• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "924" result for "ବିବାଦ" in https://otvkhabar.in

mahanadi
ମହାନଦୀ ଜଳ ବିବାଦ ମାମଲା ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବସିବ ବୈଠକ

ନୂଆଦିଲ୍ଲୀ (ଶିବାନନ୍ଦ) : ମହାନଦୀ ଜଳ ବିବାଦର ଆପୋଷ ସମାଧାନ ନେଇ ଆଜି ନୂଆଦିଲ୍ଲୀରେ ବୈଠକ ବସିବ। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଏହି ଆଲୋଚନା ଦ୍ୱିତୀୟ ଥର ପାଇଁ ହେବ। ଗତ ୨୫ ତାରିଖରେ ବସିଥିବା ବୈଠକରେ କୌଣସି ନିଷ୍କର୍ସ ବାହାରି ନଥିବାରୁ ପୁଣି ଥରେ ଉଭୟ ରାଜ୍ୟ ଏକାଠି ବସି ଏନେଇ ଆଲୋଚନା କରିବେ। ଅଣମୌସୁମୀ ସମୟରେ ଓଡ଼ିଶାକୁ କେତେ ପରିମାଣରେ ଜଳ ଛାଡିବାକୁ ହେବ, ସେ ସମ୍ପର୍କରେ ଦୁଇ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ […]

tribunal
ବଂଶଧାରା ନଦୀ ଜଳ ବିବାଦ: କାଲି ପୁଣି ଶୁଣାଣି

ଭୁବନେଶ୍ୱର:  ବଂଶଧାରା ନଦୀ ଜଳ ବିବାଦ ମାମଲାର ଶୁଣାଣି କରିଛନ୍ତି ଟ୍ରିବ୍ୟୁନାଲ। ଶୁଣାଣି ବେଳେ ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ଓକିଲ ନିଜର ପକ୍ଷ ରଖିଛନ୍ତି। ଆଲୋଚନା ମାଧ୍ୟମରେ ମାମଲାର ସମାଧାନ ପାଇଁ ଟ୍ରିବ୍ୟୁନାଲ ପ୍ରସ୍ତାବ ଦେଇଥିଲେ। ହେଲେ ଦୁଇ ରାଜ୍ୟ ମଧ୍ୟରେ ଏନେଇ ଜାନୁଆରୀ ୨୮ରେ ବୈଠକ ହୋଇଥିଲେ ବି ତାହା ସଫଳ ହୋଇନାହିଁ ବୋଲି ଆଜି ଟ୍ରିବ୍ୟୁନାଲଙ୍କୁ ଜଣାଯାଇଛି। ସୂଚନାଯୋଗ୍ୟ, ଆନ୍ଧ୍ର ଓ ଓଡ଼ିଶାର ବୈଷୟିକ ଟିମ୍ ମଧ୍ୟରେ ବୈଠକ ହୋଇଥିଲା। ଏହି […]

jajpur
ଜମି ବିବାଦକୁ ନେଇ ପିଟାପିଟି ହେଲେ ଦୁଇ ଗୋଷ୍ଠୀ

ଯାଜପୁର: ଜମିବାଡି ବିବାଦକୁ କେନ୍ଦ୍ର କରି ଯାଜପୁର ଜିଲ୍ଲା ଚଇନିହୁଡା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ଜଣେ ମହିଳାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗାଁର ପିତାମ୍ବର ନାୟକ ଓ ରତ୍ନାକର ନାୟକଙ୍କ ପରିବାର ମଧ୍ୟରେ ବହୁଦିନରୁ ଜମିବାଡିକୁ ନେଇ ବିବାଦ ଲାଗି ରହିଥିଲା। ଆଜି ଜମିରେ ବାଡ ବସାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲେ। ଏହାକୁ ନେଇ ଛଭୟ ପକ୍ଷ ପିଟାପିଟି […]

fd
ଯବାନଙ୍କ ଫଟୋ ବ୍ୟବହାର କରି ବିବାଦୀୟ ହେବା ପରେ ସଫେଇ ଦେଲେ ବିଜେପି ନେତା

ନୂଆଦିଲ୍ଲୀ: ୱିଙ୍ଗ୍ କମାଣ୍ଡର୍‌ ଅଭିନନ୍ଦନଙ୍କର ଫଟୋ ଥିବା ପୋଷ୍ଟର୍‌ ସେୟାର କରି ବିବାଦ ଘେରକୁ ଆସିବା ପରେ ଦିଲ୍ଲୀ ବିଜେପି ନେତା ଓପି ଶର୍ମାଙ୍କୁ ନୋଟିସ୍‌ କରିଥିଲା ଇସି। ଏହାପରେ ନିଜ ପକ୍ଷ ରଖିଛନ୍ତି ଓପି ଶର୍ମା। ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସେ ଏହି ଫଟୋ ପୋଷ୍ଟ କରିଥିବା ଶ୍ରୀ ଶର୍ମା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୋକସଭା ନିର୍ବାଚନ ଚାରିଖ ଘୋଷଣା ପୂର୍ବରୁ ସେ ଏହି ପୋଷ୍ଟ କରିଥିଲେ ମଧ୍ୟ […]

ad2
ଚା’ ବିଜ୍ଞାପନରେ କୁମ୍ଭ ମେଳାକୁ ଯୋଡ଼ିବାରୁ ବିବାଦ

ଭୁବନେଶ୍ୱର: ହିନ୍ଦୁ ପରମ୍ପରା ଓ ସଂସ୍କୃତିର ମହାପର୍ବ କୁମ୍ଭ ମେଳା। ୧୨ ବର୍ଷରେ ଥରେ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳରେ ଆୟୋଜିତ ହୁଏ ଏହି ମେଳା ଏଥିରେ ଲକ୍ଷ ଲକ୍ଷ ସାଧୁ ସନ୍ଥ ଓ ହିନ୍ଦୁ ଶ୍ରଦ୍ଧାଳୁ ଯୋଗ ଦେଇଥାନ୍ତି। ପବିତ୍ର ମକର ସଂକ୍ରାନ୍ତିରୁ ଏହା ଆରମ୍ଭ ହୋଇ ମହା ଶିବରାତ୍ରୀରେ ଶେଷ ହୁଏ। ଚଳିତ ବର୍ଷ ଉତ୍ତରପ୍ରଦେଶର ପ୍ରୟାଗରାଜରେ ହୋଇଥିବା କୁମ୍ଭମେଳାରେ ବହୁ ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ। ହେଲେ ଜଣେ ବିଜ୍ଞାପନଦାତା […]

rabdeep
ଥମୁନି ରାଫେଲ୍ ବିବାଦ: ପୁଣି କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ୍

ନୂଆଦିଲ୍ଲୀ: ରାଫେଲ୍‌ ବିବାଦ ଥମିବାର ନାଁ ନେଉନି। ଆଜି ଏ ପ୍ରସଙ୍ଗକୁ ନେଇ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯେୱାଲା। ମୁଖ୍ୟତଃ ୩ଟି ପ୍ରସଙ୍ଗକୁ ନେଇ ମୋଦିଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ରଣଦୀପ। ରାଫେଲ୍‌କୁ ନେଇ ରଣଦୀପ କହିଛନ୍ତି, ଯୁଦ୍ଧ ବିମାନ ନିର୍ମାଣକାରୀ କମ୍ପାନୀ ଡାସଲ୍ଟକୁ ଫାଇଦା ଦେବାପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ ବ୍ୟବହାର କରାଯାଇଛି। ତେଣୁ ଦୁର୍ନୀତି ନିରୋଧୀ ଆଇନ ବଳରେ ମୋଦିଙ୍କ ନାମରେ ମାମଲା ରୁଜୁ କରାଯିବାକୁ […]

sc
ଅଯୋଧ୍ୟା ଜମି ବିବାଦରେ ଗୁରୁତ୍ୱପୂର୍ଣ୍ଣ ମତ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଯୋଧ୍ୟା ବିବାଦରେ ଗୁରୁତ୍ୱପୂର୍ଣ୍ଣ ମତ ଦେଇଛନ୍ତି ସୁପ୍ରିମକୋର୍ଟ। ଏହା କେବଳ ଏକ ଜମି ବିବାଦ ନୁହେଁ ଏହା ସହିତ ଜଡ଼ିତ ଅଛି ଲୋକଙ୍କ ଆସ୍ଥା ଓ ଭାବପ୍ରବଣତା। ସେହି ଦୃଷ୍ଟିରେ ଏହାକୁ ଦେଖିବା ଉଚିତ୍ ବୋଲି ୫ ଜଣିଆ ଖଣ୍ଡପୀଠରେ ଶୁଣାଣି ବେଳେ କୋର୍ଟ ଏହା କହିଛନ୍ତି। ଜଷ୍ଟିସ୍ ଏସ୍‌.ଏ ବୋବ୍‌ଡେ ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଅତୀତ ଉପରେ ଆମର ନିୟନ୍ତ୍ରଣ ନାହିଁ। ବିବାଦୀୟ ସ୍ଥଳରେ ମନ୍ଦିର ଥିଲା କି ମସ୍‌ଜିଦ୍ ଥିଲା, […]

Capture
ବଂଶଧାରା ନଦୀ ଜଳ ବିବାଦର ଟ୍ରିବ୍ୟୁୟନାଲରେ ଶୁଣାଣି

ଭୁବନେଶ୍ୱର:  ଆନ୍ଧ୍ର-ଓଡ଼ିଶା ବଂଶଧାରା ଜଳ ବିବାଦ ନେଇ ଆଜି ଟ୍ରିବ୍ୟୁୟନାଲରେ ଶୁଣାଣି ହୋଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨, ୩ ଓ ୪ରେ ହେବ। ୨ରେ କେନ୍ଦ୍ର, ୩ ଓ ୪ରେ ଆନ୍ଧ୍ର ସରକାର ଜବାବ ରଖିବେ। ବଂଶଧାରା ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ବିଚାରପତି ଡର ମୁକୁନ୍ଦକମ୍ ଶର୍ମା ମାମଲାର ଶୁଣାଣି କରିଥିଲେ। ଏଥିରେ ଓଡ଼ିଶା ନେରେଡ଼ି ଓ କାଟ୍ରାଗଡ଼ା ପ୍ରକଳ୍ପର ଯୁଗ୍ମ ସର୍ଭେ ପାଇଁ ଦାବି କରିଛି ସିଡବ୍ଲ୍ୟୁସି। କେନ୍ଦ୍ରୀୟ ଜଳ ଆୟୋଗର ବିନା […]

sc-2
୨୬ରେ ଅଯୋଧ୍ୟା ଜମି ବିବାଦର ଶୁଣାଣି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ଶୁଣାଣି ଆସନ୍ତା ୨୬ ତାରିଖରେ ହେବ। ରାଜନୀତିକ ଦୃଷ୍ଟି କୋଣରୁ ଗୁରୁତ୍ୱ ରଖୁଥିବା ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କରିବେ। ପୂର୍ବରୁ ଏହି ମାମଲାର ଶୁଣାଣି ଜାନୁଆରୀ ୨୯ରେ ହେବାର ଥିଲା। କିନ୍ତୁ ସାମ୍ବିଧାନିକ ଖଣ୍ଡପୀଠରେ ଥିବା ଜଷ୍ଟିସ୍‌ ଏସ୍‌ଏ ବୋବଡେ ଛୁଟିରେ ଚାଲି ଯାଇଥିବାରୁ ଏହାର ଶୁଣାଣି ଘୁଞ୍ଚି ଯାଇଥିଲା। ଆଜି ମିଳିଥିବା ସୂଚନା ଅନୁସାରେ, ଛୁଟିରେ ଥିବା ଜଷ୍ଟିସ୍‌ ବୋବଡେ […]

hhhhh
ବଂଶଧାରା ନଦୀ ଜଳ ବିବାଦ: ଅନୁଧ୍ୟାନ କରୁଛି ଟ୍ରିବ୍ୟୁନାଲ୍ ଟିମ୍

ଗଜପତି: ଗଜପତିରେ ବଂଶଧାରା ଟ୍ରିବ୍ୟୁନାଲ ଟିମ୍। ବଂଶଧାରା ନଦୀ ଜଳ ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଟ୍ରିବ୍ୟୁନାଲର ୩ ଜଣିଆ ପ୍ରତିନିଧି ଗଜପତି ଓ ରାୟଗଡ଼ା ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲି ଦେଖୁଛନ୍ତି। ଟିମ୍ ପ୍ରଥମେ କାଶୀପୁର ବ୍ଲକ୍‌ର ସବୁ ଗାଁରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି।  ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ ମୁକୁନ୍ଦକମ ଶର୍ମାଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍‌ ଏହି ଅଞ୍ଚଳ ବୁଲି ଦେଖୁଛନ୍ତି। ଗତକାଲି ଏହି ଟିମ୍ ଆନ୍ଧ୍ରର କାଟ୍ରାଗଡ଼ା ଫେଜ୍ ୨ ପ୍ରକଳ୍ପ […]

kostal w
କୋଷ୍ଟାଲ୍ ହାଇୱେ ବିବାଦ: ବିଜେଡିର ଦୁଇ ନେତାଙ୍କୁ ବିଜେପିର ଟାର୍ଗେଟ୍

ଭୁବନେଶ୍ୱର: ଭୁବନେଶ୍ୱର: ଓଡ଼ିଶାରେ ପ୍ରସ୍ତାବିତ କୋଷ୍ଟାଲ୍‌ ହାଇେଓ୍ୱ ପ୍ରକଳ୍ପରେ କେଁ। ଜାତୀୟ ରାଜପଥ କର୍ତ୍ତୃପକ୍ଷ ବା ଏନ୍‌ଏଚ୍‌ଏଆଇ ପ୍ରସ୍ତୁତ କରିଥିବା ଗତିପଥକୁ ନେଇ ରାଜ୍ୟ ସରକାର ଆପତ୍ତି ଉଠାଇବା ପରେ ପ୍ରକଳ୍ପକୁ ନେଇ ଦେଖାଦେଇଛି ବିବାଦ। ତେବେ ଏପରି ସ୍ଥିତିରେ ଓଡ଼ିଶାରେ କୋଷ୍ଟାଲ୍ ହାଇେଓ୍ୱ କାମ ଆଗେଇବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତକାଲି ସଚିବାଳୟରେ ଏନ୍‌ଏଚ୍‌ଏଆଇ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ସାମ୍ନାକୁ ଆସିଛି ବିବାଦ। ଏନ୍‌ଏଚ୍‌ଏଆଇର ପ୍ରସ୍ତାବକୁ ସିଧାସଳଖ ନାଁ […]

sonu nigam
ପୁଣି ବିବାଦରେ ସୋନୁ ନିଗମ, କହିଲେ- ମୁଁ ହେଲେ ପାକିସ୍ତାନରେ ଜନ୍ମ ହୋଇଥାନ୍ତି !

ମୁମ୍ବାଇ: ବିବାଦ ଘେରରେ ବଲିଉଡ୍‌ର ଲୋକପ୍ରିୟ ଗାୟକ ସୋନୁ ନିଗମ। ଏକ ବିବାଦୀୟ ମନ୍ତବ୍ୟ ଦେଇ ସେ ଖାଲି ବିବାଦକୁ ଆସି ନାହାନ୍ତି, ଫ୍ୟାନ୍ସମାନେ ତାଙ୍କ ଉପରେ ପ୍ରବଳ ଅସନ୍ତୁଷ୍ଟ ବି ହୋଇଛନ୍ତି। ଏକ ଟିଭି ଚ୍ୟାନେଲ୍‌କୁ ସାକ୍ଷତକାର ଦେଇ ସୋନୁ କହିଛନ୍ତି- ‘ବେଳେବେଳେ ମୁଁ ଅନୁଭବ କରେ, ମୁଁ ପାକିସ୍ତାନରେ ଜନ୍ମ ହୋଇଥିଲେ ଭଲ ହେଇଥାନ୍ତା। ଅନ୍ତତଃ ମତେ ଭାରତରୁ ଅଫର୍‌ ମିଳିଥାନ୍ତା।’ ସୋନୁଙ୍କର ଏଭଳି ମନ୍ତବ୍ୟ ସମସ୍ତଙ୍କୁ ଚକିତ କରିଦେଇଛି। ସେ କହିଛନ୍ତି ଯେ, […]

yohi
ବହୁ ବିବାଦ ପରେ କୋଲକାତାରେ ପହଞ୍ଚିଲେ ଯୋଗୀ

କୋଲକାତା: ବହୁ ବାଦ ବିବାଦ ପରେ ଶେଷରେ ପୁରୁଲିଆର ଜନସଭାରେ ଯୋଗଦେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ହେଲିକପ୍ଟର୍ ଓହ୍ଲାଇବା ପାଇଁ ଅନୁମତି ନମିଳିବା ପରେ ବିକଳ୍ପ ରାସ୍ତା ବାଛି ପୁରୁଲିଆରେ ପହଞ୍ଚିଥିଲେ ଯୋଗୀ।  ଝାଡ଼ଖଣ୍ଡ ବୋକାରୋ ଯାଏ ସେ ବିମାନରେ ଆଶିବା ପରେ ସଡ଼କ ପଥ ଦେଇ ପୁରୁଲିଆରେ ପହଞ୍ଚିଥିଲେ। ସେଠାରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ବିଶାଳ ଜନସଭାକୁ ସମ୍ଭୋଧନ କରିଛନ୍ତି ଯୋଗୀ। ଆଜି ସକାଳୁ ଯୋଗୀଙ୍କ ସଭା ପାଇଁ ବହୁ ସଂଖ୍ୟାରେ ଲୋକେ […]

home
ଶେଲ୍‌ଟର ହୋମ୍‌ ବିବାଦ: କାଠଗଡ଼ାରେ ରାଜ୍ୟ ସରକାର

ଭୁବନେଶ୍ୱର: ଢେଙ୍କାନାଳ ବେଲଟିକିରି ଶେଲ୍ଟର୍‌ ହୋମ୍ କେଳେଙ୍କାରୀ ଘଟଣା ପଦାକୁ ଆସିବା ପରେ ସରକାର ତତ୍ପରତା ଦେଖାଇଛନ୍ତି। ଏହି କେଳେଙ୍କାରୀର ଖଳନାୟକ ଫୟେଜ ରେହମାନଙ୍କ ନାଁରେ ନିରୀହ ନାବାଳିକା ଓ ଯୁବତୀଙ୍କ ଧର୍ମପରିବର୍ତ୍ତନ ଅଭିଯୋଗର ତଦନ୍ତ ହେବ ବୋଲି ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସୂଚନା ଦେଇଛନ୍ତି। ରାଜ୍ୟର ବିଭିନ୍ନ ଜାଗାରେ ଥିବା ଗୁଡ ନ୍ୟୁଜ୍‌ ଇଣ୍ଡିଆର ସେଲ୍ଟର ହୋମ୍‌ ଗୁଡିକରେ ଚଢ଼ଉ ଚାଲିଛି। ଏହି ଚଢ଼ଉ ବେଳେ ଶାଖା ଗୁଡିକ ମଧ୍ୟ ବେଆଇନ ଭାବେ ଚାଲୁଥିବା ତଥ୍ୟ ପଦାକୁ ଆସିଛି। […]

yogi
ବିବାଦରେ ୟୁପି ମୁଖ୍ୟମନ୍ତ୍ରୀଙ୍କ ବୟାନ

ଲକ୍ଷ୍ନୌ: ସୁପ୍ରିମକୋର୍ଟରେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣିର ଦୁଇଦିନ ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁପ୍ରିମକୋର୍ଟଙ୍କୁ ଚ୍ୟାଲେଞ୍ଜ କଲାଭଳି ମନ୍ତବ୍ୟ ରଖିଛନ୍ତି। ଯଦି କୋର୍ଟ ଏ ମାମଲାର ଶୁଣାଣି, ଶୀଘ୍ର ସାରି ପାରୁନାହାନ୍ତି, ତା ହେଲେ ତାଙ୍କୁ ୨୪ ଘଣ୍ଟା ସମୟ ଦିଅନ୍ତୁ ସେ ମାମଲାର ସମାଧାନ କରିଦେବେ ବୋଲି ଆଦିତ୍ୟନାଥ କହିଛନ୍ତି। ଏକ ଘରୋଇ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ଯୋଗଦେଇ ଆଦିତ୍ୟନାଥ କହିଛନ୍ତି, ନ୍ୟାୟିକ ପ୍ରକ୍ରିୟାରେ ରାମ ମନ୍ଦିର ନିର୍ମାଣ ବିଳମ୍ବ ହେଉଥିବାରୁ […]

1
ସୁଲୋଚନା ଦାସଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର: ବିଜେଡି ମୁଖପାତ୍ର ସୁଲୋଚନା ଦାସଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି। ଗତକାଲି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଜୁ ଛାତ୍ର ଜନତା ଦଳର ଆଇଟି କନ୍‌କ୍ଲେଭରେ ଉଦ୍‌ବୋଧନ ଦେବା ବେଳେ ସୁଲୋଚନା କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ କେହି ଆଙ୍ଗୁଳି ଦେଖାଇଲେ ଆମେ ସମ୍ମାନର ସହ ସେମାନଙ୍କ ହାତ କାଟି ଦେବା। ତେବେ ସୁଲୋଚନାଙ୍କ ଏଭଳି ମନ୍ତବ୍ୟକୁ ଦୃଢ଼ ବିରୋଧ କରିଛନ୍ତି କଂଗ୍ରେସ ଓ ବିଜେପି। କଂଗ୍ରେସ କହିଛି, ନାରୀଙ୍କୁ ସୁରକ୍ଷା ଦେଇ ପାରୁନଥିବା ସରକାର ବିରୋଧରେ ମୁହଁ […]

bansdhara
ବଂଶଧାରା ଜଳ ବିବାଦ ମାମଲାରେ ଟ୍ରିବୁନାଲ୍‌ ଶୁଣାଣି ଆଜି

ଭୁବନେଶ୍ୱର: ଆଜି ବଂଶଧାରା ଜଳ ବିବାଦ ମାମଲାରେ ଟ୍ରିବୁନାଲ୍‌ରେ ଶୁଣାଣି ହେବ। ଆନ୍ଧ୍ରକୁ ନେରେଡି ଓ କାଟ୍ରାଗାଡ଼ା ବ୍ୟାରେଜ୍ ନିର୍ମାଣ କରିବାକୁ ଟ୍ରିବୁନାଲ୍ ଚୂଡ଼ାନ୍ତ ରାୟ ଶୁଣାଇବା ପରେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି କେନ୍ଦ୍ର ଏବଂ ଓଡ଼ିଶା ସରକାର। ଟ୍ରିବୁନାଲ୍‌ର କିଛି ସର୍ତ୍ତାବଳୀ ଉପରେ ଆପତ୍ତି ଉଠାଇଛନ୍ତି ସରକାର। ଯାହାକୁ ନେଇ ଆଜି ଶୁଣାଣି ହେବ। ବଂଶଧାରା ନଦୀର ପାଣି ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ କେତେ ପରିମାଣର ବ୍ୟବହାର କରିବେ, ସୁପରଭାଇଜରି କମିଟିର କାର୍ଯ୍ୟ, […]

f
କାଳିଆ ଯୋଜନା ପାଇଁ ପାଣ୍ଠିକୁ ନେଇ ବିବାଦ

ଭୁବନେଶ୍ୱର: କାଳିଆ ଯୋଜନା ପାଇଁ ପାଣ୍ଠିକୁ ନେଇ ବିବାଦ ଦେଖା ଦେଇଛି। କଣ୍ଟିନ୍‌ଜେନ୍ସି ଫଣ୍ଡ ବା ଆପଦକାଳୀନ ପାଣ୍ଠିରୁ ଟଙ୍କା ଦିଆଯିବାକୁ ନେଇ ଉଠିଛି ପ୍ରଶ୍ନ। ଆପଦକାଳୀନ ପାଣ୍ଠିରୁ ପ୍ରାୟ ୭୩୫ କୋଟି ଏହି ଯୋଜନାରେ ଖର୍ଚ୍ଚ ହେବ। ଏନେଇ ଅର୍ଥ ବିଭାଗ ମଞ୍ଜୁରୀ ଦେଇଛି। ଗତକାଲି ଜାତୀୟ ଗଣମାଧ୍ୟମରେ ନବୀନ ସରକାରର ଏ ଆଭିମୁଖ୍ୟକୁ ସମାଲୋଚନା କରି ଖବର ପ୍ରସାରିତ ହୋଇଥିଲା। ଆପଦକାଳୀନ ପାଣ୍ଠି ଅର୍ଥକୁ ମୁଖ୍ୟତଃ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବ୍ୟବହାର କରାଯାଇଥାଏ। ଏହି […]

ver
ଯୁବତୀଙ୍କ ଭର୍ଜିନିଟିକୁ ନେଇ ପ୍ରଫେସର୍‌ଙ୍କ ବିବାଦୀୟ ଫେସବୁକ୍ ପୋଷ୍ଟ

କୋଲକାତା: ପଶ୍ଚିମବଙ୍ଗ ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର କନକ ସରକାରଙ୍କ ଫେସବୁକ୍ ପୋଷ୍ଟକୁ ନେଇ ବିବାଦ ତେଜିବାରେ ଲାଗିଛି। କିଛିଦିନ ପୂର୍ବେ କନକ ବିମାନରେ ଯାତ୍ରା କରୁଥିବା ଫଟୋ ସହ ଫେସବୁକ୍ ପୋଷ୍ଟ କରିଥିଲେ। ଏଥିରେ ସେ ଯୁବତୀଙ୍କ ଭର୍ଜିନିଟିକୁ ସିଲ୍‌ଡ ବୋଟଲ୍‌ ସହ ତୁଳନା କରିଥିଲେ। ଭର୍ଜିନ ବ୍ରାଇଡ୍-ହ୍ୱାଇ ନଟ୍ ବିଷୟ ବସ୍ତୁରେ ସରକାର ଏହି ପୋଷ୍ଟ ଲେଖିଥିଲେ। ଏପରିକି ଏହି ବିଷୟକୁ ଯଥାର୍ଥତା କରିବା ଲାଗି ସେ ଓଲଟି ପ୍ରଶ୍ନ ମଧ୍ୟ କରିଥିଲେ। ଦୋକାନରୁ କେହି […]

kyama mallesh
ବିବାଦରେ କଂଗ୍ରେସ ନେତାଙ୍କ ପୁଅ

ଭୁବନେଶ୍ୱର: ବିବାଦରେ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ପୁଅ ସାଗର। ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଟିକେଟ୍‌ ବଣ୍ଟାକୁ ନେଇ ସାଗରଙ୍କ ବିରୋଧରେ ଏକ ଗୁରତର ଅଭିଯୋଗ ଆସିଛି। ରଙ୍ଗା ରେଡ୍ଡି ଜିଲ୍ଲା କଂଗ୍ରେସ ସଭାପତି କେ ମାଲେଶ ଏହି ଅଭିଯୋଗ ଆଣିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଇବ୍ରାହିମ୍‌ପଟନମ୍‌ ଆସନରୁ ଟିକେଟ୍‌ ଦେବା ପାଇଁ ଦଳ ତାଙ୍କଠାରୁ ୩ କୋଟି ଟଙ୍କା ଦାବି କରିଥିଲା।  AICC ସ୍କ୍ରିନିଂ କମିଟି ମୁଖ୍ୟ […]

HighCourt
ପୁଲିସ୍‌-ଓକିଲ ବିବାଦ ମାମଲା: ଦାଖଲ ହୋଇପାରିଲାନି ଚାର୍ଜସିଟ୍‌

କଟକ: ଆଜି ବି ହାଇକୋର୍ଟରେ ଦାଖଲ ହୋଇପାରିଲାନି ଚାର୍ଜସିଟ୍। ପୁଲିସ୍‌-ଓକିଲ ବିବାଦ ମାମଲାରେ ହାଇକୋର୍ଟରେ ଚାର୍ଜସିଟ୍ ଦାଖଲ ହେବାର ଥିଲା। ତେବେ ଚାର୍ଜସିଟ୍ ଦାଖଲ ହୋଇପାରି ନଥିବାରୁ ମାମଲାର ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। କନଷ୍ଟେବଲଙ୍କ ନିଲମ୍ବନ ପ୍ରତ୍ୟାହାର କାର୍ଯ୍ୟକାରୀ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ୯ ତାରିଖରେ ମାମଲାର ଶୁଣାଣି ବେଳେ କ୍ରାଇମ୍‌ବ୍ରାଞ୍ଚ ଚାର୍ଜସିଟ୍‌ ଦାଖଲ ପାଇଁ ୬ ସପ୍ତାହ ସମୟ ମାଗିଥିଲେ। ତେବେ କୋର୍ଟ ଏହାକୁ ଅଗ୍ରାହ୍ୟ କରିବା ସହ […]