• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

sha
ଦିଲ୍ଲୀର ଟୁକ୍‌ଡ଼େ ଟୁକ୍‌ଡ଼େ ଗ୍ୟାଙ୍ଗକୁ ଉଚିତ ଶିକ୍ଷା ଦେବାର ସମୟ ଆସିଛି: ଅମିତ ଶାହ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ କଂଗ୍ରେସ ଦିଲ୍ଲୀରେ ଗୁଜବ ପ୍ରଚାର କରୁଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି, ବର୍ତ୍ତମାନ ଦିଲ୍ଲୀର ଟୁକ୍‌ଡ଼େ ଟୁକ୍‌ଡ଼େ ଗ୍ୟାଙ୍ଗକୁ ଉଚିତ ଶିକ୍ଷା ଦେବାର ସମୟ ଆସିଛି।  ଆସନ୍ତା ବର୍ଷ ଦିଲ୍ଲୀରେ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନରେ ଦିଲ୍ଲୀ ଲୋକେ ଏହି ଟୁକ୍‌ଡେ ଟୁକ୍‌ଡେ ଗ୍ୟାଙ୍ଗ୍‌ଙ୍କୁ ଶାସ୍ତି ଦେବେ ବୋଲି କହିବାକୁ ଚାହୁଁଥିବା ଶାହ ଏପରି ମନ୍ତବ୍ୟ ଦେଇଚନ୍ତି। ଶାହ ଦିଲ୍ଲୀଠାରେ ଏକ କାର୍ଯ୍ୟକ୍ରମରେ […]

stone
୧୩୦ଜଣ ଦଙ୍ଗାକାରୀଙ୍କୁ ନୋଟିସ୍; ୫୦ ଲକ୍ଷରୁ ଅଧିକ ଟଙ୍କା ଦେବାକୁ ନିର୍ଦ୍ଦେଶ

ଲକ୍ଷ୍ନୌ: ଦଙ୍ଗା ଭିଆଇଥିବା ଲୋକଙ୍କଠାରୁ ଆଦାୟ ହେବ କ୍ଷୟକ୍ଷତି ଟଙ୍କା। ଏନେଇ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ୧୩୦ଜଣ ଦଙ୍ଗାକାରୀଙ୍କୁ ନୋଟିସ୍ ଦିଆଯାଇଛି। ଦଙ୍ଗା ବେଳେ ସମ୍ପତ୍ତି ନଷ୍ଟ କରିଥିବା ଅଭିଯୋଗରେ ୫୦ ଲକ୍ଷରୁ ଅଧିକ ଟଙ୍କା ଦେବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟଙ୍କା ଦାଖଲ ନକଲେ ସେମାନଙ୍କର ସମ୍ପତ୍ତି ଜବତ କରାଯିବ। ଗତ ଶୁକ୍ରବାର ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବ୍ୟାପକ ହିଂସା ହୋଇଥିଲା। ଏଥିରେ ଅନେକ ସମ୍ପତ୍ତି ନଷ୍ଟ […]

bsnl
ବିଏସ୍‌ଏନ୍‌ଏଲ୍‌ର ନୂଆ ବର୍ଷ ଭେଟି; ୧୯୯୯ ଟଙ୍କାରେ ୪୫୦ ଦିନର ଡାଟା, କଲ୍‌ ଆହୁରି ଅନେକ ଅଫର୍

ନୂଆଦିଲ୍ଲୀ : ବିଏସ୍‌ଏନ୍‌ଏଲ୍‌ର ନୂଆ ବର୍ଷ ଭେଟି। କମ୍ପାନୀ ଗ୍ରାହକଙ୍କ ପାଇଁ ୧୯୯୯ ଟଙ୍କାର ଅଫର୍‌ ପ୍ଲାନ୍‌ ଘୋଷଣା କରିଛି। ଆଜିଠାରୁ ବଜାରରେ ଏହି ପ୍ଲାନ୍‌ ଉପଲବ୍ଧ ହେବ। ବିଏସ୍‌ଏନ୍‌ଏଲ୍‌ ଗ୍ରାହକ ୧୯୯୯ ଟଙ୍କାର ରିଚାର୍ଚ୍ଚ କଲେ, ପ୍ରତିଦିନ ୩ ଜିବି ଡାଟା ଓ ୧୦୦ ଏସ୍‌ଏମ୍‌ଏସ୍‌ ସହିତ ସମସ୍ତ ନେଟୱାର୍ଟକୁ ଅନଲିମିଟେଡ୍‌ କଲିଂ ସୁବିଧା ପାଇପାରିବେ ପୂରା ୪୫୦ ଦିନର ବୈଧତା ସହିତ। ଅର୍ଥାତ୍ ଆସନ୍ତା ବର୍ଷ ୨୦୨୧ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଗ୍ରାହକ […]

ghara
ଅଯୋଧ୍ୟାରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଗୋଇନ୍ଦା ସୂଚନା ମିଳିଛି। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ ଇ ମହମ୍ମଦ ଏହି ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି। ସୂଚନା ପାଇବା ପରେ ବୁଧବାର ଉତ୍ତର ପ୍ରଦେଶ ପୁଲିସ୍‌ ପୂରା ସହରରେ ସୁରକ୍ଷା କଡ଼ାକଡ଼ି କରିଛି। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ୍‌ର ମୁଖ୍ୟ ମାସୁଦ୍‌ ଆଝାର ଅଯୋଧ୍ୟା ଉପରେ ଆକ୍ରମଣ ପାଇଁ ଡାକରା ଦେଇଥିବା ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି। ସୋଶାଲ୍‌ […]

log
କଣ ସତରେ ଏନ୍‌ଆର୍‌ସି ଓ ଏନ୍‌ପିଆର୍‌ ଲିଙ୍କ୍ ରହିଛି?

ନୂଆଦିଲ୍ଲୀ: ମଙ୍ଗଳବାର ଜାତୀୟ ଜନଗଣନା ପଞ୍ଜିକରଣ (ଏନପିଆର)କୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍। ଏହି ଏନିପିଆର ଜରିଆରେ ଦେଶର ଜନସଂଖ୍ୟା ପଞ୍ଜିକରଣ କରିବେ ସରକାର। ପୂର୍ବରୁ ୨୦୧୦ରେ ହୋଇଥିବା ଏନପିଆର ଏବେର ଏନପିଆର ଭିନ୍ନ। କାରଣ ଅନେକ ନିୟମ ଏଥିରେ ଯୋଡ଼ାଯାଇଛି। ୨୦୧୦ରେ ହୋଇଥିବା ଏନପିଆରରେ ୧୫ଟି ତଥ୍ୟ ଦେବାକୁ ପଡ଼ୁଥିଲା। ଏବେ କିନ୍ତୁ ୨୧ଟି ତଥ୍ୟ ଦେବାକୁ ହେବ। ନୂଆ ଭାବରେ ବା ପ୍ରଥମ ଥର ପାଇଁ ନାଗରିକମାନେ ସେମାନଙ୍କ ପିତାମାତାଙ୍କ ଜନ୍ମତାରିଖ ଓ ଜନ୍ମସ୍ଥାନ […]

jing;e
ଜୁମ୍‌ଲା ବେଲ୍‌ସ ଗୀତରେ ବିଜେପିକୁ ଟ୍ରଲ୍‌ କଲା କଂଗ୍ରେସ

ନୂଆଦିଲ୍ଲୀ: ସମସ୍ତେ ଖ୍ରୀଷ୍ଟମାସ ବା ବଡ଼ ଦିନର ଉତ୍ସବ ମନାଉଥିବାବେଳେ କଂଗ୍ରେସ ଏହି ଅବସରକୁ ଭିନ୍ନ ଉପାୟରେ ବ୍ୟବହାର କରିଛି। ଏହି ପ୍ରମୁଖ ବିରୋଧୀ ଦଳ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଟ୍ରଲ୍‌ କରିବା ପାଇଁ ଖ୍ରୀଷ୍ଟମାସ ଷ୍ଟାଇଲ୍‌କୁ ବ୍ୟବହାର କରିଛି। ଏକ ଟ୍ୱିଟ୍‌ ଜରିଆରେ ବିଜେପିକୁ ସମାଲୋଚନା କରିବାକୁ ଯାଇ ବିଜେପିର ବିଭିନ୍ନ ନେତାଙ୍କ ଫଟୋ ମଧ୍ୟ ସ୍ଥାନ ପାଇଛି। ଏଥିରେ ଟ୍ୱିଟ୍‌ କରି ଲେଖାଯାଇଛି, “ଜୁମ୍‌ଲା ବେଲ୍ସ ଜୁମ୍‌ଲା ବେଲ୍ସ ଜୁମ୍‌ଲା ଅଲ୍‌ ଦି ୱେ। […]

b
ବାଥ୍‌ରୁମରେ ପଡ଼ିଯାଇ ସ୍ମରଣ ଶକ୍ତି ହରାଇଲେ ବ୍ରାଜିଲ ରାଷ୍ଟ୍ରପତି

ସାଓ ପାଓଲୋ: ବାଥ୍‌ରୁମରେ ପଡ଼ିଯାଇ ସ୍ମରଣ ଶକ୍ତି ହରାଇଲେ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋ। ସେ ଅସ୍ଥାୟୀ ଭାବେ ତାଙ୍କ ସ୍ମରଣ ଶକ୍ତି ହରାଇଥିବା ସୂଚନା ମିଳିଛି। ୬୪ ବର୍ଷ ବୟସ୍କ ବୋଲସୋନାରେ ସୋମବାର ରାତିରେ ବାଥରୁମ୍‌ ଯାଇଥିବାବେଳେ ପଡ଼ିଯାଇଥିଲେ। ଫଳରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଏଥରେ ସେ ତାଙ୍କ ସ୍ମରଣ ଶକ୍ତି ହରାଇଥିବା ଜଣାପଡ଼ିଛି। ତାଙ୍କର କୌଣସି ଘଟଣା ମନେ ପଡ଼ୁନାହିଁ ବୋଲି ବୋଲ୍‌ସୋନାରୋ ନିଜେ କହିଛନ୍ତି। ଏଭଳି ଘଟଣା ତାଙ୍କ ସରକାରୀ […]

train
ପୁଣି ବଢ଼ିପାରେ ଟାରିଫି ପ୍ଲାନ

ନୂଆଦିଲ୍ଲୀ: ପୁଣି ବଢ଼ିପାରେ ମୋବାଇଲ ଟାରିଫି ପ୍ଲାନ। ନିକଟରେ ଦେଶର ସମସ୍ତ ବଡ଼ ବଡ଼ ଟେଲିକମ ସଂସ୍ଥା ନିଜର ଟାରିଫି ପ୍ଲାନକୁ ୪୦ ପ୍ରତିଶତ ବଢ଼ାଇ ଦେଇଥିଲ। ଆଉ ଏବେ ପୁଣି ଟାରିଫି ପ୍ଲାନ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଟେଲିକମ୍ କମ୍ପାନୀଗୁଡ଼ିକୁ ଉଦ୍ଧାର କରିବା ପାଇଁ ଏପରି ହୋଇପାରେ ବୋଲି ଏକ୍ସପର୍ଟ କହୁଛନ୍ତି। ସେଲ୍ୟୁଲାର ଅପରେଟର୍ସ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ(COAI)ର ନିର୍ଦ୍ଦେଶକ ଜେନେରାଲ୍‌ ରାଜନ ମୈଥ୍ୟୁଜ୍‌ଙ୍କ ବିଚାରରେ ଟେଲିକମ୍‌ କମ୍ପାନୀର ଆର୍ଥିକ ପରିସ୍ଥିତିକୁ ସୁଧାରିବାକୁ ହେଲେ […]

atal
ଭୂତଳ ଜଳର ଉଚିତ ବ୍ୟବହାର ପାଇଁ ଆରମ୍ଭ ହେଲା ଅଟଳ ଭୂଜଳ ଯୋଜନା

ନୂଆଦିଲ୍ଲୀ: ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଜରିଆରେ ଭୂଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯିବା ସହିତ ପ୍ରତି ଘରେ ସ୍ୱଚ୍ଛ ପିଇବା ପାଣି ପହଞ୍ଚାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏହି ଯୋଜନା ଜଳ ସଂକଟର ସମ୍ମୁଖୀନ ହେଉଥିବା ଉତ୍ତର ପ୍ରଦେଶ, […]

udhhab
ସଚିନଙ୍କ ସୁରକ୍ଷା କମିଲା ଆଦିତ୍ୟଙ୍କର ବଢ଼ିଲା

ମୁମ୍ୱାଇ: ମହାରାଷ୍ଟ୍ରରର ଉଦ୍ଧବ ଠାକ୍‌ରେଙ୍କ ସରକାର ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କ ସୁରକ୍ଷାକୁ କମାଇ ଦେଇ ପୁଅ ଆଦିତ୍ୟ ଠାକ୍‌ରେଙ୍କ ସୁରକ୍ଷା ବଢ଼ାଇଦେଇଛନ୍ତି। ଏପର୍ଯ୍ୟନ୍ତ ସଚିନଙ୍କୁ ଏକ୍ସ କ୍ୟାଟାଗୋରୀର ସୁରକ୍ଷା ମିଳୁଥିଲା ଏବେ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି। ସେହିଭଳି ଆଦିତ୍ୟଙ୍କୁ ପୂର୍ବରୁ ୱାଇ ପ୍ଲସ୍ କ୍ୟାଟାଗୋରୀ ସୁରକ୍ଷା ମିଳୁଥିଲା, ଯାହାକୁ ଏବେ ବଢ଼ାଇ ଜେଡ୍‌ ଶ୍ରେଣୀୟ କରିଦିଆଯାଇଛି। ସେହିପରି ସମାଜସେବୀ ଆନ୍ନା ହଜାରେଙ୍କ ସୁରକ୍ଷା ୱାଇ ପ୍ଲସ୍‌ରୁ ବଢ଼ାଇ ଜେଡ୍ ସୁରକ୍ଷା ଅନ୍ତର୍ଭୁକ୍ତ କରିଛନ୍ତି ସରକାର। […]

haryana-vidhan-sabha_513010b4-26cf-11ea-a3f7-989b44b77166
'ପ୍ରିୟଙ୍କା ଓ ରାହୁଲ୍‌ ହେଲେ ଲାଇଭ୍‌ ପେଟ୍ରୋଲ୍‌ ବୋମା'

ନୂଆଦିଲ୍ଲୀ: “କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଓ ପ୍ରିୟଙ୍କା ହେଲେ ଲାଇଭ୍‌ ପେଟ୍ରୋଲ୍‌ ବୋମ। ସେମାନେ ଯେଉଁଠିକି ବି ଯିବେ ନିଆଁ ଲଗାଇବେ, ଯାହାଫଳରେ ସାଧାରଣ ଲୋକଙ୍କ ସମ୍ପତ୍ତି ନଷ୍ଟ ହେବ।” ରାହୁଲ ଓ ପ୍ରିୟଙ୍କାଙ୍କୁ ନେଇ ଏମିତି ବିବାଦୀୟ ବୟାନ୍‌ ଦେଇଛନ୍ତି ହରିୟାଣା ବିଜେପି ନେତା ଅନିଲ୍ ଭିଜ୍‌। ମଙ୍ଗଳବାର ସନ୍ଧ୍ୟାରେ ସେ ଟ୍ୱିଟ୍‌ କରି ଏପରି ମନ୍ତବ୍ୟ ଦେଇଛନ୍ତି। ଗତକାଲି ରାହୁଲ୍‌ ଓ ପ୍ରିୟଙ୍କା ସିଏଏ(ସିଟିଜେନ୍‌ସିପ୍‌ ଆମେଣ୍ଡମେଣ୍ଟ ଆକ୍ଟ) ବିକ୍ଷୋଭରେ ପ୍ରାଣ ହରାଇଥିବା ବିକ୍ଷୋଭକାରୀଙ୍କ […]

binama
ପୋଲ ତଳେ ଫସିଗଲା ବିମାନ

କୋଲକାତା: ପୋଲ ତଳେ ଫସିଗଲା କ୍ଷତିଗ୍ରସ୍ତ ବିମାନ। କବାଡ଼ି ଖାନାକୁ ଭଙ୍ଗା ହେବାକୁ ଯାଉଥିବା ବେଳେ ବାଟରେ ହିଁ ଦୁର୍ଘଟଣାର ସମ୍ମୁଖିନ ହେଲା ବିମାନ। ଦୁର୍ଘଟଣାଗ୍ରସ୍ତ ଏହି ବିମାନଟି ଡାକ ବିଭାଗର ଦୀର୍ଘବର୍ଷ ଧରି ସେବା ଯୋଗାଇବା ପରେ ଅବସର ନେଇଥିଲା।  ଏହାପରେ ବିମାନକୁ ଭଙ୍ଗା ହେବାକୁ କବାଡ଼ି ଖାନାକୁ ନିଆଯାଉଥିଲା। କିନ୍ତୁ ଏହା ପଶ୍ଚିମବଙ୍ଗ ଦୁର୍ଗାପୁର ଜାତୀୟ ରାଜପଥ ୨ ନିକଟ ଏକ ଫ୍ଲାଏ ଓଭରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘନ କୁହୁଡ଼ି ଯୋଗୁ ଲରି ଡ୍ରାଇଭର […]