ତାରିଣୀ ମନ୍ଦିର ସହ କେନ୍ଦୁଝରର ଶ୍ରୀବଳଦେବଜୀଉ ମନ୍ଦିର ମଧ୍ୟ କାଲିଠୁ ଭକ୍ତଙ୍କ ଲାଗି ଖୋଲିବାକୁ ଯାଉଛି। ସେହିଭଳି କେନ୍ଦୁଝର ଜିଲ୍ଲାର ଅନ୍ୟ ସବୁ ଧର୍ମାନୁଷ୍ଠାନ ମଧ୍ୟ ଖୋଲିବ। ତେବେ ସୋମବାର ଦିନ ଜିଲ୍ଲାର ସବୁ ଶୈବପୀଠକୁ ଭକ୍ତଙ୍କୁ ବାରଣ କରାଯାଇଛି।
ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲାଯାଇଥିବା ବେଳେ ଆସନ୍ତା ସୋମବାରକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଧର୍ମାନୁଷ୍ଠାନ ଖୋଲାଯିବ ।
ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଭକ୍ତଙ୍କୁ ପାଛୋଟିବା ପାଇଁ ଆରମ୍ଭ ହେଲାଣି ସଜବାଜ । ସଜେଇ ହେଲାଣି ବଡ଼ ଦାଣ୍ଡ । ମହାପ୍ରଭୁଙ୍କୁ ଦେଖିବା ପାଇଁ ଭକ୍ତ ମନରେ ଅନେକ ଖୁସି ।
ଆସନ୍ତା ଅଗଷ୍ଟ ୪ ତାରିଖ ବୁଧବାରଠାରୁ ଖୋଲିବ ଯାଜପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ। ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲପାଳ ଚକ୍ରବର୍ତି ସିଂ ରାଠୋର। କୋଭିଡ କଟକଣାରେ ଶ୍ରଦ୍ଧାଳୁ ଦେବା ଦେବୀଙ୍କ ଦର୍ଶନ କରିବେ ବୋଲି ସୂଚନା ମିଳିଛି । ଦ୍ୱୀତିୟ ଲହର କରୋନା କଟକଣାରେ ମନ୍ଦିର ବନ୍ଦ ଥିବାରୁ ଶ୍ରଦ୍ଧାଳୁ ଙ୍କୁ ମନ୍ଦିର ବାରଣ କରାଯାଇ ଥିବାରୁ ମନ୍ଦିର ମଧ୍ୟକୁ ଭକ୍ତମାନେ ପ୍ରବେଶ କରିପାରୁନଥିଲେ
ପୁରୀ: ନୀଳାଚଳ ଅବଢ଼ା ପାଇ ଭକ୍ତ ଆଜି ବହୁତ ଆନନ୍ଦିତ ହୋଇଛି। ଶ୍ରୀମନ୍ଦିର ରତ୍ନବେଦୀକୁ ଶ୍ରୀଜିଉ ଫେରିବା ପରେ ଆଜି ବାହାରିଛି ନୀଳାଚଳ ଅବଢ଼ା। ଭକ୍ତମାନେ ଯେପରି ମହାପ୍ରସାଦ ପାଇବେ, ଉତ୍ତର ଦ୍ୱାର ପାଖରେ ତାର ବ୍ୟବସ୍ଥା କରାଯାଇଛି। ଉତ୍ତର ଦ୍ୱାର ପାଖରେ ଥିବା ଖାଲି ସ୍ଥାନରେ କାଉଣ୍ଟର କରି ଟୋକନ ବ୍ୟବସ୍ଥା କରାଯାଇଛି। ଟୋକନ କିଣିବା ପରେ ଭକ୍ତଙ୍କୁ ଦିଆଯାଉଛି ଅବଢ଼ା। ଆନନ୍ଦ ବଜାରରୁ ଅବଢ଼ା ଆଣି ଉତ୍ତର ଦ୍ୱାର ପାଖରେ ଥିବା ସ୍ଥାନରେ ବିକ୍ରି […]
ପୁରୀ: କରୋନା ସ୍ଥିତି ଯୋଗୁଁ ରଥଯାତ୍ରା ହେବ କି ନାହିଁ, ତାର କଳ୍ପନା ଜଳ୍ପନା ଚାଲିଥିବା ବେଳେ ବିନା ଭକ୍ତରେ ମଧ୍ୟ ରଥଯାତ୍ରା ସମ୍ଭବ ବୋଲି କହିଛନ୍ତି, ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର। ସେ କହିଛନ୍ତି, ରଥଯାତ୍ରା ଅତି ଗୁରୁତ୍ୱପୂର୍ଣ୍ଣ। ଭକ୍ତଙ୍କ ବିନା ମଧ୍ୟ ଏହା ହୋଇପାରିବ। ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ସବୁ ରୀତିନୀତି ସୁରୁଖୁରୁ କରିବାକୁ ପ୍ରସ୍ତୁତି ଚାଲିଥିବା ସେ କହିଛନ୍ତି। ଏପଟେ ରଥଯାତ୍ରା ନିଷ୍ପତ୍ତି ନେବାରେ ରାଜ୍ୟ ସରକାର ଡେରି କରୁଥିବାରୁ କଟାକ୍ଷ […]
ପୁରୀ (ମଧୁସୂଦନ ମିଶ୍ର): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ଅପରାହ୍ନ ଚାରିଟାରୁ ରାତି ଆଠଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ […]
ନୂଆଦିଲ୍ଲୀ: ନାଥୁ ରାମ୍ ଗଡ୍ସେକୁ ଦେଶ ଭକ୍ତ କହିଲେ ବିଜେପ ସାଂସଦ ପ୍ରଜ୍ଞାଠାକୁର୍। ବୁଧବାର ଲୋକସଭାରେ ଏସ୍ପିଜି ସଂଶୋଧନ ବିଧେୟକ ଉପରେ ଚାର୍ଚ୍ଚା ଚାଲିଥିବା ସମୟରେ ନାଥୁରାମଙ୍କୁ ଦେଶଭକ୍ତ ବୋଲି କହିଥଲେ ପ୍ରଜ୍ଞା ଠାକୁର। ଯାହାକୁ ତୀବ୍ର ବିରୋଧ କରିଛି କଂଗ୍ରେସ। ସଦନରେ ଡିଏମ୍କେ ବିଧାୟକ ଏ ରାଜା ଭାଗ ନେଇ ନକାରାତ୍ମକ ମାନସିକତା ବିଷୟରେ ଚର୍ଚ୍ଚା କରି ଗୋଡ୍ସେଙ୍କ ଉଦାହରଣ ଦେଇଥିଲେ। ଏହାକୁ ବିରୋଧ କରି ପ୍ରଜ୍ଞାଠାକୁର କହିଥିଲେ “ଏଠାରେ ଦେଶଭକ୍ତଙ୍କର ଉଦାହରଣ ନ ଦିଆଯାଉ।” […]
ଭୁବନେଶ୍ୱର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଥିପାଇଁ କାଉଡ଼ିଆମାନେ ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କରୁଛନ୍ତି। କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ବାବାଙ୍କ ମନ୍ଦିରରେ ଶ୍ରାବଣର ପ୍ରଥମ ସୋମବାର ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୋର ୩ଟାରୁ ମନ୍ଦିର ଫିଟାଯିବା ପରେ ଦର୍ଶନ ଓ ଜଳଲାଗି ଆରମ୍ଭ ହୋଇଛି। ଝୁଲା ପୋଲଠାରୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ କରାଯାଇଛି। ସେହିପରି ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ପ୍ରସ୍ତୁତି କରିଛି ପ୍ରଶାସନ। ଭୋର […]
ପୁରୀ: ପୁରୀ ସିଂହଦ୍ୱାର ସମ୍ମୁଖରେ ଭିଡ଼ ନିୟନ୍ତ୍ରଣ ଆଳରେ କିଛି ମହିଳା ଭକ୍ତଙ୍କୁ ପୁଲିସ୍ ଅସଦାଚରଣ କରୁଥିବା ନେଇ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ପୁଲିସ୍ ଜଣେ ମହିଳାଙ୍କୁ ସର୍ବସମ୍ମୁଖରେ ମାଡ଼ ମାରିବା ସହ ଠେଲି ଦେଇ ତଳେ ଗଡ଼ାଇ ଦେଉଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ଦର୍ଶନ ଲାଗି ଧାଡ଼ିରେ ଥିବା କିଛି ମହିଳା ଆଗକୁ ବଢିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ସେଠାରେ ପୁରୁଷ ଓ ମହିଳା ପୁଲିସ୍ ଅଧିକାରୀ […]
ଭୁବନେଶ୍ୱର: ଆଉ ନିର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ। ଆଜି କଂଗ୍ରେସ ପଦଯାତ୍ରା ଅବସରରେ ଏନେଇ ସେ ସୂଚନା ଦେଇଛନ୍ତି। ଲୋକସଭା ନିର୍ବାଚନ ନ ଲଢ଼ିବା ନେଇ ଏକ ପ୍ରଶ୍ନରେ ସେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ମୁଁ ଲଢ଼ିବି ନାହିଁ। କିନ୍ତୁ ସଂଗ୍ରାମ କରିବି। ୯ ଥର ଲଢ଼ିଲିଣି, ଲୋକଙ୍କ ଉପରେ ବୋଝ କାହିଁକି ହେବି? ନୂଆ ପିଲାମାନେ ଲଢ଼ିବେ, ନୂଆ ଲୋକମାନ ଲଢ଼ିବେ। ଆମେ ମାଗଦର୍ଶକ ହେବୁ, ସହାୟକ ହେବୁ। ଅନ୍ୟାୟ […]
ଭୁବନେଶ୍ୱର: ଫୋନିର ଆଁରେ ଉଜୁଡ଼ି ଯାଇଛି ଐତିହ୍ୟ ସହର ଭୁବନେଶ୍ୱର। ପର୍ଯ୍ୟଟକଙ୍କ ଆକର୍ଷଣ ଥିଲା ଧଉଳିଗିରି। ହେଲେ ଏବେ ତାର ସୌନ୍ଦର୍ଯ୍ୟ ଓ ସବୁଜିମା ସବୁ ଯେମିତି ଛାରଖାର ହୋଇଯାଇଛି। ପ୍ରଭାବିତ ହୋଇଛି ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା। ବିଦ୍ୟୁତ୍ ନାହିଁ କି ପିଇବା ପାଣି ନାହିଁ । ସବୁଆଡ଼େ ଖାଁ ଖାଁ। ପର୍ଯ୍ୟଟକଙ୍କ ଭିଡ଼ ବି ନାହିଁ । ପର୍ଯ୍ୟଟକ ନ ଆସିବାରୁ ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ବ୍ୟାହତ ହୋଇଛି। କେବଳ ଧଉଳି ନୁହେଁ, ଲିଙ୍ଗରାଜ […]