ଇସ୍ଲାମବାଦ: ପାକିସ୍ତାନର ଜଣାଶୁଣା ଜଣେ ମୌଲାନା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଉପସ୍ଥିତିରେ ମହିଳାଙ୍କ ପ୍ରତି ଆପତ୍ତିଜନକ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି, ‘ମହିଳାଙ୍କ ଖରାପ କାମ’ ଯୋଗୁ କରୋନା ଭାଇରସ ପରି ରୋଗ ସହ ପୃଥିବୀକୁ ଲଢିବାକୁ ପଡ଼ୁଛି। ମୌଲାନା ଏହି ଟିପ୍ପଣୀ ୨୩ ଏପ୍ରିଲରେ ଏକ ଟିଭି ଲାଇଭ୍ ପ୍ରୋଗ୍ରାମରେ ଦେଇଥିଲେ ଯେଉଁଥିରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଉପସ୍ଥିତ ଥିଲେ। ହେଲେ ସେ ଏପରି ଆପତ୍ତିଜନକ ବୟାନବାଜିରୁ ମୌଲାନାଙ୍କୁ ନିବୃତ୍ତ କରାଇ ନ ଥିଲେ କିମ୍ବା […]
ସୁନ୍ଦରଗଡ଼:ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ। ପରସ୍ପର ମଧ୍ୟରେ ହଣାହଣି ହୋଇ ୨ ପରିବାରର ୪ ଜଣଙ୍କ ମୃତ୍ୟୁ। ଏମିତି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ସୀମାକୁ ଲାଗିଥିବା ଝାଡ଼ଖଣ୍ଡ ରାଜ୍ୟ ସିମଡେଗା ଜିଲ୍ଲାରେ। ଏହି ଜିଲ୍ଲା କୁର୍ଡେଗ ଥାନା ଅନ୍ତର୍ଗତ ମୁହାଡିହି ଗାଁରେ ଦୁଇ ଭାଇଙ୍କ ମଧ୍ୟରେ ଗତ କିଛି ଦିନ ଧରି ଜମିବାଡ଼ି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଥିଲା। ଆଜି ସକାଳେ ଏହି ବିବାଦ ଉଗ୍ର ରୂପ ନେଇଥିଲା। ସକାଳେ ବଡ଼ ଭାଇ ଓ ତାଙ୍କ […]
ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ଫାଶି ପରେ ଆଜି ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି ନିର୍ଭୟା ଦୋଷୀଙ୍କ ଓକିଲ ଏପି ସିଂହ । ଫାଶି ରୋକିବା ନେଇ ସମସ୍ତ ଆବେଦନ ଖାରଜ ହେବା ପରେ ଅଜବ ଯୁକ୍ତି ରଖିବା ସହ ନିର୍ଭୟାଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଏପି ସିଂହ ନିର୍ଭୟା ମା’ ଏବଂ ନିର୍ଭୟା ପ୍ରତି ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ, ନିର୍ଭୟାଙ୍କ ମା’ଙ୍କୁ ଜଣା ନାହିଁ ଯେ ତାଙ୍କ ଝିଅ ରାତି ୧୨.୩୦ […]
ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସାଢେ ତିନି ଲକ୍ଷ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳ ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ବିକଳ୍ପ ମୂଲ୍ୟାୟନ ଜରିଆରେ ମାର୍କ ପାଇବେ ଛାତ୍ରଛାତ୍ରୀ। ତେବେ ମାଟ୍ରିକରେ ଖରାପ ପ୍ରଦର୍ଶନ କରିଥିବା ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତୋଷ କୁହୁଳୁଛି। ରେଜଲ୍ଟକୁ ନେଇ ଅସନ୍ତୋଷ ଥିଲେ ଅଫ୍ ଲାଇନ୍ ପରୀକ୍ଷା କରାଯାଇପାରେ
ନୂଆଦିଲ୍ଲୀ:ଦୀର୍ଘ ୪୦ ଦିନ ଧରି ମାରାଥନ ଶୁଣାଣି ପରେ ଆଜି ଅଯୋଧ୍ୟାର ବିବାଦୀୟ ସ୍ଥାନ ଉପରେ ସୁପ୍ରିମକୋର୍ଟ ତାଙ୍କର ନିଷ୍ପତ୍ତି ଶୁଣାଇଛନ୍ତି। ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ସର୍ବସମ୍ମତି କ୍ରମେ ଅର୍ଥାତ୍ ୫-୦ରେ ଶୁଣାଇଛନ୍ତି ଏହି ଐତିହାସିକ ରାୟ। ନିର୍ମୋହୀ ଆଖଡ଼ାର ଦାବିକୁ ଖାରଜ କରି ସୁପ୍ରିମ୍କୋର୍ଟ ରାମଙ୍କ ଜନ୍ମଭୂମି ଏବଂ ସୁନ୍ନି ୱାକଫ ବୋର୍ଡକୁ ହିଁ ପକ୍ଷକାର ମାନି ମାମଲାର ବିଚାର କରିଛନ୍ତି। ଆଲହାବାଦ୍ କୋର୍ଟ ଦ୍ୱାରା ବିବାଦୀୟ ଜାଗାକୁ ତିନି ପକ୍ଷ […]
ପାରାଦୀପ: ପାରାଦୀପ କଳିଙ୍ଗ ବାଲିଯାତ୍ରାକୁ ନେଇ ଉଠିଥିବା ବିବାଦ କ୍ରମେ ଘନେଇବାରେ ଲାଗିଛି । ଉଭୟ ବିଜେପି ଓ ବିଜେଡି ଏହାକୁ ନେଇ ପାରାଦୀପରେ ମୁହାଁମୁହିଁ ହୋଇଛନ୍ତି । ପୌରପାଳିକା ଏବଂ କଳିଙ୍ଗ ବାଲିଯାତ୍ରା କମିଟିରେ ବିଜେଡିର ଏକଚାଟିଆ ପ୍ରାଦୁର୍ଭାବ ଓ ଦୁର୍ନୀତି କଥା ଉଠାଇ ବିଜେପି ୪ ଦିନ ହେଲାଣି ପୌରପାଳିକା ନିକଟରେ ଧାରଣା ଦେଇଛି । ଜିଲ୍ଳାପାଳ ତଦନ୍ତ କରି ପୌର ନିର୍ବାହୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି । […]
ଭୁବନେଶ୍ୱର: ଅଭିନେତା ପପୁ ପମ୍ପମଙ୍କ ଆଗାମୀ ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ଉଠିଛି ବିବାଦ। ସୋଶାଲ୍ ମିଡିଆରେ ଏହି ପୋଷ୍ଟର ଭାଇରାଲ୍ ହେବା ସହ ପ୍ରଯୋଜନା ସଂସ୍ଥା ଏବଂ ଅଭିନେତା ପପୁଙ୍କୁ ତୀବ୍ର ସମାଲୋଚନା କରାଯାଉଛି। ଏହି ପୋଷ୍ଟରରେ ପପୁ ୭ ଜଣ ଯୁବତୀଙ୍କ ସହ ନଜର ଆସୁଛନ୍ତି । ପୋଷ୍ଟରରେ ଝିଅମାନଙ୍କୁ ୭ଟି ଦଉଡ଼ିରେ ବନ୍ଧାଯାଇଛି ଏବଂ ସେ ସବୁ ଦଉଡ଼ିକୁ ପପୁ ନିଜ ହାତରେ ଧରିଥିବା ଦେଖିବାକୁ ମିଳିଛି। ଏଭଳି ପୋଷ୍ଟର […]
ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ ଓ ତାଙ୍କଠାରୁ କଶ୍ମୀର ସମସ୍ୟାରେ ମଧ୍ୟସ୍ଥତା ସମ୍ପର୍କିତ ବୟାନ ଶୁଣିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଉତ୍ସାହିତ ହୋଇ ଉଠିଛନ୍ତି। ଭାରତ କଶ୍ମୀର ସମସ୍ୟାକୁ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ସମାଧାନ କରିବାକୁ ଚାହୁଁଥିବା ବେଳେ ଆଜି ଇମ୍ରାନ୍ ବିପରୀତ ଢଙ୍ଗରେ ବୟାନ ଦେଇଛନ୍ତି। ଟ୍ରମ୍ପଙ୍କୁ ସାକ୍ଷାତ କରିବା ପରେ ଇମ୍ରାନ୍ କହିଛନ୍ତି, “କଶ୍ମୀର ସମସ୍ୟା ଦୀର୍ଘ ୭୦ ବର୍ଷ ହେଲା ଚାଲି ଆସିଛି। ତେଣୁ ଏହା ଦ୍ୱିପାକ୍ଷିକ […]
ଭୁବନେଶ୍ୱର: ଟ୍ରିବ୍ୟୁନାଲରେ ଚାଲିଥିବା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଅଗଷ୍ଟ ୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଓଡ଼ିଶା ପକ୍ଷରୁ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି ଉପରେ ଆଜି ବିଚାର କରି ପରବର୍ତ୍ତୀ ଶୁଣାଣିକୁ ଟ୍ରିବ୍ୟୁନାଲ ଘୁଞ୍ଚାଇଛନ୍ତି। ଏହାସହ ମୂଳ ମାମଲାର ଶୁଣାଣି କରି ଉଭୟ ଓଡ଼ିଶା ଓ ଛତିଶଗଡ଼କୁ ଅକ୍ଟୋବର ୧୯ ତାରିଖ ସୁଦ୍ଧା ସମସ୍ତ କାଗଜପତ୍ର ଦାଖଲ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି।
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାରେ ମଧ୍ୟସ୍ଥତା କରୁଥିବା କମିଟିକୁ ଆଜି ସୁପ୍ରିମକୋର୍ଟ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ୧୮ ତାରିଖ ସୁଦ୍ଧା ମଧ୍ୟସ୍ଥି କମିଟିକୁ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି। ଏହାପରେ ୨୫ ଜୁଲାଇରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ୧୮ ତାରିଖରେ ଦାଖଲ ହେବାକୁ ଥିବା ମଧ୍ୟସ୍ଥି କମିଟିର ରିପୋର୍ଟ ଯଦି ସନ୍ତୋଷଜନକ ନ ହୁଏ, ତାହେଲେ ସୁପ୍ରିମକୋର୍ଟ ୨୫ ତାରିଖରୁ ମାମଲାର ଦୈନିକ ଶୁଣାଣି କରିବେ। ଆବେଦନକାରୀ ଦର୍ଶାଇଥିଲେ […]
ନୂଆଦିଲ୍ଲୀ: ବିଶ୍ୱକପ୍ରେ ଟିମ୍ ଇଣ୍ଡିଆର କମଳା ଓ ଘନ ନୀଳ ଜର୍ସିକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଭାରତ ଗତକାଲି ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଏଭଳି ଜର୍ସି ପିନ୍ଧି ମ୍ୟାଚ୍ ହାରିଥିଲା। ଏହାପରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଏହି ନୂଆ ଜର୍ସି ପାଇଁ ଟିମ୍ ଇଣ୍ଡିଆ ପ୍ରତିପକ୍ଷ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା ବୋଲି ଟ୍ୱିଟ କରିଥିଲେ। ତେବେ ଏହାକୁ ନେଇ ରାଜନୀତିକ ବୟାନବାଜି ଦେଖିବାକୁ ମିଳିଛି। ବିବାଦ ଘନଉଥିବା ଦେଖି ଆଜି ମେହବୁବା […]
କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାସୀନ ମମତା ବାନାର୍ଜୀ ସରକାରଙ୍କ ଏକ ଅଜବ ବିଜ୍ଞପ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଛି। ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି, ଯେଉଁଥିରେ କୁଚବେହାର ଜିଲ୍ଲାରେ ଥିବା ସରକାରୀ ସ୍କୁଲ ଗୁଡ଼ିକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଯେଉଁ ସ୍କୁଲରେ ୭୦% କିମ୍ବା ତା’ରୁ ଅଧିକ ସଂଖ୍ୟକ ମୁସଲିମ ଛାତ୍ରଛାତ୍ରୀ ରହିଛନ୍ତି, ସେମାନଙ୍କ ପାଇଁ ସ୍କୁଲ କର୍ତ୍ତୃପକ୍ଷ ଏକ ସ୍ୱତନ୍ତ୍ର ଡାଇନିଂ ହଲ୍ ନିର୍ମାଣ କରିବେ। ଏହି ଡାଇନିଂ ହଲ୍ରେ […]
A stand up comedy show that uses satire to address political issues. Contestants present their talent through ticking the ribs of the audience by using
A unique chat show that probes our celebrities to face the facts and rumors about themselves and bring forth the truth for the audience. This show aims
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves