ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଲାଏ ଡିଟେକ୍ସନ ପାଇଁ ଆବେଦନ। ଲାଏ ଡିଟେକସନ୍ ଲାଗି ଫରେନସିକ୍ ବିଭାଗକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ। ଯଦି ଲାଏ ଡିଟେକ୍ସନ ଚେଷ୍ଟ ହୁଏ, ତେବେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କର ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ। ସେହିପରି ଆଦିତ୍ୟଙ୍କ ବନ୍ଧୁ ବିକାଶ, ପପୁ ଓ ପ୍ରୀତମଙ୍କର ବି ଟେଷ୍ଟ ହୋଇପାରେ। ଦୁଇ ମାସତଳେ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ ନିକଟରେ ମିଳିଥିଲା। ଏହା ହତ୍ୟା […]
କଟକ: ଦୁର୍ଦ୍ଦାନ୍ତ ଅପରାଧୀ ସକିଲର ୩ ସହଯୋଗୀ ଗିରଫ। କଟକ ବାଦାମବାଡି ଅଂଚଳରେ ଜମି କିଣିଥିବା ଜଣେ ବ୍ୟକ୍ତିଙ୍କୁ ଧମକ ଦେଇ ୨ ଲକ୍ଷ ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ଗିରଫ କରିଛି ବାଦାମବାଡି ଥାନା ପୋଲିସ। ଗିରଫ ୩ ଅଭିଯୁକ୍ତ ସକିଲର ସହଯୋଗୀ ଏବଂ ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଡକାୟତି ଓ ରାହାଜାନୀ କେସ୍ ରହିଛି। ଗିରଫ ଅଭିଯୁକ୍ତ ହେଲେ ୱାସିମ୍ ଖାନ୍, ରାଜେଶ ଏବଂ ମହମ୍ମଦ ଶାହାଜାହାନ୍। ଏମାନଙ୍କଠାରୁ ୪ଟି ମୋବାଇଲ୍ ଏବଂ […]
ରାଜକନିକା: କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଗାଙ୍ଗପୁର ଗାଁରୁ ଧଳା ରଙ୍ଗର ସାପ ଉଦ୍ଧାର। ସମ୍ପୂର୍ଣ୍ଣ ଧଳା ରଙ୍ଗର ଥିବା ୧ ଫୁଟ୍ର। ଏହି ସାପକୁ ବାଲିସୁଆଁ ଗାଁର ତପନ ଜେନା ଦେଖି ଉଦ୍ଧାର କରିଥିଲେ। ପରେ ସାପଟିର କିଛି ଫଟୋ ସ୍ନେକ୍ ହେଲ୍ପ ଲାଇନ୍କୁ ପଠାଇଥିଲେ। ଧଳା ରଙ୍ଗର ଏହି ସାପଟି ଲିଉଷ୍ଟିକ୍ ଚିତି ଥିବା କହିଛନ୍ତି ସ୍ନେକ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ। ସ୍ନେକ ହେଲ୍ପ ଲାଇନର ସଦସ୍ୟ ନଳିନୀ ପ୍ରସାଦ ଦାସ […]
ଦାରିଙ୍ଗବାଡ଼ି: ପୋଲିସ SIଙ୍କ ନାଁରେ ଅନ୍ୟ ଜଣେ ମହିଳା ପୋଲିସ SIଙ୍କ ଦୁଷ୍କର୍ମ ଅଭିଯୋଗ। ଗଂଜାମ ଖଲ୍ଲିକୋଟ ଥାନାରେ କାର୍ଯ୍ୟରତ ପୋଲିସ ଏସ୍ଆଇ ସିଲୁ ଧଳଙ୍କ ନାଁରେ ଅଭିଯୋଗ କରିଛନ୍ତି ଜଣେ ମହିଳା। ଏସ୍ଆଇ କନ୍ଧମାଳ ଦାରିଙ୍ଗବାଡ଼ି ଥାନାରେ ସମ୍ପୃକ୍ତ ମହିଳା ଏସ୍ଆଇ ଅଭିଯୋଗ କରିଛନ୍ତି। ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ମହିଳା। ଏସ୍ଆଇ ନ୍ୟାୟ ପ୍ରଦାନ କରିବାକୁ ମହିଳା ଏସ୍ଆଇ ଡିଜିପିଙ୍କ କ୍ୟାମ୍ପ ଅଫିସ୍ରେ ଦ୍ୱାରସ୍ଥ ହୋଇଛନ୍ତି। ଏହା ପୂର୍ବରୁ […]
ବିଜାପୁର: ନିଜ ଜୀବନକୁ ପାଣି ଛଡ଼ାଇ ଗର୍ଭବତୀଙ୍କୁ ଭରା ନଈ ପାର୍ କରାଇଲେ ଗାଁ ଲୋକେ। ନଦୀ ଭିତରେ ମାନବ ଶୃଙ୍ଖଳ କରିବା ସହିତ ଉଭୟ ପାର୍ଶ୍ୱରେ ରଶି ବାନ୍ଧି ମହିଳାଙ୍କୁ ନଦୀ ପାର କରାଇଥିଲେ। ଏହି ଘଟଣା ହେଉଛି ଛତିଶଗଡ଼ ବିଜାପୁର ଜିଲ୍ଲାରୁ। ଲଙ୍କାପଲ୍ଲୀ ଗାଁର ଜଣେ ମହିଳା ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ। କିନ୍ତୁ ତାଙ୍କୁ ମେଡିକାଲ ନିଆଯାଇପାରୁନଥିଲା। କାରଣ ରାସ୍ତାରେ ପଡୁଥିଲା ଭରା ନଈ। ଲଗାଣ ବର୍ଷା ଯୋଗୁଁ ନଦୀ ପୂର୍ଣ୍ଣଗର୍ଭା ଥିଲା। […]
ଭୁବନେଶ୍ୱର: ଗାଡ଼ି କାଗଜପତ୍ର ଅବଧିକୁ ପୁଣି ବଢ଼ାଇଲେ ରାଜ୍ୟ ସରକାର। RC, DL, LL, ପରମିଟ୍ ଓ ଫିଟନେସ୍ ଅବଧି ବଢ଼ିଲା। ଡିସେମ୍ବର ୩୧ ଯାଏଁ ଅବଧି ବଢ଼ାଯାଇଥିବା ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କିନ୍ତୁ ପଲ୍ୟୁସନ୍ ସାର୍ଟିଫିକେଟ୍ ବାଧ୍ୟତାମୂଳକ ବୋଲି STA ସ୍ପଷ୍ଟ କରାଯାଇଛି। ତେବେ ପଲ୍ୟୁସନ୍ ସାର୍ଟିଫିକେଟ୍ ଅବଧି ସରିଥିଲେ କରାଇନେବାକୁ ପରାମର୍ଶ ଦିଆଯାଇଛି। ପ୍ରଥମେ କେନ୍ଦ୍ର ସରକାର ୪ର୍ଥ ଥର ପାଇଁ ଗାଡି କାଗଜପତ୍ର ଅବଧିକୁ ବୃଦ୍ଧି କରାଇଛନ୍ତି। ମହାମାରୀ […]
ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗରରୁ ୨୬୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍ରୁ ୧୫୩ ଓ ଲୋକାଲ୍ କେସ୍ ୧୧୪ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)। Update on newly detected & cured #COVID19 cases in the last 24 hrs under the BMC area on 24th Aug 2020(till 9am). Further contact tracing is still continuing. Primary contacts […]
ଭୁବନେଶ୍ୱର: ରାଜ୍ୟରେ କରୋନାରୁ ଆଉ ୨୫୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୬ ହଜାର ୯୨୪କୁ ବୃଦ୍ଧି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଅଞ୍ଚଳରୁ କେତେ:- ଆଜି ଆରୋଗ୍ୟଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪୨୮, ବାଲେଶ୍ୱରରୁ ୨୬୭, ଗଞ୍ଜାମରୁ ୨୩୭, କଟକରୁ ୧୫୨, ରାୟଗଡ଼ା- ୧୪୪, ଭଦ୍ରକରୁ ୧୪୦, ସୁନ୍ଦରଗଡ଼ରୁ ୧୩୮, କୋରାପୁଟରୁ ୯୮, ପୁରୀରୁ ୯୭, ନୟାଗଡ଼- ୯୬, ବଲାଙ୍ଗିର- ୮୫, ଢେଙ୍କାନାଳରୁ […]