ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦ ନେଇ ଆଜି ବସିଛି କମାଣ୍ଡରସ୍ତରୀୟ ବୈଠକ। ଭାରତ-ଚୀନ୍ ସୀମା ବିବାଦର ସମାଧାନ ସହ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଏହି ସାମରିକସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । LACରେ ଚୀନ ସୀମାରେ ଥିବା ମଲ୍ଡୋରେ ଏହି ବୈଠକ ବସିଛି । ସୈନ୍ୟ ପ୍ରତ୍ୟାହାରକୁ ନେଇ ଦୁଇ ଦେଶ ନିଜ ନିଜ ଜିଦରେ ଅଟଳ ଥିବାରୁ ପୂର୍ବରୁ ସମସ୍ତ କମାଣ୍ଡର ସ୍ତରୀୟ ବୈଠକ ସଫଳ ହୋଇପାରିନାହିଁ । […]
ନୂଆଦିଲ୍ଲୀ: କେରଳ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ଏବେ ସରଗରମ । ସବୁଦଳ ପ୍ରଚାର ପାଇଁଳ କମର କଷିଛନ୍ତି। ନିଜର ବିଜୟ ପାଇଁ ପ୍ରାର୍ଥୀ, ଦଳ ପ୍ରଚାର ବେଳେ ଯେ କୌଣସି ପ୍ରକାର ମନ୍ତବ୍ୟ ଦେଇଥାନ୍ତି । ଏପରିକି ଅପମାନଜନକ ମନ୍ତବ୍ୟ ଦେବାକୁ ବି ପଛାଇ ନଥାନ୍ତି। କରେଳର ବିଭିନ୍ନ ସ୍ଥାନରେ ପ୍ରଚାର ଚାଲିଥିବାବେଳେ ବିଭିନ୍ନ ରାଜନେତାଙ୍କର ଏମିତି କିଛି ମନ୍ତବ୍ୟ ସାମ୍ନାକୁ ଆସିଛି। ଇକ୍କଡିର ପୂର୍ବ ସାଂସଦ ଜାୟସ ଜାର୍ଜ ବାୟନାଡର ସାଂସଦ ଏବଂ […]
ନୂଆଦିଲ୍ଲୀ: ଟୁଲ୍କିଟ୍ ମାମଲାରେ ଦେଶରେ ପ୍ରଥମଥର ପାଇଁ ଜଣଙ୍କୁ ଗିରଫ କରାଯାଇଛି । ୨୧ ବର୍ଷୀୟା ପରିବେଶବିତ୍ ଦିଶା ରବିଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ୍। ଚାଷୀ ଆନ୍ଦୋଳନକୁ ସମର୍ଥନ କରି ‘ଗ୍ରେଟା ଥନବର୍ଗ’ କରିଥିବା ଟ୍ୱିଟ୍କୁ ଟୁଲ୍କିଟ୍ କରିଥିବା ଅଭିଯୋଗ ନେଇ ଏହି ଗିରଫଦାରି ହୋଇଛି। ଦିଲ୍ଲୀ ପୋଲିସର କହିବା ଅନୁଯାୟୀ, ‘ଗ୍ରେଟାଙ୍କ ଟୁଇଟ୍ ପରେ ଏହାକୁ ଦିଶା ପୁଣି ଥରେ ପ୍ରଚାର ପ୍ରସାର କରିଥିଲେ। ଏଥିରେ ଖଲିସ୍ତାନୀଙ୍କୁ ସମର୍ଥନ କରିବା ସହ ଦେଶ ବିରୋଧୀ ଷଡ଼ଯନ୍ତ୍ର […]
ଟିଟିଲାଗଡ: ଜମି ବିବାଦରୁ ହତ୍ୟା । ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ। ଜଣେ ବ୍ୟଙ୍କିଙ୍କ ଗଳାକାଟି ହତ୍ୟା କରିବା ପରେ ପାହାଡ଼ ତଳକୁ ଫିଙ୍ଗି ଦେଇଥିଲେ। ପରିବାର ଲୋକେ ଗତକାଲି ରାତିରେ ମୃତଦେହକୁ ଉଦ୍ଧାର କରିଛନ୍ତି। ଟିଟିଲାଗଡ ଥାନା ଅନ୍ତର୍ଗତ ଚୋରମରା ଗାଁରେ ଗତକାଲି ସଂଧ୍ୟାରେ ଲୋକେ ନଦୀପଠାକୁ ଯାଇଥିବାବେଳେ ପାହାଡ ତଳେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ମୃତ ଯୁବକ ଜଣକ ଚୋରମରା ଗାଁ ର ଗର୍ଜନ ରଣା ବୋଲି ଜଣାପଡିଥିଲା। […]
ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ସରକାରୀ ହସ୍ପିଟାଲରେ ବେଡ୍ ସଂରକ୍ଷଣକୁ ନେଇ ଉପ ରାଜ୍ୟପାଳ ଓ ଦିଲ୍ଲୀ ସରକାରଙ୍କ ବିବାଦ ତେଜିବାରେ ଲାଗିଛି । ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଦିଲ୍ଲୀବାସୀଙ୍କ ପାଇଁ ୧୦ ହଜାର ବେଡ୍ ସଂରକ୍ଷଣ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସରକାରଙ୍କ ଏ ନିର୍ଦ୍ଦେଶକୁ ଉପରାଜ୍ୟପାଳ ଅନିଲ ବୈଜଲ ବେଆଇନ କହି ଖାରଜ କରି ଦେଇଥିଲେ । ଏ ସମ୍ପର୍କରେ ଆଲୋଚନା ପାଇଁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ଉପରାଜ୍ୟପାଳ […]
ଚେନ୍ନାଇ:ତାମିଲନାଡୁର ଦିବଗଂତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସମ୍ପତ୍ତିକୁ ନେଇ ଉଠିଛି ପ୍ରଶ୍ନ । ପ୍ରକୃତରେ କେତେ ସମ୍ପତ୍ତିର ଅଧିକାରୀ ଥିଲେ ଜୟଲଳିତା ? ୧୮୮ କୋଟିର ନା ୯୧୩ କୋଟିର ? ନିଜ ସମ୍ପତ୍ତିକୁ ନେଇ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଜୟଲଳିତା । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଉତ୍ତରାଧିକାରୀ କିଏ ସେ ନେଇ ତ ନିଷ୍ପତ୍ତି ହୋଇଗଲା। ହେଲେ ତାଙ୍କ ସମ୍ପତ୍ତିର ଉଚିତ ମୂଲ୍ୟ କେତେ ଏହାକୁ ନେଇ ମାଡ୍ରାସ ହାଇକୋର୍ଟରେ ମାମଲା ବିଚାରାଧୀନ […]
ଆଜି ୨୦୨୦ ମସିହା, ଜାନୁଆରୀ ମାସ ୨୨ ତାରିଖ, ବୁଧବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ଖୋର୍ଦ୍ଧା: କାଶ୍ମୀର ନୀତି ପାଇଁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍ ନେହରୁ ଅପରାଧୀ। ଏଭଳି କିଛି ବିବାଦୀୟ ବୟାନ ଦେଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ନେହରୁଙ୍କ ଭୁଲ୍ ପାଇଁ କାଶ୍ମୀରବାସୀ ଦଶା ଭୋଗୁଛନ୍ତି ବୋଲି ଶିବରାଜ କହିଛନ୍ତି। ୟୁପିଏ ଶାସନ ବେଳେ ପ୍ରଧାନମନ୍ତ୍ରୀ ବିଦେଶ ଗଲେ ସମ୍ମାନ ପାଉ ନ ଥିଲେ। ମାତ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତ ବେଳେ ୧୩୦ କୋଟି ଭାରତୀୟ ସମ୍ମାନ ପାଉଛନ୍ତି ବୋଲି ଶିବରାଜ ଦୋହରାଇଛନ୍ତି। […]