ରାଞ୍ଚି: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ହରାଇବା ପରେ ଜବରଦସ୍ତ ଡ୍ୟାନ୍ସ କଲେ ପୂର୍ବତନ ବିଜେପି ନେତା ସର୍ଯ୍ୟୁ ରୟ।। ଖୁସିରେ ମସଗୁଲ ହୋଇ ନାଚିଲେ ଏକଦା ବିଜେପିର ଘନିଷ୍ଠ ତଥା ବରିଷ୍ଠ ନେତା ସର୍ଯ୍ୟୁ। ରଘୁବରଙ୍କୁ ଜାମ୍ସେଦପୁର ପୂର୍ବ ଆସନରୁ ପ୍ରାୟ ୧୫ ହଜାରରୁ ଅଧିକ ଭୋଟ୍ରେ ହରାଇ ଦେଇଛନ୍ତି ସର୍ଯ୍ୟୁା ଆଉ ତା’ପରେ ଅମିତାଭଙ୍କ ଫିଲ୍ମ ଲାୱାରିସ୍ର ସୁପରହିଟ୍ ଗୀତ ‘ଆପ୍ କା କ୍ୟା ହୋଗା ଜନାବେ ଅଲ୍ଲୀ’ରେ ସେ ଜବରଦସ୍ତ ଠୁମ୍କା ଲଗାଇଛନ୍ତି […]
ମୁମ୍ବାଇ: ଜାନୁଆରୀ ୨୦୨୦ରେ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଅଷ୍ଟ୍ରେଲିଆ ବିପକ୍ଷ ଏକ ଦିବସୀୟ ସିରିଜ ପାଇଁ ବିସିସିଆଇ ସୋମବାର ଭାରତୀୟ ଦଳ ଘୋଷଣା କରିଛି। ଆହତରୁ ଭଲ ହୋଇ ଦଳକୁ ଫେରିଛନ୍ତି ଶିଖର ଧାୱନ୍ ଓ ଜସ୍ପ୍ରିତ ବୁମ୍ରାହ। ଉଭୟ ସିରିଜ୍ରେ ୩ଟି ଲେଖାଏ ମ୍ୟାଚ୍ ଖେଳାଯିବ। ଜାନୁଆରୀ ୫ରୁ ୧୦ ମଧ୍ୟରେ ଭାରତ ଶ୍ରୀଲଙ୍କା ଟି-୨୦ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ୧୪ରୁ ୧୯ ମଧ୍ୟରେ ଅଷ୍ଟ୍ରେଲିଆ ଏକଦିବସୀୟ ମ୍ୟାଚ୍ ଖେଳାଯିବ। […]
ତେଣୁ ଏହା ପରେ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କିଛି ବଡ଼ ନିଷ୍ପତ୍ତି ନେବା ନେଇ ଚର୍ଚ୍ଚା ହେଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିଜ ପଦ ଯିବା ନେଇ ବୋଧହୁଏ ୟେଦୁରପ୍ପା ସୂଚନା ପାଇସାରିଛନ୍ତି। କେତେବେଳେ ବି ନିଜ ପଦ ଚାଲିଯିବା ନେଇ ତାଙ୍କୁ ପୂର୍ବାଭାଷ ହୋଇଛି।
ହାଇଦ୍ରାବାଦ: ହାଇଦ୍ରାବାଦ୍ ପୁଲିସ ଏନକାଉଣ୍ଟରରେ ମୃତ ୪ ଅଭିଯୁକ୍ତଙ୍କର ପୁଣି ଥରେ ପୋଷ୍ଟମର୍ଟମ ହେବ। ଏହି ନିର୍ଦ୍ଦେଶ ଦେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ। ଆସନ୍ତା ସୋମବାର ଅପରାହ୍ଣ ୫ଟା ସୁଦ୍ଧା ପୋଷ୍ଟମର୍ଟମ ସାରି ସବିଶେଷ ରିପୋର୍ଟ କୋର୍ଟଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଏସ୍ଆଇଟି ତଦନ୍ତ ଚାଲିଛି। ପୂର୍ବ ରିପୋର୍ଟ ସହ ଦ୍ୱିତୀୟ ଥର ହେବାକୁ ଥିବା ପୋଷ୍ଟମର୍ଟମ ରିପୋର୍ଟକୁ ମିଳାଇ ତର୍ଜମା କରିବାକୁ ଏସ୍ଆଇଟି କୋର୍ଟରେ ଆବେଦନ କରିଥିଲା। […]
କଟକ: ବାରବାଟୀ ବ୍ୟାଟେଲ୍ ପାଇଁ ଆଜି ଜୋର୍ଦାର ଅଭ୍ୟାସ କରିଛନ୍ତି ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍। ପଡ଼ିଆ ଭିତରେ ଝାଳ ବୁହାଉଛନ୍ତି ଉଭୟ ଦଳ। ତେବେ କ’ଣ ହେବ କାଲିର ମ୍ୟାଚ୍ ? କିଏ ଜିତିବ କିଏ ହାରିବ, ତାକୁ ନେଇ ଦର୍ଶକ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି। ତେବେ ବାରବାଟୀରେ ରେକର୍ଡ କିନ୍ତୁ ଭାରତ ପକ୍ଷରେ ରହିଛି। ଏଠାରେ ଖେଳାଯାଇଥିବା ସମସ୍ତ ୩ଟି ଯାକ ମୁକାବିଲାରେ ଟିମ୍ ଇଣ୍ଡିଆ ବାଜିମାତ୍ କରିଛି। ବାରବାଟୀରେ ୧୯୯୪ରେ ଭାରତ ଓ […]
କଟକ: ମଦୁଆଙ୍କୁ ବାରବାଟୀ ଦିନିକିଆ ମନା। ମଦ ପିଇ ଆସିଲେ ଷ୍ଟାଡିୟମ୍ରୁ ସିଧାସଳଖ ବିଦା କରିଦେବ ପୁଲିସ୍। ଏଭଳି ନିଷ୍ପତ୍ତି ନେଇଛି କମିଶନରେଟ୍ ପୁଲିସ। ଏଥିସହିତ କ୍ୟାମେରା, ପାଣି ବୋତଲ, ଫଳ କିମ୍ବା ଅନ୍ୟ କୌଣସି ଶୁଖିଲା ଖାଦ୍ୟ ଷ୍ଟାଡିୟମ ଭିତରକୁ ନେଇପାରିବେ ନାହିଁ ଦର୍ଶକ। ସମସ୍ତ ପ୍ରବେଶ ପଥରେ ଏସବୁର ଯାଞ୍ଚ କରି ଦର୍ଶକଙ୍କୁ ଷ୍ଟାଡିୟମ୍ ଭିତରକୁ ଛଡ଼ାଯିବ ବୋଲି କଟକ ଡିସିପି ଅଖିଳି ସିଂହ କହିଛନ୍ତି। ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମସ୍ତ […]