• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

cbi
ଦିନକରେ ୮ଟି ସ୍ଥାନରେ ସିବିଆଇ ରେଡ୍

ଭୁବନେଶ୍ୱର: ପୁଣି ଫେରିଲା ସିବିଆଇ। ପୁଣି ଖୋଲିଲା ଚିଟ୍‌ଫଣ୍ଡ ମହାଠକେଇର ପେଡ଼ି। ସି-ସୋର ଚିଟ୍‌ଫଣ୍ଡ ଲିଙ୍କରେ ଆଜି CBI ପକ୍ଷରୁ ଏକାଥରକେ ୮ଟି ସ୍ଥାନରେ ରେଡ୍‌ ହୋଇଛି। ଯାହାକୁ ନେଇ ସବୁଠି ଚର୍ଚ୍ଚା। ସକାଳେ ସିବିଆଇ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଭୁବନେଶ୍ୱର ସ୍ଥିତ ଘରେ ରେଡ୍‌ କରିଥିଲା। ପରେ ଦେବୀ ମିଶ୍ରଙ୍କ କଟକ ନରସିଂହପୁରସ୍ଥିତ ପୈତୃକ ଘର ସହ ଭଦ୍ରକ ସମେତ ୭ଟି ଜାଗାରେ ସିବିଆଇ ରେଡ୍‌ କରିଛି। ଦେବୀ ମିଶ୍ରଙ୍କ ଛଡ଼ା ତତ୍କାଳୀନ ପର୍ଯ୍ୟଟନ […]

  • Saturday, 03 July 2021
tracks
ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

ଭୁବନେଶ୍ଵର: ଟୁଇନସିଟିରେ ଜୋରଦାର ଚେକିଂ। ଭୁବନେଶ୍ୱର-କଟକରେ କୋଭିଡ ନିୟମ ପାଳନରେ ଢିଲାପଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ। ପରେ ଆକ୍ସନ ମୋଡ୍ରେ କମିଶନରେଟ୍ ପୋଲିସ ମାର୍କେଟ୍ କଂପ୍ଲେକ୍ସ, ସପିଂ ମଲର ପ୍ରତିଟି ଦୋକାନକୁ ଯାଇ ଯାଞ୍ଚ କରୁଛନ୍ତି ପୋଲିସ ଟିମ୍। ଡିସିପି ସିକ୍ୟୁରିଟି ନିର୍ମଳ ଶତପଥୀ ପୁରା ଟିମ୍ ସହ ଭୁବନେଶ୍ୱର ଅଶୋକନଗରର ବିଭିନ୍ନ ସୋରୁମକୁ ଯାଇ ଯାଞ୍ଚ କରିଛନ୍ତି। ଭୁବନେଶ୍ୱର ଟ୍ରାଫିକ୍ ଡିସିପି ସୌମ୍ୟା ମିଶ୍ରା ମଧ୍ୟ ରାଜଧାନୀର ବ୍ୟସ୍ତବହୁଳ ବାପୁୁଜୀନଗର ଅଞ୍ଚଳରେ ବୁଲି ଅନୁଧ୍ୟାନ କରିଛନ୍ତି। ତେଣେ […]

  • Saturday, 03 July 2021
corona1
୨୪ ଘଣ୍ଟାରେ ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ଲଗାତର ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପଟେ ରାଜ୍ୟରେ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏହି କ୍ରମରେ ଆଜି ରାଜ୍ୟରେ ୪୧୦୧ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୩୭୫୬୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। 25 from Gajapati23 from Sundargarh16 from Anugul10 from Deogarh320 from State […]

  • Saturday, 03 July 2021
scb
SCB କୋଭିଡ୍‌ ୱାର୍ଡରେ‌ ଅବ୍ୟବସ୍ଥା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

କଟକ: କଟକ SCB ମେଡିକାଲ୍‌ର କୋଭିଡ୍‌ ୱାର୍ଡରେ ଅବ୍ୟବସ୍ଥା ଘଟଣା ସମ୍ପର୍କରେ ଖବର ପ୍ରସାରଣ ପରେ ମେଡିକାଲ୍ କର୍ତ୍ତୃପକ୍ଷ ତତ୍ପରତା ଦେଖାଇଛନ୍ତି। ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି। କମିଟିରେ ଅତିରିକ୍ତ ଅଧୀକ୍ଷକ, ମ୍ୟାନେଜର ଓ ଜରୁରୀକାଳୀନ ଅଧିକାରୀ ରହିଛନ୍ତି। ଏହି କମିଟି ଘଟଣାର ଅନୁଧ୍ୟାନ କରି ଆଜି ରିପୋର୍ଟ ଦାଖଲ କରିବେ। ସୂଚନାଥାଉ କି, କିଛିଦିନ ତଳେ କଂଗ୍ରେସ ନେତା ମାନସ ଚୌଧୁରୀ ଟ୍ୱିଟରରେ ଏକ ଭିଡିଓ ଶେଆର କରିଥିଲେ। ଭିଡିଓରେ […]

  • Saturday, 03 July 2021
baleswar
ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

ଜଳେଶ୍ୱର: ଗତ କିଛିଦିନ ହେଲା ଓଡ଼ିଶାରେ ଦିନକୁ ୪ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ ସରକାରଙ୍କ ଚିନ୍ତା ଆହୁରି ବଢ଼ି ଯାଇଛି। ଏପରିକି କରୋନା ମୁକାବିଲା ଲାଗି ଗାଇଡଲାଇନ୍ସ ଜାରି କରାଯିବା ସହ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି। ହେଲେ ଲୋକମାନେ ସଚେତନ ହେବେ କ’ଣ ଖୁଲମ୍‌ଖୁଲା ଏହି କଟକଣାକୁ ଉଲ୍ଲଂଘନ କରୁଛନ୍ତି। ନା ଅଛି ଡର ନା ଭୟ।  ଏବେ ଏଭଳି କିଛି ଦୃଶ୍ୟ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ […]

  • Saturday, 03 July 2021
twincity police
ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

କଟକ/ଭୁବନେଶ୍ୱର: ଟ୍ୱିନ୍‌ସିଟିରେ କରୋନା କଟକଣା ପାଳନରେ ଢିଲା ପଣକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସନ୍ତୋଷ ପରେ ଏବେ ଆକ୍ସନ ମୋଡ୍‌ରେ‌ ପୋଲିସ୍। କୋଭିଡ୍ ଗାଇଡଲାଇନ୍ସ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି କିମ୍ବା ସାମାଜିକ ଦୂରତ୍ୱ ପାଳନ କରୁ ନାହାନ୍ତି ସେମାନଙ୍କ ନିକଟରୁ ଜରିମାନା ଆଦାୟ ସହ ସେମାନଙ୍କୁ ତାଗିଦ୍‌ କରାଯାଉଛି। Today 2833 people have been fined for Covid-19 Guidelines violation in UPD […]

  • Saturday, 03 July 2021
ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ବଣାଇ: ସୁନ୍ଦରଗଡ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଡେଙ୍ଗୁଳା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଘର ଝାଡ଼ଖଣ୍ଡ କିରିବୁରୁ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଏକ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଓଡ଼ିଶା ଆସି କାର୍‌ ଯୋଗେ ଗତକାଲି ବିଳମ୍ବିତ ରାତିରେ ଏମାନେ ଝାଡ଼ଖଣ୍ଡ ଫେରୁଥିଲେ। ଏହି ସମୟରେ ଗାଡ଼ିଟି ଭାରସାମ୍ୟ ଗଛରେ ପିଟି ହୋଇଯାଇଥିଲା। ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ କାର୍‌ଟି […]

  • Saturday, 03 July 2021
ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଛକ ନିକଟରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଛି। ଏକାଧିକ ଦୋକାନ ଉପରକୁ ଏକ ଟ୍ରକ୍‌ ଚଢ଼ି ଯିବାରୁ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଏକ ପଥର ବୋଝେଇ ଟ୍ରକ୍ ମେଣ୍ଢାଶାଳ ଛକ ନିକଟରେ ଥିବା ଏକାଧିକ ଦୋକାନ ଉପରକୁ ଚଢ଼ି ଯାଇଥିଲା। ଏହାପରେ ଟ୍ରକ୍‌ଟି‌ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୪ ଗୁରୁତରଙ୍କୁ ମେଣ୍ଢାଶାଳ ମେଡିକାଲରେ ଭର୍ତ୍ତି କରାଯାଇଛି।

  • Saturday, 03 July 2021