• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Corona Deaths In Odisha: ଦିନକରେ ଆଖି ବୁଜିଲେ ୧୦ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୦ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ୩, କଟକରୁ ୨, ବାଲେଶ୍ୱର, ଗଞ୍ଜାମ, କଳାହାଣ୍ଡି, ମୟୂରଭଞ୍ଜ, ସୁବର୍ଣ୍ଣପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୨୬ ହୋଇଛି। ପଢ଼ନ୍ତୁ: ଓଡ଼ିଶାରେ ଦେଢ଼ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

  • Saturday, 03 July 2021
murder
ଶୋଇଥିବା ଅବସ୍ଥାରେ ମା’ ଓ ୭ ବର୍ଷର ଝିଅକୁ ହତ୍ୟା

କେନ୍ଦୁଝର: ଶୋଇଥିବା ଅବସ୍ଥାରେ ଜଣେ ମହିଳା ଓ ତାଙ୍କର ୭ ବର୍ଷର ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତେବେ ମହିଳାଙ୍କ ୫ ବର୍ଷର ପୁଅ ଆକ୍ରମଣକାରୀଙ୍କ ଆକ୍ରମଣରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଶଙ୍କରପୁର ଗାଁ ଧଳାଡିହି ସାହିରେ ଗତକାଲି ବିଳମ୍ବିତ ରାତିରେ ଏହି ଡବଲ୍‌ ମର୍ଡର ହୋଇଛି। ସୂଚନା ଅନୁସାରେ, ସମ୍ପୃକ୍ତ ମହିଳା, ତାଙ୍କର  ୭ ବର୍ଷର ଝିଅ ଓ ୫ ବର୍ଷର ପୁଅ ଘର ଭିତରେ ଶୋଇଥିବା […]

  • Saturday, 03 July 2021
ଜୀବନ ଜୀବିକା ସନ୍ଧାନରେ ଶ୍ରମିକ; ଭିଟାମାଟି ଛାଡିଲେ ହଜାର ହଜାର ଓଡ଼ିଆ

ବ୍ରହ୍ମପୁର: କରୋନା ଭୂତାଣୁ ଭୟ ମଧ୍ୟରେ ପୁଣି ଥରେ ଜୀବନ ଜୀବିକା ପାଇଁ ଅଣ୍ଟା ଭିଡିଛନ୍ତି ଶ୍ରମିକ। ଭିଟାମାଟି ଛାଡୁଛନ୍ତି ହଜାର ହଜାର ଓଡ଼ିଆ ଶ୍ରମିକ। ଜୀବିକା ସନ୍ଧାନରେ କର୍ମଭୂମି ଗୁଜରାଟର ସୁରତକୁ ସବୁଠୁ ଅଧିକ ଶ୍ରମିକ ଗଞ୍ଜାମ ଜିଲ୍ଲାରୁ ଯାଉଛନ୍ତି। ଅନ୍ୟ ଜିଲ୍ଲାରୁ ମଧ୍ୟ ଶହ ଶହ ଶ୍ରମିକ ସୁରତକୁ ଫେରିଯାଉଛନ୍ତି। ରାଜ୍ୟ ସରକାର ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟରେ କାମ ମିଳିବ, ରୋଜଗାରର ଅବସର ସୃଷ୍ଟି ହେବ। ହେଲେ ସବୁ ପ୍ରତିଶ୍ରୁତି ପାଣିର ଗାର […]

  • Saturday, 03 July 2021
ଛାତ ଉପରେ ମହିଳାଙ୍କୁ ହତ୍ୟା !

ଭଞ୍ଜନଗର: ଘରର ଛାତ ଉପରେ ବସିଥିବା ବେଳେ ବାଡ଼ିପଟୁ ଆସି ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ଏଭଳି ଅଭିଯୋଗ ଆସିଛି। ମୃତକଙ୍କ ନାଁ ଜ୍ୟୋସ୍ନା ରାଣୀ ସାହୁ। ଭଞ୍ଜନଗର ଥାନା ଅନ୍ତର୍ଗତ ମଳାସପଦର ଛକ ନିକଟରେ ତାଙ୍କ ଘର। ସୂଚନା ଅନୁସାରେ, ଗତରାତିରେ ଜ୍ୟୋସ୍ନା ଛାତ ଉପରେ ବସିଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଘରର ବାଡ଼ି ପଟୁ ଛାତ ଉପରକୁ ଚଢ଼ି ଧାରୁଆ ଅସ୍ତ୍ରରେ […]

  • Saturday, 03 July 2021
chella kumar
ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାରଙ୍କୁ କରୋନା

ଭୁବନେଶ୍ୱର: ନବନିଯୁକ୍ତ ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ସଂକ୍ରମିତ ନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ୍‌ କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି।

  • Saturday, 03 July 2021
ajit-das1
ଆଉନାହାନ୍ତି ଅଜିତ୍ ଦାସ

ଭୁବନେଶ୍ୱର: ଓଡ଼ିଆ ସିନେଜଗତ ପାଇଁ ଆସିଲା ଆଉ ଏକ ଦୁଃଖଦ ଖବର। ବରିଷ୍ଠ ଅଭିନେତା ଅଜିତ୍ ଦାସଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଜିତ୍ ଦାସଙ୍କ ଦେହାନ୍ତ ନେଇ ତାଙ୍କ ପତ୍ନୀ ମାୟା ଦାସ ସୂଚନା ଦେଇଛନ୍ତି। ତାଙ୍କ ମୃତ୍ୟୁ ଓଡ଼ିଆ ସିନେ ଜଗତ ଏକ ଅପୂରଣୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦୁଇମାସ […]

  • Saturday, 03 July 2021
SUISIDE
ପରୀକ୍ଷା ଚିନ୍ତାରେ ଛାତ୍ରୀଙ୍କ ଆତ୍ମହତ୍ୟା

ବାରିପଦା: ମେଡିକାଲ ଏଣ୍ଟ୍ରାନ୍ସ ଚିନ୍ତାରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ବାରିପଦା ସହରର ବୁଢ଼ୀଖମାରି ସାହିରୁ। ମୃତକ ହଲେ ବୁଢୀଖମାରୀ ସାହିର ଉପାସନା ସାହୁ। ପରିବାର ଲୋକଙ୍କ କହିବାନୁଯାୟୀ, ଗତକାଲି ସନ୍ଧ୍ୟାରେ ସେ ଘରେ ଏକୁଟିଆ ଥିବାବେଳେ ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକେ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରୁ ଏକ ସୁଇସାଇଡ଼ ନୋଟ ଜବତ ମଧ୍ୟ ହୋଇଛି। […]

  • Saturday, 03 July 2021
ganaja
୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କାଶଲପୁରା ଜଙ୍ଗଲରୁ ପୋଲିସ ଆଜି ଏକ ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ କରିଛି। ଯାହାର ଅନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ଟଙ୍କା ହେବ। ଏହି ଘଟଣାରେ ସୁବଳୟା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଏହି ଗଞ୍ଜେଇ ଜବତ କରି ପଡୋଶୀ ବୌଦ୍ଧ ଜିଲ୍ଲାରୁ ସୁବଳୟା ଅଞ୍ଚଳ ଦେଇ ପଶ୍ଚିମବଙ୍ଗକୁ ଚାଲାଣ ହୋଇଥାଆନ୍ତା। ଅଭିଯୋଗରୁ ପ୍ରକାଶ, ମାଫିଆମାନେ ଚୋରା ଗଞ୍ଜେଇକୁ ଟ୍ରକ୍‌ରେ ଭର୍ତ୍ତି କରି କାଶଲପୁରା ଜଙ୍ଗଲରେ ଲୁଚାଇ ରଖିଥିଲେ। କୌଣସି […]

  • Saturday, 03 July 2021