• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

rain
କଟକ, ଭୁବନେଶ୍ୱରରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଏ ନେଇ ୯ଟି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ରେଡ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଲା ସମ୍ବଲପୁର, ସୋନପୁର, […]

  • Sunday, 04 July 2021
baripada-1
ଉତ୍ତର ଓଡ଼ିଶାରେ ବନ୍ୟା; ରାସ୍ତା ଉପରେ ଆଣ୍ଠୁଏ ପାଣିର ସୁଅ

ବାରିପଦା: ଲଘୁଚାପର ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ୩ ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ବାରିପଦାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ସହର ମଧ୍ୟସ୍ଥ ଜରାଳି ଓ ସରାଳି ନଦୀର ଜଳସ୍ତର ବଢିବାରେ ଲାଗିଛି।  ଉଭୟ ନଦୀର ତଳିଆ ଅଞ୍ଚଳରେ ଥିବା ଘରେ ପାଣି ପଶି ଯାଇଛି।  ବନ୍ୟାଜଳ ସହରର ୩, ୧୦, ୧୫, ୧୬ ଓ ୧୭ […]

  • Sunday, 04 July 2021
corona 6
ଦ୍ୱିତୀୟ ଲହରୀ ନ ସରୁଣୁ ଆସିଯିବ ତୃତୀୟ ଲହରୀ?

କରୋନାର ଦ୍ୱିତୀୟ ଲହର ନ ସରୁଣୁ ଆଶଙ୍କା କରାଯାଉଛି ଯେ, ହୁଏତ ତୃତୀୟ ଲହର ମଧ୍ୟ ଆସିପାରେ। ଯଦି କରୋନାର ତୃତୀୟ ଲହର ଆସେ, ତେବେ ଏହା ଦ୍ୱିତୀୟ ଲହର ପରି ସେତେଟା ସାଂଘାତିକ ହେବନି ବୋଲି ଆକଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଏକ ବିଶେଷଜ୍ଞ ଟିମ୍ ଅନୁସାରେ ଦ୍ୱିତୀୟ ଲହରର ଅଧା ହୋଇପାରେ

  • Sunday, 04 July 2021
bonai
ପାଣି ସୁଅରେ ଭାସିଗଲା କାର

ବଣାଇ: ସାରା ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା। ଅଧିକାଂଶ ସ୍ଥାନରେ ରାସ୍ତା ଉପରେ ଆଣ୍ଠୁଏ ପାଣି। ରାସ୍ତା, ନାଳ,ଜୋର ସବୁ ଏକାକାର ହୋଇଯାଇଛନ୍ତି। ଏପରି ସ୍ଥିତିରେ ଏକ କାର ଆସୁଥିବାବେଳେ  ପାଣି ସ୍ରୋତରେ  ଭାସିଯାଇଛି। ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେ। ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ ଜିଲ୍ଲା ବଣାଇ ଜାଙ୍ଗଳା ନିକଟ ସିଆଁଜର ନାଳରେ ୪ ଫୁଟର୍‌ ପାଣି ପ୍ରବାହିତ ହେଉଛି। ଏହି ସମୟରେ ଏକ କାର ଯାଉଥିଲା ବେଳେ ଭାସିଯାଇଛି । […]

  • Sunday, 04 July 2021
puri
ଦଶମୂଳ ମୋଦକ ଖାଇବା ପରେ ସୁସ୍ଥ ହେବେ ଶ୍ରୀଜିଉ

ଫୁଲୁରୀ ତେଲ ଲାଗି ହେବା ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ। ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେବ ଦଶମୂଳ ମୋଦକ। ରାଜବୈଦ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରିବେ। ଆସନ୍ତାକାଲି ସୋମବାର ଏକଦଶୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ଏହି ଦଶମୂଳ

  • Sunday, 04 July 2021
anup
ପୂର୍ବତନ ବିଧାୟକ ଅନୁପ ସାଏ ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ୱର: ମାଆ ଝିଅ ହତ୍ୟା ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇ ଛତିଶଗଡ ଜେଲରେ ଥିବା  ପୂର୍ବତନ ବ୍ରଜରାଜନଗର ବିଧାୟକ ଅନୁପ ସାଏ ଅସୁସ୍ଥ ହୋଇପଡ଼ିଛନ୍ତି।  ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରଥମେ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟ ଓ ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରାୟଗଡ଼ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିବା ସୂଚନା ଦେଇଛନ୍ତି ଅନୁପଙ୍କ ବଡ଼ ଭାଇ। ସୂଚନାଥାଉ କି, ୨୦୧୬ […]

  • Sunday, 04 July 2021
Corona Vaccine Update
Corona Updates in Odisha: ଓଡ଼ିଶାରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୩୭୧ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦ ଜିଲ୍ଲାରୁ ଚିହ୍ନଟ ହେଲେ ୩,୩୭୧ କରୋନା ରୋଗୀ।  ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି। କ୍ୱରେଣ୍ଟିନ୍‌ରୁ ୨, ୯୫୩ ଏବଂ ଲୋକାଲ କେସ ୧,୩୧୮ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ଟିଭ କେସ୍‌ ୨୭, ୬୩୮ ରହିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୭, ୬୦୨  ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୫୯, ୪୭୦ ଜଣ ସୁସ୍ଥ ହୋଇଛନ୍ତି। […]

cinbd
Corona Death in Odisha: ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଭୁବନେଶ୍ୱର: ଓଡ଼ିଶାରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୩୭୧ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଉ ୧୩ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୪୧ରେ ପହଞ୍ଚିଛି। Corona Death in Odisha ସମ୍ବଲପୁର ଓ ସୁନ୍ଦରଗଡ଼ରୁ ସର୍ବାଧିକ ୩ ଜଣ ଲେଖାଏଁ ମୃତ୍ୟୁ ମୁଖରେ ପଡ଼ିଥିବାବେଳେ କଟକ ଓ ଗଞ୍ଜାମ ଜିଲ୍ଲାରୁ […]

  • Sunday, 04 July 2021
abhipsa
‘ଅଭିପ୍ସା’କୁ ମିଳିଲା ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର

ବ୍ରହ୍ମପୁର: ଅଭିପ୍ସାକୁ  ମିଳିଛି  ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର। Vocal for Local ଫିଲ୍ମ ଫେଷ୍ଟିଭାଲ୍ ୨୦୨୦ରେ କୃଷ୍ଣଚନ୍ଦ୍ର ସାହୁଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ଅଭିପ୍ସାକୁ ମିଳିଛି ଏହି ସମ୍ମାନ । ସ୍ୱାଧୀନତା ଦିବସରେ ଏହି କ୍ଷୁଦ୍ର ଫିଲ୍ମ ପ୍ରଦର୍ଶିତ ହୋଇଥିଲା । ଅଭିପ୍‌ସାକୁ ଏହି ସମ୍ମାନ ମିଳିବା ପରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷ୍ଣଚନ୍ଦ୍ର ସାହୁ କ୍ଷୁଦ୍ର ଚଳଚ୍ଚିତ୍ର ଅଭିପ୍ସାର ନିର୍ଦ୍ଦେଶନା ଦେଇଥିବା ବେଳେ ସଞ୍ଚିତା ପାତ୍ର ଓ ପ୍ରିତୀ […]

  • Sunday, 04 July 2021
12111
କଟକରେ ହେବ ଦୁର୍ଗାପୂଜା, ବିନା ଶ୍ରଦ୍ଧାଳୁରେ ପୂଜା ପାଇବେ ମା’

କଟକ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକରେ ଦୁର୍ଗାପୂଜା କଟକଣା ଜାରି କରାଯାଇଥିଲା । ଚଳିତ ବର୍ଷ କୌଣସି ମଣ୍ଡପରେ ହେବନି ଦୁର୍ଗା ପୂଜା ବୋଲି କୁହାଯାଇଥିଲା। ହେଲେ ନିଜ ଘର ଭିତରେ ଦୁର୍ଗା ପୂଜା କରିପାରିବେ ବୋଲି କଟକ ଜିଲ୍ଲାପାଳ କହିଥିଲେ। ଏହାକୁ ନେଇ କଟକବାସୀଙ୍କ ମଧ୍ୟରେ ବିଷାଦର ଛାଇ ଖେଳି ଯାଇଥିଲା। ଦୁର୍ଗାପୂଜାକୁ ଅନୁମତି ଦେବା ପାଇଁ କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା।  ୫ଶହ ବର୍ଷର ପରମ୍ପରାକୁ ଦୃଷ୍ଟିରେ ରଖି […]

  • Sunday, 04 July 2021