Advertisment

ଇସ୍ତଫା ଦେବେ ୟେଦୁରପ୍ପା?

ତେଣୁ ଏହା ପରେ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କିଛି ବଡ଼ ନିଷ୍ପତ୍ତି ନେବା ନେଇ ଚର୍ଚ୍ଚା ହେଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିଜ ପଦ ଯିବା ନେଇ ବୋଧହୁଏ ୟେଦୁରପ୍ପା ସୂଚନା ପାଇସାରିଛନ୍ତି। କେତେବେଳେ ବି ନିଜ ପଦ ଚାଲିଯିବା ନେଇ ତାଙ୍କୁ ପୂର୍ବାଭାଷ ହୋଇଛି।

author-image
Sarbeswar
କର୍ଣ୍ଣାଟକ ରାଜନୀତିରେ ହେଲାଣି କି କନ୍ଦଳ? ଆଜି ମୋଦିଙ୍କୁ ଭେଟିବେ ୟେଦିୟୁରପ୍ପା

Yediyurappa

କର୍ଣ୍ଣାଟକ: ଥମିବାରେ ନା ନେଉ ନାହିଁ କର୍ଣ୍ଣାଟକ ରାଜନୀତି। ବରିଷ୍ଠ ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଖୁବ୍‌ଶୀଘ୍ର ଇସ୍ତଫା ଦେଇପାରନ୍ତି ବୋଲି ଜୋରସୋରରେ ଚର୍ଚ୍ଚା ଚାଲିଛି। ଆସନ୍ତା ସପ୍ତାହରେ ହିଁ ସେ ନିଦ ପଦବୀରୁ ଇସ୍ତଫା ଦେବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। କାରଣ ଆସନ୍ତା ୨୬ ତାରିଖରେ ସରକାର ୨ ବର୍ଷ ପୂର୍ତ୍ତିଉତ୍ସବ ପାଳନ କରିବାକୁ ଯାଉଛି। ତେଣୁ ଏହା ପରେ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କିଛି ବଡ଼ ନିଷ୍ପତ୍ତି ନେବା ନେଇ ଚର୍ଚ୍ଚା ହେଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିଜ ପଦ ଯିବା ନେଇ ବୋଧହୁଏ ୟେଦୁରପ୍ପା ସୂଚନା ପାଇସାରିଛନ୍ତି। କେତେବେଳେ ବି ନିଜ ପଦ ଚାଲିଯିବା ନେଇ ତାଙ୍କୁ ପୂର୍ବାଭାଷ ହୋଇଛି।

Advertisment

ତେଣୁ ସେ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ହୁଏ କିମ୍ବା ନହୁଏ ଦଳ ପାଇଁ କାମ କରିବି ଏବଂ ପୁଣି ଥରେ ବିଜେପିକୁ କ୍ଷମତାକୁ ଫେରାଇ ଆଣିବି। ହେଲେ ମତେ କୌଣସି ଇସ୍ତଫା ନେଇ ଦଳୀୟ ନିର୍ଦ୍ଦେଶ ଆସିନାହିଁ କି କେହି ମୋ ସାଙ୍ଗରେ ଆଲୋଚନା କରିନାହାନ୍ତି। ଯଦି ଏନେଇ କୌଣସି କେନ୍ଦ୍ରୀୟ ନେତା ଯଦି ମୋ ସହ ଆଲୋଚନା କରିବେ କିମ୍ବା କହିବେ ତେବେ ମୁଁ ଇସ୍ତଫା ଦେଇଦେବି ବୋଲି ୟେଦୁରପ୍ପା କହିଛନ୍ତି। ସେପଟେ ଦଳୀୟ ନେତାଙ୍କ ସହ ତାଙ୍କ ପଡ଼ୁନଥିବାରୁ କେନ୍ଦ୍ରୀୟ ନେତାମାନେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ ରିସ୍କ ନେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ତେଣୁ ଆଦୌ ବିଳମ୍ବ ନକରି ତୁରନ୍ତ ମୁଖ୍ୟମନ୍ତ୍ରୀ ପଦରେ ନୂଆ ଚେହେରାଙ୍କୁ ବସାଇବାକୁ ସେ ଅନେକ ନେତା ଚାହୁଁଛନ୍ତି। ଏ ଦିଗରେ କେନ୍ଦ୍ରୀୟ ଟିମ୍‌ ବିଚାରବିମର୍ଶ ଚଳାଇଛି। ସେପଟେ କିନ୍ତୁ ଦଳର ମୁଖପାତ୍ର କହିଛନ୍ତି, ଦଳ ମଧ୍ୟରେ କୌଣସି ନେତାଙ୍କ ମଧ୍ୟରେ କିଛି ବି ମନମାଳିନ୍ୟ ନାହିଁ। ଯଦି ବି ଥାଏ, ତାହା ଆଲୋଚନା କରାଯାଇ ସମାଧାନ କରାଯିବ। ମୁଖ୍ୟମନ୍ତ୍ରୀଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍‌ ନାହିଁ। କିନ୍ତୁ ଇସ୍ତଫା ଦେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ସେ କହିଛନ୍ତି।

Advertisment
BJP Karnataka Politics B.S. Yediyurappa
Advertisment
Advertisment