ଭୁବନେଶ୍ୱର: ଅରୁଣାଚଳ ପ୍ରଦେଶର ଏକ ଜଙ୍ଗଲରେ ଫସିରହିଥିବା ଗଜପତି ଜିଲ୍ଲାର ଜଗପତି କାର୍ଜି ଫେରିବେ ଗାଁକୁ। ପ୍ରାୟ ୩୫ ବର୍ଷ ପରେ ତାଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରିଛି ଜିଲ୍ଲା ପ୍ରଶାସନ। ଆସନ୍ତା ୨୬ ତାରିଖ ସୁଦ୍ଧା ସେ ଗଜପତି ଫେରିବେ ବୋଲି ଟ୍ୱିଟ୍ କରିଛନ୍ତି ଗଜପତି ଜିଲ୍ଲାପାଳ। ଏଥିପାଇଁ ଆସିଷ୍ଟାଣ୍ଟ ଲେବର ଅଫିସର ତାଙ୍କୁ ଆଣିବା ପାଇଁ ଅରୁଣାଚଳ ପ୍ରଦେଶ ଯାଇଥିବା ଟ୍ୱିଟ୍ କରିଛନ୍ତି ଗଜପତି ଜିଲ୍ଲାପାଳ। ଗଜପତି ଜିଳ୍ଲା ରାୟଗଡ଼ ବ୍ଲକ ଅବାସିଂ ଗାଁର […]
ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୧୭୭୩ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୨,୨୭୬ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୪ ଜଣ ଆରୋଗ୍ୟ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୨୧୬, କଟକରୁ ୧୪୭, ସମ୍ୱଲପୁରରୁ ୧୨୫, କନ୍ଧମାଳରୁ ୯୨, ଯାଜପୁରରୁ ୮୭, ମୟୂରଭଞ୍ଜରୁ ୮୦, ରାୟଗଡ଼ାରୁ ୭୭, ପୁରୀରୁ ୭୪, ମାଲକାନଗିରିରୁ ୭୨, କୋରାପୁଟରୁ ୬୯, ସୁନ୍ଦରଗଡ଼ରୁ ୬୮, […]
ବ୍ରହ୍ମପୁର: ଧୂମ୍ଧାମ୍ରେ ଗଣେଶ ପୂଜା ଚାଲୁଥିଲା। ମେଢ ମଣ୍ଡପ ବି ସଜାସଜି ହୋଇଥିଲା। ହେଲେ କୋଭିଡ ନିୟମକୁ ଉଲ୍ଲଂଘନ କରି ପୂଜା ଚାଲୁଥିବାରୁ ଏନ୍ଫୋର୍ସମେଣ୍ଟ ପହଞ୍ଚିବା ପରେ ସବୁ ଫିକା ପଡିଗଲା। ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ମଣ୍ଡପ ଭାଙ୍ଗି ଦେବାରୁ ଆରମ୍ଭ ହୋଇଗଲା ଉତ୍ତେଜନା। ତହସିଲଦାରଙ୍କୁ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ସହ ଏନ୍ଫୋର୍ସମେଣ୍ଟ ଟିମ୍କୁ ଅଟକ ରଖିଲେ ଗାଁ ଲୋକ। ଏଭଳି ଘଟଣା ଘଟିଛି ଦିଗପହଣ୍ଡି ବ୍ଳକ ଚୌଧୁରୀ ଟିକରପଡ଼ା ଗାଁରେ। […]
ବରଗଡ଼: ଘରୋଇ କଳିର କରୁଣ ପରିଣତି। ବିଷ ପିଇଦେଲେ ବାପା, ମାଆ ଝିଅ। ଆଉ ଚାଲିଗଲା ୨ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ବିଜେପୁର ବେନିଆଚାଲ ଗାଁରେ। ଘଟଣାରୁ ପ୍ରକାଶ, ଆଜି କୌଣସି କଥାକୁ ନେଇ ଏହି ଗାଁର ରଥ ମହାନନ୍ଦ(୪୫)ଙ୍କ ପରିବାରରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ରଥ ପରିବାର ଲୋକଙ୍କୁ ବିଷ ଦେଇଥିବା ଅଭିଯୋଗ ହୋଇଛି। ଏପରିକି ରଥ ନିଜେ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି। ଫଳରେ ରଥ, ତାଙ୍କ […]
ଭୁବନେଶ୍ୱର: ଆସନ୍ତାକାଲି ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଦକ୍ଷିଣ ଓଡ଼ିଶାରେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଚଳିତ ବର୍ଷ ଅଗଷ୍ଟ ମାସରେ […]
ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ସୁଖା ବନ୍ଧ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମାରୁତି ଭ୍ୟାନ୍କୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୧୩ ବର୍ଷୀୟ ନାବାଳକ ଥିବାବେଳେ ଅନ ଜଣେ ମହିଳା ଅଛନ୍ତି। ଅନ୍ୟ ୨ ଆହତଙ୍କୁ ରାଉରକେଲା ଆଇଜିଏଚ୍କୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଲମସି ଗାଁର ଜଣେ ବ୍ୟକ୍ତି […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ସାରର ଅଭାବ ଦେଖାଦେଇଛି। ଚାଷ କାର୍ଯ୍ୟ ପାଇଁ ସାର ମିଳୁନଥିବାରୁ ଚିନ୍ତାରେ ପଡ଼ିଛି ଚାଷୀ। ମୟୂରଭଞ୍ଜ, ସୁନ୍ଦରଗଡ଼, ଗଞ୍ଜାମ ସବୁଠି ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ସବ୍ସିଡିରେ ମିଳୁଥିବା ସାର ଚାଷୀଙ୍କୁ ମିଳୁନଥିବାରୁ ବାହାର ବଜାରରୁ ଚଢ଼ା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି ଚାଷୀ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଚାଷୀମାନେ ସାର ବସ୍ତା ପାଇଁ ରାସ୍ତାରେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିବା ଦେଖିବାକୁ ମିଳିଛି। ବଣାଇ ଲ୍ୟାମ୍ପସରେ ଗେଟ୍ […]
ଭୁବନେଶ୍ୱର: କରୋନା ପାଇଁ ସବୁଠି ନିରାଡ଼ମ୍ବର ଭାବେ ଗଣେଶ ପୂଜା ପାଳିତ ହୋଇଥିବା ବେଳେ ବ୍ରହ୍ମପୁର ସହରରେ ଦୁଇ ଜଣ ବ୍ୟକ୍ତି ନିଆରା ଢଙ୍ଗରେ ଗଣେଶ ପୂଜା ପାଳନ କରିଛନ୍ତି। ବ୍ରହ୍ମପୁର ସହରର ଡାକ୍ତର ଜାମୁଲା ନାରାୟଣଙ୍କ ଘରେ ୮୦ ପ୍ରକାରର ଗଣେଶ ମୂର୍ତ୍ତି ପୂଜା ପାଉଛନ୍ତି। ଏହି ୮୦ ପ୍ରକାରର ମୂର୍ତ୍ତି ଭିତରେ ରହିଛି ସୁନା, ରୂପା, ମହମ, ପିତ୍ତଳ, ସ୍ପଟିକ, ପଥର ସହ ଗୁଆ, ତାଳପତ୍ରର ଗଣେଶ ପ୍ରତିମା। ଡାକ୍ତର ଜାମୁଲା ସୁରେଶ ଓ […]