/odishatv-khabar/media/post_attachments/uploadimage/library/16_9/16_9_0/____1673754534.jpg)
Stampede Like situation At Puri Jagannath Temple
ପୁରୀ ଶ୍ରୀମନ୍ଦିରରେ ଭୟଙ୍କର ଠେଲାପେଲା। ଶ୍ରୀଜିଉଙ୍କ ଦର୍ଶନ ବେଳେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଭିଡ଼ ଭିତରେ ଅଣନିଶ୍ୱାସୀ ହୋଇ ୨ ଭକ୍ତ ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ- ସୁଲୋଚନା ସାହୁ ଓ ଦିବ୍ୟା ସାହୁ। ଉଭୟଙ୍କୁ ପୁରୀ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଶ୍ରୀମନ୍ଦିର ଭିତରେ ମଙ୍ଗଳ ଆଳତି ଚାଲୁଥିବା ବେଳେ ଉଭୟ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ।
ଏହି ସମୟରେ ବାହାର କାଠ ନିକଟରେ ଠେଲପେଲା ହେବାରୁ ଅଣନିଶ୍ୱାସୀ ହୋଇ ପଡ଼ିଥିଲେ ସୁଲୋଚନା ଓ ଦିବ୍ୟା। ପରେ ଉଭୟଙ୍କୁ ଉଦ୍ଧାର କରାଯାଇ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଦିବ୍ୟାଙ୍କୁ ଡିସ୍ଚାର୍ଜ କରାଯାଇଥିବା ବେଳେ ସୁଲୋଚନା ଏବେ ବି ପୁରୀ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।
ଅଧିକ ପଢ଼ନ୍ତୁ: ବଡ଼ମ୍ବା ଟି-ବ୍ରିଜରେ ଦଳାଚକଟା ପାଇଁ ଦାୟୀ କିଏ: ପବ୍ଲିକ୍ ନା ପୋଲିସ୍ ?
ଶ୍ରୀମନ୍ଦିରରେ ଠେଲାପେଲା, ୨ ଗୁରୁତର । ୨ ଗୁରୁତରଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି । ପ୍ରବଳ ଭିଡ଼ ଯୋଗୁ ଅଣନିଶ୍ୱାସୀ ହୋଇପଡିଥିଲେ । #Puri#OTVpic.twitter.com/ZHSkGiJj53
— ଓଟିଭି (@otvkhabar) January 15, 2023
ସୂଚନାଥାଉ କି, ଗତକାଲି ମକର ମେଳାରେ କଟକ ଜିଲ୍ଲା ବଡ଼ମ୍ବା-ଗୋପୀନାଥପୁର ଟି T-ସେତୁ ଉପରେ ଦଳାଚକଟା ହୋଇଥିଲା। ସିଂହନାଥ ପୀଠରେ ପ୍ରବଳ ଜନସମାଗମ ହୋଇଥିଲା।ଆଶାତୀତ ଭିଡ଼ ଯୋଗୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଯେଉଁଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)