• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Suji Chakuli Recipe odia
ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ସୁଜି ଚକୁଳି’ | Suji Chakuli Recipe

ଭୁବନେଶ୍ୱର: ଆପଣ ସାଧାରଣତଃ ବିରି ବା ଅଟା ଚକୁଳି ଖାଇବାକୁ ଭଲ ପାଉଥିବେ। ଆଜି ଆମେ ଏକ ନିଆରା ସ୍ୱାଦର ‘ସୁଜି ଚକୁଳି’ ପ୍ରସ୍ତୁତି ସମ୍ପର୍କରେ ଆପଣଙ୍କୁ ଟିପ୍‌ସ୍‌ ଦେବୁ। Suji Chakuli Recipe Preparation Tips: ଆବଶ୍ୟକ ସାମଗ୍ରୀ: ସୁଜି, ଆଳୁ, ପିଆଜ, ରିଫାଇନ୍‌ ତେଲ ଏବଂ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁକୁ ଭଳ ଭାବେ ଧୋଇ ଟିକି ଟିକି କରି କାଟି ଦିଅନ୍ତୁ। କିଛି ପିଆଜକୁ ମଧ୍ୟ ଚୁନା ଚୁନା କରି କାଟନ୍ତୁ। କଟା ଆଳୁ […]

modi 4
ଜନତାଙ୍କ ଭଳି ମୋ ନିକଟରେ ଅଛି ଆକ୍ରୋଶର ନିଆଁ : ମୋଦି

ପାଟଣା : ଦକ୍ଷିଣ କଶ୍ମୀର ପୁଲଓ୍ୱାମାର ଆତଙ୍କବାଦୀ ଆକ୍ରମଣକୁ ଏହା ମଧ୍ୟରେ ଚାରି ଦିନ ବିତିଗଲାଣି। ସହିଦ୍‌ଙ୍କ ବଳିଦାନକୁ ବ୍ୟର୍ଥ ଦିବାକୁ ଦିଆନଯାଉ ବୋଲି ସାରା ଦେଶରେ ସ୍ୱର ଉଠୁଛି। ଆଉ ଏଭଳି ସମୟରେ ଦେଶବାସୀଙ୍କ ମନରେ ରାଗ, ରୁଷା ଓ ଆକ୍ରୋଶ ଚରମ ସୀମାରେ ପହଞ୍ଚିଛି। ଦେଶର ଜନତାଙ୍କ ମନରେ ସହିଦ୍‌ଙ୍କ ବଳିଦାନକୁ ନେଇ ଯେଉଁ ନିଆଁ ରହିଛି ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନରେ ମଧ୍ୟ ରହିଛି। ଆଜି ବିହାରର ରାଜଧାନୀ ପାଟଣାରେ ଏକ […]

koraput
କୋରାପୁଟ ଜିଲ୍ଲା ଲାଗି ଗୌରବ ସ୍ୱାଗତିକା ଓ ସସ୍ମିତା

କୋରାପୁଟ :  କଥାରେ ଅଛି ଦୃଢ଼ ଇଚ୍ଛା ଶକ୍ତି ଥିଲେ ହାର୍‌ ମାନେ ସବୁ ପ୍ରତିବନ୍ଧକ। ଏହାକୁ ସତ କରି ଦେଖାଇଛନ୍ତି କୋରାପୁଟ ଜିଲ୍ଲାର ଦୁଇ ଦିବ୍ୟାଙ୍ଗ ଛାତ୍ରୀ। ଦୃଷ୍ଟି ଶକ୍ତି ହରାଇଥିବା ଏହି ଦୁଇ ଛାତ୍ରୀ ସାଧାରଣ ପିଲାଙ୍କ ଭଳି କ୍ଲାସ୍‌ ରୁମ୍‌ରେ ପାଠ ପଢୁଛନ୍ତି। ଜନ୍ମରୁ ଦିବ୍ୟାଙ୍ଗ ସ୍ୱାଗତିକା ଖୋସ୍‌ଲା। ଦୃଷ୍ଟି ଶକ୍ତି ହରାଇଥିଲେ ବି ମନରେ ପାଠ ପଢିବା ଲାଗି ରହିଛି ଢେର ଆଗ୍ରହ। ଦୃଷ୍ଟିହୀନ ହେଲେ ବି ପ୍ରଥମ କ୍ଲାସ୍‌ରୁ ପିଲାଙ୍କ […]

nitish
ଅଡ଼ୁଆରେ ନୀତିଶ

ପାଟନା : ବିହାର ମୁଜାଫରନଗର ସେଲଟର ହୋମ୍‌ ଯୌନ ନିର୍ଯାତନା ଘଟଣାକୁ ନେଇ ଅଡୁଆରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ତାଙ୍କ ବିରୋଧରେ ତଦନ୍ତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ପୋକ୍ସୋ କୋର୍ଟ। ନୀତିଶଙ୍କ ସହିତ ଦୁଇ ଜଣ ବରିଷ୍ଠ ଆଇଏଏସ୍‌ଙ୍କ ବିରୋଧରେ ମଧ୍ୟ ତଦନ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ଜାଣିଶୁଣି ତଦନ୍ତକୁ ବାଟବଣା କରୁଛି ବୋଲି ଅଭିଯୋଗ ହୋଇଥିଲା। ପ୍ରକୃତ ତଥ୍ୟକୁ ଅଣଦେଖା କରି କେତେକ ବରିଷ୍ଠ ଅଧିକାରୀଙ୍କ ସହିତ ମୁଖ୍ୟମନ୍ତ୍ରୀ […]

sahid5
ସହିଦ ଯବାନଙ୍କୁ ଲୋତକପୂର୍ଣ୍ଣ ବିଦାୟ ; ଅନ୍ତିମ ଯାତ୍ରାରେ ଶହ ଶହ ଜନତା ସାମିଲ

ଭୁବନେଶ୍ୱର : କାନ୍ଦ ବୋବାଳିରେ ଫାଟି ପଡୁଛି ସହିଦ୍‌ଙ୍କ ଘର। ଝୁରୁଛି ଜନ୍ମମାଟି, ଝୁରୁଛନ୍ତି ପରିବାର ଓ ଆତ୍ମୀୟ। ସହିଦ ଯବାନ ଅମର ରହେ ଧ୍ୱନୀରେ ପ୍ରକମ୍ବିତ ହେଉଛି ପୂରା ଅଞ୍ଚଳ। କାଶ୍ମୀରରୁ ଜୟପୁର- ବିହାରରୁ ଜଗତସିଂହପୁର, ପଞ୍ଜାବରୁ ଡେରାଡୁନ ସବୁଠି ସେଇ ଗୋଟିଏ ଚିତ୍ର। ୪୦ ବୀର ଯବାନଙ୍କ ମରଶରୀର ସେମାନଙ୍କ ପୈତୃକ ଗାଁରେ ପହଞ୍ଚିବା ପରେ ଜନସମୁଦ୍ର ପାଲଟିଛି ବିରାଟ ଶବ ଶୋଭାଯାତ୍ରା। ସହିଦଙ୍କ ଲାଗି ଲୋତକପୂର୍ଣ୍ଣ ବିଦାୟୀ ଯାତ୍ରା ଦେଇଛନ୍ତି ହଜାର ହଜାର […]

pulwama
ପୁଲଓ୍ୱାମା ଆକ୍ରମଣର ଛାନ୍‌ଭିନ୍‌

ଶ୍ରୀନଗର : ପୁଲଓ୍ୱାମା ଆକ୍ରମଣର ଛାନ୍‌ଭିନ୍ ଚାଲିଛି। ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି NIA ଓ NSGର ମିଳିତ ଟିମ୍। ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ଆଦିଲ୍ ଅହମଦ ଦର୍ କେଉଁଠୁ ବିସ୍ଫୋରକ ପାଇଲା, ତାକୁ ଆଉ କିଏ ସାହାଯ୍ୟ କରିଛି, କଡ଼ା ସୁରକ୍ଷା ସତ୍ତ୍ୱେ CRPF ଗାଡ଼ି ପାଖକୁ ସେ କେମିତି ଆସିଲା ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ଅନୁସନ୍ଧାନକାରୀ ଟିମ୍। ତା ସହିତ ସୁରକ୍ଷାରେ କେଉଁଠି ତ୍ରୁଟି ରହିଲା, କାହିଁକି ପକ୍କା ଗୁଇନ୍ଦା ସୂଚନା ମିଳି […]

hh
ଦିଲ୍ଲୀରେ ପହଞ୍ଚିଲା ସହିଦ୍‌ ଯବାନଙ୍କ ମର ଶରୀର

ନୂଆଦିଲ୍ଲୀ : ଦିଲ୍ଲୀ ପାଲମ ବିମାନବନ୍ଦରରେ ସହିଦଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି। ଜମ୍ମୁ ଓ କାଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ଯବାନଙ୍କ ମର ଶରୀର ପାଲମ ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ନେତୃବୃନ୍ଦ ଓ ସେନା ଅଧିକାରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପ୍ରଧାନମନ୍ତ୍ରୀ ସମସ୍ତ ସହିଦ୍‌ଙ୍କ କଫିନ୍‌ ନିକଟକୁ ଯାଇ ଯୋଡ଼ ହସ୍ତରେ ପ୍ରଣାମ କରିଥିଲେ। ଏହି ଅବସରରେ ସହିଦ୍‌ମାନଙ୍କୁ ତୋପ ସଲାମି ସହ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପ୍ରଥମେ ତିନି […]

hamla
ଆତଙ୍କବାଦୀ ଓ ପାକିସ୍ତାନକୁ ମୁହଁତୋଡ଼ ଜବାବ୍ ଦେବାକୁ ଦେଶବ୍ୟାପୀ ଦାବି

ନୂଆଦିଲ୍ଲୀ : ପୁଲୱାମା ଆତ୍ମଘାତୀ ଆକ୍ରମଣକୁ ନେଇ ପୂରା ଦେଶରେ ଆକ୍ରୋଶ। ଆତଙ୍କବାଦୀ ସଂଗଠନ ଓ ସେମାନଙ୍କର ପୃଷ୍ଠପୋଷକତା କରୁଥିବା ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ଏକ ହୋଇଛି ସ୍ୱର। ଗତକାଲିର ଆକ୍ରମଣରେ ସହିଦ୍ ୪୦ ଯବାନଙ୍କୁ ଶ୍ରୀନଗରରେ ଗାର୍ଡ ଅଫ୍ ଅନର ଦିଆଯିବା ସହ ମରଶରୀରକୁ ନିଜ ନିଜ ଘରକୁ ପଠାଇ ଦିଆଯାଇଛି।ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍ ଯବାନଙ୍କୁ ଶ୍ରୀନଗରରେ ଶ୍ରଦ୍ଧାଞ୍ଚଳି ଦିଆଯିବା ପରେ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି। ଆକ୍ରମଣ ପରର ସ୍ଥିତି ସମୀକ୍ଷା […]

Rajnath-Singh-784x441
କଫିନ୍‌ ବୋହି ଗାଡ଼ିକୁ ନେଲେ ରାଜନାଥ

ଶ୍ରୀନଗର : ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି। ଗତକାଲି ଆକ୍ରମଣରେ ପ୍ରାଣ ହରାଇଥିବା ଯବାନଙ୍କ ମରଶରୀରକୁ ଆଜି ଶ୍ରୀନଗର ଅଣାଯାଇଥିଲା। କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଆଜି ଶ୍ରୀନଗର ପହଞ୍ଚିବା ପରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସୁରକ୍ଷାବାହିନୀ ପକ୍ଷରୁ ସେମାନଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।  ପରେ ମରଶରୀରକୁ ଯବାନଙ୍କ ଜନ୍ମସ୍ଥାନ ଅଭିମୁଖେ ପଠାଯାଇଥିଲା। ନିଜେ ରାଜନାଥ କଫିନ୍‌ ବୋହି ଗାଡ଼ିକୁ ନେଇଥିଲେ। #WATCH: Home Minister Rajnath Singh and J&K DGP […]

rajnath-=-1
ସ୍ଥିତି ସମୀକ୍ଷା ପାଇଁ ଶ୍ରୀନଗରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ

ଶ୍ରୀନଗର : ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା। ସ୍ଥିତି ସମୀକ୍ଷା ପାଇଁ ଶ୍ରୀନଗରରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ତାଙ୍କ ସହ ଗୃହ ସଚିବ ରାଜୀବ ଗୁଆବା, ଡିଜି ସିଆର୍‌ପିଏଫ୍ ଆର୍ ଆର୍ ଭଟ୍ଟନାଗର୍, ଗୁଇନ୍ଦା ଅତିରିକ୍ତ ନିର୍ଦ୍ଦେଶକ ଅରବିନ୍ଦ କୁମାର ପ୍ରମୁଖ ଅଛନ୍ତି। ସେ ଶ୍ରୀନଗରରେ ସୁରକ୍ଷା ସ୍ଥିତିକୁ ନେଇ ଅନୁଧ୍ୟାନ କରିବେ। ସେପଟେ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲ ଦିଲ୍ଲୀରେ ସମସ୍ତ ସୁରକ୍ଷାବାହିନୀ, ଏଜେନ୍ସିର ଅଧିକାରୀଙ୍କ ସହ ବୈଠକ କରିଛନ୍ତି। […]

soundarya
ବାହା ହେଲେ ତାମିଲ ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ଝିଅ

ଚେନ୍ନାଇ : ବିବାହ ବନ୍ଧନରେ ଆବଦ୍ଧ ହେଲେ ତାମିଲ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା। ଚେନ୍ନାଇ ସ୍ଥିତ ଲିଲା ପାଲେସ୍‌ ହୋଟେଲରେ ତାମିଲ୍‌ ଅଭିନେତା ବିଶାଗନଙ୍କୁ ବିବାହ କରିଛନ୍ତି ସୌନ୍ଦର୍ଯ୍ୟା। ତାମିଲ୍‌ ପରମ୍ପରା ଅନୁସାରେ ସୌନ୍ଦର୍ଯ୍ୟାଙ୍କ ବିବାହ ଅନୁଷ୍ଠିତ ହୋଇଛି। ବିବାହ ଉତ୍ସବରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.କେ ପଲାନିସ୍ୱାମୀ ଯୋଗ ଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ଏହାସହ ତାମିଲ୍‌ ଅଭିନେତା କମଲ ହାସନଙ୍କ ସହ ଇଣ୍ଡଷ୍ଟ୍ରିର ବହୁ ନାମୀଦାମୀ କଳାକାରଙ୍କୁ ଦେଖିବାକୁ ମିଳିଥିଲା।