• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

corona1
ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

ଭୁବନେଶ୍ୱର: ରାଜ୍ୟରେ ଲଗାତର ବୃଦ୍ଧି ପାଇବାରେ କରୋନା ସୁସ୍ଥ ସଂଖ୍ୟା। ଆଜି ମହାମାରୀ କରୋନାରୁ ୪୦୯୦ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୪୧୬୫୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। 121 from Jagatsinghpur120 from Koraput115 from Mayurbhanj110 from Sonepur104 from Bhadrak99 from Sambalpur93 from Jharsuguda92 from Keonjhar91 from Baleswar83 […]

  • Saturday, 03 July 2021
ଅାଜି ପବିତ୍ର ପୟାଶ୍ରାଦ୍ଧ ଦିବସ
ଅାଜି ପବିତ୍ର ପୟାଶ୍ରାଦ୍ଧ ଦିବସ

ପୁରୀ : ଅାଜି ଅମାବାସ୍ୟା ସହିତ ପବିତ୍ର ପୟାଶ୍ରାଦ୍ଧ ଦିବସ। ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବାକୁ ଦୂରଦୂରାନ୍ତରୁ ଶ୍ରୀକ୍ଷେତ୍ରକୁ ଅାସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଏନେଇ ଜିଲ୍ଲା ପ୍ରଶାସନ ଏବଂ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସିଂହଦ୍ୱାର ସାମ୍ନାରେ କାଉଁରିଅା ଜାଳିବା ପାଇଁ ସ୍ୱତନ୍ତ୍ର ଅଞ୍ଚଳ ଚିହ୍ନଟ କରାଯାଇଛି। ଦୁର୍ଘଟଣା ଏଡ଼ାଇବା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହିଛନ୍ତି। ଭକ୍ତମାନେ କିଭଳି ଶାନ୍ତି ଶୃଙ୍ଖଳାରେ ଦର୍ଶନ କରିବେ, ସେନେଇ ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି।

  • Saturday, 03 July 2021
Ranendra-Pratap-Swain
ମଣ୍ଡିରେ ଧାନ ଗଦା ହୋଇଛି, ହେଲେ ମନ୍ତ୍ରୀ କହିଲେଣି ସମୟ ସରିଯାଇଛି ଆଉ କିଣାଯିବନି

ଭୁବନେଶ୍ୱର: ଚାଷୀଙ୍କ ମୁଣ୍ଡରେ ପଡ଼ିଲା ଚଡ଼କ । ଚାଷୀଙ୍କ ଠାରୁ ଏବେ ଆଉ ଧାନ କିଣିବେନି ରାଜ୍ୟ ସରକାର । କେନ୍ଦ୍ର କୋଟ୍‌କୁ ବଲ ଗଡ଼େଇ ନିଜ ଧୂଳି ଝାଡ଼ିଦେଲେ ରାଜ୍ୟ ସରକାର । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର…

lightning 11
ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ରାୟଗଡ଼ା: ବର୍ଷା ହେବାରୁ ୩ଜଣ ଯୁବକ ଗଛତଳେ ଆଶ୍ରୟ ନେଇଥିଲେ। ହଠାତ୍‌ ଏହି ସମୟରେ ବଜ୍ରପାତ ହେବାରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ରାୟଗଡ଼ା ଜିଲ୍ଲା ଆମ୍ବଦଳା ଥାନା ଅନ୍ତର୍ଗତ ଇନ୍ଦିରାପଡ଼ା  ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ- ନରେଶ ସୁନା ଓ ଅର୍ଜଲାଲ ପାଲକିଆ। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ହରିଜନ ସାହିର ଏହି ୩ ଯୁବକ ଗାଁ ନିକଟ ପଡ଼ିଆକୁ ଯାଇଥିଲେ। ହଠାତ୍‌ […]

  • Saturday, 03 July 2021
Capture 3
ପ୍ରାଗୈତିହାସିକ ସଭ୍ୟତାର ମିଳିଲା ସନ୍ଧାନ

ଭୁବନେଶ୍ୱର: ଓଡିଶାରେ ପ୍ରାଗୈତିହାସିକ ସଭ୍ୟତାର ସନ୍ଧାନ ହୋଇଛି। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଦୁର୍ଗାଦେବୀ ଅଞ୍ଚଳରେ ପ୍ରାଚୀନ ସହର ସଭ୍ୟତାର ସନ୍ଧାନ ମିଳିଛି। ବୁଢାବଳଙ୍ଗ ଏବଂ ସୋନ୍ ନଦୀ ଅବବାହିକା ଅଞ୍ଚଳରେ ପ୍ରାଚୀନ ସହରୀ ସଭ୍ୟତାର ଆବିଷ୍କାର କରାଯାଇଛି। ଉତ୍କଳୀୟ ନୌବାଣିଜ୍ୟ…

  • Saturday, 03 July 2021
odisha
‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ଭୁବନେଶ୍ୱର: ଭୁବନେଶ୍ୱର ତମାଣ୍ଡୋ ଥାନା ପୋଲିସ୍‌ କର୍ମଚାରୀ ବିଜୟ କୁମାର ଗୋଛାୟତ ଓ ତାଙ୍କ ପୁଅ ଯାମିନୀ ଗୋଛାୟତଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ବୋହୂଙ୍କୁ ବିଜୟ ଏବଂ ପୁଅ ଯାମିନୀ ହତ୍ୟା କରିଥିବା ନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି ଝିଅ ଘର ତଥା ଯାମିନୀଙ୍କ ଶ୍ୱଶୁର ଘର ଲୋକେ।  ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଯାମିନୀଙ୍କ ଶ୍ୱଶୁର ଘର […]

  • Saturday, 03 July 2021
ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

ପୁରୀ: ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ ହୋଇଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଦେହାନ୍ତ ହୋଇଛି। ଆଜି ଭୋର ୪ଟା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ICUରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ସେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ସୁଦୁ ସୁଆର ନିଯୋଗର ସମ୍ପାଦକ ଥିଲେ। ପୂର୍ବରୁ ପ୍ରେମାନନ୍ଦ ଦାସମହାପାତ୍ର ଦଇତାପତି ନିଯୋଗର ସମ୍ପାଦକ ମଧ୍ୟ ଥିଲେ।

  • Saturday, 03 July 2021
ଗୋଟିଏ ପଟେ ମେକ୍ଇନ୍ ଓଡ଼ିଶା; ଅନ୍ୟପଟେ ପ୍ରତିଷ୍ଠିତ ଶିଳ୍ପକୁ ବନ୍ଦ ଲାଗି ଷଡ଼ଯନ୍ତ୍ର
ଗୋଟିଏ ପଟେ ମେକ୍ଇନ୍ ଓଡ଼ିଶା; ଅନ୍ୟପଟେ ପ୍ରତିଷ୍ଠିତ ଶିଳ୍ପକୁ ବନ୍ଦ ଲାଗି ଷଡ଼ଯନ୍ତ୍ର

ଭୁବନେଶ୍ୱର : ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ନେଇ ସତରେ କଣ ତତ୍ପର ରାଜ୍ୟ ସରକାର? ଅାଚରଣ ଓ ଉଚ୍ଚାରଣକୁ ଦେଖିଲେ ଏହା ଅାଦୌ ଜଣାପଡୁନାହିଁ। କାରଣ ଗୋଟିଏ ପଟେ ରାଜ୍ୟକୁ ଶିଳ୍ପ ଅାଣିବା ଲାଗି ମେନ୍ ଇନ୍ ଓଡ଼ିଶା କନ୍‌କ୍ଲେଭ, ଅନ୍ୟପଟେ ରାଜ୍ୟରେ ଥିବା ପ୍ରତିଷ୍ଠିତ ଶିଳ୍ପକୁ ବନ୍ଦ କରିବା ଲାଗି ଯୋଜନାବଦ୍ଧ ଷଡ଼ଯନ୍ତ୍ର। ଏବେ ଜଣାପଡ଼ିଗଲା ରାଜ୍ୟର ସର୍ବ ପୁରାତନ ଶିଳ୍ପ ସଂସ୍ଥା ଇମ୍ଫା ବିରୁଦ୍ଧରେ ଷଡ଼ଯନ୍ତ୍ର। ଥେରୁବାଲି କାରଖାନାରେ ବିଶୃଙ୍ଖଳା ସୃଷ୍ଟି ପରେ ଯାଜପୁର […]

  • Saturday, 03 July 2021
rainfall 1
ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୩ ଦିନ ଯାଏ ଓଡ଼ିଶାରେ ବର୍ଷା ଲାଗି ରହିପାରେ। ଆଜି ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। ଆସନ୍ତାକାଲି ଓଡ଼ିଶାର ପ୍ରାୟ ସବୁ ସ୍ଥାନରେ ଏବଂ ୨୨ ତାରିଖରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ […]

  • Saturday, 03 July 2021