• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

mada
ପ୍ରତି ୪ଜଣରେ ଜଣେ ମଦ ପିଇବା ମାତ୍ରେ ମାର୍‌ପିଟ୍‌ କରନ୍ତି

ନୂଆଦିଲ୍ଲୀ: ମଦ ପିଇବା କଥା ଆସିବା ମାତ୍ରେ ଗଣ୍ଡଗୋଳ କଥା ଆପେ ଆସିଯାଏ। ତେବେ ଏହି କଥାକୁ ସତ ପ୍ରମାଣିତ କରି ଏକ ସର୍ଭେରୁ ଜଣାପଡ଼ିଛି ୪ ଜଣରେ ଜଣେ ମଦ ପିଇବା ପରେ ହାତାହାତି ସ୍ଥିତିକୁ ଚାଲିଆସନ୍ତି। ମଦ ପିଇ ହୋ ହଲ୍ଲା କରିବା ଏବଂ ଗଣ୍ଡଗୋଳ କରିବା ବଲିଉଡ୍‌ ଫିଲ୍ମର ଦୃଶ୍ୟ ପରି ମନେ ହେଉଥିଲେ ହେଁ, ଭାରତରେ ବାସ୍ତବରେ ଏଭଳି ଘଟଣା ସବୁ ଘଟୁଛି। ଅନ୍ୟପକ୍ଷରେ ଭାରତୀୟଙ୍କ ମଦ ପିଇବା ଅଭ୍ୟାସ ବାବଦରେ […]

2019_12image_19_38_02257025
ଦ୍ୱିଶତକ ମାରିଲେ ଜୁନିୟର ଡ୍ରାଭିଡ୍‌

ନୂଆଦିଲ୍ଲୀ: ହିନ୍ଦୀରେ ଗୋଟେ କଥା ଅଛି “ଜିସ୍‌କା ବାପ୍ ଚଢ଼େ ଘୋଡ଼ା, ଉସକା ବେଟା ଥୋଡ଼ା ଥୋଡ଼ା।” କିନ୍ତୁ ଏଠି ଥୋଡ଼ା ନୁହେଁ ବରଂ ବଡ଼ା ଚାମ୍ପିୟନ୍। ଆମେ କହୁଛୁ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ ରାହୁଲ୍‌ ଡ୍ରାଭିଡ୍‌ଙ୍କ ପୁଅ ସମୀତ୍‌ଙ୍କ ଡ୍ରାଭିଡଙ୍କ କଥା। ସସୀତ ଅଣ୍ଡର-୧୪ ରାଜ୍ୟସ୍ତରୀୟ ଏକ ମ୍ୟାଚ୍‌ରେ ୨୦୦ ରନ୍‌ କରିଛନ୍ତି। ଅଣ୍ଡର-୧୪ ଇଣ୍ଟର ଜୋନାଲ୍‌ ଟୁର୍ଣ୍ଣାମେଣ୍ଟରେ ଭାଇସ ପ୍ରେସିଡେଣ୍ଟ-୧୧ ଦଳ ପକ୍ଷରୁ ଖେଳୁଥିବା ସମୀତ ଧରୱାଦ୍ ଜୋନ୍‌ ଦଳ ବିପକ୍ଷରେ ୨୦୧ ରନ୍‌ର ଇନିଂସ୍ ଖେଳିଛନ୍ତି। ୨୨ ଘଣ୍ଟା ଧରି ଚାଲିଥିବା ଏହି […]

EL63wJcUEAAKFLt
ମନୋଜ ମୁକୁନ୍ଦ ହେବେ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ହେବେ ଲ୍ୟୁଟନାଣ୍ଟ ଜେନାରାଲ ମନୋଜ ମୁକୁନ୍ଦ ନରୱାଣେ। ବର୍ତ୍ତମାନର ସ୍ଥଳସେନା ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଜେନେରାଲ ବିପନ ରାୱତ ଆସନ୍ତା ୩୧ ତାରିଖରେ ଅବସର ନେବେ। ଏହାପରେ ନରୱାଣେ ଦାୟିତ୍ୱ ଗ୍ରହଣ କରିବେ। ଏବେ ଶ୍ରୀ ନରୱାଣେ ସ୍ଥଳସେନାର ଉପ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ବରିଷ୍ଠତା ଦୃଷ୍ଟିରୁ ତାଙ୍କୁ ହିଁ ସ୍ଥଳସେନା ମୁଖ୍ୟ ପଦ ମିଳିଛି। ସେ ୨୦୧୯ ସେପ୍ଟେମ୍ବର ମାସରେ ସ୍ଥଳର ସେନାର ଉପମୁଖ୍ୟ ପଦ […]

subrat-das
ରେକର୍ଡ କଲେ ଓଡ଼ିଆ ଖେଳାଳି

ଭୁବନେଶ୍ୱର: ଓଡ଼ିଶାର ଷ୍ଟାର୍ ସ୍ନୁକର ଖେଳାଳି ସୁବ୍ରତ ଦାସ ପାଟନାରେ ଅନୁଷ୍ଠିତ ଇଷ୍ଟ ଇଣ୍ଡିଆ ସ୍ନୁକର ଚାମ୍ପିୟନଶିପ୍ ଟାଇଟଲ୍ ଜିତି ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ସୁବ୍ରତ ଶେଷ ୨୫ ଦିନ ଭିତରେ ତିନୋଟି ଓପନ୍ ଟାଇଟଲ୍ ଜିତି ଏହି କୀର୍ତ୍ତିମାନ କରିଛନ୍ତି। ସୋମବାର ସୁବ୍ରତ ଫାଇନାଲରେ ଝାରଖଣ୍ଡର ଉଦୀୟମାନ ଖେଳାଳି ଆଦର୍ଶ ବର୍ମାଙ୍କୁ ୫-୩ (୭୦-୨୫, ୪୦-୬୫, ୬୪-୨୩, ୫୩-୧୨, ୨୩-୬୪, ୭୧-୩୦, ୫୯-୬୯, ୬୧-୪୩)ରେ ପରାସ୍ତ କରି ଚାମ୍ପିୟନ୍ ହୋଇଛନ୍ତି। ତେବେ ସୁବ୍ରତଙ୍କ ଏହି […]

supreme-court
ସୁପ୍ରିମକୋର୍ଟରେ ପହଞ୍ଚିଲା ଜାମିଆ ହିଂସା ଘଟଣା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲା ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟି କ୍ୟାମ୍ପସରେ ପୁଲିସ କାର୍ଯ୍ୟାନୁଷ୍ଠାନ ବିବାଦ। ପୁଲିସ ବିରୋଧରେ ସୁପ୍ରିମକୋର୍ଟ ଯାଇଛି ଆଲୁମନି ଆସୋସିଏସନ ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ। ତେବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବ୍‌ଡେଙ୍କୁ ନେଇ ଗଠିତ ଖଣ୍ଡପୀଠ ତୁରନ୍ତ ହିଂସା ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା କିମ୍ବା ହିଂସା ଭିଆଇବାର କୌଣସି ଅଧିକାର ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ନାଗରିକମାନେ ସେମାନଙ୍କ ଅଧିକାର ପାଇଁ […]

mamat
ସିଏଏ ମମତାଙ୍କ ବିଶାଳ ରାଲି

କୋଲକାତା: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସି ବିରୋଧରେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରଣହୁଙ୍କାର ଦେଇଛନ୍ତି। ପ୍ରଥମରୁ ଏହାକୁ ବିରୋଧ କରି ଆସୁଥିବା ମମତା ଆଜି ବିଶାଳ ରାଲି ଆୟୋଜନ କରି ଏହାର ପ୍ରତିବାଦ କରିଛନ୍ତି। ମମତାଙ୍କ ସହ ଶତାଧିକ ଟିଏମସି କର୍ମୀ ଏହି ରାଲିରେ ସାମିଲ ହୋଇଥିଲେ। ସମସ୍ତଙ୍କ ହାତରେ ସିଏଏ ବିରୋଧୀ ପୋଷ୍ଟର ରହିଥିଲା। କୋଲକାତାର ରେଡ୍‌ ରୋଡରେ ଥିବା ଡ.ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରୁ ମମତା ପଦଯାତ୍ରା ଆରମ୍ଭ […]

taps
ସିଏଏ ଅନ୍ଦୋଳନ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ସୃଷ୍ଟି ହୋଇଥିବା ଆନ୍ଦୋଳନ ଓ ହିଂସାକାଣ୍ଡ ସମ୍ପର୍କରେ ପ୍ରଥମଥର ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏହି ହିଂସାକାଣ୍ଡ ପାଇଁ ଏକ ମୋଦୀ କହିଛନ୍ତି। ସେହିପରି ଏହି ଆଇନ କୌଣସି ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କର କ୍ଷତି ପହଂଚାଇବ ନାହିଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି, “ନାଗରିକତା ସଂଶୋଧନ ବିଧେୟକ ବିରୋଧରେ ହିଂସାତ୍ମକ ପ୍ରତିବାଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦାୟକ। ଆଲୋଚନା, ବିତର୍କ ଏବଂ ମତଭେଦ ଗଣତନ୍ତ୍ରର […]

priynka
ଇଣ୍ଡିଆ ଗେଟ୍‌ ସାମ୍ନାରେ ଧାରଣାରେ ବସିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଦିଲ୍ଲୀର ଇଣ୍ଡିଆ ଗେଟ୍‌ ସାମ୍ନାରେ ଧାରଣାରେ ବସିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟି ଓ ଅଲିଗଡ଼ ମୁସ୍ଲିମ୍ ୟୁନିଭର୍ସିଟିର ଛାତ୍ରଛାତ୍ରୀମାନଙ୍କ ଉପରେ ପୁଲିସର ଲାଠି ଛାର୍ଜକୁ ବିରୋଧ କରି ଦଳର ଅନ୍ୟ କାର୍ମକର୍ତ୍ତାଙ୍କ ସହିତ ୪ଟା ବେଳେ ଧରଣାରେ ବସିଛନ୍ତି ପ୍ରିୟଙ୍କା। ସରକାର ଦେଶର ସମ୍ବିଧାନ ଓ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ କରୁଛନ୍ତି। ୟୁନିଭର୍ସିଟିରେ ପଶି ଛାତ୍ରାଛାତ୍ରୀଙ୍କ ଉପରେ ପୁଲିସ୍‌ ଆକ୍ରମଣ କରୁଛି। ଆମେ ସମ୍ବିଧାନ ପାଇଁ ଲଢ଼ୁଛୁ, […]

payal
୮ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ବଲିଉଡ ଅଭିନେତ୍ରୀ ପାୟଲ

ଜୟପୁର: ନେହେରୁ ପରିବାର ବିରୋଧରେ ସୋଶାଲ୍‌ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଆଜି ବୁନ୍ଦୀର ଏକ କୋର୍ଟ ୮ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି। ଗତକାଲି ଅହମଦାବାଦରୁ ଏହି ବଲିଉଡ ଅଭିନେତ୍ରୀ ତଥା ମଡେଲଙ୍କୁ ରାଜସ୍ଥାନ ପୁଲିସ ଗିରଫ କରିଥିଲା। ଏ ନେଇ ପାୟଲ ଟୁଇଟ୍ କରି ସୂଚନା ଦେଇଥିଲେ। ପୁଲିସ ଅଧିକାରୀ କହିଛନ୍ତି, ପାୟଲ ରୋହତଗୀଙ୍କ ବିରୋଧରେ ୧୦ ଅକ୍ଟୋବର ୨୦୧୯ରେ ଥାନାରେ ମାମଲା […]

sengar
ଉନ୍ନାଓ ଗଣଦୁଷ୍କର୍ମ ଘଟଣାରେ କୁଲଦୀପ ସେଙ୍ଗର ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଉନ୍ନାଓ ଗଣଦୁଷ୍କର୍ମ ଘଟଣାରେ ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ବିଧାୟକ କୁଳଦୀପ ସିଂହ ସେଙ୍ଗର ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହିତ ଅଭିଯୁକ୍ତ ମହିଳା ଶଶି ସିଂହକୁ ମଧ୍ୟ କୋର୍ଟ ଦୋଷୀ ପ୍ରାମାଣିତ କରିଛନ୍ତି। ଚାକିରି ଦେବ ବୋଲି କହି ପୀଡ଼ିତାଙ୍କୁ ଶଶି ସିଂହ କୁଳଦୀପ ସେଙ୍ଗର ଘରକୁ ନେଇ ଯାଇଥିଲା। ଯାହାର ସୁଯୋଗ ନେଇ ସେଙ୍ଗର ପୀଡ଼ିତାଙ୍କ ଦୁଷ୍କର୍ମ କରିଥିଲା। ଶୁଣାଣି ବେଳେ କୋର୍ଟ କହିଛନ୍ତି, ପୀଡ଼ିତା ନିଜ ପରିବାରକୁ ବଞ୍ଚାଇବା ପାଇଁ ବିଳମ୍ବରେ ମାମଲା […]

h
ସିଏଏ ଆଇନ୍‌ ବିରୋଧ ହିଂସା: ପଶ୍ଚିମବଙ୍ଗରେ ୫ ସ୍ଥାନର ଇଣ୍ଟରନେଟ୍ ସେବା ବନ୍ଦ

କୋଲକାତା: ନାଗରିକ ସଂସୋଧନ ଆଇନ୍‌କୁ ନେଇ ପଶ୍ଚିମବଙ୍ଗରେ ବିରୋଧ ଜାରି ରହିଛି। ଅନେକ ସ୍ଥାନରେ ଲୋକ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଛନ୍ତି। ତେବେ ଉତ୍ତେଜନାକୁ ଆଖି ଆଗରେ ରଖି ପଶ୍ଚିମବଙ୍ଗର ୫ଟି ସ୍ଥାନରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି। ସେଗୁଡ଼ିକ ହେଲା- ମାଲଦା, ମୁର୍ସିଦାବାଦ, ଉତ୍ତର ଦିନାଜପୁର, ଏବଂ ହାୱାର୍ଡା। ଏଥିସହିତ ବରଷାତ ଏବଂ ଉତ୍ତର ୨୪ ପ୍ରଗଣାର ବସିରହାଟ ସବଡିଭିଜନ, ବରୁଇପୁର ଏବଂ ଦକ୍ଷିଣ ୨୪ ପ୍ରଗଣାରେ ଇଣ୍ଟର୍‌ନେଟ୍‌ ବନ୍ଦ ପାଇଁ ଘୋଷଣା କରାଯାଇଛି। ଆଜି […]