ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଆଜି ପୁଣି ମାରାଥନ ଜେରା କରିଛି।
୨୩ ଦିନ ପରେ ବି ଅସ୍ପଷ୍ଟ ରହିଛି ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲା । ଏହାରି ଭିତରେ ଆଜି ପତ୍ନୀ ବିଦ୍ୟାଭାରତୀଙ୍କୁ ୪ ଘଣ୍ଟା ଧରି ମାରାଥନ ଜେରା କରିଛି ପାରଳାଖେମୁଣ୍ଡି ପୋଲିସ ।
ସୌମ୍ୟରଞ୍ଜଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଘନଉଛି। ଏହା ଭିତରେ ଆମ୍ବୁଲାନ୍ସ ଡ୍ରାଇଭର ଅନେକ ରହସ୍ୟର ଉନ୍ମୋଚନ କରିଛନ୍ତି। କ’ଣ କହିଛନ୍ତି ଡ୍ରାଇଭର, ଜାଣନ୍ତୁ।
ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ସୌମ୍ୟଙ୍କ କ୍ୱାର୍ଟର୍ସ ହିଁ କ୍ରାଇମସ୍ପଟ ବୋଲି କହିଲେ ଡିଆଇଜି । ସେ ଆହୁରି କହିଛନ୍ତି ଘଟଣା ସ୍ଥଳ ପରିଦର୍ଶନ କଲି, ଏଠାରେ ଜଳିବାର ଚିହ୍ନ ରହିଛି ।
ପୂର୍ବରୁ ଦୁଇ ଦୁଇଟି ହାତଲେଖା ଚିଠି ସାମ୍ନାକୁ ଆସିଥିବା ବେଳେ ଏବେ ଆଉ ଏକ ହାତ ଲେଖା ଚିଠି ସାମ୍ନାକୁ ଆସିଛି। ପୂର୍ବରୁ ସାମ୍ନାକୁ ଆସିଥିବା ୨ଟି ଚିଠି ମଧ୍ୟରୁ ଗୋଟିଏ ସୌମ୍ୟଙ୍କ ଡାଏରୀର ବୋଲି କୁହାଯାଉଥିବା ବେଳେ ଅନ୍ୟ ଏକ ଲେଖା ନିଜେ ବିଦ୍ୟାଭାରତୀ ଅର୍ଥାତ୍ ସୌମ୍ୟଙ୍କ ପତ୍ନୀ ଲେଖିଥିବା କହୁଛନ୍ତି ।
ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତନାଘନା ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚ ଟିମ୍ ସୌମ୍ୟଙ୍କ ଘରେ ପହଞ୍ଚି ଯାଞ୍ଚ କରିବା ପରେ ହାତରେ ଲାଗିଛି ଏମିତି ସୁରାକ୍।
ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଯେତେ ଖୋଳିଲେ ସେତେ ବାହାରୁଛି । ଯେତିକି ବାହାରିଲେ ସେତିକି ସସ୍ପେନ୍ସ ବଢୁଛି । ଆଜି ପୁଣି ସାମ୍ନାକୁ ଆସିଛି ଆଉ ଏକ ହାତଲେଖା ।
ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ଘରୁ ମିଳିଥିବା କାଗଜ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଭାରତୀ । କାହାକୁ ଆକ୍ଷେପ କରି ଏମିତି ଲେଖିନାହାନ୍ତି ବୋଲି ସେ କହିଛନ୍ତି ।
ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ନୂଆ ଟ୍ୱିଷ୍ଟ। ମୁହାଁମୁହିଁ ହେଲେ ଶାଶୂ-ବୋହୂ। ସୌମ୍ୟଙ୍କ ମୃତ୍ୟୁ ପାଇଁ ମା’ ବୋହୂକୁ ଦୋଷ ଦେଉଥିବାବେଳେ ଜବାବ ଦେଲେ ବୋହୂ ବିଦ୍ୟାଭାରତୀ।
ଗତ ମଙ୍ଗଳବାରଠୁ ଏ ମଙ୍ଗଳବାର, ୮ ଦିନ ବିତିଗଲା । ତଥାପି ସାମ୍ନାକୁ ଆସିଲାନି ଯୁବ ACF ସୌମ୍ୟରଜଂନଙ୍କ ମୃତ୍ୟୁ ପଛର ସତ । କିନ୍ତୁ ସୌମ୍ୟଙ୍କ ପରିବାର ଓ ପତ୍ନୀ ବିଦ୍ୟାଭାରତୀଙ୍କ ବୟାନବାଜି ଭିତରେ ଟ୍ୱିଷ୍ଟ ପରେ ଟ୍ୱିଷ୍ଟ ଆସିଛି ।
ତପନ ପଟ୍ଟନାୟକଙ୍କ ଉପସ୍ଥିତିରେ ତଦନ୍ତ କରାଯାଇଛି। ସୌମ୍ୟଙ୍କ ସହକର୍ମୀଙ୍କୁ ନେଇ ଡେମୋ କରିଥିଲା ପୋଲିସ। ତେବେ ମାମଲାରେ ସଂପୃକ୍ତ ନଥିବା ନେଇ ପୂର୍ବରୁ ସୌମ୍ୟଙ୍କ ସ୍ତ୍ରୀ, ରୋଷେୟା ମନ୍ମଥ କୁମ୍ଭ ଏବଂ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା କହିଛନ୍ତି।
ଘଟଣା ଦିନ କଣ ସବୁ ହୋଇଥିଲା ? କିପରି ନିଆଁ ଲାଗିଲା ? ନିଆଁ ଲାଗିବା ବେଳେ ପତ୍ନୀ ବିଦ୍ୟାଭାରତୀ କେଉଁଠି ଥିଲେ ? ସେ ସବୁ ଦିଗକୁ ତଦନ୍ତ ପରିସରକୁ ନିଆଯିବ।
ଆଉ ରୋଷେୟାକୁ ଜେରା କରିଛି ପୋଲିସ । ତେବେ ରୋଷେୟା ମନ୍ମଥ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ସହ କେମିତି ନିଆଁ ଲାଗିଲା ଜାଣିନଥିବା କହିଛନ୍ତି। ଚିତ୍କାର ଶୁଣି ସୌମ୍ୟରଂଜନଙ୍କୁ ଉଦ୍ଧାର ପାଇଁ ସେ ଦୌଡ଼ିଯାଇଥିଲେ। ଆସନ୍ତାକାଲି ଡିଏଫ୍ଓଙ୍କୁ ଜେରା କରିବ ଗଜପତି ପୋଲିସ।
ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ନୂଆ ମୋଡ଼। ମୃତ ସୌମ୍ୟରଞ୍ଜନଙ୍କ ବାପାଙ୍କ ଅଭିଯୋଗ ପରେ ୩ ଜଣଙ୍କ ବିରୋଧରେ ପାରଳାଖେମୁଣ୍ଡି ପୋଲିସ୍ ହତ୍ୟା ମାମଲା ରୁଜୁ କରିଛି।
ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟ ରଂଜନ ମହାପାତ୍ରଙ୍କ କେମିତି ହେଲା ମୃତ୍ୟୁ ? ଅଘଟଣ ନା ଆତ୍ମହତ୍ୟା ନା ହତ୍ୟା ? ଗତ ଦୁଇ ଦିନ ଧରି ଏନେଇ ସନ୍ଦେହ ଘନିଭୂତ ହେଉଥିବା ବେଳେ ଏବେ ମୁହଁ ଖୋଲିଛନ୍ତି ସୌମ୍ୟଙ୍କ ପତ୍ନୀ
ରାଜ୍ୟରେ ମହାବିପତ୍ତି ଭାବେ ଉଭା ହେଲାଣି ବଜ୍ରପାତ । ଏମିତିକି ଦେଶର ସର୍ବାଧିକ ବଜ୍ରପାତ ରାଜ୍ୟ ତାଲିକାରେ ସବୁଠୁ ଆଗରେ ବି ଓଡ଼ିଶା । କେବଳ ସେତିକି ନୁହେଁ ଗଲା ବର୍ଷକ ଭିତରେ ରାଜ୍ୟରେ ବଜ୍ରପାତ ସଂଖ୍ୟାରେ ୩୭ ପ୍ରତିଶତ ବୃଦ୍ଧି ବି ଚିନ୍ତାର କାରଣ ପାଲଟିଛି ।
ସନ୍ଦେହ ଘେରରେ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ । ଗତକାଲି ରାତିରେ ସରକାରୀ ବାସଭବନରେ ପତ୍ନୀଙ୍କ ସହ ଥିବା ବେଳେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଥିବା ସୌମ୍ୟରଞ୍ଜନଙ୍କ ଆଜି କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ACFOଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ସୌମ୍ୟ ରଞ୍ଜନଙ୍କ ବାପା। ପୁଅର ମୃତ୍ୟୁ ପାଇଁ ବୋହୂକୁ ଦାୟୀ କଲେ।
ନିଆଁରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର।ଆଜି ତାଙ୍କର ମୃତ୍ୟୁ ଘଟିଛି। ୬ ମାସ ତଳେ ବିବାହ କରିଥିବା ବନ ଅଧିକାରୀ କିପରି ନିଆଁରେ ପୋଡି ହେଲେ ତାହାର କାରଣ ଏ ଯାଏ ଅସ୍ପଷ୍ଟ ରହିଛି।