Advertisment

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା; ସନ୍ଦେହଘେରରେ ପତ୍ନୀ

ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ACFOଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ସୌମ୍ୟ ରଞ୍ଜନଙ୍କ ବାପା। ପୁଅର ମୃତ୍ୟୁ ପାଇଁ ବୋହୂକୁ ଦାୟୀ କଲେ।

author-image
Minati Mishra
ଅଦ୍ୟତନ ହୋଇଛି
ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା; ସନ୍ଦେହଘେରରେ ପତ୍ନୀ

ACFO Soumya Ranjan Mohapatra

କଟକ: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ACFO) ଙ୍କ ମୃତ୍ୟୁ ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ACFOଙ୍କ ମୃତ୍ୟୁ ଘଟଣାରେ ସନ୍ଦେହ ଘେରକୁ ଆସିଛନ୍ତି ମୃତ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ।  ସୌମ୍ୟଙ୍କ ବାପା ଓ ମାମୁ ଆଜି ଗଣମାଧ୍ୟମ ଆଗରେ ପତ୍ନୀଙ୍କ ଆଡକୁ ଅଙ୍ଗୁଳି ଉଠାଇଛନ୍ତି।

Advertisment

ସେମାନେ ଅଭିଯୋଗ କରିଛନ୍ତି, ଘର ଭିତରେ ପୁଅ ବୋହୂ ଥିଲେ।  ତେଣୁ କିପରି ପୁଅ ଏକା ପୋଡ଼ିଗଲା ?  ହୁଏତ ବୋହୂ ପୋଡ଼ି ମାରିଛି କିମ୍ବା ତା ସହ ଆଉ କିଏ ଥାଇପାରନ୍ତି ବୋଲି ଅଭିଯୋଗ ଆଣିଛନ୍ତି  ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର । ଅଭିରାମ କହିଛନ୍ତି, ରଜ ବେଳକୁ ପୁଅ-ବୋହୂ ଆସିଥିଲେ। ପୁଣି ଚାଲିଗଲେ। ଉଭୟେ ଭଲରେ ଥିବା କହିଥିଲେ। ଗତକାଲି ରାତିରେ ଯେତେବେଳେ ସେ ପୁଅ ପାଖକୁ ଫୋନ କରିଥିଲେ, ସୌମ୍ୟ ଉଠାଇ ନ ଥିଲେ। ବୋହୂ ଦିବ୍ୟା ଭାରତୀ ଉଠାଇ ସୌମ୍ୟ ପୋଡି ଯାଇଛନ୍ତି , ସେମାନେ ଡାକ୍ତରଖାନାରେ ଥିବା କଥା କହିଥିଲେ। ତେବେ କେମିତି ପୁଅ ପୋଡି ହେଲା ବୋଲି ଅଭିରାମ ପଚାରିବାରୁ ଦିବ୍ୟା କିଛି ଜାଣି ନାହାନ୍ତି ବୋଲି କହିଥିଲେ। ଏହି ଘଟଣାରୁ ଅଭିରାମ ବୋହୂଙ୍କୁ ସନ୍ଦେହ କରୁଛନ୍ତି। ଅନ୍ୟପକ୍ଷେ  ବୋହୂ ନିର୍ଯାତନା ଦେଉଥିବା ନେଇ ସୌମ୍ୟ ପୂର୍ବରୁ ଜଣାଇଥିବା ମଧ୍ୟ ତାଙ୍କ ମାମୁ କହିଛନ୍ତି । ତେବେ ଏନେଇ ସୌମ୍ୟଙ୍କ ପତ୍ନୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। 

ସୂଚନାଥାଉ କି, ନିଆଁରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କର  ଆଜି ଡାକ୍ତରଖାନାରେ ମୃତ୍ୟୁ ଘଟିଛି।  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା।  ତାଙ୍କ ଶରୀରର  ୮୦ ପ୍ରତିଶତ ପୋଡିଯାଇଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

Advertisment

ପୋଲିସ ତଥ୍ୟ ଅନୁଯାୟୀ, ସୌମ୍ୟ ରଞ୍ଜନ ୬ ମାସ ତଳେ ବିବାହ କରିଥିଲେ। ପତ୍ନୀଙ୍କ ସହ ନିଜ ସରକାରୀ ବାସଭବନରେ ରହୁଥିଲେ।  ଗତକାଲି ରାତି ୯ଟା ସମୟରେ ହଠାତ୍‌ ପତ୍ନୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି  ସୌମ୍ୟ ରଞ୍ଜନଙ୍କ ଶରୀରର ପ୍ରାୟ ୮୦ଭାଗରୁ ଅଧିକ ପୋଡି ଯାଇଥିବା ଦେଖିବାକୁ ପାଇଥିଲେ। 

Odisha News Fire Mishap Odisha
Advertisment
Advertisment