• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "924" result for "ବିବାଦ" in https://otvkhabar.in

sabarimal
 ଘନଉଛି ସାବରିମାଳା ବିବାଦ : ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ତୀବ୍ର ହେଲାଣି ପ୍ରତିବାଦର ସ୍ୱର

ଥିରୁଭନନ୍ତପୁରମ୍‌ : ସେଭ୍ ସାବରିମାଲା କ୍ୟାମ୍ପେନ । କେରଳର ରାଜଧାନୀ ଥିରୁଭନନ୍ତପୁରମ୍‌ରେ ହଜାର ହଜାର ଲୋକଙ୍କ ସମାବେଶ । ବିଜେପି ନେତୃତ୍ୱରେ ହୋଇଛି ଏହି ବିଶାଳ ବିକ୍ଷୋଭ ଶୋଭାଯାତ୍ରା । ମହିଳାମାନେ ବି ଏଥିରେ ସାମିଲ ହୋଇଛନ୍ତି। ପରମ୍ପରାର ଦ୍ୱାହି ଦେଇ ସୁପ୍ରିମକୋର୍ଟଙ୍କ ରାୟ ମାନିବାକୁ ଏମାନେ ନାରାଜ। ସାବରିମାଳା ମନ୍ଦିରରେ ସବୁ ବର୍ଗର ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି, ତାର ପ୍ରତିବାଦରେ ଏହି ବିଶାଳ ବିକ୍ଷୋଭ ଶୋଭାଯାତ୍ରା । ହଜାର ହଜାର […]

sidhu
ପୁଣି ବିବାଦରେ ନଭଜୋତ୍‌ ସିଂହ ସିଦ୍ଧୁ

ଅମୃତସର: ପୁଣି ଥରେ ବିବାଦରେ ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ନଭଜୋତ୍‌ ସିଂହ ସିଦ୍ଧୁ। ପାକିସ୍ତାନ ଗସ୍ତକୁ ନେଇ ବିବାଦ ଥମିନଥିବା ବେଳେ ସିଦ୍ଧୁ ଏବେ ନୂଆ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏକ ଫଟୋକୁ ନେଇ ସିଦ୍ଧୁ ବିବାଦ ଘେରକୁ ଆସିଛନ୍ତି। ଏପରିକି ସିଦ୍ଧୁଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ବିରୋଧୀ ଦାବି କରିଛନ୍ତି। କରତାରପୁର ସାହିବ କରିଡରର ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ଗତକାଲି ସିଦ୍ଧୁ ପାକିସ୍ତାନ ଗସ୍ତ […]

ctc
ତୁଟିଲା ବିବାଦ, ପ୍ରସ୍ତୁତି ଆରମ୍ଭ

କଟକ: ଆଉ ମାତ୍ର ଦିନ କେଇଟା ପରେ ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲା ପ୍ରଶାସନ ଓ ବ୍ୟବସାୟୀ ସଂଘ ମଧ୍ୟରେ ଚାଲିଥିବା ବିବାଦର ଶେଷରେ ସମାଧାନ ହୋଇଛି। ଆଉ ମାତ୍ର ୪ଦିନ ପରେ ବାଲିଯାତ୍ରା ଅନୁଷ୍ଠିତ ହେବ। ଗତକାଲି ଜିଲ୍ଲା ପ୍ରଶାସନ ଓ ବ୍ୟବସାୟୀ ସଂଘ ମଧ୍ୟରେ ବିବାଦ ତୁଟିବା ପରେ ଏବେ ଏହାର ସୁପରିଚାଳନା ପାଇଁ ତତ୍ପରତା ପ୍ରକାଶ ପାଇଛି। ଆଜି ଜିଲ୍ଲା ପ୍ରଶାସନ ତରଫରୁ ବାଲିଯାତ୍ରା ପଡ଼ିଆରେ ସଫେଇ କାର୍ଯ୍ୟକ୍ରମ […]

HighCourt
ପୁଲିସ୍-ଓକିଲ ବିବାଦ ମାମଲା; ଆଜି ବି ଦାଖଲ ହୋଇପାରିଲାନି ଚାର୍ଜସିଟ୍‌

କଟକ: ଆଜି ପୁଣି ଥରେ ହାଇକୋର୍ଟରେ ଦାଖଲ ହୋଇ ପାରିଲାନି ଚାର୍ଜସିଟ୍। ପୁଲିସ୍‌-ଓକିଲ ବିବାଦ ମାମଲାରେ ଆଜି ବି ଚାର୍ଜସିଟ୍ ଦାଖଲ କରିପାରିଲା ନାହିଁ କ୍ରାଇମ୍‌ବ୍ରାଞ୍ଚ। ଏହି ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଆଉ କିଛି ଦିନର ମହଲତ ମାଗିଛି। ତେଣୁ ଏନେଇ ମାମଲାର ଶୁଣାଣି ଆସନ୍ତା ଗୁରୁବାରକୁ ଘୁଞ୍ଚିଛି। ମୁଖ୍ୟ ବିଚାରପତିଙ୍କ ତତ୍ତ୍ୱାବଧାନରେ ମାମଲାର ଶୁଣାଣି ହେଉଛି। ଗତକାଲି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। କିନ୍ତୁ କ୍ରାଇମ୍‌ବ୍ରାଞ୍ଚ୍ ପକ୍ଷରୁ ଗତକାଲି […]

covaxin
କରୋନା ଭାକସିନ୍ ବିବାଦ, ସ୍ପଷ୍ଟୀକରଣ ଦେଲା ଆଇସିଏମ୍‌ଆର୍

ନୂଆଦିଲ୍ଲୀ: ଅଗଷ୍ଟ ୧୫ ସୁଦ୍ଧା କରୋନା ଭାକସିନ୍ ‘କୋଭାକ୍ସିନ’ର ଲୋକାର୍ପଣ ଲାଗି ଆଇସିଏମ୍ଆରର ନିଷ୍ପତ୍ତିକୁ ନେଇ ବିବାଦ ଦେଖା ଦେଇଛି। ତେବେ ବିବାଦ ଅଧିକ ଘନେଇବାରୁ ଆଇସିଏମ୍ଆର ଏନେଇ ସ୍ପଷ୍ଟୀକରଣ ଦେଇଛି। ଆଇସିଏମ୍ଆର କହିଛି ଯେ ‘କୋଭାକ୍ସିନ’ ଲୋକାର୍ପଣ ପୂର୍ବରୁ ମାନବିକ ସୁରକ୍ଷାକୁ ସର୍ବୋପରି ପ୍ରାଧାନ୍ୟ ଦିଆଯାଇଛି। ମାନବିକ ସୁରକ୍ଷାକୁ ଅକ୍ଷୁର୍ଣ୍ଣ ରଖିବା ସହ ସଂସ୍ଥା କେବଳ ନାଲିଫିତାବାଦ ବିଳମ୍ବକୁ ତ୍ୱରାନ୍ୱିତ କରିବାକୁ ପଦକ୍ଷେପ ନେଇଛି। ତେବେ ‘କୋଭାକ୍ସିନ’ର ମାନବିକ ପ୍ରୟୋଗକୁ ନେଇ କୌଣସି ପ୍ରକାର ସନ୍ଦେହ […]

river
ବଂଶଧାରା ନଦୀ ଜଳ ବିବାଦର ତିନି ଦିନିଆ ଶୁଣାଣି ଶେଷ

ନୂଆଦିଲ୍ଲୀ: ବଂଶଧାରା ନଦୀ ଜଳ ବିବାଦ ମାମଲାର ତିନି ଦିନିଆ ଶୁଣାଣି ଶେଷ ହୋଇଛି। ନେରେଡି ପ୍ରକଳ୍ପ ଦ୍ୱାରା କେତେ ଅଞ୍ଚଳ ପ୍ରଭାବିତ ହେବ ସେ ନେଇ ମିଳିତ ସର୍ଭେ କରିବା ପାଇଁ ଓଡିଶା ଓ ଆନ୍ଧ୍ରପ୍ରଦେଶ ସହମତି ପ୍ରକାଶ କରିଛନ୍ତି। ଉଭୟ ରାଜ୍ୟର ବୈଷୟିକ ଟିମ୍ ସହ କେନ୍ଦ୍ରୀୟ ଜଳ ଆୟୋଗର ପ୍ରତିନିଧି ୧୦୬ ଏକର ଅବବାହିକା ଅଞ୍ଚଳରେ ସର୍ଭେ କରିବେ। ଏହି ସର୍ଭେ ରିପୋର୍ଟ ଜୁଲାଇ ୮ ତାରିଖ ପୂର୍ବରୁ ଦାଖଲ ହେବ। ଏହି […]

KALYANSINGH-1
ମହଙ୍ଗା ପଡିପାରେ ରାଜସ୍ଥାନ ରାଜ୍ୟପାଳଙ୍କୁ ତାଙ୍କ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ: ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହଙ୍କ ବିବାଦୀୟ ମନ୍ତବ୍ୟ ନେଇ ରାଷ୍ଟ୍ରପତିଙ୍କୁ ଜଣାଇବେ ଭାରତୀୟ ନିର୍ବାଚନ କମିଶନ। ଉତ୍ତରପ୍ରଦେଶ ଅଲୀଗଡ଼ରେ ନିଜକୁ ବିଜେପି କାର୍ଯ୍ୟକର୍ତ୍ତା କହିଲେ ରାଜ୍ୟପାଳ କଲ୍ୟାଣ ସିଂହ। ଏହି ମନ୍ତବ୍ୟ ଭାରତୀୟ ନିର୍ବାଚନ କମିଶନଙ୍କ ଦୃଷ୍ଟିଗୋଚର ହେବାପରେ ରାଷ୍ଟ୍ରପତିଙ୍କୁ ଜଣାଇବେ ବୋଲି ନିର୍ବାଚନ କମିଶନ କହିଛନ୍ତି। ଲଗାତର ଦ୍ୱିତୀୟ ଥର ପାଇଁ ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ ନିଜକୁ ବିଜେପିର କାର୍ଯ୍ୟକର୍ତ୍ତା ବୋଲି କହିଛନ୍ତି। ବର୍ତ୍ତମାନ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ଏହା ସାଧାରଣ […]

mahanadi
ମହାନଦୀ ଜଳ ବିବାଦ ମାମଲା: ଓଡ଼ିଶାର ଆବେଦନ ଉପରେ ଆଜି ଟ୍ରିବ୍ୟୁନାଲ୍‌ରେ ଶୁଣାଣି

ନୂଆଦିଲ୍ଲୀ: ଆଜି ହେବ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି। ଓଡ଼ିଶା ପକ୍ଷରୁ ମଧ୍ୟବର୍ତ୍ତୀକାଳୀନ ଆବେଦନର ଟ୍ରିବ୍ୟୁନାଲରେ ଏହି ଶୁଣାଣି ହେବ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋଷ ସମାଧାନ ପାଇଁ ପୂର୍ବ ଶୁଣାଣିରେ ପରାମର୍ଶ ଦେଇଥିଲେ ଟ୍ରିବ୍ୟୁନାଲ୍‌। ଏହି ଶୁଣାଣିରେ ଉଭୟ ପକ୍ଷର ଆଡ୍‌ଭୋକେଟ ଜେନେରାଲ ସ୍ତରୀୟ ବୈଠକ ମାଧ୍ୟମରେ ସମାଧାନ କରିବାକୁ କହିଥିଲେ ଟ୍ରିବ୍ୟୁନାଲ୍‌। ଆପୋଷ ଆଲୋଚନା ସମ୍ପର୍କିତ ବୈଠକରେ କ’ଣ ସମାଧାନ ରାସ୍ତା ବାହାରିଛି ସେ ନେଇ […]

sabarimala
ସବରିମାଳା ମନ୍ଦିରରେ ମହିଳା ଶ୍ରଦ୍ଧାଳୁଙ୍କ ପ୍ରବେଶ ନେଇ ତେଜୁଛି ବିବାଦ

ଥିରୁଅନନ୍ତପୁରମ୍: କେରଳ ସବରିମାଳା ମନ୍ଦିରରେ ମହିଳା ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଗତକାଲିର ବ୍ୟାପକ ହିଂସାତ୍ମକ ଘଟଣା ପରେ ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ୍‌ ସଜାଗ ହୋଇଛି। ପାମ୍ପା, ନିଲାକଲ୍, ସାନ୍ନିଧାମ ଏବଂ ଇଲାଭୁଙ୍ଗୁଲ ଅଞ୍ଚଳରେ ୧୪୪ ଧାରାଜାରି ହୋଇଛି। କୌଣସି ମତେ ଏହି ଅଞ୍ଚଳରେ ୪ରୁ ଅଧିକ ଲୋକେ ବୁଲି ପାରିବେ ନାହିଁ ବୋଲି ପୁଲିସ୍‌ର ନିର୍ଦ୍ଦେଶ ରହିଛି। ଅନ୍ୟପଟେ ଗତକାଲି ଶ୍ରଦ୍ଧାଳୁଙ୍କ ଉପରେ ପୁଲିସ୍‌ର ମାଡ଼ ଅଭିଯୋଗ କରି ସବରିମାଳା ସୁରକ୍ଷା […]

baba-ramdeb
ବାବା ରାମଦେବଙ୍କୁ ମହଙ୍ଗା ପଡ଼ିଲା ଏଲୋପାଥିକୁ ନେଇ ବିବାଦୀୟ ବୟାନ

ନୂଆଦିଲ୍ଲୀ: ବାବା ରାମଦେବଙ୍କୁ ମହଙ୍ଗା ପଡ଼ିଲା ଏଲୋପାଥିକୁ ନେଇ ବିବାଦୀୟ ବୟାନ। ଆଇଏମ୍ଏର ବିରୋଧ ପରେ ଯୋଗଗୁରୁଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଚିଠି ଲେଖିଛନ୍ତି। ଏଲୋପାଥତ୍ ଔଷଧ ନେଇ ବାବା ରାମଦେବ ଯେଉଁ ମନ୍ତବ୍ୟ ଦେଇଥିଲେ ସେହି ମନ୍ତବ୍ୟ ଫେରାଇ ନେବାକୁ ରାମଦେବଙ୍କୁ ଚିଠିରେ କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ। ବାବା ରାମଦେବଙ୍କ ଏଭଳି ମନ୍ତବ୍ୟ କରୋନା ଯୋଦ୍ଧାଙ୍କୁ ଆଘାତ ଦେଇଛି। ଲୋକଙ୍କ ଜୀବନ ବଞ୍ଚାଉଥିବା ଏଲୋପାଥିକୁ ନେଇ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ। ଏଲୋପାଥତ୍କୁ ତମାସା, ବେକାର […]

mahanadi
ମହାନଦୀ ଜଳ ବିବାଦର ଟ୍ରିବ୍ୟୁନାଲକୁ ପୂରିବ ୩ ବର୍ଷ, କେବେ ବାହାରିବ ନିଷ୍କର୍ଷ?

ଭୁବନେଶ୍ୱର: ମାର୍ଚ୍ଚ ୧୨, ୨୦୧୮ରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ହେଲା। ଏହାକୁ ଆସନ୍ତାକାଲି ତିନି ବର୍ଷ ପୂରିବ। ହେଲେ ଏପର୍ଯ୍ୟନ୍ତ ସମାଧାନର ରାସ୍ତା ବାହାରି ପାରିନାହିଁ। ବିବାଦ ଯେଉଁଠି ଥିଲା ଏବେ ବି ସେଇଠି। ସେପଟେ ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣ ଓଡ଼ିଶା ଉପରେ ଜବରଦସ୍ତ ପ୍ରଭାବ ପଡ଼ିଛି। ହୀରାକୁଦ ଉପରମୁଣ୍ଡରେ ଥିବା କଲ୍‌ମା ବ୍ୟାରେଜ୍‌ରେ ଲହଡ଼ି ଭାଙ୍ଗୁଛି ପାଣି। ତଳମୁଣ୍ଡରେ କିନ୍ତୁ ସ୍ଥିତି ସାଙ୍ଘାତିକ ଅବସ୍ଥା। ଟୋପାଏ ବି ପାଣି […]

pari-case
ହାତକଡ଼ି ପରେ ବି ଥମୁନି ବିବାଦ, ହଟୁନି ଦ୍ୱନ୍ଦ୍ୱ

ଭୁବନେଶ୍ୱର: ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ହାତରେ ହାତକଡ଼ି ପରେ ବି ଥମୁନି ବିବାଦ। ୫ ମାସ ତଳର ମର୍ଡର ମିଷ୍ଟ୍ରିର ମହାଖୁଲାସା ପରେ ମଧ୍ୟ ହଟୁନି ଦ୍ୱନ୍ଦ୍ୱ। କୁନିଝିଅ ପରୀ କେସ୍‌ରେ ସରୋଜ ସେଠୀକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିବା ଏସଆଇଟି ଗତକାଲି ଖୋଲିଥିଲା ମର୍ଡର ପ୍ଲଟ୍‌ର ତମାମ ଦିଗ। ଆଉ ସଂଧ୍ୟାରେ ଯଦୁପୁର ପୋଖରୀରୁ ପ୍ରମାଣ ଅପେକ୍ଷାରେ ଥିବା SITକୁ ମିଳିଥିଲା ଏକ ଲେଙ୍ଗିଙ୍ଗ୍ସ। ଏସବୁ ପରେ ବି SIT ତଦନ୍ତ […]

take
ମହାନଦୀ ଜଳ ବିବାଦ: ପକ୍ଷ ରଖିଲେ ଓଡ଼ିଶା ସମେତ ୪ ରାଜ୍ୟ

ଭୁବନେଶ୍ୱର: ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ଶୁଣାଣି ବେଳେ ଆଜି ହୋଇଛି ISSUE SETTELMENT। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଜବାବ ସୁଆଲ ପରେ ଦାଖଲ କରାଯାଇଥିବା ପ୍ରସଙ୍ଗରେ ସହମତି ହୋଇଛି।  ଯଦି କୌଣସି ପକ୍ଷର ଆପତ୍ତି ଥାଏ, ତେବେ ସେ ଟ୍ରିବ୍ୟୁନାଲକୁ ଅବଗତ କରିପାରିବେ। ଉଭୟ ପକ୍ଷ ମଧ୍ୟରେ ୩୫-୪୦ଟି ପ୍ରସଙ୍ଗ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ଓଡ଼ିଶା ଓ ଛତିଶଗଡ଼କୁ ପରସ୍ପରର ଡକ୍ୟୁମେଣ୍ଟ ଯାଞ୍ଚ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର […]