ସୋର: ଗାଡ଼ିର କାଗଜପତ୍ର ଠିକ୍ ନ ଥିବା ତଥା କୋଭିଡ୍ ପାସ୍ ଓ ଅଧିକ ଯାତ୍ରୀ ଥିବାରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍କୁ ଅଟକ ରଖିଲେ ସରପଞ୍ଚ। ବାଲେଶ୍ୱର ସୋର ଥାନା ଅଞ୍ଚଳ ଏକ ଗାଁ ନିକଟରେ ଗତକାଲି ରାତିରୁ ଏହି ବସ୍କୁ ଅଟକ ରଖାଯାଇଛି। ପ୍ରବାସୀ ଶ୍ରମିକଙ୍କୁ ନେବାକୁ ତାମିଲନାଡୁରୁ ଆସିଥିବା ଏହି ବସ୍ଟି ପାଖର ଗାଁରୁ ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ପାଖର ପଞ୍ଚାୟତ ଦୁର୍ଗାପୁର ନିକଟ ମଣ୍ଡପ ନିକଟରେ ପାଖର […]
ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ JDU ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ବିଜେଡି ସମର୍ଥନ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ସେପ୍ଟେମ୍ବର ୧୦ରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଫୋନ୍ ଯୋଗେ କଥା ହୋଇଥିଲେ। ଆଜି ପୁଣି ଥରେ ନବୀନ ପଟ୍ଟନାୟକଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ। ସୂଚନାଥାଉ କି, ରାଜ୍ୟସଭା ଉପାଧ୍ୟକ୍ଷ ପଦ […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୪,୧୯୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Corona Updates In Odisha: ଚିହ୍ନଟ ନୂଆ ୪,୧୯୮ ଆକ୍ରାନ୍ତଙ୍କ ମଧ୍ୟରୁ ୨,୪୭୬ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୭୨୨ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୭୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୫,୦୦୫ରେ ପହଞ୍ଚିଛି।
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୧ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକରୁ ୪, ବଲାଙ୍ଗିର ଓ ଖୋର୍ଦ୍ଧାରୁ ୨ଜଣ ଲେଖାଏ, କନ୍ଧମାଳ, ମୟୂରଭଞ୍ଜ ଓ ନୟାଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୩୭ ହୋଇଛି। ପଢ଼ନ୍ତୁ: ଆଜି ସର୍ବାଧିକ ୪,୧୯୮ କରୋନା ଆକ୍ରାନ୍ତ ଚିହ୍ନଟ
ଚୌଦ୍ୱାର: କଟକ ଚୌଦ୍ୱାର ଥାନା ଅଞ୍ଚଳରୁ ଏକ ନକଲି ଫ୍ୟାକ୍ଟ୍ରି ଠାବ ହୋଇଛି। ପୌରପାଳିକା ୯ ନମ୍ବର ୱାର୍ଡ ବେଉରା ସାହିରୁ ଚୌଦ୍ୱାର ପୋଲିସ୍ ଆଜି ଏହି ଫ୍ୟାକ୍ଟ୍ରିକୁ ଠାବ କରିଛି। ଏଠାରେ ନକଲି ପୂଜା ଘିଅ ଓ ଖାଇବା ସସ୍ ପ୍ରସ୍ତୁତ କରାଯାଇ ବଜାରକୁ ଛଡାଯାଉଥିବା ନେଇ ପୋଲିସ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହାପରେ ଚୌଦ୍ୱାର ପୋଲିସ୍ ଆଜି ଅପହରାହ୍ଣରେ ଫ୍ୟାକ୍ଟ୍ରି ଉପରେ ଚଢ଼ଉ କରିଛି। ବିଭିନ୍ନ କମ୍ପାନୀର ଲୋଗ ଲଗାଯାଇ ଏଠାରୁ ନକଲି […]
ଭୁବନେଶ୍ୱର: ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।ଉଭୟଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ଟ୍ୱିଟ୍ କରି ମନ୍ତ୍ରୀ ନିଜେ ଏହି ସୂଚନା ଦେଇଛନ୍ତି। ‘ଆମେ ସୁସ୍ଥ ଅଛୁ ଓ ଗତ ୭ଦିନ ମଧ୍ୟରେ ଆମ୍ଭମାନଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ କରୋନ ଟେଷ୍ଟ କରାନ୍ତୁ’ ବୋଲି ମନ୍ତ୍ରୀ କହିଛନ୍ତି।