ଭୁବନେଶ୍ୱର : ଓଟିଇଟିର ପିଛା ଛାଡୁନି ବିବାଦ। ଅଗଷ୍ଟରେ ହୋଇଥିବା ଅନ୍ଲାଇନ୍ ପରୀକ୍ଷାର ଆନ୍ସର କିରେ ବ୍ୟାପକ ତ୍ରୁଟି ଥିବା ପରିଲକ୍ଷିତ ହୋଇଛି। ଯାହାକୁ ନେଇ ପରୀକ୍ଷାର୍ଥୀ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ପ୍ରଶ୍ନ ପିଛା ଚ୍ୟାଲେଞ୍ଜ୍ ପାଇଁ ୫୦୦ ଟଙ୍କା ଫି ଧାର୍ଯ୍ୟ ହୋଇଥିବା ବେଳେ ପୂଜାଛୁଟିରେ ଆନ୍ସର କି ପ୍ରକାଶକୁ ନେଇ ଉଠିଛି ପ୍ରଶ୍ନ। ପ୍ରଶ୍ନ ନମ୍ବର ଏକ- ଓଡିଶାର ୨୬ତମ ଗଭର୍ଣ୍ଣର କିଏ ? ଉତ୍ତର ହେଲା ନବୀନ ପଟ୍ଟନାୟକ […]
ଭୁବନେଶ୍ୱର : ସଶସ୍ତ୍ର ଗଣ ବିପ୍ଳବର ଚିତ୍ର । ଯୁଦ୍ଧ ଆଉ ରକ୍ତପାତ। ସ୍ପଷ୍ଟ ବାରି ହେଉଛି ଗୋରା ସରକାର ବିରୋଧରେ ତୁମୁଳ ସଂଗ୍ରାମ ଓ ସଂଘର୍ଷର କାହାଣୀ । ଯାହାକୁ ଦର୍ଶାଯାଇଛି ଏକ ସିନେମାରେ। ଏହି ସିନେମାର ଟ୍ରେଲର, ଯାହାକୁ ନେଇ ଛିଡ଼ା ହୋଇଛି ବିବାଦ। ଓଡ଼ିଆଙ୍କ ସ୍ୱାଭିମାନ ଉପରେ କରିଛି କୁଠାରଘାତ। ପାଇକ ସଂପ୍ରଦାୟର ଇତିହାସ ଉପରେ ଛିଡ଼ା କରାଇଛି ପ୍ରଶ୍ନବାଚୀ । ସିନେମାର ନାଁ ‘ସେ ରା’। ଯେଉଁଥିରେ ଅଭିନୟ କରୁଛନ୍ତି ମେଗାଷ୍ଟାର […]
ଭୁବନେଶ୍ୱର: ଗୁରତ୍ୱପୂର୍ଣ ପ୍ରସଙ୍ଗରେ ଆଲୋଚନା କରି ନିଷ୍ପତ୍ତି ନେବାକୁ ସରକାର ବିଧାନସଭା ଗୃହ କମିଟି ଗଠନ କରିଥିଲେ। କିନ୍ତୁ ଏହା ନିୟମିତ ବ୍ୟବଧାନରେ ବସୁ ନାହିଁ। ଯଦି ବା କେତେବେଳେ କେମିତି ବସୁଛି କିନ୍ତୁ ସଦସ୍ୟ ଆସୁ ନାହାଁନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଶୁକ୍ରବାର ଦେଖିବାକୁ ମିଳୁଛି। ଆଜି ବିଜୁଳି ଉତ୍ପାଦନ ଓ ସୀମା ବିବାଦ ଭଳି ଦୁଇଟି ଗୁରତ୍ୱପୂର୍ଣ ପ୍ରସଙ୍ଗରେ ଗୃହ କମିଟିର ବୈଠକ ଥିଲା। ଏଭଳି ଏକ ଗୁରତ୍ୱପୂର୍ଣ ପ୍ରସଙ୍ଗରେ ଆଲୋଚନା ଥିବା ସତ୍ତ୍ୱେ […]
ଭୁବନେଶ୍ୱର : ଗଣେଶ ପୂଜାରେ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କଲା ବିଜେଡି । ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ପ୍ରଥମ ସଦସ୍ୟ ଭାବେ ନାଁ ପଞ୍ଜିକରଣ କଲେ। ହେଲେ ପ୍ରଥମ ଥର ପାଇଁ ଦଳର ୱେବପୋର୍ଟାଲ ସହ ନୂଆ ସଦସ୍ୟଙ୍କ ଆଧାର ଲିଙ୍କ ଯୋଜନାକୁ ନେଇ ଛିଡ଼ା ହୋଇଛି ବିବାଦ। ସରକାରୀ ସ୍ତରରେ ହିତାଧିକାରୀଙ୍କ ଆଧାର ଲିଙ୍କ ହେଉଥିବା ବେଳେ ରାଜନୈତିକ ଦଳ ଭାବେ ବିଜେଡିର ଆଧାର ଲିଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ […]
କରାଚୀ: କଶ୍ମୀର ମାମଲାକୁ ନେଇ ପୂରା ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଗୋଟିଏ ପଟେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କଶ୍ମୀରକୁ ନେଇ ଅଧୈର୍ଯ୍ୟ ହୋଇଛନ୍ତି, ସେହିପରି ଏଥିରେ ପାକିସ୍ତାନର ପୂର୍ବତନ କ୍ରିକେଟରମାନେ ମଧ୍ୟ ମନଇଚ୍ଛା ମନ୍ତବ୍ୟ ଦେବାରେ ଲାଗି ପଡ଼ିଛନ୍ତି। ବର୍ତ୍ତମାନ ଏହି ମାମଲାରେ ସାମ୍ନାକୁ ଆସିଛନ୍ତି ଜାଭେଦ୍ ମିଆଁଦାଦ। ସୋଶାଲ ମିଡିଆରେ ମିଆଁଦାଦଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ସେ ପ୍ରଦର୍ଶନ କରୁଥିବା ସମୟରେ ହାତରେ ଖଣ୍ଡା ଧରି କଶ୍ମୀରବାସୀଙ୍କ ସହ […]
ଭୁବନେଶ୍ୱର : ନିଜ ଅପ୍କମିଂ ଫିଲ୍ମର ସୋଶାଲ୍ ମିଡିଆରେ ବିବାଦୀୟ ପୋଷ୍ଟରକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତା ପପୁ ପମ୍ପମ୍। ପୋଷ୍ଟରଟି ତାଙ୍କ ଫିଲ୍ମର ଅଫିସିଆଲ୍ ପୋଷ୍ଟର ନୁହେଁ, ସେ ସେହି ଫଟୋକୁ ସେୟାର କରିନାହାନ୍ତି । ଏଭଳି ପୋଷ୍ଟରକୁ ଯିଏ ପୋଷ୍ଟ କରିଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପପୁ କହିଛନ୍ତି। ଗତକାଲି ଫିଲ୍ମ ମିଷ୍ଟର କହ୍ନେୟାର ପୋଷ୍ଟର ରିଲିଜ ହେବା ପରେ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ପୋଷ୍ଟର ଭାଇରାଲ୍ ହେବା ପରେ, […]
ଭୁବନେଶ୍ୱର : ଅଭିନେତା ପପୁ ପମ୍ ପମ୍ଙ୍କ ଆଗାମୀ ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ଛିଡ଼ା ହୋଇଛି ବିବାଦ। ପରେ ଥାନାକୁ ଗଲା ମାମଲା। ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ କଲେ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି। ଫିଲ୍ମରେ ମହିଳାମାନଙ୍କୁ ଅପମାନିତ କରାଯାଇଥିବା ସେ ଏଫଆଇଆର୍ରେ ଉଲ୍ଲେଖ କରିଛନ୍ତି। ଫିଲ୍ମର ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସହ ଅଭିନେତା ପପୁ ପପୁପମ୍ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ଏହାସହ ଫିଲ୍ମକୁ ସଂପୂର୍ଣ୍ଣ ବ୍ୟାନ୍ […]
କୋରାପୁଟ : କୋରାପୁଟ କଂଗ୍ରେସରେ ପୁଣି ତେଜିଲା ଗୋଷ୍ଠୀ ବିବାଦ। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କୁ ସମ୍ୱର୍ଦ୍ଧନା ସଭାରେ ଜିଲ୍ଲା କଂଗ୍ରେସରେ ଥିବା ଫାଟ ଆଜି ପୁଣି ଥରେ ଦେଖାଦେଇଛି। ସମ୍ୱର୍ଦ୍ଧନା ସଭା ପୂର୍ବରୁ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଏକ ରାଲି ଆୟୋଜିତ ହୋଇଥିଲା। ରାଲିରେ ପ୍ରଦୀପଙ୍କ ସହ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରୂପକ ତୁରୁକ ଏବଂ ୨ କଂଗ୍ରେସ ବିଧାୟକ ସାମିଲ ହୋଇଥିଲେ। ବିଧାୟକ କୈଳାସ କୁଲେସିକା, କୃଷ୍ଣଚନ୍ଦ୍ର ଶଗରିଆ ସାମିଲ […]
ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାଣିଲା ବିଜେପି। ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଏକ ପ୍ରେସମିଟ୍ରେ କହିଛନ୍ତି ଯେ, ଶ୍ରୀମନ୍ଦିର ଆଇନ ଅନୁସାରେ ଏକ ଫାଉଣ୍ଡେସନ ଫଣ୍ଡ୍ କମିଟି ରହିଛି। ମୁଖ୍ୟମନ୍ତ୍ରୀ ଏହି ଫାଉଣ୍ଡେସନ ଫଣ୍ଡ୍ କମିଟିର ଅଧ୍ୟକ୍ଷ ଥିବା ବେଳେ ଗତ ୧୮ ବର୍ଷ ଭିତରେ କେତେଥର କମିଟିର ବୈଠକ ଡାକିଛନ୍ତି ବୋଲି ପୀତାମ୍ବର ପ୍ରଶ୍ନ କରିଛନ୍ତି। ତେଣୁ ଚାବି ହଜିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉତ୍ତର ଦାୟୀ ବୋଲି ପୀତାମ୍ବର […]
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଓ ମିଳିବା ପ୍ରସଙ୍ଗକୁ ନେଇ ଶନିବାର ସନ୍ଧ୍ୟାରେ ବିଜେପି ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ଜନ ସତ୍ୟାଗ୍ରହ ଆରମ୍ଭ କରାଯାଇଛି। ରତ୍ନଭଣ୍ଡାରର ଅସଲି ଚାବି ହଜିବା ଘଟଣାରେ ଏତଲା ନ ରଖାଯିବା, ନକଲି ଚାବି ମିଳିବା ଘଟଣାରେ ସରକାରଙ୍କ ଦାୟିତ୍ୱହୀନତାକୁ ଦାୟୀ କରିବା ସହ ଦୋଷୀ ଜିଲ୍ଲାପାଳଙ୍କୁ ଗିରଫ କରିବା ପାଇଁ ଦାବି କରିଛି ବିଜେପି।
ପୁରୀ: ରତ୍ନଭଣ୍ଡାରର ନକଲି ଚାବିକୁ ନେଇ ବିବାଦ ବଢୁଥିବା ବେଳେ ସେଇ ଚାବିରେ ଭଣ୍ଡାର ଖୋଲିବାକୁ ଦାବି ଜୋର ଧରିଛି। ମିଳିଥିବା ଚାବିରେ ରତ୍ନଭଣ୍ଡାର ଖୋଲାଯାଉ ବୋଲି ଦଇତାପତି ନିଯୋଗ ଓ ମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ଆଜି ଦାବି କରିଛନ୍ତି। ଏଥିସହିତ ଅଳଙ୍କାର ସୁରକ୍ଷିତ ଅଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ସାର୍ବଜନୀନ ଭାବେ ଘୋଷଣା କରୁ ବୋଲି ସେମାନେ କହିଛନ୍ତି। ୧୯୭୮ରେ ପ୍ରସ୍ତୁତ ଅଳଙ୍କାର ତାଲିକା ସହ ବର୍ତ୍ତମାନର ଅଳଙ୍କାର ତାଲିକାକୁ ମେଳ କରିବା […]
ବିନିକା (ଦିଲ୍ଲୀପ ସାହୁ): ଜମି ବିବାଦକୁ ନେଇ ଜଣେ ମହିଳାଙ୍କ ତଣ୍ଟିକାଟି ହତ୍ୟା କରାଯାଇଛି। ଆଜି ରାତିରେ ଏପରି ନୃଶଂସ ହତ୍ୟାକାଣ୍ଡ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ଘଟିଛି। ମୃତ ମହିଳାଙ୍କ ସ୍ୱାମୀ ଓ ପୁଅ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।ପୂର୍ବ ଶତ୍ରୁତାରୁ ଏହି ନୃଶଂସ କାଣ୍ଡ ଘଟିଥିବା କୁହାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଥାନାରେ ଏ ନେଇ ଅଭିଯୋଗ ହୋଇନାହିଁ। ଆଜି ରାତି ପ୍ରାୟ ୯.୨୦ ମିନିଟ୍ରେ ଘୋଡ଼ାଧାର ଗାଁର କଟିଁଆ ଲୁହା, ତାଙ୍କ […]
ଦିଲ୍ଲୀ ( ଶିବାନନ୍ଦ) : ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାରେ ଅନ୍ତରୀଣ ଆବେଦନର ଶୁଣାଣି ଘୁଞ୍ଚିଲା। ଅଣମୌସୁମୀ ବେଳେ ଜଳ ଛାଡ଼ିବା ନେଇ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ଟ୍ରିବ୍ୟୁନାଲରେ ଶୁଣାଣି ଶେଷ ହୋଇଛି। ସେହିପରି ଛତିଶଗଡ଼ର କାଉଣ୍ଟର ଆବେଦନ ଶୁଣାଣି ସେମ୍ବେର ୨୮ ତାରିଖକୁ ଘୁଞ୍ଚିଛି। ଓଡ଼ିଶାର ଆବେଦନକୁ ବିରୋଧ କରି ଛତିଶଗଡ଼ ପକ୍ଷରୁ ଅପିଲ କରାଯାଇଥିଲା। ବର୍ଷା ଯୋଗୁଁ କ୍ଷେତ୍ର ପରିଦର୍ଶନ ହୋଇ ପାରିନଥିବା କୋର୍ଟକୁ ଜଣାଇଛନ୍ତି ଉଭୟ ପକ୍ଷ। ଏଥିସହ ବିଶେଷଜ୍ଞ […]
ଭୁବନେଶ୍ୱର : ଜଗନ୍ନାଥ ମନ୍ଦିର ରୁଲ୍ସ ୧୯୬୦ର ଧାରା-୭। ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି ଦୈନନ୍ଦିନ ଭକ୍ତଙ୍କଠାରୁ ଦାନ ସୂତ୍ରରେ ଆସୁଥିବା ସୁନା, ରୁପା ଓ ଅନ୍ୟ ଅଳଙ୍କାର ସବୁକୁ ଏକ ରେଜିଷ୍ଟରରେ ଏଣ୍ଟ୍ରି କରାଯାଇ ତାଲିକା କରାଯିବ। ଏସବୁକୁ ରତ୍ନଭଣ୍ଡାରରେ ଅଲଗା କରି ରଖାଯିବ। ପ୍ରତି ମାସରେ ରାଜ୍ୟ ସରକାରଙ୍କୁ ଏହାର ହିସାବ ଦିଆଯିବ। ହେଲେ ଶୃଙ୍ଖଳାକୁ ନେଇ ସୁପ୍ରିମ୍କୋର୍ଟଙ୍କ ଛାଟ ପରେ ଏବେ ଏ ନିୟମକୁ ଜଳାଞ୍ଜଳି ଦିଆଯାଇଥିବା ଅଭିଯୋଗ ହୋଇଛି। ଗତ ଶୁକ୍ରବାର […]
ଅନୁଗୁଳ : ଅନୁଗୁଳ ଥାନା ଅନ୍ତର୍ଗତ ରଜନୀପାଳ ଗାଁରେ ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ। ରଜନୀପାଳ ଗାଁରେ ଦୁଇ ସମ୍ପର୍କୀୟ ଭାଇ ଉତ୍ସବ ବେହେରା ଓ ପଣ୍ଡିତ ବେହେରାଙ୍କ ମଧ୍ୟରେ ଜମିଜମାକୁ ନେଇ ପୂର୍ବରୁ ବିବାଦ ରହିଥିଲା। ଏହାକୁ ନେଇ ଗତକାଲି ଉତ୍ସବ ଓ ପଣ୍ଡିତଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷୀପ୍ତ ହୋଇ ପଣ୍ଡିତ ଓ ତାଙ୍କ ଦୁଇ ପୁଅ ଉତ୍ସବକୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଉତ୍ସବଙ୍କୁ […]
ଭୁବନେଶ୍ୱର :ବିରୋଧୀ ଦଳ ନେତା ନେଇ ପରୋକ୍ଷରେ କ୍ଷୋଭ ପ୍ରକାଶ କଲେ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ବିଧାୟକମାନେ ତାଙ୍କୁ ବିରୋଧୀ ଦଳ ନେତା ଭାବେ ଦେଖିବାକୁ ଚାହୁଁଥିଲେ ବି କେନ୍ଦ୍ରୀୟ ନେତୃତ୍ୱ କାହିକି ଚାହିଁଲେ ନାହିଁ ବୋଲି ଜୟନାରାୟଣ ପ୍ରଶ୍ନ କରିବା ସହ ବିଜେପିରେ ବିବାଦର ମଞ୍ଜି ବୁଣିଛନ୍ତି। ବଡ଼କଥା ହେଉଛି ଦଳର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା ପଛର ଗୁପ୍ତ ଡିଲରେ ତାଙ୍କୁ ମୋହାରା କରାଯାଇଥିବା ସମ୍ଭାବନା ନେଇ […]
ଭୁବନେଶ୍ୱର: ଏକକ ଟ୍ରିବ୍ୟୁନାଲ୍ ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ହୋଇପାରେ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ୱାଲ୍। ବିବାଦର ସମାଧାନ ପାଇଁ ଇଣ୍ଟରଷ୍ଟେଟ ରିଭର ଡିସ୍ପୁଟ ଆକ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିବେ। ଏନେଇ ଲୋକସଭାରେ ସଂଶୋଧିତ ବିଲ୍ ଉପସ୍ଥାପିତ ହୋଇ ଷ୍ଟାଣ୍ଡିଂ କମିଟିକୁ ଯାଇଥିଲା। ଷ୍ଟାଣ୍ଡିଂ କମିଟି ମଧ୍ୟ ରିପୋର୍ଟ ଦେଇସାରିଛି। ଆସନ୍ତା ମୌସୁମୀ ଅଧିବେଶନରେ ବିଲ୍ଟି ଲୋକସଭାରେ ଆସିପାରେ ବୋଲି ଅର୍ଜୁନ କହିଛନ୍ତି। ଅନ୍ୟପଟେ ଅର୍ଜୁନଙ୍କ […]