ମୁମ୍ବାଇ : ପରଦାକୁ ଆସିଛି ବିବାଦୀୟ ଫିଲ୍ମ ‘ମେରେ ପ୍ୟାରେ ପ୍ରାଇମ୍ ମିନିଷ୍ଟର’ର ଟ୍ରେଲର। ରାକେଶ ଓମ୍ ପ୍ରକାଶଙ୍କ ଏହି ଫିଲ୍ମର କାହାଣୀକୁ ନେଇ ବିବାଦ ଦେଖାଦେଇଛି। ସ୍ୱଚ୍ଛତାକୁ ନେଇ ତିଆରି ହୋଇଛି ଏହି ଫିଲ୍ମ। ମୁମ୍ବାଇର ଗୋଟିଏ ସ୍ଲମ୍ ଏରିଆର କହ୍ନେୟା ନାମକ ଜଣେ ୮ ବର୍ଷର ପିଲା ତା ମା’ ସହ ରହୁଛି। କିନ୍ତୁ ତାଙ୍କ ଜୀବନର ଗତିପଥ ସେତେବେଳେ ବଦଳେ, ଯେତେବେଳେ କି କହ୍ନେୟାର ମା’ ବାହାରକୁ ଶୌଚ ହେବା ପାଇଁ ଯାଇ […]
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାଫେଲ ଯୁଦ୍ଧ ବିମାନ କିଣା ପ୍ରସଙ୍ଗକୁ ନେଇ ଆଜି CAG ପକ୍ଷରୁ ରିପୋର୍ଟ ଉପସ୍ଥାପନ କରାଯାଇପାରେ। ୩୬ଟି ରାଫେଲ୍ ବିମାନ କିଣାକୁ ନେଇ ହୋଇଥିବା ଡିଲ୍ ସମ୍ପର୍କରେ ସବିଶେଷ ରିପୋର୍ଟ ଆଜି ପାର୍ଲାମେଣ୍ଟକୁ ହସ୍ତାନ୍ତର କରାଯାଇପାରେ। ମିଳିଥିବା ସୂଚନା ମୁତାବକ, ଗତ ସପ୍ତାହରେ ସିଏଜି ଏନେଇ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିସାରିଥିଲେ। ଶୁକ୍ରବାର ରିପୋର୍ଟ ଛପା ହେବାକୁ ଦିଆଯାଇଥିଲା। ଯାହା ଆଜି ସଂସଦରେ ଉପସ୍ଥାପନ ହୋଇପାରେ। ଅନ୍ୟପଟେ ବଜେଟ୍ ଅଧିବେଶନ ସରିବାକୁ ଆଉ […]
କଟକ : ସରସ୍ୱତୀ ପୂଜା ଅବରସରେ କଟକର ବୃନ୍ଦାବନ ସିନେମା ହଲ୍ରେ ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ‘ପ୍ରେମରେ ରଖିଛି ଶହେରୁ ଶହେ’ ଫିଲ୍ମରେ ଓଲିଉଡ଼୍ ରୋମାଣ୍ଟିକ୍ ବୟ ଜ୍ୟୋତିଙ୍କ ଅପୋଜିଟ୍ରେ ନଜର ଆସିଛନ୍ତି ଚୁଲବୁଲି ନାୟିକା ରିୟା। ଭିନ୍ନ ଏକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ଉଭୟ ଡବଲ୍ ରୋଲ୍ରେ ନଜର ଆସିଛନ୍ତି ଅଭିନ୍ତ୍ରୀ ରିୟା। ଅନ୍ୟମାନଙ୍କ ମଧ୍ୟରେ ଫିଲ୍ମରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା, ଅନୁରାଧା,ଗୁଡ୍ଡୁ ପ୍ରମୁଖ କଳାକାର। ନଜର ଆସିଛନ୍ତି। ରାସେଶ୍ୱରୀ ଏଣ୍ଟରଟେନ୍ମେଣ୍ଟ ବ୍ୟାନରରେ […]
ସୁରତ : ସୁରତର ବାରଡୋଲୀ ତହସିଲରେ ଲୋକେ ପ୍ରବଳ ଟଙ୍କା ଉଡ଼ାଇଛନ୍ତି। ଅଭ୍ୟୁଦୟ ଏଜୁକେଶନ ଏଣ୍ଡ ଚାରିଟେବଲ୍ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏକ ସଂଗୀତ ସମାରୋହ ଅବସରରେ କଣ୍ଠଶିଳ୍ପୀଙ୍କ ଗୀତରେ ଖୁସି ହୋଇ ଟଙ୍କା ବର୍ଷା କରିଛନ୍ତି ଲୋକେ। ଉପସ୍ଥିତ ଦର୍ଶକ ଓ ଶ୍ରୋତା ଲୋକ ଗାୟକ କିର୍ତ୍ତିଦାନ ଗଡବୀଙ୍କ ଭଜନ ଗାୟନରେ ପୁରା ମସ୍ଗୁଲ୍ ହୋଇଯାଇଥିଲେ। ସେଠାରେ ୧୦ ଟଙ୍କିଆ ନୋଟ୍ରୁ ଆରମ୍ଭ କରି ୨ ହଜାର ଟଙ୍କିଆ ନୋଟ୍ ବର୍ଷା କରିଥିଲେ ଲୋକେ। ଉଲ୍ଲେଖନୀଯ […]
ହାମିଲ୍ଟନ୍ : ଶେଷ ବଲ୍ ପର୍ଯ୍ୟନ୍ତ ସଂଘର୍ଷ ସତ୍ତ୍ୱେ ରୋମାଞ୍ଚକର ହାମିଲଟନ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆ ପରାସ୍ତ। ଏହି ମ୍ୟାଚ୍ରେ ୪ ରନ୍ରେ ବିଜୟୀ ହୋଇଛି ନ୍ୟୁଜିଲାଣ୍ଡ। ଏହା ସହିତ କିଓ୍ୱି ଟିମ୍ ୨-୧ରେ ଟି-ଟ୍ୱେଣ୍ଟି ସିରିଜ୍ ମଧ୍ୟ ଜିତି ନେଇଛି। ଆଜି ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ଓ୍ୱିକେଟ୍ ହରାଇ କରିଥିଲା ୨୧୨ ରନ୍। ୨୧୩ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଟିମ୍ ଇଣ୍ଡିଆ ମଧ୍ୟ […]
ଲକ୍ଷ୍ନୌ : ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ମୃତ୍ୟୁର ବିଭୀଷିକାରେ ୪ ଦିନ ଭିତରେ ମୃତ୍ୟୁ ସଂଖ୍ୟା ୭୦ରେ ପହଞ୍ଚିଲାଣି। କେବଳ ୟୁପିର ଶାହରନପୁର ଜିଲ୍ଲାରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉତ୍ତରାଖଣ୍ଡର ରୁର୍କିରେ ୨୦ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ବିଷାକ୍ତ ମଦ ପିଇ ଗୁରୁତର ଭାବେ ଅସୁସ୍ଥ ହୋଇଥିବା ୨୪ରୁ ଅଧିକ ଲୋକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବିଷାକ୍ତ ମଦ ବିକ୍ରି ଅଭିଯୋଗରେ ପୁଲିସ ୨୫ଟି ମାମଲା ରୁଜୁ କରିବା ସହିତ […]
ମୁମ୍ବାଇ : ରିଲିଜ୍ ହୋଇଛି ଅପ୍କମିଙ୍ଗ ବଲିଉଡ୍ ମୁଭି ‘ସୋନଚିଡିୟାର’ ସେକେଣ୍ଡ ଟ୍ରେଲର। ଆସନ୍ତା ମାର୍ଚ୍ଚ ମାସ ୧ ତାରିଖରେ ଫିଲ୍ମ ରିଲିଜ୍ ହେବ। ଆଉ ଏହା ପୂର୍ବରୁ ୟୁଟୁବ୍ରେ ଫିଲ୍ମର ଅଫିସିଆଲ ସେକେଣ୍ଡ ଟ୍ରେଲରକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ଚମ୍ବଲରେ ଡକାୟତଙ୍କ କାହାଣୀକୁ ନେଇ ଫିଲ୍ମ ନିର୍ମାଣ ହୋଇଛି। ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତ, ମନୋଜ ବାଜପେୟୀ, ଭୂମି ପେଡନାକରଙ୍କ ସମେତ ଆଶୁତୋଷ ରାଣା, ରଣବୀର ସୋରେ ପ୍ରମୁଖ ନଜର ଆସୁଛନ୍ତି। ଫିଲ୍ମର ଦ୍ୱିତୀୟ […]
ବିହାର : ରାଫେଲ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷ ଭର୍ତ୍ସନା କରିବା ଓ ଅଭିଯୋଗ ଲଗାଇବାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ବିହାରର ପାଟନାରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାଜନାଥ କହିଛନ୍ତି ଯେ, ସେ ବର୍ଷ ବର୍ଷ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାଣିଛନ୍ତି। ତାଙ୍କ ସହ ସାଙ୍ଗ ହୋଇ କାମ କରିଛନ୍ତି। ମୋଦିଙ୍କ ବିରୋଧରେ ଅନ୍ୟ ଅଭିଯୋଗ ଯାହା ଆଣୁଛ ଆଣ, ହେଲେ କେହି ତାଙ୍କର […]
ନୂଆଦିଲ୍ଲୀ : ମନି ଲଣ୍ଡ୍ରିଂ ମାମଲାରେ ରବର୍ଟ ଭଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଘଣ୍ଟା ଘଣ୍ଟା ଧରି ଜେରା କରିଛି। ବୁଧବାର, ଗୁରୁବାର ଓ ଆଜିକୁ ମିଶାଇ ରବର୍ଟ ଭଦ୍ରାଙ୍କୁ ତିନି ଥର ଜେରା କରିସାରିଲାଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଲଣ୍ଡନରେ ଥିବା ସଂପତ୍ତି ସଂପର୍କରେ ମଧ୍ୟ ଇଡି ପଚରାଉଚରା କରିଛି। ଏହାଛଡ଼ା ଜେରାବେଳେ ସଂଜୟ ଭଣ୍ଡାରୀ ଓ ଅନ୍ୟ ୨ ସହଯୋଗୀଙ୍କ ସଂପର୍କରେ ତଥ୍ୟ ଦେବାକୁ ଇଡି ରବର୍ଟ ଭଦ୍ରାଙ୍କୁ କହିଛି। ତେବେ ଭଣ୍ଡାରୀଙ୍କୁ ସେ ଜାଣିନଥିବା […]
ଅକ୍ଲାଣ୍ଡ : ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ଜିତିଲା ଭାରତ। ଆଜି ଅକ୍ଲାଣ୍ଡରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ। ଏହି ବିଜୟ ଫଳରେ ୩ଟିକିଆ ସିରିଜ୍କୁ ଭାରତ ୧-୧ରେ ବରାବର କରିଛି। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୧୫୮ ରନ୍ କରିଥିଲା। ଜବାବରେ ୩ ୱିକେଟ୍ ହରାଇ ଏହି ବିଜୟ ଲକ୍ଷ୍ୟ ହାସଲ କରିଥିଲା ଭାରତ।
ଲକ୍ଷ୍ନୌ : ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ପିଇ ପ୍ରାୟ ୩୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉତ୍ତରପ୍ରଦେଶ ଶାହରନପୁର ଓ କୁଶୀନଗର ଜିଲ୍ଲାରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପଡ଼ୋଶୀ ଉତ୍ତରାଖଣ୍ଡ ହରିଦ୍ୱାର ଜିଲ୍ଲାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଉଭୟ ଜିଲ୍ଲାର ମୃତକମାନେ ଗୋଟିଏ ଜାଗାରୁ ମଦ କିଣିଥିବା ଜଣାପଡ଼ିଛି। ଶାହରନପୁରରେ ଆଜି ସକାଳେ ୫ ଜଣଙ୍କ ମୃତ୍ୟୁ ହେବା ଓ ଗୁରୁତର ଅବସ୍ଥାରେ ୧୦ ଜଣ ହସ୍ପିଟାଲରେ ଭର୍ତ୍ତି ହେବା […]
ନୂଆଦିଲ୍ଲୀ : ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା। ଉତ୍କ୍ଷେପଣ ହୋଇଛି ଇସ୍ରୋର ୪୦ତମ ଯୋଗାଯୋଗ ଉପଗ୍ରହ ଜିସ୍ୟାଟ୍-୩୧। ଫ୍ରେଞ୍ଚ ଗୁଏନାରୁ ରାତି ୨ଟା ୩୧ରେ ସଫଳତାର ସହ ଉତ୍କ୍ଷେପଣ ହୋଇଛି। ଏହାର ଓଜନ ୨ ହଜାର ୫୩୫ କିଲୋଗ୍ରାମ। ଏହା ଇନ୍ସାଟ୍-୪ CRକୁ ସ୍ଥାନାନ୍ତର କରିବ ବୋଲି ଇସ୍ରୋ ମୁଖ୍ୟ କେ. ଶିବାନ ସୂଚନା ଦେଇଛନ୍ତି।
ମହାରାଷ୍ଟ୍ର : ୭ ଦିନ ପରେ ଅନଶନ ଭାଙ୍ଗିଲେ ସମାଜସେବୀ ଆନ୍ନା ହଜାରେ। ମହାରାଷ୍ଟ୍ରରେ ଲୋକପାଳ ଆଇନ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ଆନ୍ନା ଆମରଣ ଅନଶନରୁ ଓହରି ଯାଇଛନ୍ତି। ଲୋକପାଳ ନିଯୁକ୍ତି ଓ ସ୍ୱାମିନାଥନ୍ କମିଶନ୍ଙ୍କ ରିପୋର୍ଟ ଲାଗୁ ଦାବିରେ ତାଙ୍କ ନିଜ ଗାଁ ମହାରାଷ୍ଟ୍ରର ରାଲେଗାଁ ସିଦ୍ଧିରେ ଆଜିକୁ ୭ ଦିନ ଧରି ଆମରଣ ଅନଶନରେ ବସିଥିଲେ ଆନ୍ନା। ଏହି ସମୟ ମଧ୍ୟରେ ତାଙ୍କ ଓଜନ ୪ […]
ଗୁରୁବାର ସୁନା ପ୍ରତି ୧୦ ଗ୍ରାମକୁ ୪୮,୫୦୦ ଟଙ୍କା ଉପରେ ମଧ୍ୟ ଥିଲା। ହେଲେ ଆଜି ସୁନା ଦରରେ ସାମାନ୍ୟ ହ୍ରାସ ପାଇଛି।
ତାଲିବାନ ଏବଂ ଆଫଗାନ ଆର୍ମି ମଧ୍ୟରେ ଚାଲିଥିବା ଯୁଦ୍ଧ ଖବର ଉପରେ କଭର କରୁଥିବା ଫଟୋ ଜର୍ଣ୍ଣାଲିଷ୍ଟ ଦାନିଶ ସିଦ୍ଦିକୀଙ୍କୁ ହତ୍ୟା କଲେ ତାଲିବାନ।
ଦେଶରେ ତୃତୀୟ ଲହର ରୋକିବାକୁ କଡ଼ା ପଦକ୍ଷେପ ଜରୁରୀ । ଟେଷ୍ଟ, ଟ୍ରାକ୍, ଟ୍ରିଟ୍ ଏବଂ ଟିକାକୁ ଗୁରୁତ୍ୱର ସହ ଆଗକୁ ବଢ଼ାଇବାକୁ ହେବ। ୬ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆଜି କିଛି ଏଭଳି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୋଭିଡ୍ ସ୍ଥିତିର ସମୀକ୍ଷା କରିବା ସହ ଏହାର ମୁକାବିଲାକୁ ନେଇ ମନ୍ତ୍ର ଦେଇଛନ୍ତି ।