• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "924" result for "ବିବାଦ" in https://otvkhabar.in

ff
କ୍ରିକେଟର୍ ହାର୍ଦ୍ଦିକ ଓ ଲୋକେଶଙ୍କ ବିବାଦୀୟ ମନ୍ତବ୍ୟରେ ମୁହଁ ଖୋଲିଲେ ବିରାଟ୍‌ କୋହଲି

ମୁମ୍ବାଇ: ଦୁଇ ଭାରତୀୟ କ୍ରିକେଟର-ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କ୍ୟାପଟେନ୍‌ ବିରାଟ କୋହଲି। ବିରାଟ କହିଛନ୍ତି ଯେ ଆମେ ଭାରତୀୟ ଏବଂ ଦାୟିତ୍ୱସମ୍ପନ୍ନ କ୍ରିକେଟର ଭାବେ ସେମାନଙ୍କ ମତ ଓ ମନ୍ତବ୍ୟ ସହ ସହମତ ନୁହେଁ। ଏହା ସେମାନଙ୍କ ବ୍ୟକ୍ତିଗତ ମତ ବୋଲି କୋହଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ବିବାଦୀୟ ମନ୍ତବ୍ୟ ପାଇଁ ହାର୍ଦ୍ଦିକ ଓ ଲୋକେଶଙ୍କ ଉପରେ ୨ଟି ମ୍ୟାଚର ବାସନ୍ଦ ପାଇଁ କମିଟି ଅଫ୍‌ […]

ମହିଳାଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଅଡ଼ୁଆରେ ହାର୍ଦ୍ଦିକ୍‌ ଓ ରାହୁଲ୍

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହରଙ୍କ ରିଏଲିଟି ଶୋ ‘କଫି ଓ୍ୱିଥ୍ କରଣ’ରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଯାଇଛନ୍ତି ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା। କାର୍ଯ୍ୟକ୍ରମରେ ହାର୍ଦ୍ଦିକ୍‌ ମହିଳାମାନଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଉଛି। ‘ଶୋ’ରେ ହାର୍ଦ୍ଦିକଙ୍କ ମନ୍ତବ୍ୟ ପରେ କ୍ରିକେଟର୍ କେ.ଏଲ. ରାହୁଲ ଓ କରଣ ଜୋହର ହସୁଥିବା ଦେଖାଯାଇଥିଲା। ଏନେଇ ସୋସିଆଲ୍‌ ମିଡିଆରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ କ୍ଷମା ମାଗିଛନ୍ତି ହାର୍ଦ୍ଦିକ। ମହିଳାମାନଙ୍କୁ […]

supremecourt
ସିବିଆଇ ବିବାଦ: ୨ ସପ୍ତାହ ମଧ୍ୟରେ ତଦନ୍ତ ସାରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବର୍ତ୍ତମାନ ଛୁଟିରେ ଥିବା ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ନିକଟରୁ କ୍ଷମତା ଅପସାରଣ କରି ତାଙ୍କୁ ଛୁଟିରେ ପଠାଇଦେବାକୁ ନେଇ ସରକାରଙ୍କ ବିରୋଧରେ ସେ ଆଣିଥିବା ଅଭିଯୋଗର ଭିଜିଲାନ୍ସ ତଦନ୍ତ ୨ ସପ୍ତାହ ମଧ୍ୟରେ ସାରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସାମୟିକ ମୁଖ୍ୟ ଦାୟିତ୍ୱରେ ଥିବା ଏମ୍‌ ନାଗେଶ୍ୱର ରାଓ ଏହି ଅବଧିରେ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ମଧ୍ୟ ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି। ସେ କେବଳ ପ୍ରଶାସନିକ ମୁଖ୍ୟ ବୋଲି […]

sc
ସୁପ୍ରିମକୋର୍ଟରେ ଅଯୋଧ୍ୟା ଜମି ବିବାଦ ମାମଲା

ନୂଆଦିଲ୍ଲୀ : ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି ୩ ଜଣିଅା ଖଣ୍ଡପୀଠ ହିଁ ଏହି ମାମଲାର ଶୁଣାଣି କରିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ୫ ଜଣିଅା ବୃହତ ବେଞ୍ଚକୁ ମାମଲା ପଠାଇବା ଅନାବଶ୍ୟକ ବୋଲି କହିଛନ୍ତି କୋର୍ଟ। ଅାସନ୍ତା ଅକ୍ଟୋବର ୨୯ରୁ ଅାରମ୍ଭ ହେବ ମାମଲାର ଶୁଣାଣି । ମସଜିଦ୍‌ରେ ନମାଜ ପାଠ, ଇସଲାମର ଅଭିନ୍ନ ଅଂଶ, ଏହି ପ୍ରସଙ୍ଗରେ ମାମଲାକୁ ବୃହତ ବେଂଚକୁ ପଠାଇବାକୁ ହୋଇଥିଲା ଅାବେଦନ । ଏହି ମାମଲାରେ […]

VIMSAR-copy-720x430
ଭିମ୍‌ସାର୍‌ ବିବାଦ ନେଇ ଗଠନ ହେଲା ତଦନ୍ତ କମିଟି

ସମ୍ବଲପୁର: ଭିମ୍‌ସାର୍‌ ବିବାଦ ପାଇଁ ସ୍ୱାସ୍ଥ୍ୟ ବିଭାଗ ତଦନ୍ତ କମିଟି ଗଠନ କରିଛି। ନିର୍ଦ୍ଦେଶକ ପ୍ରଫେସ‌ର୍‌ ଅଶ୍ୱିନୀ ପୂଜାହାରୀଙ୍କ ନାଁରେ ଜୁନିଅର୍‌ ଡାକ୍ତର ସଂଘ କରିଥିବା ଅଭିଯୋଗର ତଦନ୍ତ ପାଇଁ କମିଟି ଗଠନ ହୋଇଛି। ଅତିରିକ୍ତ ସଚିବ ବିଭୂତି ଭୂଷଣ ଦାସ ଓ ଶରତ ଚନ୍ଦ୍ର ମିଶ୍ର କମିଟିର ସଦସ୍ୟ ଅଛନ୍ତି। ୧୦ ଦିନ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ବିଭାଗୀୟ ନିର୍ଦ୍ଦେଶ ହୋଇଛନ୍ତି।  

mahanadi tribunal
ମହାନଦୀ ଜଳ ବିବାଦ ମାମଲା

ଭୁବନେଶ୍ୱର : ଅକ୍ଟୋବର ୧୩ ତାରିଖକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି । ଅାସନ୍ତା ୨୯ ତାରିଖରେ ଟ୍ରିବ୍ୟୁନାଲରେ ହେବାକୁ ଥିବା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଅକ୍ଟୋବର ୧୩ ତାରିଖକୁ ଘୁଂଚାଇ ଦିଅାଯାଇଛି। ଏନେଇ ଟ୍ରିବ୍ୟୁନାଲ ପକ୍ଷରୁ ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ସରକାରଙ୍କୁ ଜଣାଇ ଦିଅାଯାଇଛି। ଟ୍ରିବ୍ୟୁନାଲରେ ସଂପୂର୍ଣ୍ଣ ଭିତ୍ତିଭୂମି ପ୍ରତିଷ୍ଠା ହୋଇ ପାରିନଥିବାରୁ ଏ ଶୁଣାଣିକୁ ଘୁଞ୍ଚାଇ ଦିଅାଯାଇଛି । ମହାନଦୀ ଜଳ ବିବାଦ ଲାଗି […]

bhisar
ପୁଣି ବିବାଦରେ ଭିମ୍‌ସାର୍‌ ନିର୍ଦ୍ଦେଶକ, ୱାର୍ଡରେ ରୋଗୀଙ୍କୁ କଲେ ଲଣ୍ଡା

ସମ୍ବଲପୁର: ପୁଣି ବିବାଦ ଘେରକୁ ଆସିଛନ୍ତି ଭିମ୍‌ସାର୍ ନିର୍ଦ୍ଦେଶକ ପ୍ରଫେସର୍‌ ଅଶ୍ୱିନୀ ପୂଜାହାରୀ। ମେଡ଼ିକାଲ୍‌ର ଆଉଟ୍‌ଡୋରରେ ପୂଜାହାରୀ ଜଣେ ରୋଗୀଙ୍କ ମୁଣ୍ଡରୁ ଚୁଟି କାଟି ପକାଉଥିବାର ଦେଖିବାକୁ ମିଳିଛି। ନିର୍ଦ୍ଦେଶକଙ୍କ କହିବା କଥା, ସଂପୃକ୍ତ ରୋଗୀ ଜଣକ ଅଭ୍ୟାସଗତ ମଦ୍ୟପ। ତେଣୁ ତାଙ୍କ ମା’ଙ୍କ ଅନୁରୋଧକ୍ରମେ ମଦ ଛାଡ଼ି ଗଙ୍ଗାରେ ସ୍ନାନ କରିବାକୁ ପରାମର୍ଶ ଦେବା ସହ ରୋଗୀଙ୍କ ମୁଣ୍ଡରୁ ସେ କିଛି ଚୁଟିକୁ କାଟିଦେଇଛନ୍ତି ବୋଲି ପୂଜାହାରୀ କହିଛନ୍ତି। ସେହିଭଳି ଭାଇରାଲ୍ ହେଉଥିବା ଏକ ଭିଡିଓରେ […]

modi-rafel
ରାଫେଲ୍ ଡିଲ୍‌କୁ ନେଇ ଥମୁନି ବିବାଦ

ନୂଆଦିଲ୍ଲୀ : ଅତ୍ୟାଧୁନିକ ଯୁ୍ଦ୍ଧ ବିମାନ ରାଫେଲକୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉନି।  କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନକୋଇ ଓଲାନ୍ଦେଙ୍କ ମଧ୍ୟରେ ଗୁପ୍ତ ବୁଝାମଣା ହୋଇଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅଭିଯୋଗ କରିଛନ୍ତି। ଉଭୟ ଫ୍ରାନ୍ସ ଓ ଭାରତର ବିରୋଧୀଦଳ ରାଫେଲ ଡିଲକୁ ନେଇ ସମାନ ତଥ୍ୟ ରଖୁଛନ୍ତି।  ସେପ୍ଟେମ୍ୱର ୨୧ରେ ରାଫେଲର ପାର୍ଟନର ହେବା ପାଇଁ ରିଲାଏନସର ନାମକୁ ଭାରତ ସରକାର ସୁପାରିଶ କରିଥିବା ଫ୍ରାନ୍ସର […]

sc
ସିବିଆଇ ବିବାଦ: ସିଭିସିଙ୍କ ରିପୋର୍ଟ ଉପରେ ଶୁକ୍ରବାର ଦିନ ଶୁଣାଣି

ନୂଆଦିଲ୍ଲୀ: ସିବିଆଇ ବିବାଦ ମାମଲାରେ ସିଭିସି ଦାଖଲ କରିଥିବା ତଦନ୍ତ ରିପୋର୍ଟ ଉପରେ ଆସନ୍ତା ଶୁକ୍ରବାର ଦିନ ଶୁଣାଣି କରିବେ ସୁପ୍ରିମକୋର୍ଟ। ୧୨ ଦିନ ତଦନ୍ତ କରିବା ପରେ ସେଣ୍ଟ୍ରାଲ୍‌ ଭିଜିଲାନ୍ସ କମିଶନ ଆଜି ଏକ ବନ୍ଦ ଲଫାଫାରେ ସୁପ୍ରିମକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି। ତେବେ ଏହାର ଶୁଣାଣି ପାଇଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଶୁକ୍ରବାରକୁ ଦିନ ଧାର୍ଯ୍ୟ କରିଛନ୍ତି। ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ସ୍ୱତନ୍ତ୍ର […]

gsdds
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଥମୁନି ବିବାଦ

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଥମୁନି ବିବାଦ। ୭୨ ଦିନରେ ୧ କୋଟି ଲୋକ ଯୋଜନାରୁ ଉପକୃତ ହୋଇଥିବା ବିଜେଡିର ପ୍ରଚାର ଉପରେ ପ୍ରଶ୍ନ ଚିହ୍ନ ଲଗାଇ ସରକାରଙ୍କୁ ଘେରିଛି ବିଜେପି। ସରକାର ଭୁଲ୍‌ ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରିବା ସହ ଟିକସ ପଇସାକୁ ବରବାଦ କରି ମିଛ ବିଜ୍ଞାପନ ଦିଆଯାଇଥିବା ଦଳ ଅଭିଯୋଗ କରିଛି। ତେବେ ଏହା ପଛରେ ଦଳ ଯୁକ୍ତି ବାଢ଼ିଛି ଯେ ୨୦୧୬-୧୭ର ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ […]

3
କେଉଁ ଆଧାରରେ ହେବ ମହାନଦୀ ବିବାଦର ଶୁଣାଣି ?

ଟ୍ରିବ୍ୟୁନାଲ୍‌ରେ କେନ୍ଦ୍ରର ଗାଇଡ୍‌ଲାଇନ୍‌ ସ୍ପଷ୍ଟ ନଥିବାରୁ ବର୍ଷିଲା ବିଜେଡି, ବିଜେପି କହିଲା ଗୋଳିଆ ପାଣିରୁ ଫାଇଦା ନେବା ଉଦ୍ଦେଶ୍ୟ

index
ରାଫେଲ୍‌ ଡିଲ୍‌ ବିବାଦ: ସିଭିସିଙ୍କୁ ଭେଟିଲା କଂଗ୍ରେସ୍‌

ନୂଆଦିଲ୍ଲୀ: ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ୍‌କୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉନି।  ଆଜିବି ଉଭୟ କଂଗ୍ରେସ୍‌ ଓ ବିଜେପି ଉଭୟ ଉଭୟଙ୍କୁ ଆରୋପ ପ୍ରତ୍ୟାରୋପ କରିଛନ୍ତି। ରାଫେଲ୍ ଡିଲ୍‌ରେ ଘୋଟାଲା ହୋଇଥିବା ଅଭିଯୋଗରେ ଆଜି କଂଗ୍ରେସ୍‌ର ବରିଷ୍ଠ ନେତାମାନେ ସିଭିସି ବା ସେଣ୍ଟ୍ରାଲ୍ ଭିଜିଲାନ୍ସ କମିଶନରଙ୍କୁ ଭେଟିଛନ୍ତି। ରାଫେଲ୍ ଡିଲ୍ ନେଇ ହୋଇଥିବା ସମସ୍ତ ଫାଇଲକୁ ଜବତ କରିବା ସହ ଏକ ମାମଲା ରୁଜୁ କରିବାକୁ ଦଳ ଦାବି କରିଛି। ସେପ୍ଟେମ୍ବେର୍‌ ୨୧ରେ ରାଫେଲ୍‌ର […]

bus strike
ତେଜିଲା ଭୁବନେଶ୍ୱର-ପୁରୀ ବସ୍ ମାଲିକ ସଂଘ ମଧ୍ୟରେ ବିବାଦ

ଭୁବନେଶ୍ୱର: ପୁଣି ତେଜିଲା ଭୁବନେଶ୍ୱର-ପୁରୀ ବସ୍ ମାଲିକ ସଂଘ ମଧ୍ୟରେ ବିବାଦ। ଆଜି ପୁରୀ ମାଲିକଙ୍କ ବସ୍‌କୁ ଅଟକ ରଖିବାକୁ ଭୁବନେଶ୍ୱର ବସ୍‌ ମାଲିକ ସଂଘ ନିଷ୍ପତ୍ତି ନେଇଛି। ବସ୍ ଚଳାଚଳ ସମୟ ନିର୍ଘଣ୍ଟକୁ ନେଇ ୨ ସଂଘ ମଧ୍ୟରେ ବିବାଦ ଲାଗିଛି। ଭୁବନେଶ୍ୱରରୁ କୌଣସି ଘରୋଇ ବସ୍ ପୁରୀକୁ ଯାଉନଥିବା ବେଳେ ଆଜି ପୁରୀରୁ ଆସିଥିବା ୨ଟି ବସ୍‌କୁ କଳ୍ପନାରୁ ଫେରାଇ ଦିଆଇଯାଇଥିବା ସୂଚନା ମିଳିଛି। ଗତ ୩ ଦିନ ହେଲା ପାଖାପାଖି ୧୨ଟି ପୁରୀ […]

assemblyUP
ବିଧାନସଭାରେ ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳିକୁ ନେଇ ବିବାଦ

ଭୁବନେଶ୍ୱର : ଗୃହରେ ଶୋକ ପ୍ରସ୍ତାବକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ଶ୍ରଦ୍ଧାଞ୍ଜଳି ବେଳର ଭାଷଣକୁ ପ୍ରତିବାଦ କଲେ ବାରବାଟୀ କଟକ ବିଧାୟକ ଦେବାଶିଷ ସାମନ୍ତରାୟ । କେଭି କାହିଁକି ରାଜନୈତିକ ଭାଷଣ ଦେଲେ ବୋଲି ଦେବାଶିଷ ପ୍ରଶ୍ନ କରିଛନ୍ତି । ସେପଟେ ଦେବାଶିଷଙ୍କ ପ୍ରତିବାଦ ନେଇ ଗୃହ ବାହାରେ ପ୍ରତିକ୍ରିୟାରେ କେଭି କହିଛନ୍ତି, ଶୋକ ପ୍ରସ୍ତାବରେ ମୁଁ ମନର କଥା […]

737157-lynching-illustration
ମଦ ଦୋକାନ ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର

ଜଳେଶ୍ୱର(ଅଜିତ୍‌ କୁମାର ଦାସ): ବାଲେଶ୍ୱର ଜିଲ୍ଲା ରୂପସାରେ ଗୋଷ୍ଠୀ ସଂଘର୍ଷ ଘଟି ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି। ଗତ ରାତିରେ ମଦ ଦୋକାନ ବିବାଦକୁ ନେଇ ରୂପସାରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଖଣ୍ଡାରେ ଆକ୍ରମଣ କରାଯିବାରୁ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

advocate strike
ପୁଲିସ-ଓକିଲ ବିବାଦ: ହାଇକୋର୍ଟ ବାର୍ ଆସୋସିଏସନ୍‌ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା

କଟକ: କଟକରେ ଓକିଲଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ଘଟଣାରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା । ହାଇକୋର୍ଟ ବାର୍ ଆସୋସିଏସନ୍‌ ପକ୍ଷରୁ ଗତକାଲି ଓ ଆଜି ୨ ଦିନ ଧରି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଏହାକୁ ସମର୍ଥନ କରିଛି ରାଜ୍ୟ ଆଇନଜୀବୀ ପରିଷଦ। ଓକିଲଙ୍କୁ ଉପଯୁକ୍ତ ନ୍ୟାୟ ଦେବା ଦାବିରେ ଏହି ଆନ୍ଦୋଳନକୁ ରାଜ୍ୟର ଅନ୍ୟ ଜିଲ୍ଲାକୁ ସଂପ୍ରସାରିତ କରିବାକୁ ପରିଷଦ ନିବେଦନ କରିଛି । ଅନ୍ୟପକ୍ଷରେ, ଭୁବନେଶ୍ୱର ବାର୍ ଆସୋସିଏସନ୍ ମଧ୍ୟ […]