• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "924" result for "ବିବାଦ" in https://otvkhabar.in

ସୋତକୋଲୁଗୀଗ
ତେଜିଲା ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ନେଇ ବିବାଦ

ମାଲକାନଗିରି : ମାଲକାନଗିରିରେ ତେଜିଲା ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ନେଇ ବିବାଦ। ପ୍ରତିବାଦ ସ୍ୱରୂପ ଛୁଟିରେ ଚାଲି ଯାଇଛନ୍ତି ଅତିରିକ୍ତ ଜିଲ୍ଲାପାଳ। ଅଯୋଧ୍ୟାକାନ୍ତ ଶତପଥୀ ମାଲକାନଗିରିରେ କାର୍ଯ୍ୟରେ ଯୋଗ ଦେବା ପର ଠାରୁ ତାଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଦାୟିତ୍ୱ ନେବା ପର ଠାରୁ ତାଙ୍କୁ ଘର, ଗାଡି କିମ୍ବା ଅନ୍ୟ କୌଣସି ସରକାରୀ ସୁବିଧା ସୁଯୋଗ ଦିଅାଯାଇନଥିବା ସେ କହିଛନ୍ତି। ସେ ଅାଉ ମାଲକାନଗିରିକୁ ଫେରିବେ ନାହିଁ ବୋଲି […]

viimsar-up
ତୀବ୍ର ହେଉଛି ବୁର୍ଲା ଭିମ୍‌ସାର ନିର୍ଦ୍ଦେଶକ ଓ ଜେଡିଏ ମଧ୍ୟରେ ବିବାଦ

ସମ୍ବଲପୁର : ତୀବ୍ର ହେଉଛି ବୁର୍ଲା ଭିମ୍‌ସାର ନିର୍ଦ୍ଦେଶକ ଓ ଜେଡିଏ ମଧ୍ୟରେ ବିବାଦ। ନିର୍ଦ୍ଦେଶକ ପୂଜାହାରୀଙ୍କୁ ହଟାଇବା ଦାବିରେ ଜେଡିଏର ଅାନ୍ଦୋଳନ ଅାଜି ମଧ୍ୟ ଚାଲୁ ରହିଛି। ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କ ବିରୋଧରେ ଅାସିଥିବା ଅଭିଯୋଗ ଉପରେ ହୋଇଛି ରୁଦ୍ଧଦ୍ୱାର ତଦନ୍ତ। ବିଭିନ୍ନ ନାଗରିକ ସଂଗଠନଙ୍କ ଠାରୁ ଗୁପ୍ତରେ ତଥ୍ୟ ଓ ମତ ସଂଗ୍ରହ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ୪ଜଣିଅା ଟିମ୍। ଏହା ପରେ ସିଧାସଳଖ ନିର୍ଦ୍ଦେଶକ ପୂଜାହାରୀ ଓ ଜେଡିଏ ସହ […]

play ground scam
ବାଲେଶ୍ୱର ଫକୀର ମୋହନ କଲେଜର ଖେଳ ପଡିଅା ବିବାଦ

ବାଲେଶ୍ୱର  : ବାଲେଶ୍ୱର ଫକୀର ମୋହନ କଲେଜର ଖେଳପଡିଅାକୁ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଉଦଘାଟନ ବେଳେ ଗଣ୍ଡଗୋଳ। ପଡିଅା ତିଅାରି ନିମ୍ନମାନର ହୋଇଥିବାବେଳେ ଲକ୍ଷାଧିକ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଫକୀରମୋହନ କଲେଜର ବାଣିଜ୍ୟ ସୌଧ ଗୃହର ଶିଳାନ୍ୟାସ କରିବା ସହ ଓଡିଶା ଷ୍ଟେଟ୍‌ ଓପନ୍ ୟୁନିଭରସିଟିର ଆଂଚଳିକ ଶାଖା ଏବଂ ଖେଳପଡିଅାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନ ସମୟରେ କଲେଜର ଛାତ୍ର ଏବଂ ସହର ବାସିନ୍ଦା ମିଶି ଏହି ଉଦ୍‌ଘାଟନକୁ ବିରୋଧ କରିଥିଲେ। ପୂର୍ତ୍ତବିଭାଗ ପକ୍ଷରୁ […]

bali-yatra-up
ତୁଟିଲା କଟକ ବାଲିଯାତ୍ରା ବିବାଦ

କଟକ : ତୁଟିଲା କଟକ ବାଲିଯାତ୍ରା ବିବାଦ। ପ୍ରଶାସନ-ବ୍ୟବସାୟୀ ସଂଘ ମଧ୍ୟରେ ସୃଷ୍ଟି ହୋଇଥିବା ମୁହାଁମୁହିଁ ପରିସ୍ଥିତି ଯୋଗୁ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଥିଲା ଏହି ଐତିହାସିକ ଯାତ୍ରା। ତେବେ ବ୍ୟବସାୟୀଙ୍କ ପ୍ରମୁଖ ଦାବିଗୁଡ଼ିକୁ ପ୍ରଶାସନ ମାନିନେବା ପରେ ବାଲିଯାତ୍ରାରେ ସହଯୋଗ କରିବ ବୋଲି କହିଛି ବ୍ୟବସାୟୀ ସଂଘ। ଅାଜି ପୂର୍ବାହ୍ନରେ ଉପର ବାଲି ଯାତ୍ରା ପଡ଼ିଆରେ ଟେଣ୍ଟ ବନ୍ଧା ହେବା ପରିବର୍ତ୍ତେ ଖୋଲା ଯାଉଥିଲା। ଏହି ଐତିହାସିକ ଯାତ୍ରା ପାଇଁ ହାତରେ ଅାଉ ୫ଦିନ ସମୟ […]

radhapadA-up
ରାଧାପାଦ ଦର୍ଶନ ଲାଗି ହୋଇଥିବା ବିବାଦର ହେଲା ସମାଧାନ

ପୁରୀ : ଆସନ୍ତାକାଲି ପବିତ୍ର ଅଁଳା ନବମୀ। ରାଧାପାଦ ଦର୍ଶନ ଲାଗି ଚଳଚଞ୍ଚଳ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀ ଗୋପୀନାଥ ମନ୍ଦିର। ଅଁଳା ନବମୀରେ ରାଧାଙ୍କ ଓଡ଼ିଆଣୀ ବେଶ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୧୭ ପ୍ଲାଟୁନ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ହୋଇଛି। ସେପଟେ ଅଁଳା ନବମୀ ପୂର୍ବରୁ ପ୍ରଶାସନ ପ୍ରଦାନ କରୁଥିବା ପାଉଣାକୁ ନେଇ […]

tusar--1
ପୁଣି ତେଜିଲା ଅରୁଣ-ତୁଷାର ବିବାଦ

ବାରିପଦା : ପୁଣି ତେଜିଲା ଅରୁଣ-ତୁଷାର ବିବାଦ। ବାରିପଦା ଅାସିଲେ ବିଧାୟକ ଅରୁଣ ସାହୁଙ୍କୁ ବିରୋଧ କରାଯିବ ବୋଲି କହିଛନ୍ତି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ତୁଷାର ନାୟକ। ଅରୁଣ ତାଙ୍କୁ ଗାଳିଦେବା ଓ ଉଠ୍‌ବସ୍‌ କରାଇବା ବିବାଦର ସମାଧାନ ବେଳେ ମିଳିଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବା ତୁଷାର କହିଛନ୍ତି। ଅରୁଣଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ଅବ୍ୟାହତି ସହ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଦାବିକୁ ପୂରଣ ପାଇଁ ପ୍ରତିଶ୍ରୁତି ଦିଅାଯିବାରୁ ସେ ଚୁପ୍ […]

jaypur
ଜୟପୁରରେ ଡାକ୍ତର-ଓକିଲ ବିବାଦ

କୋରାପୁଟ : ପୁଲିସ-ଓକିଲ ବିବାଦରେ ସାରା ରାଜ୍ୟ ଯୁଝି ହେବା ପରେ ଏବେ କୋରାପୁଟ ଜୟପୁରରେ ଡାକ୍ତର-ଓକିଲ ବିବାଦ ଦେଖାଦେଇଛି। ଅାଇନଜୀବୀ ସତ୍ୟବ୍ରତ ପାଢ଼ୀ ୧୪ ତାରିଖ ଦିନ ନିଜର ୬ ମାସର ଝିଅକୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲକୁ ନେଇଥିଲେ। ଚିକିତ୍ସା ସତ୍ତ୍ୱେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସତ୍ୟବ୍ରତ ଉପସ୍ଥିତ ଭେଷଜ ବିଶେଷଜ୍ଞ ପ୍ରଶାନ୍ତ ସାମଲଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି ଉଭୟଙ୍କ ମଧ୍ୟରେ ହାତାହାତି ଯାଏ ଯାଇଥିଲା। ଏହାପରେ ଡାକ୍ତର ସାମଲ […]

temple-up
ରାଧାପାଦ ଦର୍ଶନକୁ ନେଇ ସାକ୍ଷୀଗୋପାଳ ମନ୍ଦିରରେ ବିବାଦ

ପୁରୀ  : ଅାସନ୍ତାକାଲି ଅଁଳା ନବମୀ, ରାଧାପାଦ ଦର୍ଶନ। ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ, ଏବେ ଏହାକୁ ନେଇ ସମସ୍ୟା । କମିଶନରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ପାଉଣାକୁ ନେଇ ଏହି ବିବାଦ ଦେଖାଦେଇଛି। ଗୋପାଳବଲ୍ଲବ ନୀତି ପରେ ଅନ୍ୟ ନୀତିକୁ ବନ୍ଦ କରି ସେବାୟତମାନେ ମନ୍ଦିର ସମ୍ମୁଖରେ ଧାରଣାରେ ବସିଛନ୍ତି। ପାଉଣା ବାବଦକୁ ୫ଲକ୍ଷ ଟଙ୍କା ପ୍ରଦାନ କରିବା ସହ ଭିଅାଇପି ଟିକଟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସେବାୟତମାନେ […]

tiger-up
ସୁନ୍ଦରୀ ବିବାଦ ଥଣ୍ଡା ନପଡୁଣୁ ପୁଣି ସାତକୋଶିଅା ଅଡୁଅା

ଭୁବନେଶ୍ୱର : ମରିପଡ଼ିଛି ମହାବଳ। ସାତକୋଶିଅାର ଘନ ଜଙ୍ଗଲରେ ପଡ଼ିଛି ମୃତଦେହ। ଗତକାଲି ଦିନ ପ୍ରାୟ ଗୋଟାଏ ବେଳେ ମହାବଳର ମୃତ୍ୟୁ ସଂପର୍କରେ ଜଣାପଡିଥିଲା। ରାଇଗୋଡ଼ାରୁ ନୂଅାଗଡ଼ ରାସ୍ତାର ୫ଶହ ମିଟର ଦୂରରେ ପଡିଥିବା ବାଘର ମୃତଦେହକୁ ଉଦ୍ଧାର କରିଥିଲା ଜଙ୍ଗଲ ବିଭାଗ। ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମହାବଳର ବେକରେ ଅାଘାତ ଲାଗିଥିଲା। ଏହା ପ୍ରାୟ ୫ ଦିନ ତଳର। ଏହା ସଂକ୍ରମଣ ହୋଇ ଘା’ ହେବା ସହ ପୋକ ହୋଇଯାଇଥିଲା। ଯେଉଁଥିପାଇଁ ବାଘର ମୃତ୍ୟୁ […]

police -lawyer
ପୁଲିସ-ଓକିଲ ବିବାଦ : ନିଃସର୍ତ୍ତ କ୍ଷମା ମାଗିଲେ ୩ ପୁଲିସ କର୍ମଚାରୀ

କଟକ  : କଟକ ପୁଲିସ-ଓକିଲ ବିବାଦରେ ନିଃସର୍ତ୍ତ କ୍ଷମା ମାଗିଲେ ୩ ପୁଲିସ କର୍ମଚାରୀ। ହାଇକୋର୍ଟରେ ସେମାନେ କ୍ଷମା ମାଗିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଜଣେ ହାବିଲଦାର ଓ ୨ ଜଣ କନ୍‌ଷ୍ଚେବଲ। ଏହା ପରେ ବିବାଦର ଏକପ୍ରକାର ସମାଧାନର ରାସ୍ତା ବାହାରିବ ବୋଲି ଅାଶା କରାଯାଉଛି। ସେପଟେ ଅାଜି ଅପରାହ୍ଣରେ ହାଇକୋର୍ଟ ବାର୍ ଅାସୋସିଏସନ୍‌ର ବୈଠକ ବସିବ। ସେହି ବୈଠକରେ ଅାନ୍ଦୋଳନ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ। କଟକରେ ଜଣେ ଓକିଲଙ୍କୁ ପୁଲିସ କର୍ମଚାରୀ ମାଡ଼ […]

bar
ପୁଲିସ-ଓକିଲ ବିବାଦ ମାମଲା; ଆଜି ହାଇକୋର୍ଟ ବାର ଆସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ

କଟକ : କଟକରେ ପୁଲିସ-ଓକିଲ ବିବାଦ ମାମଲାରେ ଅାଜି ହାଇକୋର୍ଟ ବାର ଅାସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଅାନ୍ଦୋଳନର ପରବର୍ତ୍ତୀ ରୂପରେଖ ଏହି ବୈଠକରେ ସ୍ଥିର ହେବ। ସେପଟେ ଜଷ୍ଟିସ ସି.ଅାର ଦାସଙ୍କ ଖଣ୍ଡପୀଠରେ ଓକିଲ-ପୁଲିସ ବିବାଦ ସମ୍ପର୍କିତ ମାମଲାର ଶୁଣାଣି ଅାଜି ହେବାକୁ ଧାର୍ଯ୍ୟ ହୋଇଛି। ଓକିଲଙ୍କୁ ପୁଲିସର ମାଡ଼ ଅଭିଯୋଗ ଘଟଣାରେ ପୁଲିସର ନିଷ୍କ୍ରିୟତା ଅଭିଯୋଗ ନେଇ ଏହି ମାମଲା ଦାୟର ହୋଇଛି। ଏହି ମାମଲାର ଫଳାଫଳ ସାଧାରଣ ପରିଷଦ ବୈଠକରେ ଅାଲୋଚନା କରାଯାଇ […]

rafel-up
ରାଫେଲ ବିବାଦ ମାମଲା ; ସୁପ୍ରିମକୋର୍ଟରେ ତଥ୍ୟ ଦାଖଲ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ବିମାନ କିଣିବା ସମୟରେ ୨୦୧୩ର ପ୍ରକ୍ରିୟାକୁ ଗ୍ରହଣ କରାଯାଇଥିଲା। ଏଥିପାଇଁ ପ୍ରାୟ ଏକ ବର୍ଷ ଧରି ଅାଲୋଚନା ଚାଲିଥିଲା ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଛି। ଏଥିସହ ରାଫେଲ ଯୁଦ୍ଧ ବିମାନ କ୍ରୟ ସମ୍ପର୍କିତ ସମସ୍ତ ତଥ୍ୟ କେନ୍ଦ୍ର ସରକାର ଦାଖଲ କରିଛନ୍ତି। ରାଫେଲ ଦୁର୍ନୀତି ଅଭିଯୋଗର କୋର୍ଟଙ୍କ ନିର୍ଦ୍ଦେଶରେ ତଦନ୍ତ କରିବା ସୁପ୍ରିମକୋର୍ଟରେ ଅାବେଦନ ହୋଇଥିଲା। ଏହି ଅାବେଦନକାରୀମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୬ ପୃଷ୍ଠାର […]

dg
ପୁଲିସ୍‌-ଓକିଲ ବିବାଦ ଘଟଣା : ଡିଜିପିଙ୍କ ବୈଠକରେ ବି ବାହାରିଲାନି ନିଷ୍କର୍ସ

ଭୁବନେଶ୍ୱର : ପୁଲିସ୍‌-ଓକିଲ ବିବାଦର ସମାଧାନ କେବେ ହେବ ତାକୁ ନେଇ ପୁଣି ଛିଡ଼ା ହୋଇଛି ପ୍ରଶ୍ନବାଚୀ। କାରଣ ଅାଜି ସଂଧ୍ୟାରେ ଉଭୟଙ୍କ ମଧ୍ୟରେ ଥିବା ଦୀର୍ଘ ଦିନର ବିବାଦର ସମାଧାନ ଲାଗି ପୁଲିସ ଡିଜି ଏକ ବୈଠକ ଡାକି ଅାଲୋଚନା କରିଥିଲେ ହେଁ, କୌଣସି ନିଷ୍କର୍ସ ବାହାରିପାରିନାହିଁ। ଏହି ବୈଠକରେ ଉଭୟ ପକ୍ଷ ନିଜ ନିଜ ଦାବି ପ୍ରସଙ୍ଗ ଉଠାଇଥିଲେ। ତେବେ ଉଭୟ ଗୋଷ୍ଠୀ ମଧ୍ୟରେ ସୌହାଦ୍ଦ୍ୟପୂର୍ଣ୍ଣ ଅାଲୋଚନା ହୋଇଥିବା ଡିଜିପି କହିଛନ୍ତି। ବୈଠକରେ ପୁଲିସ […]

c1
କଟକରେ ଜମିଜମା ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ

କଟକ: ଜମିଜମା ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ସୁକରପଡ଼ା ଗାଁରେ ଦୁଇ ପରିବାର ମଧ୍ୟରେ ଏହି ଗଣ୍ଡଗୋଳ ହୋଇଛି। ଜମି ବିବାଦକୁ କେନ୍ଦ୍ର କରି ସୋନା ଖାନ୍ ଓ ସେକ୍ ନିଜାମ୍‌ଙ୍କ ପରିବାର ମଧ୍ୟରେ ଗତ କିଛି ଦିନ ତଳେ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ବହୁବାର ଝଗଡ଼ା ମଧ୍ୟ ହୋଇଥିଲା। ତେବେ ଗତକାଲି ସଂଧ୍ୟାରେ ଏହି ଗଣ୍ଡଗୋଳ […]

lawyer2-up
ଥମୁନି ଓକିଲ ଅାନ୍ଦୋଳନ ; ବିବାଦ ନେଇ ବାହାରିପାରୁନି ସମାଧାନ

କଟକ :   ଓକିଲଙ୍କ କାର୍ଯ୍ୟବନ୍ଦ ଅାନ୍ଦୋଳନ ଏବେବି ଥମିବାର ନା ନେଉନି। ଅାଜି ମଧ୍ୟ ହାଇକୋର୍ଟ ଅାଗରେ ଅାନ୍ଦୋଳନକୁ ଓହ୍ଲାଇଛନ୍ତି ଓକିଲ। ହାଇକୋର୍ଟର ବିଭିନ୍ନ ଫାଟକରେ ବସି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଉଛନ୍ତି। ସେମାନେ ହାଇକୋର୍ଟ ଭିତରକୁ ଅାସୁଥିବା ଅାଇନଜୀବୀଙ୍କ ପରିଚୟପତ୍ର ଦେଖିବା ପରେ ଭିତରକୁ ଛାଡୁଛନ୍ତି। ତେବେ ଅାଜି  ଶାନ୍ତିପୂର୍ଣ୍ଣ ଭାବେ ଅାନ୍ଦୋଳନ ଚାଲିଛି। ହାଇକୋର୍ଟ ପରିସରରେ ବିଜୁ ଲିଗାଲ ଫ୍ରଣ୍ଟର କୌଣସି ସଦସ୍ୟଙ୍କୁ ଦେଖିବାକୁ ମିଳିନାହିଁ। ଅନ୍ୟପକ୍ଷରେ ବିବାଦ ନେଇ ବର୍ତ୍ତମାନ ସୁଦ୍ଧା କୌଣସି […]

supremecourt
ଆସନ୍ତା ୧୦ରେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ: ଆସନ୍ତା ୧୦ ତାରିଖରେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ହେବ। ଆଜି କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ସେହି ଦିନ କୋର୍ଟ ସମସ୍ତ ଆବେଦନ ଉପରେ ଶୁଣାଣି କରିବେ। ଏହି ସମ୍ବେଦନଶୀଳ ମାମଲାର ଶୀଘ୍ର ଶୁଣାଣି ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ ଆବେଦନ ହୋଇଥିଲା। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ମାତ୍ର ୬୦ ସେକେଣ୍ଡରେ ହିଁ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ନିର୍ଦ୍ଧାରଣ […]

arun
ସିବିଅାଇ ବିବାଦରେ ମୁହଁ ଖୋଲିଲା କେନ୍ଦ୍ର

ନୂଆଦିଲ୍ଲୀ : ସିବିଅାଇ ଅନ୍ତଃକନ୍ଦଳ ଓ ୨ ଅଧିକାରୀଙ୍କୁ କାର୍ଯ୍ୟାନ୍ତର ପ୍ରସଙ୍ଗରେ ମୁହଁ ଖୋଲିଲା କେନ୍ଦ୍ର। ତଦନ୍ତରେ ସ୍ୱଚ୍ଛତା ପାଇଁ ଉଭୟଙ୍କୁ ସାମୟିକ ଅନ୍ତର କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ। ସିଭିସିଙ୍କ ତତ୍ତ୍ୱାବଧାନରେ ଏସ୍ଅାଇଟି ଗଠନ ହୋଇ କରାଯିବ। ଜେଟଲୀ କହିଛନ୍ତି ସିବିଅାଇ ହେଉଛି ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ଏବଂ ଏହାର ତଦନ୍ତ ବିଶ୍ୱସନୀୟତା ଅକ୍ଷୂର୍ଣ୍ଣ ରହିବା ଉଚିତ। ଉଭୟ ଅଧିକାରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। ତଦନ୍ତର ସ୍ୱଚ୍ଛତା […]