Advertisment

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଡ୍ରାଇଭରଙ୍କ ବୟାନ ଖୋଲିଲା ଗୁମର

ସୌମ୍ୟରଞ୍ଜଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଘନଉଛି। ଏହା ଭିତରେ ଆମ୍ବୁଲାନ୍ସ ଡ୍ରାଇଭର ଅନେକ ରହସ୍ୟର ଉନ୍ମୋଚନ କରିଛନ୍ତି। କ’ଣ କହିଛନ୍ତି ଡ୍ରାଇଭର, ଜାଣନ୍ତୁ।

author-image
Minati Mishra
ଅଦ୍ୟତନ ହୋଇଛି
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଡ୍ରାଇଭରଙ୍କ ବୟାନ ଖୋଲିଲା ଗୁମର

ambulance driver statement record

ପାରଳାଖେମୁଣ୍ଡି:ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଘନଉଛି। ତଦନ୍ତ ଯେତିକି ଆଗଉଛି, ଘଟଣାର ସେତିକି ନୂଆ ନୂଆ ଦିଗ ସାମ୍ନାକୁ ଆସିଛି। ଗତ  ୧୨ ତାରିଖ ରାତିରେ ସୌମ୍ୟ ପୋଡ଼ିଯାଇ ୧୩ ତାରିଖରେ ଆଖି ବୁଜିଥିଲେ । ଦୀର୍ଘ ୧୦ ଦିନ ପରେ ପ୍ରଥମଥର ପାଇଁ ପାରଳାଖେମୁଣ୍ଡିରେ ଥିବା ଏସିଏଫଙ୍କ ସରକାରୀ କ୍ୱାର୍ଟରରେ ତଦନ୍ତକାରୀ ସଂସ୍ଥା ଯାଇ ଛାନଭିନ କରିଥିଲା। ସକାଳେ କ୍ରାଇମବ୍ରାଞ୍ଚ ଟିମ୍‌ର ତନ୍ନତନ୍ନ ଯାଞ୍ଚ ପରେ ସୌମ୍ୟଙ୍କ ସରକାରୀ କ୍ୱାର୍ଟର୍ସ ହିଁ କ୍ରାଇମ୍ ସ୍ପଷ୍ଟ ବୋଲି କହିଥିଲେ। 

Advertisment

ତେବେ  ସୌମ୍ୟରଞ୍ଜନଙ୍କୁ କଟକ ନେଇ ଯାଉଥିବା ଆମ୍ବୁଲାନ୍ସ ଫରେଷ୍ଟ ଛକରେ କାହିଁକି ଓ କାହା ନିର୍ଦ୍ଦେଶରେ ଅଟକିଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଗତକାଲି ରାତିରେ ଏହାର ଖୁଲାସା କରିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ଦୟାନିଧି ସାଗର। 

Advertisment

ଗତକାଲି ବିଳମ୍ବିତ ରାତିରେ ପାରଳାଖେମୁଣ୍ଡି ପୋଲିସ ଷ୍ଟେସନରେ ଜେରା କରିଛନ୍ତି  ଥାନା ଅଧିକାରୀ। ଜେରା ବେଳେ ଅନେକ ରହସ୍ୟର ଖୁଲାସା କରିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର।  ଜେରା ବେଳେ ଡ୍ରାଇଭର କହିଛନ୍ତି, ଘଟଣା ଦିନ ମେଡିକାଲ ବାହାରୁ ବାହାରୁ ସଢ଼େ ୧୧ରୁ ୧୨ଟା ହୋଇ ଯାଇଥିଲା। ଫରେଷ୍ଟ ଗେଟ୍ ପାଖରେ ୧୦ରୁ ୧୫ ମିନିଟ ଆମ୍ବୁଲାନ୍ସ ଅଟକି ଥିଲା। ପେସେଣ୍ଟ ସହ କେହି ନ ଥିବାରୁ ଆମ୍ବୁଲାନ୍ସ ଅଟକିଥିଲା। ଫରେଷ୍ଟ ଗେଟ୍ ପାଖରେ ରହିବାକୁ ଜଣେ ମ୍ୟାଡାମ କହିଥିଲେ। ଅଟକିବାକୁ କହିଥିବା ମ୍ୟାଡମ ପୋଲିସ ଡ୍ରେସରେ ଥିଲେ।

ଡ଼୍ରାଇଭର ଆହୁରି କହିଛନ୍ତି, ‘ପେସେଣ୍ଟଙ୍କ ପତ୍ନୀ ଆସିବା ପରେ ଆମ୍ବୁଲାନ୍ସ ଫରେଷ୍ଟ ଗେଟ୍‌ରୁ ବାହାରିଥିଲା। ଆମ ଆମ୍ବୁଲାନ୍ସ ପଛରେ ଗୋଟିଏ ବୋଲେରୋ ବି ଚାଲିଥିଲା। ଗୋପାଳପୁର ଠାରେ ମ୍ୟାଡାମ କଟକ SCB  ନେବା ପାଇଁ କହିଲେ। କଟକ ପହଞ୍ଚିବା ବେଳକୁ ସାଢ଼େ ୬ରୁ ୭ଟା ହୋଇଥିଲା’

ଡ୍ରାଇଭରଙ୍କ ଏହି ବୟାନ ପରେ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ଭିତରେ ଗୁରାଣ୍ଡି ଥାନା ଓଆଇସିଙ୍କ ଭୂମିକାକୁ ନେଇ ସନ୍ଦେହ ବଢିଛି। ଗତକାଲି କ୍ରାଇମବ୍ରାଞ୍ଚ ଡିଆଇଜି ସରକାରୀ ବାସଭବନରେ ସୌମ୍ୟଙ୍କ ମୃତ୍ୟୁ ଘଟିଥିବା ବୟାନ ଦେବା ପରେ ପ୍ରଶ୍ନ ଉଠିଥିଲ,  ଘଟଣା ଦିନ ସୌମ୍ୟରଞ୍ଜନଙ୍କ ଘରେ ପତ୍ନୀ ବିଦ୍ୟାଭାରତୀ ଥିଲେ, ରୋଷେୟା ବି ଥିଲେ। ହେଲେ ଜଣେ ଲୋକ ୮୦ ଭାଗ ପୋଡିଗଲା ପର୍ଯ୍ୟନ୍ତ  ସେମାନେ କିପରି ଜାଣି ପାରିଲେ ନାହିଁ କିପରି ? 

ସେପଟେ ବିଦ୍ୟାଙ୍କ ସହ ଗୁରାଣ୍ଡି ଓଆଇସିଙ୍କର କୌଣସି ସମ୍ପର୍କ ନ ଥିବା ବିଦ୍ୟାଙ୍କ ବାପା କହୁଥିବାବେଳେ ମମତାଙ୍କ ଶ୍ୱଶୁର ସମ୍ପର୍କ ଥିବା ସ୍ୱୀକାର କରିଛନ୍ତି। ଏସବୁ ଭିତରେ ଡ୍ରାଇଭରଙ୍କ ଏପରି ବୟାନ ଘଟଣାକୁ ଆହୁରି ସନ୍ଦେହ ଘେରରେ ପକାଉଛି। ଏଥସହିତ ଆଉ ଏକ ବଡ ରହସ୍ୟର ଉନ୍ମୋଚନ କରିବ ସୌମ୍ୟଙ୍କ ଡାଏରୀ। ଏହି ଡାଏରୀରେ କ’ଣ ଲେଖିଥିଲେ ଆଜି ତାହା ମଧ୍ୟ ସାମ୍ନାକୁ ଆସିଛି। 

ଏସବୁ ଭିତରେ ସୌମ୍ୟଙ୍କୁ ପୋଡି ମାରି ଦିଆଯାଇଥିବା ନେଇ ତାଙ୍କ ପରିବାର ଲୋକେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି।   ସୌମ୍ୟରଞ୍ଜନଙ୍କ ବଡ଼ ଭାଇ ବି ସୌମ୍ୟରଞ୍ଜନଙ୍କୁ ପୋଡ଼ି ମାରି ଦିଆଯାଇଥିବା ଅଭିଯୋଗ ଦୋହରାଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। 

 ସୂଚନା ଥାଉ କି, ଆଜି DFO ଓ ଗୁରାଣ୍ଡି ଥାନା ଓଆଇସିଙ୍କୁ ପଚରାଉଚରା କରାଯିବାର ସମ୍ଭାବନା ରହିଛି। 

ACFMurderCase Paralakhemundi ACF Death
Advertisment
Advertisment