ଏହି ଉତ୍ସବରେ ବିମଣ୍ଡିତ କାର୍ଯ୍ୟଧାରାକୁ ସମସ୍ତ ସାଧୁ ସନ୍ଥ ଓ ସମାଜ ସେବୀ ଏବଂ ସମାଜ ଶୁଦ୍ଧାରକ ଭୂରି ଭୂରି ପ୍ରଶଂସା କରିଥିଲେ ଓ ଆଶୀବାଣୀର ସ୍ରୋତ, ବେଦ ପାଠରେ କମ୍ପିଥିଲା ପୂରା ଏରିଆ
କବିତା ଜୀବନର ଏକ ଅତ୍ୟାବଶ୍ୟକ ଅଂଶ ଏବଂ ନିଜର ଭକ୍ତି ଏବଂ ପ୍ରେମକୁ ପ୍ରକାଶ କରିବାର ସର୍ବୋଚ୍ଚ ଏବଂ ସର୍ବୋତ୍ତମ ରୂପ ଭାବରେ ଏହାକୁ ବିବେଚନା କରାଯାଏ। ଆପଣ ନିଜକୁ କବିତାର ରୋମାଣ୍ଟିକ୍ ବା କବିତାର ଭକ୍ତିପୂର୍ଣ୍ଣ ଦିଗ ସହିତ ଯୋଡିପାରିବେ।
କେତେବେଳେ କାଳିଆ ସାଆନ୍ତକୁ ଏ ଚର୍ମଚକ୍ଷୁରେ ଦେଖିବେ...ତା’ ଚକାଡୋଳାକୁ ଟିକେ ଚାହିଁଦେବେ, ସତେ ଯେମିତି ସେହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଛନ୍ତି ଭକ୍ତ ଜଣକ । ଜଗା ଦୁଆରେ ହାତରେ ଜଗନ୍ନାଥଙ୍କ ମୂର୍ତ୍ତିକୁ ନେଇ ଛିଡା ହୋଇଥିବା ଦେଖିବା ପରେ ସମସ୍ତେ ଚାହୁଁଛନ୍ତି..ହେଲେ ଜଗା ସହ ତାଙ୍କର ଭାବକୁ ସହଜରେ ବୁଝିବ ବା କିଏ?
ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜିଉ । ରାତି ପାହିଲେ ରଙ୍ଗର ପର୍ବ ହୋଲି ।
ମର୍ମନ୍ତୁଦ ଦୁର୍ଘଟଣାରେ ମୃତାହତ ଓ ଆହତଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ବାରିପଦା ପହଞ୍ଚିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚ,ଡି ,ଦେବଗୌଡା, କଂଗ୍ରେସ ବରିଷ୍ଠ ନେତା ଶରତ ପାୱାର, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ବିଜୁ ପଟ୍ଟନାୟକଙ୍କ ପ୍ରମୁଖ । ଦେଶ ବିଦେଶର ସାମ୍ବାଦିକ ବାରିପଦାରେ ଡେରା ପକାଇଥାନ୍ତି.. ସବୁ ଆଡେ କାନ୍ଦ ଛାତିଫଟା ଶବ୍ଦ ଓ କୁଢ଼ କୁଢ଼ ଶବ। ଆଉ ସେହି ଶବ ଗଦାରୁ ସମସ୍ତେ ନିଜ ଲୋକଟିକୁ ଖୋଜୁଥାନ୍ତି ।
ଆଜି ପବିତ୍ର ମହାଶିବରାତ୍ରୀ। ଚଳଚଞ୍ଚଳ ହୋଇଉଠିଛି ଶୈବପୀଠ। ଶିବ ଆରାଧନାରେ ମଗ୍ନ ସାରା ଜଗତ। ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳୁଛନ୍ତି ଅଗଣିତ ଭକ୍ତ। ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ସବୁଠି ଭକ୍ତର ଅପେକ୍ଷା ମହାଦୀପ ଦର୍ଶନର ସେ ମହାର୍ଘ ମୂହୁର୍ତ୍ତକୁ।
ମହାଶିବରାତ୍ରୀର ପବିତ୍ର ଦିନରେ ଶିବ ଆରାଧନାରେ ମଗ୍ନ ସାରା ଜଗତ। ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳୁଛନ୍ତି ଅଗଣିତ ଭକ୍ତ। ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ସବୁଠି ଭକ୍ତର ଅପେକ୍ଷା ମହାଦୀପ ଦର୍ଶନର ସେ ମହାର୍ଘ ମୂହୁର୍ତ୍ତକୁ।
ଅନେକ ମନ୍ଦିରରେ ଦେଖିବାକୁ ମିଳିଲାଣି ଆପ୍ ସେବା । ଯାହା ଦ୍ୱାରା ଶ୍ରଦ୍ଧାଳୁମାନେ ଭଗବାନଙ୍କ ଦର୍ଶନ ସହ ବିଭିନ୍ନ ସୁବିଧା ପାଇପାରିବେ ।
ନିଆଁକୁ ଖାତିର ନ କରି ଜଣେ ଦେଶଭକ୍ତ ଜାତୀୟ ପତାକାକୁ ସୁରକ୍ଷିତ ତଳକୁ ଆଣିଲେ
ଶ୍ରୀଜିଉଙ୍କ ଦର୍ଶନ ବେଳେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଭିଡ଼ ଭିତରେ ଅଣନିଶ୍ୱାସୀ ହୋଇ ୨ ଭକ୍ତ ଆହତ ହୋଇଛନ୍ତି। ଶ୍ରୀମନ୍ଦିର ଭିତରେ ମଙ୍ଗଳ ଆଳତି ଚାଲୁଥିବା ବେଳେ ଉଭୟ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ।
ବିଦେଶୀ ଭକ୍ତଙ୍କୁ ମିଳୁ ଚକାନୟନକୁ ଦର୍ଶନ ସୁଯୋଗ । ସେବାୟତ, ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କୁ ରାଜ୍ୟପାଳଙ୍କ ପ୍ରସ୍ତାବ । ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ । ରାଜ୍ୟପାଳଙ୍କ ପ୍ରସ୍ତାବ ପରେ ବିଭିନ୍ନ ମହଲରେ ଚର୍ଚ୍ଚା।
ବିଦେଶୀ ଭକ୍ତଙ୍କ ଦର୍ଶନ ପ୍ରସ୍ତାବକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଶ୍ରୀମନ୍ଦିର ସେବାୟତ।
ନାସିକ-ଶିରିଡ଼ି ହାଇୱେରେ ଭୟଙ୍କର ଦୁର୍ଘଟଣା ଘଟିଛି। ଟ୍ରକ୍ ସହ ବସ୍ ଧକ୍କା ହେବାରୁ ଏହି ଦୁର୍ଘଟଣା ହୋଇଛି।
ରାସ୍ତା ସଂପ୍ରସାରଣ ପାଇଁ ହନୁମାନଙ୍କ ମନ୍ଦିର ଭାଙ୍ଗିବାକୁ ପ୍ରସ୍ତୁତ ହେଲା ପ୍ରଶାସନ। ବିରାଟ ମେସିନ ଆସିଲା, ମନ୍ଦିର ପାଖରେ ଖରାପ ହୋଇଗଲା। ୩ ବର୍ଷ ହେଲାଣି ଭଙ୍ଗା ହୋଇପାରୁନଥିଲା ମନ୍ଦିର। ଶେଷରେ ଜ୍ୟାକ୍ ଲଗାଇ ଘୁଂଚାଗଲା ମନ୍ଦିର। ସେପଟେ ଭକ୍ତ କହିଲେ ସବୁ ମହାବୀରଙ୍କ କରୁଣା...
ଅସମ୍ଭାଳ ଭି଼ଡ଼... ଅବ୍ୟବସ୍ଥିତ ବନ୍ଦୋବସ୍ତ.. ଅସ୍ତବ୍ୟସ୍ତ ଜନତା..। ଗଲା ଦୁଇ-ତିନି ଦିନ ଧରି ଶ୍ରୀକ୍ଷେତ୍ରରେ ଅନିୟନ୍ତ୍ରିତ ଭିଡ଼ ପାଇଁ କଲବଲ ହେଉଛନ୍ତି ଜଗା ଦର୍ଶନ ପାଇଁ ଆସୁଥିବା ଜନତା । ସ୍ଥିତି ଏଭଳି ହୋଇଥିଲା ଯେ ଗତକାଲି ବାଇଶି ପାହାଚରେ ଠେଲାପେଲାରେ ଅଣନିଃଶ୍ୱାସୀ ହୋଇ ଅଚେତ ହୋଇଯାଇଥିଲେ ମୟୂରଭଞ୍ଜର ୯ ଜଣ ହାଇସ୍କୁଲ୍ ଛାତ୍ରୀ । ଆଉ ମଙ୍ଗଳବାର ବି ଥିଲା ସମାନ ପରାସ୍ଥିତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଅସମ୍ଭାଳ ଭିଡ଼ ସିଂହଦ୍ୱାର ନିକଟରୁ ଆରମ୍ଭ ହୋଇଥିବା ବ୍ୟାରିକେଡ୍ ବଢି ବଢି ମରିଚିକୋଟ୍ ଛକ ଟପିଛି ।
ଆଜି ଭିଆଇପି ରାସ୍ତାରେ ଦର୍ଶନ ପାଇଁ ଯାଉଛନ୍ତି ସ୍କୁଲ ପିଲା । ବ୍ୟାରିକେଡ୍ରେ ଘଣ୍ଟା ଘଣ୍ଟା ଛିଡ଼ା ହେଉଛନ୍ତି ବୟସ୍କ ଓ ଶିଶୁ ।
ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆଇନଜୀବୀଙ୍କ ଅନୁରୋଧ
ମନ୍ଦିରର ପବିତ୍ରତା ବଜାୟ ରଖିବାକୁ ଏହି ପଦକ୍ଷେପ ।
ଜଗା ପ୍ରେମ କାହା ପାଇଁ କେମିତି.. ଯିଏ ଯେମିତି ଖୋଜିଛି ମହାପ୍ରଭୁଙ୍କୁ ସେମିତି ପାଇଛି.. ଜଗତର ନାଥ ଜଗନ୍ନାଥଙ୍କ ଅଗଣିତ ଭକ୍ତଙ୍କ ମଧ୍ୟରେ ୟେ ହେଉଛନ୍ତି ଅନ୍ୟତମ ଭକ୍ତ..
ସ୍ତମ୍ଭ ଚାରିପାଖେ ବୃତ୍ତାକାର ଫ୍ରେମ୍ ଉପରେ ରୁପା ଚାଦର ଆଚ୍ଛାଦନ କରି ସୁରକ୍ଷିତ ରଖିବାକୁ ପ୍ରସ୍ତାବ ରଖାଗଲା।
ଗରୁଡ଼ ସ୍ତମ୍ଭକୁ ବାରମ୍ବାର କୋଳାଗ୍ରତ କରିବା ଦ୍ୱାରା ଏହାର ମୋଟାଇ ପତଳା ହେବା ସହ ସ୍ତମ୍ଭଟିର ସ୍ଥାୟିତ୍ୱ ପ୍ରତି ବିପଦ ଦେଖା ଦେଇଛି।
ପଞ୍ଚୁକରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଅସମ୍ଭବ ଭିଡ଼ ଲାଗିିଛି
ଜଗନ୍ନାଥ ଧାମରେ କାଳିଆକୁ ଦର୍ଶନ ପାଇଁ ଭକ୍ତଙ୍କୁ ଯନ୍ତ୍ରଣା। ଶ୍ରୀମନ୍ଦିରରେ ଆଜି ଠାକୁରଙ୍କୁ ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ପାଇଁ ଅସମ୍ଭବ ଭିଡ଼ ହୋଇଛି। ନୀତିକାନ୍ତିରେ ବିଳମ୍ବ ସାଙ୍ଗକୁ ପଶ୍ଚିମଦ୍ୱାର ବନ୍ଦ ଯୋଗୁଁ ଶ୍ରଦ୍ଧାଳୁ ଘଣ୍ଟା ଘଣ୍ଟା ଲାଇନ୍ରେ ରହି କଲବଲ ହୋଇଛନ୍ତି।
ସିଂହଦ୍ୱାରରୁ ମରିଚିକୋଟ୍ ଯାଏଁ ବ୍ୟାରିକେଡ୍ ଜାମ୍, ପଞ୍ଚୁକ ଆରମ୍ଭରୁ ନୀତି ବିଳମ୍ବ
ପଞ୍ଚୁକ ଓ ବଡ଼ଓଷାରେ ଭକ୍ତଙ୍କୁ ଧବଳେଶ୍ୱର ପୀଠ ମନା । ବାଟ ଓଗାଳିଲା ଅସୁରକ୍ଷିତ ଝୁଲା ପୋଲ । କାର୍ତ୍ତିକ ପଞ୍ଚୁକ ତା ସାଙ୍ଗକୁ ବଡ଼ ଓଷା ଲୋକାରଣ୍ୟ ହୋଇଥାଆନ୍ତା ରାଜ୍ୟର ଅନ୍ୟତମ ପୁରାତନ ଶୈବପୀଠ ଧବଳେଶ୍ୱର ।