Advertisment

ନିଆଁରେ ପୋଡି ହୋଇ ଫରେଷ୍ଟ ଅଫିସରଙ୍କ ମୃତ୍ୟୁ

ନିଆଁରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର।ଆଜି ତାଙ୍କର ମୃତ୍ୟୁ ଘଟିଛି। ୬ ମାସ ତଳେ ବିବାହ କରିଥିବା ବନ ଅଧିକାରୀ କିପରି ନିଆଁରେ ପୋଡି ହେଲେ ତାହାର କାରଣ ଏ ଯାଏ ଅସ୍ପଷ୍ଟ ରହିଛି।

author-image
Minati Mishra
ଅଦ୍ୟତନ ହୋଇଛି
ନିଆଁରେ ପୋଡି ହୋଇ ଫରେଷ୍ଟ ଅଫିସରଙ୍କ ମୃତ୍ୟୁ

forest officer dead

ପାରଳାଖେମୁଣ୍ଡି: ନିଆଁରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା  ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କର ଆଜି ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା।  ତାଙ୍କ ଶରୀରର  ୮୦ ପ୍ରତିଶତ ପୋଡିଯାଇଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

Advertisment

ପୋଲିସ ତଥ୍ୟ ଅନୁଯାୟୀ, ସୌମ୍ୟ ରଞ୍ଜନ ୬ ମାସ ତଳେ ବିବାହ କରିଥିଲେ। ପତ୍ନୀଙ୍କ ସହ ନିଜ ସରକାରୀ ବାସଭବନରେ ରହୁଥିଲେ।  ଗତକାଲି ରାତି ୯ଟା ସମୟରେ ହଠାତ୍‌ ପତ୍ନୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଦେଖିଥିଲେ, ସୌମ୍ୟ ରଞ୍ଜନ ପୋଡି ହୋଇ ଯାଇଛନ୍ତି। ତାଙ୍କ ଶରୀରର ପ୍ରାୟ ୮୦ଭାଗରୁ ଅଧିକ ପୋଡି ଯାଇଛି। 

Advertisment

ତେବେ ସୌମ୍ୟରଞ୍ଜନଙ୍କ ଶରୀରରେ କିପରି ନିଆଁ ଲାଗିଲା ଜଣାପଡ଼ି ନାହିଁ।  ଏହି ଘଟଣା ନେଇ ପରିବାର ପକ୍ଷରୁ କିଛି ପ୍ରତିକ୍ରିୟା ମିଳିନଥିବା ଜଣାପଡିଛି  । ଘଟଣାକୁ ନେଇ ବନଖଣ୍ଡ ଅଧିକାରୀ, ସ୍ଥାନୀୟ ତହସିଲଦାର, ଏସ୍‌ଡ଼ିପିଓ, ପାରଳାଖେମୁଣ୍ଡି ଥାନା ଅଧିକାରୀ ପ୍ରମୁଖ ପହଞ୍ଚି ତଦନ୍ତଆରମ୍ଭ କରିଛନ୍ତି।  ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି କହିଛି ପୋଲିସ।

Odisha News Fire Mishap Odisha
Advertisment
Advertisment