମା ରିଲିଜ୍ କରିବାକୁ ଦିଆଯିବ ନାହିଁ ବୋଲି ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ପାକ୍ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଚୌଧୁରୀ ଫଓ୍ୱାଦ୍ ହୁସେନ। ପାକିସ୍ତାନ ଇଲେକ୍ଟ୍ରୋନିକ୍ ମିଡିଆ ରେଗୁଲେଟୋରୀ ଅଥରିଟି ବା PEMRAକୁ ଏହି ନିର୍ଦ୍ଦେଶ ଦିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି। ସେହିପରି ଭାରତୀୟ ବିଜ୍ଞାପନ ଉପରେ ବି ରୋକ୍ ଲଗାଇବାକୁ […]
ଲସ୍ ଏଞ୍ଜେଲ୍ସ : ଫିଲ୍ମ ଦୁନିଆର ସର୍ବଶ୍ରେଷ୍ଠ ପୁରସ୍କାର କୁହାଯାଉଥିବା ଓସ୍କାର ପୁରସ୍କାର ଘୋଷଣା ହୋଇଛି। ୯୧ତମ ଏକାଡେମୀ ପୁରସ୍କାର ସମାରୋହରେ ରାମି ମାଲେକ୍ ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଥିବା ବେଳେ ଦି ଫେଭରେଟ ପାଇଁ ଓଲିଭିଆ କୋଲମ୍ୟାନ୍ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ଶ୍ରେଷ୍ଠ ଫିଲ୍ମ ଭାବେ ‘ଗ୍ରୀନ୍ ବୁକ୍’ ଓସ୍କାର ବିଜୟୀ ହୋଇଛି। ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଓସ୍କାର ହାତେଇଛନ୍ତି ଆଲଫୋନ୍ସ କୋରନ୍। ଏଥିସହ ନିର୍ଦ୍ଦେଶନା ଓ ବିଦେଶୀ ଫିଲ୍ମ ବିଭାଗରେ ମଧ୍ୟ ଆଲଫୋନ୍ସ […]
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କୁ ୨୮ ହଜାର କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍। ଅନ୍ତରୀଣ ଲାଭାଂଶ ଭାବେ କେନ୍ଦ୍ର ସରକାରଙ୍କୁ ଏହି ଲାଭାଂଶ ପ୍ରଦାନ ଲାଗି ଆରବିଆଇ ବୋର୍ଡ ଅନୁମୋଦନ କରିଛି। ଏଥର ବଜେଟରେ କେନ୍ଦ୍ର ସରକାର ଆରବିଆଇ ଓ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ ଗୁଡ଼ିକରୁ ୭୪ ହଜାର ୧୪୦ କୋଟି ଟଙ୍କା ଲାଭାଂଶ ଆଦାୟ ପାଇଁ ଲକ୍ଷ୍ୟ ରଖିଥିଲେ। ଆଗକୁ ଦେଶରେ ସାଧାରଣ ନିର୍ବାଚନ ଥିବାରୁ ଏହି ଅର୍ଥ କୃଷକଙ୍କ […]
ତାଲିବାନ ଏବଂ ଆଫଗାନ ଆର୍ମି ମଧ୍ୟରେ ଚାଲିଥିବା ଯୁଦ୍ଧ ଖବର ଉପରେ କଭର କରୁଥିବା ଫଟୋ ଜର୍ଣ୍ଣାଲିଷ୍ଟ ଦାନିଶ ସିଦ୍ଦିକୀଙ୍କୁ ହତ୍ୟା କଲେ ତାଲିବାନ।
ନୂଆଦିଲ୍ଲୀ: ନାଇଜେରିଆରେ ୫ ଭାରତୀୟଙ୍କୁ ଜଳଦସ୍ୟୁ ଅପହରଣ କରି ନେଇଛନ୍ତି। ସେମାନଙ୍କୁ ତୁରନ୍ତ ଠାବ କରିବାକୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ଅପହର୍ତ୍ତାଙ୍କ କବଳରୁ ମୁକ୍ତ କରିବା ପାଇଁ ନାଇଜେରିଆର ସର୍ବୋଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ଭାରତୀୟ ହାଇକମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୧୬ ଦିନ ହେଲା ଜଳଦସ୍ୟୁଙ୍କ ଦ୍ୱାରା ଅପହୃତ ୫ ନାବିକଙ୍କ ଏପର୍ଯ୍ୟନ୍ତ କୌଣସି ଖବର ମିଳୁନାହିଁ। ନାଇଜେରିଆ ନିକଟରେ ଏକ ଜାହାଜକୁ ଜଳଦସ୍ୟୁମାନେ ଅପହରଣ କରି ନେଇଥିଲେ। […]
ବେଙ୍ଗାଲୁରୁ: ଶ୍ରୀଲଙ୍କାରେ ଘଟିଥିବା ଭୟାନକ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଭାରତୀୟଙ୍କ ମଧ୍ୟରୁ ଆଜି ଭୋର୍ରେ ୪ ଜଣଙ୍କ ମରଶରୀର ଭାରତ ଫେରିଛି। ସୂଚନା ଅନୁସାରେ ବେଙ୍ଗାଲୁରୁ ବିମାନ ବନ୍ଦରରେ ଆସି ମର ଶରୀର ପହଞ୍ଚିଥିଲା। ମୃତକମାନେ କର୍ଣ୍ଣାଟକର ଜେଡିଏସ ଦଳର କର୍ମୀ ହୋଇଥିବା ବେଳେ ସେମାନଙ୍କ ପରିବାର ବର୍ଗ ଏବଂ ବହୁ ଜେଡିଏସ କର୍ମକର୍ତ୍ତା ସେଠାରେ ପହଞ୍ଚିଥିଲେ। କର୍ଣ୍ଣାଟକ ଗୃହମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଥିବା ବେଳେ ମୃତକଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏହା ପରେ ମୃତଦେହଗୁଡିକୁ […]
ନୂଆଦିଲ୍ଲୀ : ଆମେରିକାରେ ଭାରତୀୟ ଛାତ୍ରଛାତ୍ରୀଙ୍କ ଗିରଫ ନେଇ ଉଦ୍ବେଗ ପ୍ରକାଶ କରିଛି ଭାରତୀୟ ଦୂତାବାସ। ଛାତ୍ରଛାତ୍ରୀମାନଙ୍କୁ ସହାୟତା ପାଇଁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଉଲ୍ଲେଖନୀୟ ଯେ, ଦୁଇଦିନ ତଳେ ୧୨୯ଜଣ ଭାରତୀୟଙ୍କୁ ଗିରଫ କରାଯାଇଥିଲା। ନକଲି ବିଶ୍ୱବିଦ୍ୟାଳୟରେ ନାମଲେଖା ଅଭିଯୋଗର ତଦନ୍ତ କରି ଆମେରିକା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀମାନେ ଜାଣିଶୁଣି ଏଭଳି ଭାବେ ବିଶ୍ୱ ବିଦ୍ୟାଳୟରେ ନାମଲେଖାଇଥିଲେ ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ସେପଟେ ଛାତ୍ରଛାତ୍ରୀମାନଙ୍କୁ ଠକି ଦିଆଯାଇଛି ବୋଲି […]
ନୂଆଦିଲ୍ଲୀ : ଆମେରିକାରେ ନକଲି ବିଶ୍ୱବିଦ୍ୟାଳୟରେ ନାମଲେଖା ଅଭିଯୋଗରେ ୧୨୯ଜଣ ଭାରତୀୟଙ୍କୁ ଗିରଫ କରାଯାଇଛି। ଏକ ବିଶ୍ୱ ବିଦ୍ୟାଳୟରେ ନାମ ଲେଖା ଅଭିଯୋଗର ତଦନ୍ତ କରି ଆମେରିକା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀମାନେ ଜାଣିଶୁଣି ଏଭଳି ଭାବେ ବିଶ୍ୱବିଦ୍ୟାଳୟରେ ନାମଲେଖାଇଥିଲେ ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ସେପଟେ ଛାତ୍ରଛାତ୍ରୀମାନଙ୍କୁ ଠକି ଦିଆଯାଯାଇଛି ବୋଲି ସେମାନଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ତେବେ ଗିରଫ ହୋଇଥିବା ଭାରତୀୟ ନାଗରିକଙ୍କୁ ସହାୟତା ପାଇଁ ପ୍ରାଥମିକତା ଭିତ୍ତିରେ ବୈଦେଶିକ ମନ୍ତ୍ରାଳୟ […]
ପଶ୍ଚିମବଙ୍ଗ : ସାଧାରଣତନ୍ତ୍ର ଦିବସ ଅବସରରେ ବାଂଲାଦେଶୀ ଜବାନଙ୍କୁ ମିଠା ବାଣ୍ଟିଲେ ଭାରତୀୟ ବିଏସଏଫ୍ ଯବାନ। ଭାରତ-ବାଂଲାଦେଶ ସୀମା ପଶ୍ଚିମବଙ୍ଗର ଫୁଲବାରୀରେ ବାଂଲାଦେଶୀ ଯବାନଙ୍କୁ ମିଠା ପ୍ୟାକେଟ୍ ବାଣ୍ଟିଥିଲେ। ଭାରତ ସୀମା ଅତିକ୍ରମ କରି ବାଂଲାଦେଶୀ ସୁରକ୍ଷାକର୍ମୀଙ୍କ ସହ ସାଧାରଣତନ୍ତ୍ର ଦିବସର ଖୁସି ମନାଇଥିଲେ ଭାରତୀୟ ଯବାନ। ସେପଟେ ପଞ୍ଜାବର ଓ୍ୱାଘା ବର୍ଡରରେ ମଧ୍ୟ ଭାରତୀୟ ସେନା ପାକିସ୍ତାନୀ ଯବାନଙ୍କୁ ମିଠା ଖୁଆଇଥିଲେ। ଭାରତୀୟ ଜବାନ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ମିଠା ବାଣ୍ଟିଥିଲେ। […]
ଇସ୍ଲାମାବାଦ : ବାଲାକୋଟ୍ରେ ଭାରତୀୟ ବାୟୁସେନାର ଅତର୍କିତ ଆକ୍ରମଣ ପରେ ପାକିସ୍ତାନ ଛାନିଆ ହୋଇଯାଇଛି। ଏହି ସ୍ଥିତିର ମୁକାବିଲା ପାଇଁ ଆଜି ପାକିସ୍ତାନ ସଂସଦର ଜରୁରୀକାଳୀନ ମିଳିତ ଅଧିବେଶନ ଡକାଯାଇଛି। ଏଲ୍ଓସି ଉଲ୍ଲଂଘନ କରିଥିବା ଭାରତର ଆଚରଣକୁ ଉଚିତ୍ ଜବାବ୍ ଦିଆଯିବ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ୍ କ୍ୟୁରେସି କହିଛନ୍ତି। ଏମିତିକି ଭାରତ ବିରୋଧରେ ଜାତିସଂଘରେ ଫେରାଦ୍ ହେବାକୁ ମଧ୍ୟ ଇସ୍ଲାମାବାଦ ସଜବାଜ ହେଉଛି। ପାକିସ୍ତାନ ସେନା ମୁଖ୍ୟ, ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀଙ୍କ […]
ଜମ୍ମୁ : ଗତ କିଛି ଦିନ ମଧ୍ୟରେ ନିୟନ୍ତ୍ରଣ ରେଖାରେ ୫ ଜଣ ପାକିସ୍ତାନ ଯବାନଙ୍କୁ ଭାରତୀୟ ସେନା ହତ୍ୟା କରିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ପାକିସ୍ତାନ ଯବାନଙ୍କ ବିପକ୍ଷରେ ଭାରତୀୟ ଯବାନ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଉଛି। ଗଣମାଧ୍ୟମକୁ ସୂଚନା ଦେଇ ନର୍ଦନ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ରଣବୀର ସିଂହ ଏହି ସୂଚନା ଦେଇଛନ୍ତି। ତା ସହିତ ୨୦୧୮ ଭାରତୀୟ ଯବାନ ପାଇଁ ସଫଳତାର ବର୍ଷ ଥିଲା ବୋଲି ସେ କହିଛନ୍ତି। ଗତବର୍ଷ ୨୫୦ […]
ନୂଆଦିଲ୍ଲୀ: ଭାରତର ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ ତେଜସ୍ ବା LCA ତେଜସ୍ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ପ୍ରସ୍ତୁତ। ଅସ୍ତ୍ରଶସ୍ତ୍ର ସହିତ ବାୟୁସେନାରେ ସାମିଲ ପାଇଁ ଏହାକୁ ମଞ୍ଜୁରୀ ମିଳିଛି। ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ-୨୦୧୯ର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବାୟୁସେନାର ମୁଖ୍ୟ ଏୟାର ମାର୍ଶଲ ବୀରେନ୍ଦ୍ର ସିଂହ ଧନୋଆଙ୍କୁ ଚୂଡ଼ାନ୍ତ ଅପରେସନାଲ୍ କ୍ଲିୟରାନ୍ସ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ବାୟୁସେନା ତଥା ଦେଶର ପ୍ରତିରକ୍ଷା ଇତିହାସରେ ଏହା ଏକ ମାଇଲ୍ଖୁଣ୍ଟ ବୋଲି […]
ପାରାଦୀପ : ଗଭୀର ସମୁଦ୍ର ଭିତରରୁ ମିଳିଥିବା ବୋଟ୍ ଡ୍ରାଇଭରଙ୍କ ମୃତଦେହ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ଭାରତୀୟ ତଟରକ୍ଷୀ ବାହିନୀ। କୋଷ୍ଟଗାର୍ଡ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି, ଗତକାଲି ରାତି ପ୍ରାୟ ୯ଟା ୨୦ ବେଳେ ଗହିରମଥା ଉପକୂଳରେ ପାଟ୍ରୋଲିଂ ବେଳେ ଏକ ସନ୍ଦିଗ୍ଧ ଟ୍ରଲର୍ ଠାବ କରାଯାଇଥିଲା। ତଟରକ୍ଷୀ ବାହିନୀର ପାଟ୍ରୋଲିଂ ଜାହାଜ ଏହାକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା। ତେବେ ଟ୍ରଲର୍ଟି ନ ଅଟକି ଏହା ଦିଗ ବଦଳାଇ ପଳାଇବାକୁ […]
ପାରାଦୀପ : ଅାସନ୍ତା ଡିସେମ୍ବର ୪ରେ ଭାରତୀୟ ନୌସେନା ପାଳନ କରିବ। ନୌସେନା ଦିବସ ଏହାର ଅବ୍ୟବହିତ ପୂର୍ବରୁ ପାରାଦୀପରେ ପହଞ୍ଚିଛି ଭାରତୀୟ ନୌସେନାର ୨ଟି ଯୁଦ୍ଧ ଜାହାଜ ସୁମେଧା ଓ ତିହାୟୁ। ଏହାକୁ ଦେଖିବାକୁ ଜନସାଧାରଣଙ୍କ ଭିଡ଼ ଲାଗିଛି। ପାରାଦୀପରେ ଗଭୀର ସମୁଦ୍ରରେ ଦେଶର ଜଳସୀମାରେ ନୌସେନା କିପରି ପ୍ରତିକୁଳ ପରିସ୍ଥିତିରେ ଦେଶର ସୁରକ୍ଷା ପାଇଁ କାର୍ଯ୍ୟ କରେ, ତାକୁ ଜାଣିବାକୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଯାଉଛି। ସୁମେଧା ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ […]
ଶ୍ରୀନଗର: ଭାରତୀୟ ସେନାର ଏକ ଘାଟି ଉପରକୁ ପାକିସ୍ତାନୀ ସେନାର ବଡ଼ ଧରଣର ଆକ୍ରମଣକୁ ଭାରତୀୟ ସେନା ପଣ୍ଡ କରି ଦେଇଛନ୍ତି। ଜମ୍ମୁ ଓ କଶ୍ମୀର ନୌଗାମ୍ ସେକ୍ଟରର ନିୟନ୍ତ୍ରଣ ରେଖାକୁ ଅତିକ୍ରମ କରିବା ଲାଗି ଗତକାଲି ପାକିସ୍ତାନୀ ବର୍ଡର ଆକ୍ସନ ଟିମ୍ର ଏକ ଟିମ୍ ଉଦ୍ୟମ କରିଥିଲେ। କିନ୍ତୁ ଭାରତୀୟ ସେନା ସେମାନଙ୍କର ଏହି ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରି ଦେଇଥିଲେ। ଦୀର୍ଘ ସମୟ ଧରି ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ […]
ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି। ଏପରିକି ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ମଧ୍ୟ ଚିହ୍ନଟ ହେଉଛନ୍ତି। ଏଭଳି ସ୍ଥିତିରେ ଯାତ୍ରୀମାନଙ୍କର ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ରେଲୱେ ସ୍ୱତନ୍ତ୍ର କୋଚ୍ ନିର୍ମାଣ କରିଛି। ଏହି କୋଚରେ ଏମିତି କିଛି ସୁବିଧା ଅଛି, ଯାହାଦ୍ୱାରା ଯାତ୍ରୀମାନଙ୍କୁ କୋଭିଡ୍-୧୯ ଭାଇରସ୍ ସଂକ୍ରମଣରୁ ରକ୍ଷା ପାଇବାରେ ସହାୟତା ମିଳିବ। Post-COVID Coach 🚋: Indian Railways creates a unique coach, with design […]
ନୂଆଦିଲ୍ଲୀ: ଭାରତୀୟ ରେଲୱେ ଆଉଏକ ଉପଲବ୍ଧି ନିଜ ନାଁରେ କରିବାକୁ ଯାଉଛି। କଶ୍ମୀରରେ ଭାରତୀୟ ରେଲୱେ ଦେଶର ପ୍ରଥମ କେବୁଲ୍ ରେଳ ବ୍ରିଜ୍ ନିର୍ମାଣ କରୁଛି। କଟରା-ବନିହାଲ୍ ରେଲୱେ ଟ୍ରାକରେ ଦେଶର ଏହି ପ୍ରଥମ କେବୁଲ୍ ରେଳ ବ୍ରିଜ୍ ନିର୍ମାଣଧୀନ ଅଛି। ଜମ୍ମୁ-କଶ୍ମୀରରେ ଥିବା ମାତା ବୈଷ୍ଣୋ ଦେବୀଙ୍କ ବେସ୍ କ୍ୟାମ୍ପ୍ କଟରା ଓ ରିୟାସି ମଧ୍ୟରେ ଏହି ଅଞ୍ଜି ବ୍ରିଜ୍ ନିର୍ମାଣ କରାଯାଉଛି। Connecting India 🌉: Magnificent Anji Khad Bridge, India's 1st […]
କାଠମାଣ୍ଡୁ: ସୀମା ବିବାଦ ପରେ ନେପାଳ କଡ଼ା କାର୍ଯ୍ୟାନୁଷ୍ଠାନ ପୂର୍ବକ ଭାରତୀୟ ଘରୋଇ ନ୍ୟୁଜ୍ ଟିଭି ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିବା ଏଏନଆଇ ଟ୍ୱିଟ୍ରୁ ଜଣାପଡ଼ିଛି। ଏଏନଆଇ ଟ୍ୱିଟ୍ କରିଛି ଯେ, ନେପାଳର କେବୁଲ୍ ଟିଭି ଅପରେଟରମାନେ ଭାରତୀୟ ନ୍ୟୁଜ୍ ଚ୍ୟାନେଲର ପ୍ରସାରଣ ବନ୍ଦ କରିଦେଇଛନ୍ତି। ତେବେ ନେପାଳ ସରକାର ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ନିର୍ଦ୍ଦେଶାନାମା ଜାରି ହୋଇନାହିଁ। Nepali Cable TV providers tell ANI, signals for Indian news […]
ନୂଆଦିଲ୍ଲୀ: ସୀମାରେ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ଭାରତୀୟ ବାୟୁସେନା ପକ୍ଷରୁ ଜୋରଦାର ପ୍ରସ୍ତୁତି ଦେଖିବାକୁ ମିଳିଛି। ଭାରତ-ଚୀନ୍ ସୀମାରେ ଗତକାଲି ଏକାଧିକ ଲଢ଼ୁଆ ଯୁଦ୍ଧ ବିମାନ ଉଡ଼ାଇ ଏହି ସଙ୍କେତ ଦେଇଛି ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲଦାଖ ଗସ୍ତର ଦୁଇ ଦିନ ପରେ ଭାରତ-ଚୀନ ସୀମାର ଫରୱାର୍ଡ ଏୟାର ବେସରେ ଆଜି ବାସୁସେନାର ଲଢ଼ୁଆ ଯୁଦ୍ଧ ବିମାନ ସୁଖୋଇ-୩୦, ଆପାଚି ଆକ୍ରମଣକାରୀ ହେଲିକପ୍ଟର ଉଡ଼ିବା ସହ ଏୟାର ଅପରେସନ ଜାରି ରଖିଛି। #WATCH Indian […]