ସାଓ ପାଓଲୋ: ବ୍ରାଜିଲ୍ ଭ୍ରମଣ ପାଇଁ ଭାରତୀୟଙ୍କୁ ଭିସାର ଆବଶ୍ୟକ ପଡ଼ିବ ନାହିଁ। ଗୁରୁବାର ଏହି ଘୋଷଣା କରିଛନ୍ତି ବ୍ରାଜିଲ୍ ରାଷ୍ଟ୍ରପତି ଜେୟର ବୋଲ୍ସୋନାରୋ। ସେ କହିଛନ୍ତି, ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ବ୍ରାଜିଲ୍ ପାଇଁ ଚାଇନା ଓ ଭାରତ ପର୍ଯ୍ୟଟକ କିମ୍ବା ବ୍ୟବସାୟୀଙ୍କ ପାଇଁ ଭିସାର ଆବଶ୍ୟକତା ନାହିଁ। ଅର୍ଥାତ୍ ଏମାନେ ବିନା ଭିସାରେ ବ୍ରାଜିଲ୍ ଭ୍ରମଣ କରିପାରିବେ। କୌଣସି ସରକାରୀ କାର୍ଯ୍ୟରେ ଚାଇନା ଯାଇଥିବା ବେଳେ ଏପରି ଘୋଷଣା କରିଛନ୍ତି ବୋଲ୍ସୋନାରୋ। ଏଇ ବର୍ଷ ବୋଲ୍ସୋନାରୋ […]
ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦର ସକାରାତ୍ମକ ବାର୍ତ୍ତାକୁ ଦେଶବ୍ୟାପୀ ପ୍ରସାର କରିବା ଲାଗି ସେପ୍ଟେମ୍ୱରରୁ ବିଜେପି ଆରମ୍ଭ କରିଛି ‘ରାଷ୍ଟ୍ରୀୟ ଏକତା ଅଭିଯାନ’। ଏହି ପରିପ୍ରେକ୍ଷୀରେ ଗତକାଲି ପୁଡ଼ୁଚେରୀ ଜୟରାମ ହଲ୍ରେ ଏକ ଜନଜାଗରଣ ସଭା ହୋଇଯାଇଛି। ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା ଯୋଗଦେଇଥିଲେ। ଏହି ଅବସରରେ ଶ୍ରୀ ପଣ୍ଡା କହିଥିଲେ, “ଧାରା ୩୭୦ ଭାରତୀୟ ସମ୍ୱିଧାନର ଏକ ତ୍ରୁଟି ଥିଲା। ଯାହାକୁ କେନ୍ଦ୍ର ସରକାର ଏବେ ସଂଶୋଧନ କରିଛନ୍ତି। ଏହା […]
ଆଜିଠାରୁ ବାଜିବ ଟୋକିଓ ଅଲିମ୍ପିକ୍ସ ବିଗୁଲ୍ । ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ଆଜି ଅଲିମ୍ପିକ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ ସମାରୋହରେ ଭାରତର ୨୬ ଜଣ ସଦସ୍ୟ ଭାଗ ନେବେ ।
ଇସ୍ଲାମାବାଦ: ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍ ଜଷ୍ଟିସ୍(ଆଇସିଜେ)ଙ୍କ ନିର୍ଦ୍ଦେଶ ପରେ ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ଫାଶୀଦଣ୍ଡ ପାଇଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଆଜି କନସୁଲାର ଆକ୍ସେସ୍ ଯୋଗାଇ ଦେଇଛି ଇସ୍ଲାମାବାଦ। ଏହି କନସୁଲାର ଆକ୍ସେସ ପରେ ଆଜି ମଧ୍ୟାହ୍ନରେ ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ଡେପୁଟି ହାଇକମିଶନର ଗୌରବ ଆଲୁୱାଲିଆ ଇସ୍ଲାମାବାଦର ସବ୍ ଜେଲ୍ରେ ଥିବା କୁଳଭୂଷଣଙ୍କୁ ସାକ୍ଷାତ କରିଛନ୍ତି। ଦୀର୍ଘ ୩ ବର୍ଷ ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣଙ୍କୁ ପ୍ରଥମଥର ପାଇଁ ଭାରତୀୟ […]
ଭୁବନେଶ୍ୱର: ବସ୍ତିର ଫୁଟବଲ ଖେଳାଳି ଏବେ ଭାରତୀୟ ଦଳର ଫୁଟବଲ ଷ୍ଟାର୍। ଆମେ କହୁଛୁ ଭୁବନେଶ୍ୱର ସାଲିଆସାହି ବସ୍ତିର ଅଭାବୀ ଘରୁ ବାପା ରାମଚନ୍ଦ୍ର ସୋରେନ୍ ଓ ମାଆ ଶାନ୍ତିଙ୍କ ସାଙ୍ଗରେ ପିଆଜ-ପଖାଳ ଖାଇ ବଢ଼ିଥିବା ଦୁଇ ପୁଅ ସୁନିଲ୍ ସୋରେନ୍ ଓ ରଞ୍ଜନ ସୋରେନଙ୍କ କଥା। ଏହି ଦୁଇ ଭାଇ ଏବେ ଦେଶର ଫୁଟବଲ କ୍ରୀଡ଼ା ପାଇଁ ନୂଆ ଭବିଷ୍ୟତ। ଘର ସାମ୍ନାରେ ଥିବା ଏକ ପଡ଼ିଆରୁ ସାନଭାଇ ସୁନୀଲ ସହ ମିଶି ବଲ୍ ଗଡ଼ଉ […]
ନୂଆଦିଲ୍ଲୀ: ଦେଶ ପାଇଁ ଗୌରବ ଆଣିବା ସହିତ ଇତିହାସ ରଚିଲେ ଓଡ଼ିଆ ପୁଅ ଅଶ୍ୱଥ ନାରାୟଣ। ପ୍ରଥମ ଭାରତୀୟ ଭାବରେ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ନାରାୟଣ। ଚଳିତ ବର୍ଷ ଅଗଷ୍ଟ ୨୭ ତାରିଖରେ ଋଷିଆର କଜନ ସହରରେ ଏହି ପ୍ରତିଯୋଗିତା ହୋଇଥିଲା। ଅଗଷ୍ଟ ୨୩ ଓ ୨୭ରେ ହୋଇଥିବା ୱାଟର୍ ଟେକ୍ନୋଲୋଜି ପ୍ରତିଯୋଗିତାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ଓଡ଼ିଆ ପୁଅ ଅଶ୍ୱଥ ନାରାୟଣ। ଏହି ପ୍ରତିଯୋଗିତାରେ ଭାରତ […]
ନୂଆଦିଲ୍ଲୀ ଜଣେ ଭାରତୀୟ ରାଷ୍ଟ୍ର ଦୂତ ତଥା କବି ଅଭୟ କେଙ୍କ ଲିଖିତ ପୃଥିବୀକୁ ଉତ୍ସର୍ଗୀକୃତ ଆନ୍ଥେମ୍ ବର୍ତ୍ତମାନ ସୁଦ୍ଧା ୫୦ଟି ଭାଷାରେ ଅନୁବାଦ ହେବାର ଗୌରବ ଲାଭ କରିଛି। ଶେଷ ଥର ପାଇଁ ଏହା ଜୁଲୁ ଭାଷାରେ ଅନୁବାଦ କରାଯାଇଥିଲା। ଏହା ଅନୁବାଦ ହୋଇଥିବା ଅନ୍ୟ କିଛି ଭାଷା ହେଉଛି ଆମାରିକ୍, ମଙ୍ଗୋଲିଆନ୍, ଖାସି, ସ୍ୱାହିଲ, ଗାଏଲିକ୍, ଜୋଙ୍ଗଖା, ଭାଷା ଏବଂ ୟୋରୁବା। ୨୦୦୮ ମସିହାରେ ସେ ରୁଷ୍ର ପିଟ୍ସବର୍ଗଠାରେ ଥିବାବେଳେ ଏହା ଲେଖିଥିଲେ। ଏହା […]
ମୁମ୍ବାଇ: ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବିକ୍ରମ ରାଠୋର ଭାରତୀୟ କ୍ରିକେଟ୍ ଟିମର ନୂଆ ବ୍ୟାଟିଂ କୋଚ୍ ହେବେ। ସେ ସଞ୍ଜୟ ବାଙ୍ଗରଙ୍କ ସ୍ଥାନ ନେବେ। ତେବେ ଭରତ ଅରୁଣ ଓ ଆର୍ ଶ୍ରୀଧର ଯଥାକ୍ରମେ ବୋଲିଂ ଓ ଫିଲ୍ଡିଂ କୋଚ୍ ଭାବେ ସ୍ଥାନ ବଜାୟ ରଖିବେ। ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଜାତୀୟ ଚୟନ କମିଟି ସପୋର୍ଟ ଷ୍ଟାଫର ଏହି ତିନୋଟି ମହତ୍ତ୍ୱପୂର୍ଣ୍ଣ ପଦବୀ ପାଇଁ ତିନିଜଣ ଲେଖାଏ ନାଁ ସୁପାରିସ୍ କରିଛି। ତେବେ ଦ୍ୱୈତ ସ୍ୱାର୍ଥ […]
ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଗତକାଲି କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର କୂଟନୀତି ଫେଲ୍ ମାରିଛି। ଏହା ପରେ ସାମ୍ୱାଦିକ ସମ୍ମିଳନୀରେ ପାକିସ୍ତାନ ଗଣମାଧ୍ୟମର ଜଣେ ସାମ୍ୱାଦିକଙ୍କ ପ୍ରଶ୍ନ ଉତ୍ତର ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ସୟିଦ ଆକବରୁଦ୍ଦିନ। ପ୍ରେସ୍ କନଫରେନସ ଟେବୁଲ ପାଖକୁ ସୟିଦ ଆକବରୁଦ୍ଦିନ ଆସିବା ମାତ୍ରେ ପାକିସ୍ତାନର ସାମ୍ୱାଦିକ ପଚାରିଥିଲେ ‘କେବେ ପାକିସ୍ତାନ ସହ ଭାରତ ଦ୍ୱିପାକ୍ଷିକ ଆଲୋଚନା କରିବ’ ? ସୟିଦ ଆକବରୁଦ୍ଦିନ ତତକ୍ଷଣାତ୍ ତାଙ୍କ (ପାକିସ୍ତାନ […]
ଭୁବନେଶ୍ୱର: ଏସିଆନ୍ ରଗବୀ ସେଭେନ୍ସ ଟ୍ରଫି ପାଇଁ ଘୋଷିତ ଭାରତୀୟ ମହିଳା ଦଳରେ ସ୍ଥାନ ପାଇଲେ ୪ ଜଣ ଓଡ଼ିଆ ଖେଳାଳି। ମହିଳା ଦଳରେ ଓଡ଼ିଶାରୁ ଶୁଭଲକ୍ଷ୍ମୀ ବାରିକ୍, ସୁମିତ୍ରା ନାୟକ, ହୁପି ମାଝି ଏବଂ ମୀରାରାଣୀ ହେମ୍ବ୍ରମ ସ୍ଥାନ ପାଇଛନ୍ତି। ଆସନ୍ତା ୧୦ ଓ ୧୧ତାରିଖରେ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଏହି ଟୁର୍ଣ୍ଣାମେଣ୍ଟ ହେବ। ଏଥିପାଇଁ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତୀୟ ରଗବୀ ଫେଡରେସନ୍ ପକ୍ଷରୁ ଭାରତୀୟ ପୁରୁଷ ଓ ମହିଳା ଦଳ ଘୋଷଣା […]
ନୂଆଦିଲ୍ଲୀ: ଜାପାନର ଟୋକିଓରେ ଅଗଷ୍ଟ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ପାଇଁ ଶୁକ୍ରବାର ଭାରତୀୟ ମହିଳା ଟିମର ଘୋଷଣା କରାଯାଇଛି। ଟିମର କ୍ୟାପଟେନ୍ ଭାବେ ରାନୀ ଏବଂ ଭାଇସ୍-କ୍ୟାପଟେନ୍ ଭାବେ ସବିତାଙ୍କୁ ଟିମରେ ରଖାଯାଇଛି। ଏହି ଇଭେଣ୍ଟ ପାଇଁ ଓଡ଼ିଶାର ଦୁଇଜଣ ଖେଳାଳି ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ସେମାନେ ହେଲେ ଦୀପ୍ ଗ୍ରେସ୍ ଏକ୍କା ଓ ଲିଲିମା ମିଞ୍ଜ୍। ଏଫଆଇଏଚ୍ ରାଙ୍କିଙ୍ଗରେ ଦଶମ ସ୍ଥାନରେ ଥିବା ଭାରତୀୟ ମହିଳା […]
ନୂଆ ଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ୱିକେଟ୍କିପର୍ ମହେନ୍ଦ୍ର ସିଂହ ଧୋନି ୱେଷ୍ଟଇଣ୍ଡିଜ୍ ସିରିଜ୍ରେ ଖେଳିବାକୁ ନିଜେ ମନା କରିବା ପରେ ନୂଆ ଟିମ୍ରୁ ତାଙ୍କୁ ବାଦ୍ ଦିଆଯାଇଛି। ଧୋନି ଏବେ ୨ ମାସର ଛୁଟି ନେଇଛନ୍ତି। ଏହି ଛୁଟିରେ ସେ ଭାରତୀୟ ସେନାବାହିନୀରେ ଯୋଗ ଦେବେ। ଧୋନି ଭାରତୀୟ ସେନା ସହ ଟ୍ରେନିଂ ନେବାଲାଗି ଅନୁମତି ମାଗିଥିଲେ, ଯାହାକି ମିଳିସାରିଛି। ଭାରତୀୟ ସ୍ଥଳ ସେନାର ମୁଖ୍ୟ ବିପିନ୍ ରାୱତଙ୍କ ଅନୁମତି ପରେ ଏବେ […]
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ରବିବାର ଭାରତୀୟ ଟିମ୍ ଘୋଷଣା କରାଯାଇଛି। ୱେଷ୍ଟଇଣ୍ଡିଜ୍ ଗସ୍ତରେ ଖେଳାଯିବାକୁ ଥିବା ୨ଟି ଟେଷ୍ଟ୍, ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ପାଇଁ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏହା ସହିତ ବିଶ୍ୱକପ୍ ବେଳେ ଆହତ ହୋଇଥିବା ଶିଖର ଧୱନ ମଧ୍ୟ ଟିମ୍କୁ ଫେରିଛନ୍ତି। ତାଙ୍କୁ ଦିନିକିଆ ଓ ଟି-ଟ୍ୱେଣ୍ଟି ଟିମ୍ରେ ସ୍ଥାନ ମିଳିଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଟିମରେ ଦୁଇଜଣ ନୂଆମୁହଁ ସ୍ଥାନ ପାଇଛନ୍ତି। ଏହି ଦୁଇ […]
ନୂଆଦିଲ୍ଲୀ : ୱେବସାଇଟରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟିକେଟ ବୁକ୍ କରନ୍ତି । ହେଲେ ଅଧିକ ବ୍ୟବହାର ହେତୁ ବେଳେବେଳ ଇ-ଟିକେଟିଂ ୱେବସାଇଟ୍ ହ୍ୟାଙ୍ଗ କିମ୍ବା ସ୍ଲୋ ହୋଇଯାଏ । ଯଦ୍ୱାରା ଟିକେଟ ବୁକ୍ ହେଉ ହେଉ ଅଧାରୁ ଅଟକି ଯାଏ । କିନ୍ତୁ ଭାରତୀୟ ରେଳ (Indian Railways), IRCTC ଇ-ଟିକେଟିଂ ୱେବସାଇଟ୍ ଏବଂ ଆପ୍ ଉଭୟକୁ ଅପଗ୍ରେଡ଼୍ କରିବାକୁ ଯାଉଛି । ଆଜି ଏହି ୱେବସାଇଟକୁ ଲଞ୍ଚ କରିବେ ରେଳମନ୍ତ୍ରୀ ପୀୟୁଷ ଗୋଏଲ୍ […]
ନୂଆଦିଲ୍ଲୀ: କରୋନା ଯୋଗୁ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଭାରତ ସରକାର ବଡ ଯୋଜନା କରିଛନ୍ତି। ଏହି ଭାରତୀୟଙ୍କୁ ଆକାଶ ପଥ ଓ ଜଳ ପଥରେ ଫେରାଇ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ସପ୍ତାହରେ ୧୩ଟି ଦେଶରୁ ୧୪ ହଜାର ୮୦୦ରୁ ଅଧିକ ଭାରତୀୟଙ୍କୁ ୬୪ଟି ବିମାନରେ ଅଣାଯିବାକୁ ଲକ୍ଷ୍ୟ ରଖାଯାଇଛି। ଆମେରିକା, ବ୍ରିଟେନ, ମାଲେସିଆ , ୟୁଏଇ, କାତାର, ସାଉଦି ଆରବ, ସିଙ୍ଗାପୁର, ଫିଲିପାଇନ୍ସ, ବାଂଲାଦେଶ, ବାହାରିନ, କ୍ୱେଏତ୍ ଏବଂ […]
ନୂଆଦିଲ୍ଲୀ: ଉତ୍ତର ଭାରତ ମହାସାଗର ସମେତ ବଙ୍ଗୋପସାଗର ଓ ଭାରତ ମହାସାଗର ଉପରେ ଆଗକୁ ସୃଷ୍ଟି ହେବାକୁ ଥିବା ଟ୍ରପିକାଲ୍ ସାଇକ୍ଲୋନ୍ର ନାମ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି)। ବିଶ୍ୱବ୍ୟାପୀ ମୋଟ୍ ୬ଟି Regional Specialised Meteorological Centres (RSMCs) ଓ ୫ଟି ରିଜିଓନାଲ୍ Tropical Cyclone Warning Centres (TCWCs) ରହିଛି। ଏହି କେନ୍ଦ୍ର ପକ୍ଷରୁ ଟ୍ରପିକାଲ୍ ସାଇକ୍ଲୋନ୍ର ନାମକରଣ ପାଇଁ ଆଡ୍ଭାଇଜରି ଜାରି କରାଯାଇଛି। ୬ RSMCs ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) […]
ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ, ଏୟାର ଇଣ୍ଡିଆ, ରାଜ୍ୟ ସରକାର ଏବଂ ବିଦେଶରେ ଥିବା ଭାରତୀୟ ମିଶନଙ୍କ ସହାୟତାରେ ବିଦେଶରେ ଫସିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ବିଦେଶ ମନ୍ତ୍ରାଳୟ ଯୋଜନା କରୁଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଲକଡାଉନ କଟକଣା ଉଠିବା ପରେ ବିଦେଶରେ ଫସି ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ସରକାର ଯୋଜନା କରୁଛନ୍ତି। ସ୍ୱତନ୍ତ୍ର ବିମାନ ଯୋଗେ କିମ୍ବା ରେଗୁଲାର ବିମାନ ଗୋଟିଏ ରାଜ୍ୟରୁ ଅନ୍ୟ ଏକ […]
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗି ଥିବାବେଳେ ଏବେ ଭାରତତୀୟ ନୌସେନାର କିଛି ଯବାନମାନେ ଏହି ମହାମାରୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ପାଖାପାଖି ୨୦ ଜଣ ଯବାନଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି। INS Angre ର ଏହି ଯବାନମାନଙ୍କୁ ମୁମ୍ବାଇ ସ୍ଥିତ ଏକ ନାଭାଲ ହସ୍ପିଟାଲରେ କ୍ୱାରେଣ୍ଟାଇନରେ ରଖାଯାଇଛି। ବର୍ତ୍ତମାନ INS Angre ମୁମ୍ବାଇ କୋଷ୍ଟରେ ରହିଛି। ଦେଶରେ ପ୍ରଥମ ଥର ପାଇଁ ନୌସେନା ବେସରେ କରୋନା […]
ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ଭାରତୀୟ ସାମ୍ବାଦିକ ବ୍ରହ୍ମ କଞ୍ଜିବୋଟଲା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି। ନ୍ୟୁୟର୍କରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି। ଭାରତ ଏବଂ ଆମେରିକାକୁ ନିକଟତର କରାଇବାରେ ବ୍ରହ୍ମ କଞ୍ଜିବୋଟଲାଙ୍କ ଅବଦାନ ରହିଛି। ଏଥିପାଇଁ ସେ ମନେ ରହିବେ। ଏଥିସହ ତାଙ୍କର ପରିବାର ଲୋକଙ୍କୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି। ସେ ଖବର ସରବରାହ ସଂସ୍ଥା ୟୁନାଇଟେଡ ନ୍ୟୁଜ […]
ନୂଆଦିଲ୍ଲୀ: ଇରାନରେ ଫସିଥିବା ୨୭୭ ଜଣ ଭାରତୀୟ ଆଜି ସ୍ଵଦେଶ ଫେରିଛନ୍ତି। ସ୍ଵତନ୍ତ୍ର ବିମାନ ଯୋଗେ ଏମାନଙ୍କୁ ଇରାନରୁ ଅଣାଯାଇଛି । ଚୀନରେ କରୋନା ବ୍ୟାପିବା ପରେ ଏବେ ଇଟାଲୀ ଓ ଇରାନରେ ସ୍ଥିତି ଗମ୍ଭୀର ହୋଇଛି। ପୁଣି ଆଉ ଜଣଙ୍କ ମୁଣ୍ଡ ନେଲା କରୋନା। କରୋନା ଆକ୍ରାନ୍ତରେ ତାମିଲନାଡୁରେ ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଜି ଭୋର ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଫଳରେ ଦେଶରେ କରୋନା ଆକ୍ରାନ୍ତରେ ମୃତ୍ୟୁ […]
ନୂଆଦିଲ୍ଲୀ: କରୋନାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ ଥିବାବେଳେ ଲଦାଖରେ ଭାରତୀୟ ସେନାର ଜଣେ ଯବାନ କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଯବାନଙ୍କ ପିତା ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଭାରତୀୟ ସେନାରେ ଏହା ପ୍ରଥମ ମାମଲା ବୋଲି ଜଣାପଡ଼ିଛି। ଉଭୟଙ୍କ ନମୁନା ଯାଞ୍ଚ ପରେ କରୋନା ଭାଇରସ୍ ପଜିଟିଭ୍ ରିପୋର୍ଟ ମିଳିଛି। ଲଦାଖ ସ୍କାଉଟସ୍ରେ ନିଯୁକ୍ତି ପାଇଥିବା ସମ୍ପୃକ୍ତ ଯବାନଙ୍କ ପିତା ନିକଟରେ ଇରାନରୁ ଫେରିଥିବା ସୂଚନା ମିଳିଛି। ଉକ୍ତ ଯବାନ […]