ଭୁବନେଶ୍ୱର: ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଆଜି ୯ ଜିଲ୍ଲାକୁ ରେଡ୍, ୧୧ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି କାଲି ମଧ୍ୟ ୯ ଜିଲ୍ଲାକୁ ପାଣିପାଗ ବିଭାଗ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି। ଏହି ଜିଲ୍ଲାଗୁଡିକ ହେଲା- ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ଼ ଓ ଦେବଗଡ଼। ସେପଟେ ସମୁଦ୍ର ଅଶାନ୍ତ ଥିବାରୁ ୨୭ ତାରିଖ ସୁଦ୍ଧା […]
ଭୁବନେଶ୍ୱର: ଏଣିକି ଘରୋଇ ସଂସ୍ଥାରେ କୋଭିଡ୍ ଟେଷ୍ଟ ଶସ୍ତା ହେବ। ୧୨ ଶହ ଟଙ୍କାରେ ହେବ RT PCR ଟେଷ୍ଟ। ୨୨ ଶହ ଟଙ୍କାରୁ କମି ଏଣିକି ୧୨ ଶହ ଟଙ୍କାରେ କୋଭିଡ୍ ଟେଷ୍ଟ ହେବ। ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ଆଗରୁ ଘରୋଇ ଲ୍ୟାବ୍ରେ କରୋନା ଟେଷ୍ଟ ପାଇଁ ରାଜ୍ୟ ସରକାର ମୂଲ୍ୟ ଧାର୍ଯ୍ୟ କରିଥିଲେ। ଜିଏସ୍ଟି ମିଶାଇ RT-PCR ଟେଷ୍ଟ ପାଇଁ ସର୍ବାଧିକ ଫି ୨୨ଶହ ଟଙ୍କା […]
କଟକ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକରେ ଦୁର୍ଗାପୂଜା କଟକଣା। ଚଳିତ ବର୍ଷ କୌଣସି ମଣ୍ଡପରେ ହେବନି ଦୁର୍ଗା ପୂଜା। ଲୋକେ ନିଜ ଘର ଭିତରେ ଦୁର୍ଗା ପୂଜା କରିପାରିବେ।କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ OTVକୁ ଏହି ସୂଚନା ଦେଇଛନ୍ତି। ଦୁର୍ଗାପୂଜାକୁ ଅନୁମତି ଦେବା ପାଇଁ କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି। ୫ଶହ ବର୍ଷର ପରମ୍ପରାକୁ ଦୃଷ୍ଟିରେ ରଖି ଅନୁମତି ଦେବାକୁ ଆବେଦନ ହୋଇଛି। ସମସ୍ତ କୋଭିଡ କଟକଣା ପାଳନ […]
ଭୁବନେଶ୍ୱର: ଶାଶୁ-ଶ୍ୱଶୁରଙ୍କୁ ଘରୁ ତଡ଼ି ଦେଲେ ବୋହୂ। ରାଜଧାନୀରେ ଶାଶୁ ଶ୍ୱଶୁରଙ୍କ ଉପରେ ବୋହୂର ଅତ୍ୟାଚାର ନୁହେଁ, ବରଂ ଉଭୟଙ୍କୁ ବୋହୂ ଘରୁ କାଢ଼ି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ପୀଡ଼ିତ ଶାଶୁ ଶ୍ୱଶୁର। ଏପରିକି କଥା କହିଲା ବେଳେ ନିଜ କୋହକୁ ସମ୍ଭାଳି ପାରୁନାହାନ୍ତି। ଏହି ଦୁଇ ଜଣ ହେଉଛନ୍ତି, ଫକୀର ଚରଣ ମହଲ ଓ ତାଙ୍କ ପତ୍ନୀ । ନିଜ ବୋହୁ ସଂଯୁକ୍ତା ମହଲଙ୍କ ନାଁରେ ନିର୍ଯାତନାର […]
ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ହେଲେ ସୁସ୍ଥ। ଦିନକରେ ୨୫୪୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆରୋଗ୍ୟ ସଂଖ୍ୟା ୫୯୪୭୦ରେ ପହଞ୍ଚିଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୬୨୭ ଜଣ ଅଛନ୍ତି। ସେହିପରି ଗଞ୍ଜାମରୁ ୨୬୬, ନୟାଗଡ଼ରୁ ୧୪୩, ପୁରୀରୁ ୧୪୧, ରାୟଗଡ଼ାରୁ ୧୧୨, କୋରାପୁଟରୁ ୧୦୪, ଭଦ୍ରକରୁ ୯୯, […]
କଟକ: କଟକ ସହରରୁ ଚିହ୍ନଟ ହେଲେ ୧୨୫ କରୋନା ଆକ୍ରାନ୍ତ। ସେଥିରୁ ୨୪ ସରକାରୀ କ୍ୱାରେଣ୍ଟାଇନ୍ରୁ, ୩୩ ହୋମ୍ କ୍ୱାରେଣ୍ଟାଇନ୍ରୁ ଓ ୩୪ ଲୋକାଲ୍ କେସ୍ ଅଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ(ସିଏମ୍ସି)। କଟକ କୁମ୍ଭାରସାହି ମାଇକ୍ରୋ କଣ୍ଟେନମେଣ୍ଟ ଜୋନରୁ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି SCB ମେଡିକାଲ ଆଇସୋଲେସନ ୱାର୍ଡରୁ ୧୬, ତେଲେଙ୍ଗାପେଣ୍ଠରୁ ୬, ଦରଘା ବଜାରରୁ ୫, ବକ୍ସିବଜାରରୁ ୪, ବାଲ୍ମିକୀ ନଗର ଓ ସିଡିଏ-୬ରୁ ୩ ଲେଖାଏଁ କରୋନା […]
ଭୁବନେଶ୍ୱର: ଦିନକରେ ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୩୨ କରୋନା ଆକ୍ରାନ୍ତ। ସେଥିରୁ ୧୭୩ କ୍ୱାରେଣ୍ଟାଇନରୁ ଓ ୧୫୯ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। ସେହିପରି ଆଜି ୧୬୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରୁ ୭୯୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୭୨୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। […]
କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଗୋଟିଏ କିମ୍ବା ଦୁଇଟି ଡୋଜ୍ ଟିକା ନେଇଥିଲେ ଡେଲଟା ଭ୍ୟାରିଆଣ୍ଟ ତାଙ୍କୁ ଆକ୍ରାନ୍ତ କରିପାରିବନି। ଆଇସିଏମ୍ଆର୍ ପକ୍ଷରୁ କରାଯାଇଥିବା
ସମ୍ୱଲପୁର: ବେଆଇନ ଭାବେ କଫସିରପ ନିଶା କାରବାର କରୁଥିବା ଅଭିଯୋଗରେ ସମ୍ୱଲପୁର ଧନୁପାଲି ଥାନା ପୋଲିସ ଓ ସ୍ପେଶାଲ ସ୍ୱାଡ୍ ୪ ଜଣଙ୍କୁ ଗିରଫ କରିଛି। ୪ ଅଭିଯୁକ୍ତଙ୍କ ମଧ୍ୟରୁ ବାପ-ଝିଅ ବି ଅଛନ୍ତି। ସେମାନଙ୍କ ଠାରୁ ୩,୨୮୦ ବୋତଲ କଫ ସିରଫ, ଗୋଟିଏ କାର, ଗୋଟିଏ ଟାଟା ମ୍ୟାଜିକ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନଙ୍କ ଘର ସମ୍ୱଲପୁର ସାହୁ କଲୋନି ଓ ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ। କାର୍ଟୁନ୍ରେ ଭର୍ତ୍ତି କଫ ସିରପ ବୋତଲ […]