• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

minister-jyoti-panigrahi
ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ କରୋନା

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ସଂକ୍ରମିତ ନେଇ ଟ୍ୱିଟ୍‌ କରି ନିଜେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଗତ ୭ ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ‌ଆଇସୋଲେସନରେ ରହିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

  • Sunday, 04 July 2021
narendra-swain
ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି।

  • Sunday, 04 July 2021
congress
'ସାଂସଦ ଅନୁଭବ ମହାନ୍ତି ଯୁକ୍ତ ଦୁଇ ଫେଲ୍'

ଭୁବନେଶ୍ୱର: ଅନୁଭବ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ମାମଲା ପରେ ସାଂସଦ ଭାବେ ସେ ଶିକ୍ଷାଗତ ଯୋଗ୍ୟତାର ମିଥ୍ୟା ସତ୍ୟପାଠ ପ୍ରସଙ୍ଗକୁ ପୁଣି ଉଠାଇଛି କଂଗ୍ରେସ। ଅନୁଭବ ଖ୍ରୀଷ୍ଟ କଲେଜରେ ଯୁକ୍ତ ଦୁଇ ଫେଲ ହୋଇଥିବା ବେଳେ କନ୍ଦରପୁର କଲେଜରେ କେମିତି ନାମ ଲେଖାଇଲେ ବୋଲି ପୁରୁଣା ପ୍ରଶ୍ନକୁ ପୁଣି ଉଠାଇଛି କଂଗ୍ରେସ ଦଳ। ସାଂସଦଙ୍କ ବିରୋଧରେ ଯେତେସବୁ ଅଭିଯୋଗ ଆସିଛି, ତାକୁ ସରକାର ନିଜ ଦଳର ସାଂସଦ ହିସାବରେ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି। ତେଣୁ […]

  • Sunday, 04 July 2021
ojee
ସ୍ଥଗିତ ହେଲା OJEE ଅନ୍‌ଲାଇନ ପରୀକ୍ଷା

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ସ୍ଥଗିତ ହେଲା OJEE ଅନ୍‌ଲାଇନ ପରୀକ୍ଷା। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। OJEE ଅନ୍‌ଲାଇନ ପରୀକ୍ଷା ସେପ୍ଟେମ୍ୱର ୯ରୁ ୧୫ ତାରିଖ ଯାଏଁ ହେବା ପାଇଁ ସ୍ଥିର ହୋଇଥିଲା। ଏଥିପାଇଁ ରାଜ୍ୟରେ ୨୧ଟି ଓ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର ମଧ୍ୟ ଧାର୍ଯ୍ୟ କରାଯାଇଥିଲା। ରାଜ୍ୟ ବାହାରେ ଅର୍ଥାତ୍ ରାଞ୍ଚି, କୋଲକାତା ଓ ପାଟନାରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ଏବେ ଆସନ୍ତାମାସରେ […]

  • Sunday, 04 July 2021
anubhab
'ମୁଁ ବର୍ଷାଙ୍କୁ ବହୁତ ସମ୍ମାନ କରେ'

କଟକ (ଓଡ଼ିଶା ରିପୋର୍ଟର): ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲା ଏବେ ଘନେଇବାରେ ଲାଗିଛି। ଏହାକୁ ନେଇ ଆଜି ପ୍ରଥମେ ବର୍ଷା ସୋସିଆଲ୍ ମିଡିଆରେ ମୁହଁ ଖୋଲିଛନ୍ତି। ସେହିପରି ଦୁଇ ଦିନର ନୀରବତା ପରେ ଅନୁଭବ ମଧ୍ୟ ମୁହଁ ଖୋଲିଛନ୍ତି। ବର୍ଷାଙ୍କ ସହ ଥିବା ବିବାଦକୁ ନେଇ ଅନୁଭବ କହିଛନ୍ତି, ସର୍ବପ୍ରଥମେ ଏହା ମୋର ବ୍ୟକ୍ତିଗତ ମାମଲା। ତେଣୁ ମୁଁ ଏ ବିଷୟରେ କାହା ସହ ଆଲୋଚନା କରିବାକୁ ଚାହୁଁନି। ଅନୁଭବ […]

  • Sunday, 04 July 2021
barsha
ଅନୁଭବଙ୍କ ଘରେ ପହଞ୍ଚିଲା ପୋଲିସ୍

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତ ସମ୍ପର୍କ ଏବେ ଅଧିକ ବିବାଦୀୟ ହେବାରେ ଲାଗିଛି। ଏହିକ୍ରମରେ ବର୍ଷା ୧୦୦ ଡାଏଲ୍ କରି ସୁରକ୍ଷା ମାଗିଛନ୍ତି। ଏହା ପରେ ସାଂସଦ ଅନୁଭବ ମହାନ୍ତିଙ୍କ କଟକ ନନ୍ଦିସାହି ଘରେ ପହଞ୍ଚିଛି ପୋଲିସ୍। ବର୍ଷାଙ୍କୁ ସୁରକ୍ଷା ଦେବା ପାଇଁ ପେଲିସ ପହଞ୍ଚିଥିବା ଜଣାପଡ଼ିଛି। ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟ ଏବେ ସବୁଠି […]

  • Sunday, 04 July 2021
chinmayee 1
ଥାନାରେ ଏତଲା ଦେଲେ ଆଦିତ୍ୟଙ୍କ ବାନ୍ଧବୀ ଚିନ୍ମୟୀ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ଆଉ ଏକ ନୂଆ ଟୁଇଷ୍ଟ ସାମ୍ନାକୁ ଆସିଛି। ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ନାଁରେ ବାଲେଶ୍ୱର ଜିଲ୍ଲା ଖଇରା ଥାନାରେ ଏତଲା ଦେଇଛନ୍ତି ଆଦିତ୍ୟଙ୍କ ବାନ୍ଧବୀ ଚିନ୍ମୟୀ ମହାପାତ୍ର। ଏହାଛଡ଼ା ବିସ୍ମିତ ଦାଶ ଓ ଅନ୍ୟ କେତେକ ଲୋକଙ୍କ ନାମରେ ମଧ୍ୟ ଏତଲା ଦେଇଛନ୍ତି ଚିନ୍ମୟୀ। ବିସ୍ମିତ ଓ ବିଦ୍ୟାଶ୍ରୀ ତାଙ୍କୁ ସାଇକୋ କହି ବଦନାମ କରିଥିବା ଏତଲାରେ ଦର୍ଶାଯାଇଛି। ଏମିତିକି ବିସ୍ମିତ କ୍ରାଇମବ୍ରାଞ୍ଚ ଅଫିସର କହି ଧମକାଇଥିବା […]

  • Sunday, 04 July 2021
bmc
ଆଜି ବିଏମସିରୁ ଆଉ ୩୯୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟିନରୁ ୧୫୯ ଓ ଲୋକାଲ କେସ ୨୩୫ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି। ଏହାଛଡ଼ା ୩୦୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected & cured #COVID19 cases in the last 24 hrs under the BMC area on 7th Sep 2020(till 9am). […]

  • Sunday, 04 July 2021
corona1
ଆଜି ରାଜ୍ୟରେ ସୁସ୍ଥ ହେଲେ ୩୦୩୪

ଭୁବନେଶ୍ୱର: ରାଜ୍ୟରେ କରୋନାଜନିତ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ବୃଦ୍ଧି ପାଇ ଚାଲିଛି। ତେବେ ଏହା ମଧ୍ୟରେ ସୁସ୍ଥ ସଂଖ୍ୟାରେ ବେଶ୍ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ୩୦୩୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୯ ହଜାର ୩୯୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୮୯୨ ଜଣ ଅଛନ୍ତି। […]

  • Sunday, 04 July 2021
jitendriya
ଭୁଶୁଡ଼ିଲା ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲଙ୍କ ଘର

ସମ୍ୱଲପୁର: ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲଙ୍କ ଝାଟିମାଟି ଘର ବର୍ଷାରେ ଭୁଶୁଡ଼ି ପଡ଼ିଛି। ରଙ୍ଗବତୀ ଗୀତ ପାଇଁ ଦେଶ ବିଦେଶରେ ପରିଚିତ ସୁପ୍ରସିଦ୍ଧ ଗାୟକ ଜିତେନ୍ଦ୍ରୀୟ ହରିପାଲ ରହୁଥିବା ସମ୍ବଲପୁର ଷ୍ଟେସନପଡ଼ାସ୍ଥିତ ନୂଆଣିଆ ଚାଳ ଘରର କିଛି ଅଂଶ ଆଜି ଭୁଶୁଡ଼ି ପଡ଼ିଛି। ଫଳରେ ହରିପାଲଙ୍କ ୧୧ ପ୍ରାଣୀ କୁଟୁମ୍ବ ଏବେ ଅଭାବନୀୟ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଅଭାବ ଓ ଅନଟନ କାରଣରୁ ପକା ଘର ଖଣ୍ଡେ କରି ପାରୁନଥିବା ଜିତେନ୍ଦ୍ରୀୟ ନିଜ ଭିନ୍ନକ୍ଷମ ପୁଅ-ଦୁଇ ବୋହୂ ଓ […]

  • Sunday, 04 July 2021