Advertisment

କାନ୍ଦାହାରରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା

ତାଲିବାନ ଏବଂ ଆଫଗାନ ଆର୍ମି ମଧ୍ୟରେ ଚାଲିଥିବା ଯୁଦ୍ଧ ଖବର ଉପରେ କଭର କରୁଥିବା ଫଟୋ ଜର୍ଣ୍ଣାଲିଷ୍ଟ ଦାନିଶ ସିଦ୍ଦିକୀଙ୍କୁ ହତ୍ୟା କଲେ ତାଲିବାନ।

author-image
Minati Mishra
ଅଦ୍ୟତନ ହୋଇଛି
କାନ୍ଦାହାରରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା

indian photo journalist danish siddiqui killed

କାବୁଲ୍‌: ଆଫଗାନ୍‌ସ୍ଥାନରେ ଭାରତୀୟ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକୀଙ୍କୁ ଆତଙ୍କୀମାନେ ହତ୍ୟା କରିଛନ୍ତି। ଦାନିଶ ନ୍ୟୁଜ ଏଜେନ୍ସି ରଏଟର ପାଇଁ କାମ କରୁଥିଲେ। କିଛି ଦିନ ହେବ ସେ କନ୍ଦାହାରର ସ୍ଥିତିକୁ ନେଇ ଖବର ଦେଇ ଆସୁଥିଲେ। ରଏଟର ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଶୁକ୍ରବାର ଦାନିଶ ତାଲିବାନ ଏବଂ ଆଫଗାନ ଆର୍ମି ମଧ୍ୟରେ ଚାଲିଥିବା ଯୁଦ୍ଧ ଖବର ଉପରେ କଭର କରୁଥିଲେ। ସେହି ସମୟରେ ତାଙ୍କର ହତ୍ୟା କରାଯାଇଥିଲା। 
 ଆଫଗାନସ୍ଥାନର ରାଷ୍ଟ୍ରଦୂତ ଫରୀଦ ମମୁଦେ ଶୁକ୍ରବାର ଏହି ସୂଚନା ନିଜ ଟ୍ୱିଟର ହାଣ୍ଡେଲ୍‌ରେ ଦେଇଛନ୍ତି। ତେବେ କିଏ ତାଙ୍କୁ ହତ୍ୟା କରିଛି ଏବଂ କାହିଁକି ହତ୍ୟା କରିଛି ଏ ସମ୍ପର୍କରେ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ। 

Advertisment
ଅବସର ସମୟରେ ଫୋଟ ସାମ୍ବାଦିକ ଦାନିଶ ସିଦ୍ଦିକି

ମିଳିଥିବା ସୂଚନା ଅନୁଯାୟୀ, ଦାନିଶ ରଏଟରର ପିକ୍‌ଚର୍ସ ଟିମ୍‌ର ମୁଖ୍ୟ ଥିଲେ।  ଆ‍ଫଗାନର ସ୍ପେଶାଲ ଫୋର୍ସ ଏକ ରେସ୍‌କ୍ୟୁ ମିଶନରେ ଯାଇଥିବାବେଳେ ଦାନିଶ ତାଙ୍କ ସହ ଉପସ୍ଥିତ ଥିଲେ। ଦାନିଶ ଜୁଲାଇ ୧୩ ତାରିଖ ନିଜ ଟ୍ୱିଟର ହାଣ୍ଡେଲରେ ଏକ ପୋଷ୍ଟ କରିଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ, ସେ ଆଫଗାନ ସ୍ପେଶାଲ ଫୋର୍ସେସ ସହ ଅଛନ୍ତି। ସେ ଆହୁରି ଲେଖିଥିଲେ, ‘ମୁଁ ଏକ ମିଶନରେ ଏକ ଯୁବଗୋଷ୍ଠୀଙ୍କ ଗହଣରେ ଅଛି। ଆଜି କାନ୍ଦାହାରରେ ଏହି ଫୋର୍ସ ଏକ ରେସ୍‌କ୍ୟୁ ମିଶନରେ ଅଛନ୍ତି।’
ଦାନିଶ ତାଙ୍କ କ୍ୟାରିୟର ଆରମ୍ଭ ଟିଭି ରିପୋର୍ଟର ଭାବେ କରିଥିଲେ। ପରେ ଫଟୋ ଜର୍ଣ୍ଣାଲିଷ୍ଟ ପାଲଟି ଯାଇଥିଲେ। ଦାନିଶ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ  ଉପରେ ରିପୋର୍ଟିଂ କରି ୨୦୧୮ ପୁଲିତ୍‌ଜର ପୁରସ୍କାରରେ ସମ୍ମାନିତ ହୋଇଥିଲେ।

ରଏଟର ସୂଚନା ଅନୁଯାୟୀ, ଦାନିଶ ସିଦ୍ଦିକୀ ଆଫଗାନସ୍ଥାନରେ ସ୍ପେଶାଲ ଫୋର୍ସ ମିଶନର ରିପୋର୍ଟିଂ କରୁଥିଲେ। ମିଶନ ସମୟରେ ଆଫଗାନ ଫୋର୍ସ ପକ୍ଷରୁ ଜଣେ ପୋଲିସ କର୍ମୀଙ୍କୁ ଉଦ୍ଧାର କାର୍ଯ୍ୟ କରାଯାଉଥିଲା। ପୋଲିସ କର୍ମୀ ଜଣକ ମିଶନ ସମୟରେ ତାଙ୍କ ସାଥୀ କର୍ମଚାରୀଙ୍କଠାରୁ ଅଲଗା ହୋଇ ଯାଇଥିଲେ। ତଥାପି ସେ ତାଲିବାନଙ୍କ ସହ ଲଗାତାର ଲଢୁଥିଲେ। ଦାନିଶ ତାଙ୍କ ରିପୋର୍ଟରେ ତାଲିବାନମାନେ କିପରି ରକେଟ ମାଡ କରୁଥିଲେ ଏବଂ ଏହା ପରେ ସେଠାକାର ସ୍ଥିତି କିପରି ଥିଲା ତାହା ଦେଖାଇଥିଲେ ।

Advertisment

Afghanistan Terrorism Taliban Militants
Advertisment
Advertisment