ନୂଆଦିଲ୍ଲୀ: କଂଗ୍ରେସ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଟାର୍ଗେଟ୍ କରିବାକୁ ଯାଇ ସୁରକ୍ଷାକୁ ପ୍ରସଙ୍ଗ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ପୂର୍ବରୁ ପ୍ରତିଦିନ ପାକିସ୍ତାନରୁ ‘ଅଳିଆ ମଳିଆ ଜାମାଳିଆ’ ଭାରତ ପଶିଆସୁଥିଲେ ଏବଂ ଭାରତୀୟ ଯବାନଙ୍କ ହତ୍ୟା କରୁଥିଲେ। କିନ୍ତୁ ବିଜେପି ସରକାରରେ ଏହାର ଅନ୍ତ ଘଟିଥିବା ସେ କହିଛନ୍ତି। ପାକିସ୍ତାନର ଆତଙ୍କୀ ଗୋଷ୍ଠୀଙ୍କ ଉପରେ ଆକ୍ରମଣ କରି ପାକିସ୍ତାନକୁ ଭାରତ ବୁଦ୍ଧି ଶିଖାଇଥିବା ଶାହ କହିଛନ୍ତି। ହିମାଚଳପ୍ରଦେଶର ଶିମ୍ଲାରେ ଏକ କାର୍ଯ୍ୟକ୍ରମରେ […]
ନୂଆଦିଲ୍ଲୀ: ବାରମ୍ବାର ପାକିସ୍ତାନ କରୁଥିବା ଅସ୍ତ୍ରବିରତି ଉଲ୍ଲଙ୍ଘନର ଏବେ କଡ଼ା ଜବାବ ଦେଉଛି ଭାରତୀୟ ସେନା। ପାକ୍ ଯେତେବେଳେ ବି ଟାର୍ଗେଟ୍ କରୁଛି ସେତେବେଳେ ପ୍ରବଳ ଛେଚା ଖାଉଛି। ଗତକାଲି ପାକିସ୍ତାନ ସେନା ରଜୌରୀ ଓ ପୁଞ୍ଚ ସେକ୍ଟରରେ ଭାରତୀୟ ସେନାକୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲା। ଏହାର ଜବାବରେ ଭାରତ ବି କଡ଼ା ପ୍ରହାର କରିଥିଲା। ଏଥିରେ ୩ରୁ ୪ ଜଣ ପାକ୍ ସୈନ୍ୟ ନିହତ ହୋଇଥିବା ଜଣାପଡ଼ିଛି। ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, […]
ଇସଲାମାବାଦ: ଭାରତକୁ ଡରିଲାଣି କି ପାକିସ୍ତାନ ? ଭାରତରେ ହେଉଥିବା ପରିବର୍ତ୍ତନକୁ ଦେଖି ଛାନିଆ ହେଲେଣି ପାକିସ୍ତାନ ୱାଜିର-ଏ- ଆଜମ ଇମ୍ରାନ ଖାନ। ଭାରତୀୟ ସେନାର ବାଲାକୋଟ ଏୟାର ଷ୍ଟ୍ରାଇକ ଓ ଭାରତ ସରକାରଙ୍କ ପିଓକେ ଦଖଲ କରିବାର ଦମ୍ଭୋକ୍ତିକୁ ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭୟଭୀତ ହୋଇ ପଡ଼ିଛନ୍ତି। ଭାରତୀୟ ସେନା ପିଓକେ ଦଖଲ କରିବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆଶଙ୍କା କରି ତାଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏଥିପାଇଁ ସେ ପାକିସ୍ତାନ […]
ନୂଆଦିଲ୍ଲୀ: ଦିଲ୍ଲୀରେ ଖସିଲା ସର୍ବୋଚ୍ଚ ତାପମାତ୍ରାର ହାର। ବିଗତ ଶହେ ବର୍ଷ ମଧ୍ୟରେ ଦ୍ୱିତୀୟଥର ପାଇଁ ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି। ଦିଲ୍ଲୀରେ ଚଳିତ ଡିସେମ୍ବରରେ ସର୍ବୋଚ୍ଚ ତାପମାତ୍ରା ହାର ୧୯. ୫ ଡିଗ୍ରୀ ରହିଛି। ମାସ ଶେଷ ଆଡ଼କୁ ଏହା ୧୯ ଡିଗ୍ରୀରେ ପହଞ୍ଚିବା ସମ୍ଭାବନା ରହିଛି। ଏହା ପୂର୍ବରୁ ୧୯୯୭ରେ ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ହାର ଖସି ୧୭. ୩ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା। ୧୯୯୭ ପରେ ଚଳିତ ଡିସେମ୍ବରରେ ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରାର […]
ଜୟପୁର: ହାତରୁ ମେହନ୍ଦି କି ପାଦରୁ ଅଳତା ଲିଭିନି, ହେଲେ ମଥାରୁ କିନ୍ତୁ ଲିଭି ଗଲା ସିନ୍ଦୁର। ବାହାଘରର ମାତ୍ର ୧୬ ଦିନ ପରେ କୁପୱାରାରେ ସହିଦ ଜଣେ ଯବାନଙ୍କ ପତ୍ନୀଙ୍କ ଜୀବନରେ ହଠାତ୍ ଘୋଟିଆସିଛି ଏମିତି କଳା ବାଦଲ। ଅସୁମାରି ସ୍ୱପ୍ନ ଆଉ ମନରେ ଅନେକ ଆଶା। ଏଭଳି କିଛି ସ୍ୱପ୍ନ ନେଇ ଚଳିତମାସ ୮ ତାରିଖରେ ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଯବାନ୍ ସୌରଭ କଟାରା। କିନ୍ତୁ ବିଧିର ବିଧାନ […]
ନୂଆଦିଲ୍ଲୀ: ନଭେମ୍ବର ୧୪ ବଦଳରେ ଡିସେମ୍ବର ୨୬ରେ ଶିଶୁ ଦିବସ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ। ଡିସେମ୍ବର ୨୬ରେ ଶିଶୁ ଦିବସ ପାଳନ କଲେ ଏହା ଦଶମ ଶିଖ୍ ଗୁରୁ ଗୁରୁ ଗୋବିନ୍ଦ ସିଂହଙ୍କ ଦୁଇ ସନ୍ତାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ମନୋଜ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ତାଙ୍କ ଚିଠିରେ ଲେଖିଛନ୍ତି “ ଆମ ଦେଶର ଛୋଟ ପିଲାମାନେ ବି ଅନେକ ବଳିଦାନ […]
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ବିବାଦୀୟ ନାଗରିକତା ଆଇନ ବିରୋଧରେ ପୁଣି ଏକ ବିଶାଳ ରାଲି କରିଛନ୍ତି। ବିଜେପି ସିଏଏ, ଏନଆରସି ଓ ବର୍ତ୍ତମାନ ଏନପିଆର ଲାଗୁ କରିବାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ଭୟର ବାତାବରଣ ସୃଷ୍ଟି କରୁଥିବା ମମତା ଅଭିଯୋଗ କରିଛନ୍ତି। ମମତା ନିଜେ ତାଙ୍କ ମା’ଙ୍କ ଜନ୍ମ ତାରିଖ ଓ ଜନ୍ମ ସ୍ଥାନ ମନେ ରଖି ନାହାନ୍ତି ବୋଲି ମଧ୍ୟ କହିଛନ୍ତି। ଆଜି ମମତା ନିଜର ଦଳୀୟ କର୍ମୀ […]