ନୂଆଦିଲ୍ଲୀ: ଆତଙ୍କବାଦର ନିପାତ ନେଇ ପାକିସ୍ତାନ ନିଜ ଚେହେରା ଯେତେ ସ୍ୱଚ୍ଛ କରିବାକୁ ଚେଷ୍ଟା କଲେ ବି ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି କୌଣସି ଦେଶ। ଅନ୍ୟ ଦେଶ କଥା ଛାଡ଼ନ୍ତୁ, ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ବି ପାକିସ୍ତାନ ଉପରେ ଆଦୌ ବିଶ୍ୱାସ କରେନାହିଁ। ତାହା ବାରମ୍ବାର ପ୍ରମାଣିତ ହେଉଛି। ପାକିସ୍ତାନ ଆକାଶ ଦେଇ ଉଡ଼ିବାବେଳେ ସତର୍କତା ଅବଲମ୍ବନ କରିବାକୁ ନିଜ ଦେଶର ବିମାନ ସେବା ଯୋଗାଣକାରୀ କମ୍ପାନୀଙ୍କୁ ନିର୍ଦ୍ଦେଶ ଆମେରିକା। ଆମେରିକାର ଫେଡେରାଲ ଆଭିଏସନ୍ […]
ନୂଆଦିଲ୍ଲୀ: ଟାଟା ଗ୍ରୁପରେ ସାଇରସ ମିସ୍ତ୍ରୀଙ୍କ ପୁନଃନିଯୁକ୍ତି ବିରୋଧରେ ସୁପ୍ରିମକୋର୍ଟ ଗଲା ଟାଟା ସନ୍ସ। ଟାଟା ସନ୍ସ ପକ୍ଷରୁ ଦାଖଲ ପିଟିସନରେ ମିସ୍ତ୍ରୀଙ୍କ ପୁନଃ ନିଯୁକ୍ତି ଉପରେ ରହିତାଦେଶ ପାଇଁ ଆବେଦନ କରାଯାଇଛି। ଗତମାସରେ ସାଇରସ ମିସ୍ତ୍ରୀଙ୍କୁ ଟାଟା ଗ୍ରୁପର ଏକଜିକ୍ୟୁଟିଭ୍ ଚେୟାରମ୍ୟାନ ଭାବେ ନିଯୁକ୍ତି ଦେବା ପାଇଁ ନ୍ୟାସନାଲ କମ୍ପାନୀ ଲ ଅପିଲେଟ୍ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଛନ୍ତି ଟାଟା ସନ୍ସ। ୨୦୧୨ ମସିହାରେ ରତନ ଟାଟା ଅବସର ନେବା […]
ଟୁମକୁରୁ: ଦେଶରେ ନାଗରିକ ସଂଶୋଧନ ଆଇନ ବା ସିଏଏକୁ ନେଇ କଂଗ୍ରେସ ଏବଂ ତାର ସହଯୋଗୀ ଦଳକୁ ପୁଣି ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପାକିସ୍ତାନରେ ଯେଉଁମାନଙ୍କ ପାଇଁ ବିଭିନ୍ନ ଧର୍ମର ଲୋକେ ନିର୍ଯାତିତ ଓ ହିଂସାର ଶିକାର ହେଉଛନ୍ତି ସେମାନଙ୍କ ବିରୋଧରେ କଂଗ୍ରେସ ମୁହଁ ଖୋଲୁନି। ହେଲେ ଭାରତରେ ନିର୍ଯାତିତମାନଙ୍କୁ ସହାୟତ କରାଗଲାବେଳକୁ ବିରୋଧ କରୁଛନ୍ତି କଂଗ୍ରେସ ଓ ତାର ସହଯୋଗୀ ଦଳ ବୋଲି ମୋଦୀ କହିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁମାନେ ଭାରତରେ […]
ନୂଆଦିଲ୍ଲୀ: ନୂଆବର୍ଷରେ ପଡ଼ୋଶୀ ରାଷ୍ଟ୍ର ମୁଖ୍ୟଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଇଲେ ନାହିଁ। ଗତକାଲି ନୂଆବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି, ଭୁଟାନ ରାଜା ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ। ହେଲେ ଇମ୍ରାନ୍ଙ୍କୁ ନା ଫୋନ୍ କଲ୍ କିମ୍ବା ପିଏମ୍ଓରୁ କୌଣସି ପ୍ରକାର ଶୁଭେଚ୍ଛା ଇମ୍ରାନଙ୍କୁ ଜଣାଯାଇନାହିଁ। ଗତ ବର୍ଷ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ତୃତୀୟ କିସ୍ତିକୁ ଆଜି ବଣ୍ଟନ କଲେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀ। କର୍ଣ୍ଣାଟକ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଟିମକୁରୁରେ ଏକ ସାଧାରଣ ସଭାରେ ଏହି କିସ୍ତି ବଣ୍ଟନ କରିଛନ୍ତି। ୨୦୧୯ ଡିସେମ୍ବରରୁ ମାର୍ଚ୍ଚ ୨୦୨୦ ଅବଧି ପର୍ଯ୍ୟନ୍ତ ୨ ହଜାର ଲେଖାଏ ସହାୟତା ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୬ କୋଟି ହିତାଧୀକାରୀ ଏଥିରେ ଲାଭବାନ ହେବେ। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ […]
ମୁମ୍ବାଇ: ମହାରାଷ୍ଟ୍ରରେ ଉଦ୍ଧବଙ୍କ ମନ୍ତ୍ରିମଣ୍ଡଳ ଗଠନକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଶିବସେନାର ବରିଷ୍ଠ ନେତା ଓ ମେଣ୍ଟ ସରକାର ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସଂଜୟ ରାଉତ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସିଧାସଳକ ନ ହେଲେ ବି ଦଳର ମୁଖପତ୍ର ସାମନାରେ ସେ ଏନେଇ ଉଲ୍ଲେଖ କରିଛନ୍ତି। ସରକାରରେ ଅସଲି ଶିବସୈନିକ ସ୍ଥାନ ପାଇନାହାନ୍ତି ବୋଲି ଏଥିରେ ଲେଖାଯାଇଛି। ଏମିତି ବି ଚର୍ଚ୍ଚା ହେଉଛି ଯେ ସଞ୍ଜୟଙ୍କ ଭାଇ ସୁନିଲ ରାଉତ […]