ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ହେବାର ସମ୍ଭାବନା ରହିଥିବାରୁ ଭାରତର ବେସାମରିକ ବିମାନ ନିୟାମକ ଡିଜିସିଏ ପକ୍ଷରୁ ଭାରତୀୟ ବିମାନ ଉଡ଼ାଣ ନେଇ କଟକଣା ଜାରି କରାଯାଇଛି। ଶୁକ୍ରବାର ଆମେରିକାର ଉଡ଼ାଣ ନିୟନ୍ତ୍ରକ ଫେଡେରାଲ ଆଭିଏସନ୍ ଆଡମିନ୍ଷ୍ଟ୍ରେସନ୍ ମଧ୍ୟ ଏଭଳି ଏକ ନୋଟିସ୍ ଜାରି କରିଥିଲା। ଡିଜିସିଏ ଗତକାଲି ଟ୍ୱିଟରରେ କହିଛି, ଯାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ବିମାନ ସେବା ପ୍ରଦାନକାରୀଙ୍କୁ ଇରାନର ଆକାଶ ଦେଇ ଉଡ଼ାଣ ନ କରିବାକୁ କୁହାଯାଇଛି। […]
ଇସଲାମାବାଦ: ସୌଜନ୍ୟତା ଭୁଲିଗଲା ପାକିସ୍ତାନ। ଇସଲାମାବାଦରେ ଥିବା ଭାରତୀୟ ଦୂତାବାସର ଅତିଥିଙ୍କୁ ଧମକ ଦେଖାଇ ଭାରତ ପ୍ରତି ନିଜର ଅସଲ ଆଭିମୁଖ୍ୟ ପାକିସ୍ତାନ ପ୍ରଶାସନ ଦେଖାଇଛି। ଗତକାଲି ଭାରତୀୟ ଦୂତାବାସ ପକ୍ଷରୁ ଇଫତାର ପାର୍ଟିର ଆୟୋଜନ ହୋଇଥିଲା। ଏହି ପାର୍ଟିରେ ଯୋଗ ଦେବା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଅନେକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତେବେ ନିମନ୍ତ୍ରିତ ଅତିଥିଙ୍କୁ ନ ଆସିବା ପାଇଁ ପାକିସ୍ତାନର ସୁରକ୍ଷା ଅଧିକାରୀ ଏକ ଗୁପ୍ତ ନମ୍ୱରରୁ କଲ୍ କରି ଧମକ ଦେଉଥିବା […]
ନୂଆଦିଲ୍ଲୀ : ଭାରତୀୟଙ୍କ ମସ୍ତିଷ୍କ ଅନ୍ୟ ଦେଶର ବ୍ୟକ୍ତିଙ୍କଠାରୁ ଛୋଟ। ଉଚ୍ଚତା, ଚଉଡ଼ା ଓ ଆୟତନରେ ମଧ୍ୟ ଭାରତୀୟଙ୍କ ମସ୍ତିଷ୍କ ଛୋଟ ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି। ହାଇଦ୍ରାବାଦ୍ର ସ୍ଥିତ ଇଣ୍ଟର୍ନ୍ୟାସ୍ନାଲ୍ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି ପକ୍ଷରୁ ପ୍ରଥମଥର ପାଇଁ ଭାରତୀୟଙ୍କ ବ୍ରେନ୍ ଆଟଲାସ୍ ପ୍ରସ୍ତୁତ କରାଯାଇଛି। ଏହି ବ୍ରେନ୍ ଆଟଲାସ୍ ଦ୍ୱାରା ଅଲ୍ଜାଇମର୍ ଓ ଡିମେନ୍ସିଆ ପରି ଅନ୍ୟ ମସ୍ତିଷ୍କଜନିତ ରୋଗ ଚିହ୍ନଟ କରିବା ସହଜ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଗବେଷଣାରେ ପ୍ରକାଶ ପାଇଥିବା […]
ନୂଆଦିଲ୍ଲୀ: ମିସାଇଲ ଡିଫେନ୍ସ ସିଷ୍ଟମ S-400 ଖୁବ୍ ଶୀଘ୍ର ଭାରତକୁ ହସ୍ତାନ୍ତର କରିବ ଋଷିଆ। ଏ ନେଇ ଋଷ ଉପ ପ୍ରଧାନମନ୍ତ୍ରୀ ୟୁରି ବାରିସୋଭ ସୂଚନା ଦେଇଛନ୍ତି । ଏ ନେଇ ଭାରତ ଠାରୁ ଅଗ୍ରୀମ ଅର୍ଥ ମିଳିସାରିଛି । ଆଗାମୀ ଦେଢ ବର୍ଷ ମଧ୍ୟରେ ନିର୍ଦ୍ଧାରିତ ସମୟରେ ଏହି କ୍ଷେପଣାସ୍ତ୍ର ସୁରକ୍ଷା ପ୍ରଣାଳୀକୁ ଭାରତକୁ ଯୋଗାଇ ଦିଆଯିବ ବୋଲି ବାରିସୋଭ କହିଛନ୍ତି । ଏହି ବ୍ୟବସ୍ଥା ହାସଲ କରିବା ଲାଗି ଭାରତ ଋଷକୁ ୫.୪୩ ବିଲିୟନ […]
ଶ୍ରୀନଗର: ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚାଲିଥିବା ବେଳେ ଭାରତୀୟ ବାୟୁସେନାରେ ଆଜି ସାମିଲ୍ ହୋଇଛି ଆମେରିକା ନିର୍ମିତ ୮ଟି ‘ଆପାଚ୍’ ହେଲିକପ୍ଟର। ପଠାନକୋଟ୍ ଏୟାରବେସରେ ବାୟୁସେନା ପ୍ରମୁଖଙ୍କ ଉପସ୍ଥିତିରେ ଆପାଚ୍ ଏଚ୍-୬୪ଇ ହେଲିକପ୍ଟର ସାମିଲ୍ ହୋଇଛି। ସୂଚନାଯୋଗ୍ୟ, ୨୦୧୬ରେ ଆତଙ୍କବାଦୀ ଏହି ଏୟାରବେସରେ ନିକଟରେ ଥିବା ସେନା କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ବାୟୁସେନାରେ ସାମିଲ୍ ହେବା ପୂର୍ବରୁ ନଡ଼ିଆ ଫଟା ଯାଇ ପାରମ୍ପରିକ ଭାବରେ ଏହାକୁ ବାୟୁସେନାରେ ସାମିଲ୍ କରାଯାଇଥିଲା। Punjab: […]
ଟୋକିଓ: ଭାରତୀୟ ପୁରୁଷ ହକି ଟିମ୍ ଏଠାରେ ଚାଲିଥିବା ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟ ଟାଇଟଲ୍ ଜିତିଛି। ବୁଧବାର ଓଇ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଭାରତ ୫-୦ ଗୋଲରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଚାମ୍ପିୟନ୍ ହୋଇଛି। ଏଥିସହ ଭାରତ ରାଉଣ୍ଡ୍ ରବିନ୍ ଲିଗ୍ ପର୍ଯ୍ୟାୟରେ ନ୍ୟୁଜିଲ୍ୟାଣ୍ଡଠାରୁ ମିଳିଥିବା ପରାଜୟର ମଧୁର ପ୍ରତିଶୋଧ ନେବାରେ ମଧ୍ୟ ସଫଳ ହୋଇଛି। ଆଜି ମ୍ୟାଚରେ ଭାରତ ପକ୍ଷରୁ ହରମନପ୍ରୀତ ସିଂହ (ସପ୍ତମ), ଶମଶେର୍ ସିଂହ (୧୮ତମ), ନୀଳକଣ୍ଠ ଶର୍ମା (୨୨ତମ) ଗୁରସାହିବଜିତ୍ ସିଂହ (୨୬ତମ) […]
ନୂଆଦିଲ୍ଲୀ:ଅଗଷ୍ଟ ୧୯ ଅର୍ଥାତ ଗତକାଲି ଥିଲା ବିଶ୍ୱ ଫଟୋଗ୍ରାଫି ଦିବସ। ଏହି ଅବସରରେ ଆପଲ୍ କମ୍ପାନୀ ସିଇଓ ଟିମ୍ କୁକ୍ ତାଙ୍କ ଟ୍ୱିଟରରେ ୫ଟି ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି। ଏଇ ସମସ୍ତ ଫଟୋ ଆଇଫୋନରେ ଉଠାଯାଇଛି। ସବୁଠାରୁ ଖୁସି କଥା ହେଲା ଏହି ୫ଟି ଫଟୋ ମଧ୍ୟରୁ ଗୋଟିଏ ଫଟୋ ଭାରତୀୟ ଫଟୋଗ୍ରାଫରଙ୍କର। ଭାରତୀୟ ଫଟୋଗ୍ରାଫର ବରୁଣ ଆଦିତ୍ୟଙ୍କ ଏହି ଫଟୋ କୁକ୍ ତାଙ୍କ ଟ୍ୱିଟରରେ ଶେୟାର କରି ତଳେ ଲେଖଛନ୍ତି ‘ କେନ୍ୟାର ଏମ୍ବୋସେଲିରେ ହାତୀଙ୍କ […]
ନୂଆଦିଲ୍ଲୀ: ଗତକାଲି ଭାରତୀୟ ଯବାନ ପାକିସ୍ତାନର ୩ ଯବାନଙ୍କ ମୁଣ୍ଡ ଗଡ଼ାଇଥିଲେ। ଏହାପରେ ପାକିସ୍ତାନ ଦାବି କରିଥିଲା ଯେ ୫ ଭାରତୀୟ ଯବାନ ମଧ୍ୟ ପାକିସ୍ତାନ ସେନାର ଗୁଳିରେ ନିହତ ହୋଇଛନ୍ତି। ପାକିସ୍ତାନର ଏଭଳି ଅଭିଯୋଗକୁ ଭାରତୀୟ ସେନା ଭିତ୍ତିହୀନ କହିବା ସହିତ ଖଣ୍ଡନ କରିଛି। ସୂଚନାଯୋଗ୍ୟ, ଗତକାଲି ଦେଶରେ ସ୍ୱାଧୀନତା ଦିବସ ପାଳନ ହେଉଥିବା ବେଳେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଯାହାର କଡ଼ା ଜବାବ ଦେଇଥିଲେ ଭାରତୀୟ ସେନା। ଏଥିରେ ୩ ପାକିସ୍ତାନୀ […]
ଇସ୍ଲାମାବାଦ: ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଆରମ୍ଭ କରିଥିବା ତା’ର ଭାରତ ବିରୋଧୀ ଅଭିଯାନ ଜାରି ରଖିଛି। ଏହିକ୍ରମରେ ଆଜି ପାକିସ୍ତାନ ସରକାର ଭାରତରେ ପ୍ରଡ୍ୟୁସ ହୋଇଥିବା ସମସ୍ତ ପ୍ରକାରର ବିଜ୍ଞାପନ ଓ ଯେଉଁ ବିଜ୍ଞାପନରେ ଭାରତୀୟ କାଳକାର ଅଭିନୟ କରିଛନ୍ତି, ତା’ ଉପରେ ବ୍ୟାନ୍ ଲଗାଇଛି। ଏ ସମ୍ପର୍କରେ ପାକିସ୍ତାନ ଇଲେକଟ୍ରୋନିକ ମିଡିଆ ରେଗୁଲେଟୋରୀ ଅଥରିଟି (ପିଇଏମଆରଏ) ପକ୍ଷରୁ ଘୋଷଣା କରାଯାଇଛି। ପିଇଏମଆରଏ ପକ୍ଷରୁ କୁହାଯାଇଛି ଯେ, “ପିଇଏମଆରଏ ସଂଶୋଧନ ଆଇନ୍ ୨୦୦୨ର ସେକସନ୍ […]
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ବିଚଳିତ ପାକିସ୍ତାନ ସମରସଜ୍ଜା ଆରମ୍ଭ କରୁଥିବା ଖବର ସାମ୍ନାକୁ ଆସିଛି। ସୀମା ସେପଟେ ପାକିସ୍ତାନ ସେନା ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ବିମାନ ଖଞ୍ଜୁ ଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ ପାକିସ୍ତାନର ଯଦି ଭାରତ ବିରୋଧରେ କୌଣସ ଦୁଃସାହାସ କରେ, ତା’ହେଲେ ଏହାର ଦୃଢ଼ ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ ବୋଲି ଆଜି ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପନ ରାୱତ କହିଛନ୍ତି। […]
ନୂଆଦିଲ୍ଲୀ: ନବନିର୍ବାଚିତ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିଶ ଜନ୍ସନଙ୍କ କ୍ୟାବିନେଟ୍ରେ ଭାରତୀୟ। ଜଣେ କି ଦୁଇ ଜଣ ନୁହେଁ, ୩ ଜଣ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍ କ୍ୟାବିନେଟ୍ରେ ସ୍ଥାନ ପାଇଛନ୍ତି। କ୍ୟାବିନେଟ୍ରେ ସ୍ଥାନ ପାଇଥିବା ୩ ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରେ ଅଛନ୍ତି ପ୍ରୀତି ପଟେଲ। ତାଙ୍କ ପରିବାର ଓ ସମ୍ପର୍କୀୟ ଗୁଜରାଟ ଅଞ୍ଚଳର। ବ୍ରିଟିଶ କ୍ୟାବିନେଟ୍ରେ ତାଙ୍କୁ ମିଳିଛି ଗୃହମନ୍ତ୍ରୀ ଦାୟିତ୍ୱ । ଏହା ପୂର୍ବରୁ କୌଣସି ଭାରତୀୟ ବଂଶୋଦ୍ଭବଙ୍କୁ ବ୍ରିଟିଶ ସରକାରରେ ଏପରି ଗୁରୁ ଦାୟିତ୍ୱ ଦିଆଯାଇ ନ […]
ଚେନ୍ନାଇ:ଚେନ୍ନାଇର ଏଇ ଯୁବକଙ୍କୁ ନେଇ ଆଜି ସବୁ ଆଡେ ଚର୍ଚ୍ଚା। ସେମିତି କିଛି କାମ ବି ସେ କରିଛନ୍ତି। ନିକଟରେ ସୋସାଲ ମିଡିଆ ଇନ୍ଷ୍ଟାଗ୍ରାମରେ ଥିବା ବଡ ଧରଣର ତ୍ରୁଟିକୁ ସେ ଖୋଜି ବାହାର କରିଛନ୍ତି। ଏହି କାମ ପାଇଁ ତାଙ୍କୁ ପୁରସ୍କାର ସ୍ୱରୂପ ୩୦ ହଜାର ଡଲାର (୨୦ ଲକ୍ଷ ଟଙ୍କା) ଦିଆଯାଇଛି। ଯୁବକଙ୍କ ନାଁ ଲକ୍ଷ୍ମଣ ମୁଥୈୟା। ସେ ଜଣେ ସିକ୍ୟୁରିଟି ରିସର୍ଚ୍ଚର। ଲକ୍ଷ୍ମଣ କହିଥିଲେ ଯେ, ଇନ୍ଷ୍ଟାଗ୍ରାମରେ ଥିବା ଏହି ତ୍ରୁଟି ଯୋଗୁ […]
କଟକ: ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନଶିପ୍ ଫାଇନାଲରେ ପହଞ୍ଚିଛି ଭାରତୀୟ ମହିଳା ଟିମ୍। ସିଙ୍ଗାପୁରକୁ ୩-୦ ରେ ପରାସ୍ତ କରି ଭାରତୀୟ ମହିଳା ଟିମ୍ ଏହି ସଫଳତା ପାଇଛି। ମହିଳା ଟିମ୍ ୱେଲସ୍,ମାଲେସିଆ ଓ ନାଇଜେରିଆକୁ ପରାସ୍ତ କରି ଗ୍ରୁପ୍ ଟପ୍ପର ହୋଇଥିଲା। ଅନ୍ୟ ଏକ ସେମିଫାଇନାଲରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ନାଇଜେରିଆ। ଏହି ଦୁଇ ଟିମ୍ ମଧ୍ୟରୁ ଯିଏ ଜିତିବ, ସେ ଫାଇନାଲରେ ଭାରତକୁ ଭେଟିବ। ପୁରୁଷ ବିଭାଗରେ ମଧ୍ୟ ଭାରତୀୟ ଟିମ୍ ସେମି […]
ନୂଆଦିଲ୍ଲୀ: ସୀମାନ୍ତରେ ଦୁଇ ଦେଶ ଭାରତ-ପାକିସ୍ତାନ ମୁହାଁମୁହିଁ ସ୍ଥିତିରେ। ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପରେ ଅତିଷ୍ଠ ହୋଇପଡ଼ିଲାଣି ଭାରତ। ହାତରେ ବନ୍ଧୁକ ଧରି ଖରା, ବର୍ଷା, ଶୀତରେ ଛିଡ଼ା ହୋଇଛନ୍ତି ଭାରତୀୟ ଯବାନ ପାକ୍ ସେନାର ମୁକାବିଲା କରିବା ପାଇଁ। ବନ୍ଧୁକ ହାତରେ ଧରିଲେ ବି ମାନବିକତା ଭୁଲିନାହାନ୍ତି ଭାରତୀୟ ସେନା । ସେଥିପାଇଁ ପ୍ରୋଟୋକଲ ଭାଙ୍ଗି ପାକିସ୍ତାନ ପ୍ରତି ବଢାଇଛନ୍ତି ସହାୟତାର ହାତ। ଭାରତ-ପାକ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନର ଏକ ଗାଁର ୭ବର୍ଷର ଏହି ଶିଶୁ […]
ନୂଆଦିଲ୍ଲୀ: କଳା ଟଙ୍କା ଉପରେ ମୋଦି ସରକାର ନେଇଥିବା ପଦକ୍ଷେପ ଏବେ ଆହୁରି ପ୍ରଭାବୀ ହୋଇଛି। ସ୍ୱିଜରଲ୍ୟାଣ୍ଡର ସ୍ୱିସ୍ ବ୍ୟାଙ୍କରେ ଥିବା ଭାରତୀୟଙ୍କ ଆକାଉଣ୍ଟ ବାବଦରେ ସ୍ୱିଜରଲ୍ୟାଣ୍ଡ ସରକାର ଭାରତ ସରକାରଙ୍କୁ ସମସ୍ତ ସୂଚନା ଦେବେ। ସେପ୍ଟେମ୍ୱର ସୁଦ୍ଧା ସମସ୍ତ ତଥ୍ୟ ଦେବେ ଏବଂ ଏଥିପାଇଁ ସ୍ୱିଜରଲ୍ୟାଣ୍ଡ ସଂସଦରେ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ଏହି ନିଷ୍ପତ୍ତି ପରେ ଦେଶର ଫରେନ୍ ଟ୍ୟାକ୍ସେସନ ଆଣ୍ଡ ଟ୍ୟାକ୍ସ ରିସର୍ଚ୍ଚ ଅଧିକାରୀ କହିଛନ୍ତି ସରକାର ଏଥିପାଇଁ ସମସ୍ତ […]
ଲଣ୍ଡନ: ବିଶ୍ୱକପରେ ବିରାଟ କୋହଲିଙ୍କ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ ଜାରି ରହିଛି। ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍ ହାରିନାହିଁ। ଗୁରୁବାର ଖେଳାଯାଇଥିବା ମ୍ୟାଚରେ ବିରାଟ କୋହଲିଙ୍କ ଟିମ୍ ୱେଷ୍ଟଇଣ୍ଡିଜକୁ ୧୨୫ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଥିଲା। ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ମାଇକେଲ୍ ଭନଙ୍କ ସମେତ ଭାରତର ଅନେକ କ୍ରିକେଟର୍ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ଭନ୍ ଭାରତୀୟ କ୍ରିକେଟ୍ ଟିମକୁ ପ୍ରଶଂସା କରିଛନ୍ତି, ‘ ମୁଁ ମୋର ପୂର୍ବ କଥାରେ […]
ଅମୃତସର: ମହାରାଜ ରଣଜିତ ସିଂହଙ୍କ ଶ୍ରାଦ୍ଧ ବାର୍ଷିକ ପାଳନ ପାଇଁ ପାକିସ୍ତାନ ଯିବାକୁ ଚାହୁଁଥିବା ୫୮ ଜଣ ଭାରତୀୟ ଶିଖ୍ ସଂପ୍ରଦାୟର ଲୋକଙ୍କୁ ପାକିସ୍ତାନ ସରକାର ଭିସା ଦେବାକୁ ମନା କରିଦେଇଛନ୍ତି। ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସଜିପିସି) ପକ୍ଷରୁ ୨୮୨ ଜଣଙ୍କ ପାଇଁ ଭିସା ଆବେଦନ କରାଯାଇଥିଲା। ହେଲେ ପାକିସ୍ତାନ ସରକାର କେବଳ ୨୨୪ ଜଣଙ୍କ ଭିସା ଆବେଦନକୁ ମଞ୍ଜୁରୀ ଦେଇଛନ୍ତି। ତେବେ କ’ଣ ପାଇଁ ୫୮ ଜଣଙ୍କ ଭିସା ଆବେଦନକୁ ରଦ୍ଦ କରାଗଲା, ସେ […]
ଲର୍ଡ୍ସ: ଭାରତ ଓ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ମଧ୍ୟରେ ଖେଳ ମଇଦାନରେ ଯେତେବେଳେ କୌଣସି ମୁକାବିଲା ହୋଇଥାଏ, ସେହି ସମୟରେ ଦୁଇ ଦେଶର ପ୍ରଶଂସକଙ୍କ ମଧ୍ୟରେ ଏକ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖିବାକୁ ମିଳିଥାଏ। ପ୍ରଶଂସକ ଗ୍ରାଉଣ୍ଡ ଭିତରେ ସାମ୍ନାସାମ୍ନି ନିଜ ନିଜର ଦେଶକୁ ସମର୍ଥନ କରନ୍ତି, କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ପାକିସ୍ତାନକୁ ଭାରତର ସହଯୋଗ ମିଳିଥିଲା। #SpiritOfCricket ? #CWC19 pic.twitter.com/CKgnDEAWBF — Cricket World Cup (@cricketworldcup) 23 June 2019 ଐତିହାସିକ […]
ନ୍ୟୁୟର୍କ: ଆମେରିକାରେ ୪ ପ୍ରବାସୀ ଭାରତୀୟ ହତ୍ୟାର ଶିକାର ହୋଇଛନ୍ତି। ଘର ଭିତରେ ଏହି ହତ୍ୟାକାଣ୍ଡ ହୋଇଛି। ଆମେରିକାର ଆଇଓଓ୍ୱା ରାଜ୍ୟର ଓ୍ୱେଷ୍ଟ ଡେସ ମୋଇନେସରେ ଏହି ଅଭାବନୀୟ ଘଟଣା ଘଟିଛି। ଏ ନେଇ ସ୍ଥାନୀୟ ପୁଲିସ ସୂଚନା ଦେଇଛି। ମୃତକମାନେ ହେଲେ ୪୪ ବର୍ଷୀୟ ଚନ୍ଦ୍ରଶେଖର ସୁନକର, ୪୧ ବର୍ଷୀୟ ଲାବନ୍ୟ ଏବଂ ଦୁଇ ପୁଅ ଜଣଙ୍କର ବୟସ ୧୫ ଏବଂ ଅନ୍ୟଜଣଙ୍କର ବୟସ ୧୦ ବର୍ଷ। ଏ ସମସ୍ତେ ଆନ୍ଧ୍ରପ୍ରଦେଶର ମୂଳବାସିନ୍ଦା ବୋଲି ଜଣାପଡ଼ିଛି। […]
ନୂଆଦିଲ୍ଲୀ: ରେଳ ବିଭାଗ କିଛି ଦିନ ତଳେ ଟ୍ରେନରେ ମସାଜ ସେବା ଆରମ୍ଭ ହୋବ ବୋଲି ଘୋଷଣା କରିଥିଲା। ଏବେ ଏହି ସେବାକୁ ନାପସନ୍ଦ କରିଛନ୍ତି ଲୋକସଭାର ପୂର୍ବତନ ବାଚସ୍ପତି ସୁମ୍ରିତା ମହାଜନ। ସେ କହିଛନ୍ତି ମହିଳା ଯାତ୍ରୀଙ୍କ ସାମ୍ନାରେ ଏଭଳି ସେବା ଉପଲବ୍ଧ କରାଇବା ଭାରତୀୟ ସଂସ୍କୃତିର ବିରୁଦ୍ଧାଚରଣ କରୁଛି। ଏ ନେଇ ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ସୁମିତ୍ରା ମହାଜନ। ଏହା ପୂର୍ବରୁ ଇନ୍ଦୋରର ନବନିର୍ବାଚିତ ସାଂସଦ ଲାଲୱାନୀ ମସାଜ […]
ନୂଆଦିଲ୍ଲୀ: ସଂଯୁକ୍ତ ଆରବ ରାଷ୍ଟ୍ରର ଓମାନରେ ଗତକାଲି ବସ୍ ଦୁର୍ଘଟଣା ହୋଇଛି। ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ ୮ ଜଣ ହେଉଛନ୍ତି ଭାରତୀୟ ବୋଲି ଜଣାପଡ଼ିଛି। ଏବେ ବି ଆହୁରି ୮ ଜଣ ବସ୍ ଯାତ୍ରୀଙ୍କର ଜାତୀୟତା ଚିହ୍ନଟ ହୋଇ ନଥିବାରୁ ଭାରତୀୟଙ୍କ ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଦୁବାଇ ପୁଲିସ କହିଛି। ୟୁଏଇରେ ଥିବା ଭାରତୀୟ ଦୂତାବାସ ମଧ୍ୟ ବସ୍ ଦୁର୍ଘଟଣା ବାବଦରେ ସ୍ପଷ୍ଟ କରିଛି। ମୃତକଙ୍କ କିଛି ପରିବାରକୁ […]
\"“AKUHA KATHA” (an untold story) is an Odia title which signifies the day to day happenings in today’s society may be it from Family, Social life,
ସ୍ନାତକ ପାସ୍ ପିଲାଙ୍କୁ ଚାକିରି ସୁଯୋଗ ଦେଉଛି ଭାରତୀୟ ରେଳବାଇ । ପଶ୍ଚିମ କେନ୍ଦ୍ରୀୟ ରେଳ General Departmental Competitive ପରୀକ୍ଷା (GDCE) ଅଧୀନରେ NTPC ର ୩୮ଟି ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି । ଏଥିପାଇଁ ପଶ୍ଚିମ କେନ୍ଦ୍ରୀୟ ରେଳ କମାଣ୍ଡ ଦ୍ୱାରା ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି ।