Advertisment

ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତ କରୋନା ପଜିଟିଭ୍ ଚିହ୍ନଟ

ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ୨୩ ଜଣ ଭାରତୀୟ ଖେଳାଳି ଇଂଲଣ୍ଡ ଗସ୍ତରେ ଅଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତ କରୋନା ପଜିଟିଭ୍ ଚିହ୍ନଟ 

Rishabh Pant

ଲଣ୍ଡନ: ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ୨୩ ଜଣ ଭାରତୀୟ ଖେଳାଳି ଇଂଲଣ୍ଡ ଗସ୍ତରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଓ୍ୱିକେଟ କିପର୍‌-ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଜୁନ୍‌ ୨୯ରେ ଋଷଭ ୟୁରୋ ୨୦୨୦ ପ୍ରି କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ ଦେଖିବାକୁ ଯାଇଥିଲେ। ଇଂଲଣ୍ଡ-ଜର୍ମାନୀ ମଧ୍ୟରେ ଏହି ମ୍ୟାଚ୍‌ ହୋଇଥିଲା। ସେ ଏହି ମ୍ୟାଚ୍‌ ଦେଖିବାକୁ ଯାଇଥିଲେ ବୋଲି ଋଷଭ ପରେ ନିଜ ଟ୍ୱିଟର ଆକାଉଣ୍ଟରେ କିଛି ସାଙ୍ଗଙ୍କ ସହ ଫଟୋ ଶେଆର କରିଥିଲେ। ଲୋକଙ୍କ ଗହଳି ହୋଇଥିବା ବେଳେ ଋଷଭ ସାଙ୍ଗମାନଙ୍କ ସହ ବସିଥିବା ଫଟୋରେ ଦେଖିବାକୁ ମିଳିଥିଲା। 

Advertisment

ସୂଚନା ଅନୁସାରେ, ହନୁମା ବିହାରୀ ଓ ଜସ୍‌ପ୍ରୀତ ବୁମ୍‌ରାହ ମଧ୍ୟ ୟୁରୋ ୨୦୨୦ ଫୁଟ୍‌ବଲ୍‌ ମ୍ୟାଚ୍‌ ଦେଖିବାକୁ Wembley ଯାଇଥିଲେ। ବର୍ତ୍ତମାନ ଋଷଭ କ୍ୱାରେଣ୍ଟିନରେ ଥିବା ଜଣାପଡ଼ିଛି। ଯଦିଓ ବିସିସିଆଇଏନେଇ କୌଣସି ବିବୃତ୍ତି ଦେଇ ନାହିଁ ହେଲେ ଋଷଭ ପନ୍ତ ସପ୍ତାହକ ପୂର୍ବେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଜୁଲାଇ ୧୮ରେ ପୁଣିଥରେ ତାଙ୍କର କରୋନା ଟେଷ୍ଟ କରାଯିବ। ସେ ଟିମ୍‌ ସହ ଡରହମ୍‌ ଟ୍ରାଭେଲ କରିବେ ନାହିଁ ।

Advertisment

ବିସିସିଆଇର ସେକ୍ରେଟାରୀ ଜୟ ଶାହ ଏକ ଇ-ମେଲ ମାଧ୍ୟମରେ ଜନ ଗହଳି ସ୍ଥାନକୁ ନଯିବାକୁ ସମସ୍ତ ଖେଳାଳିଙ୍କୁ ପରାମର୍ଶ ଦେଇଛନ୍ତି। ସୂଚନାଥାଉ କି, ଅଗଷ୍ଟ-ସେପ୍ଟେମ୍ବରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ମୋଟ୍ ୫ଟି ଟେଷ୍ଟ ମ୍ୟାଚ୍‌ ସିରିଜ୍‌ ଖେଳାଯିବ। 

ଏହାପୂର୍ବରୁ ଶ୍ରୀଲଙ୍କା କ୍ରିକେଟ ଟିମ୍‌ର ୨ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଫଳରେ ଭାରତ-ଶ୍ରୀଲଙ୍କା ସୀମିତ ଓଭର ସିରିଜ ୧୩ ବଦଳରେ ଜୁଲାଇ ୧୮ରେ ଖେଳାଯିବ। ଶ୍ରୀଲଙ୍କାର ବ୍ୟାଟିଂ କୋଚ୍ ଗ୍ରାଣ୍ଟ୍‌ ଫ୍ଲାୱାର ଓ ଡାଟା ଆନାଲିଷ୍ଟ ଜିଟି ନିରୋଶାନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗ୍ରାଣ୍ଟ୍‌ ଓ ନିରୋଶାନ୍ ଇଂଲଣ୍ଡ ଗସ୍ତରୁ ଫେରିବା ପରେ କରୋନା ଟେଷ୍ଟ କରାଇଥିଲେ ଓ ସେମାନଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା। ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ ୩ଟି ଲେଖାଏ ଦିନିକିଆ ଓ ଟି-୨୦ ସିରିଜ୍ ଖେଳିବ। ଏହି ସିରିଜରେ ଟିମ୍‌ ଇଣ୍ଡିଆର ନେତୃତ୍ୱ ଶିଖର ଧୱନ ନେଉଥିବା ବେଳେ ରାହୁଲ ଦ୍ରାବିଡ କୋଚ୍‌ ରହିଛନ୍ତି। 

COVID19 Cricket Rishabh Pant
Advertisment
Advertisment