ଭୁବନେଶ୍ୱର: ଓଡ଼ିଶାରେ ୧ ଲକ୍ଷ କୋଟି ପୁଞ୍ଜି ନିବେଶ କରିବ JSW। ଆସନ୍ତା ୧୦ ବର୍ଷ ମଧ୍ୟରେ କମ୍ପାନୀ ଏହି ନିବେଶ କରିବାକୁ ଯୋଜନା କରିଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ JSW ମୁଖ୍ୟ ସଜ୍ଜନ ଜିନ୍ଦଲଙ୍କ ମଧ୍ୟରେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ହୋଇଛି। Spoke to noted industrialist @sajjanjindal and discussed about the progress of @jswsteel’s Integrated Steel Project in Jagatsinghpur and other […]
ଭୁବନେଶ୍ୱର: ଅଟଳ ରାଙ୍କିଙ୍ଗ୍ ଅଫ୍ ଇନଷ୍ଟିଚ୍ୟୁସନ୍ ଅନ୍ ଇନୋଭେସନ୍ ଆଚିଭମେଣ୍ଟ-୨୦୨୦ (ARIIA) ତାଲିକାରେ ସ୍ଥାନ ପାଇଛି ଓଡ଼ିଶାର ଗିଫ୍ଟ ଇଂଜିନିୟରିଂ କଲେଜ। ରାଙ୍କ୍ ୨୬ରୁ ୫୦ ଭିତରେ ଏହି କଲେଜକୁ ସ୍ଥାନ ଦିଆଯାଇଛି। ଏହାକୁ ସର୍ବଭାରତୀୟ ସ୍ତରରେ ବ୍ୟାଣ୍ଡ ‘ବି’ ଇନଷ୍ଟିଚ୍ୟୁସନ୍ ହିସାବରେ ସ୍ୱୀକୃତି ଦିଆଯାଇଥିବା କଲେଜ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ, ଶିକ୍ଷା ମନ୍ତ୍ରଣାଳୟ ଓ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦର ମିଳିତ ଆନୁକୂଲ୍ୟରେ ଏହି ରାଙ୍କିଙ୍ଗ୍ ତାଲିକା […]
ମାଲକାନଗିରି: ମାଲକାନଗିରି କାଲିମେଳାରେ ବନ୍ଧୁକ ତିଆରି କାରଖାନା ଠାବ। ମିଳିତ ଅପରେସନ୍ ବେଳେ ଏହି ଅସ୍ତ୍ରଶସ୍ତ୍ର କାରଖାନାକୁ ଠାବ କରିଛି ପୋଲିସ। ମାଲକାନଗିରି BSF ଓ DVF ଯବାନଙ୍କ ମିଳିତ ଅପରେସନ ବେଳେ ଏହାକୁ ଠାବ କରିଥିଲେ। ଯବାନ ଘଟଣାସ୍ଥଳରୁ ଜୀବନ୍ତ ଗୁଳି, କିଛି ଧାତବ ସାମଗ୍ରୀ, ଲେଦ୍ ମେସିନ୍, ଗ୍ୟାସ୍ ସିଲିଣ୍ଡର ଓ ଅନ୍ୟ ଯନ୍ତ୍ରପାତି ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଜବତ ହୋଇଥିବା ସାମଗ୍ରୀରୁ, ସେଠାରେ ନକ୍ସଲମାନେ ବେଆଇନ ବନ୍ଧୁକ […]
ଭୁବନେଶ୍ୱର: ଦୀର୍ଘ ୫ ମାସରୁ ଅଧିକ ସମୟ ହେଲାଣି ଭଗବାନଙ୍କ ସାନିଧ୍ୟରୁ ବଞ୍ଚିତ ଭକ୍ତ। କରୋନା ସଂକ୍ରମଣ ପାଇଁ ମାର୍ଚ୍ଚ ୨୦ ପରଠୁ ରାଜ୍ୟରେ ଭକ୍ତଙ୍କ ଲାଗି ସମ୍ପୂର୍ଣ୍ଣ ବାରଣ ଦେବାନୁଷ୍ଠାନ। ୟା ଭିତରେ ଗଲାଣି କେତେ ପର୍ବପର୍ବାଣୀ। ହେଲେ ସବୁଠି କେବଳ ପରମ୍ପରା ରକ୍ଷା ଲାଗି ଠାକୁରଙ୍କ ନୀତିକାନ୍ତି ଚାଲିଛି, ଭକ୍ତଙ୍କୁ ଛଡ଼ାଯାଉନି। ଏଣେ ଠାକୁର ଦର୍ଶନରୁ ବଞ୍ଚିତ ଭକ୍ତ ଯେତିକି ଛଟପଟ, ଦାନ ଦକ୍ଷିଣାକୁ ଆଶ୍ରା କରି ବଞ୍ଚୁଥିବା ସେବାୟତ ଓ ପୂଜକଙ୍କ ଅବସ୍ଥା […]
ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଉତ୍ତର ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ ଢେଙ୍କାନାଳ, ଅନୁଗୁଳ ଏବଂ ଦେବଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ସବୁ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି […]
ଭୁବନେଶ୍ୱର: ଋଣ ଆଦାୟ କରିବାରେ କୋହଳ ଉଦ୍ଦେଶ୍ୟରେ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣରଙ୍କୁ ଚିଠି ଲେଖିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ବସ୍ ମାଲିକଙ୍କ ଋଣ ଏବଂ ସୁଧ ଟଙ୍କା ବର୍ଷେ ଯାଏଁ ଆଦାୟ ନ କରିବାକୁ ଚିଠିରେ ଅନୁରୋଧ କରିଛି ବସ୍ ମାଲିକ ସଂଘ। ଏ ନେଇ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଲକ୍ଡାଉନ୍ ଯୋଗୁଁ ମାର୍ଚ୍ଚ ମାସରୁ ବସ୍ ଚଳାଚଳ ବନ୍ଦ ରହିଛି। ଏବେ ମାତ୍ର ହାତ […]
ଭୁବନେଶ୍ୱର: ଦୁବାଇରେ ଚମକିଲେ ଓଡ଼ିଆ ଝିଅ। ସମ୍ବଲପୁରରେ ଜନ୍ମିତ ଦୁବାଇର ତିଶ୍ୟା ପାଣିଗ୍ରାହୀ ମାଟି ପାଇଁ ଆଣିଛନ୍ତି ଗୌରବ। ସବୁଠୁ କନିଷ୍ଠ ଓଡ଼ିଆ ସ୍କୁବା ଡାଇଭର ହେବାର ଗୌରବ ଅର୍ଜନ କରିଛନ୍ତି ତିଶ୍ୟା। ଦୁବାଇରେ ସେ ଜୁନିଅର ସ୍କୁବା ଡାଇଭିଂ କୋର୍ସ ଶେଷ କରିଛନ୍ତି। ତିଶ୍ୟାଙ୍କ ବୟସ ମାତ୍ର ୧୦ ବର୍ଷ। ଏତେ କମ ବୟସରେ ହିଁ ସେ ଏହି ସଫଳତା ହାସଲ କରିଛନ୍ତି। ନିକଟରେ ସେ ଦୁବାଇରେ ସେ ଦୁବାଇ ଉପକୂଳରେ ଥିବା ଆରବ ସାଗରରେ […]
ଗଜପତି: ଗଜପତି ଜିଲ୍ଲାରେ ଖର୍ଚ୍ଚ ହୋଇପାରିନାହିଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବା ଏସଡିସିର ଫଣ୍ଡ। ଏସ୍ଡିସି ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବାରୁ ଆସିଥିବା ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି। ସରକାର ଟଙ୍କା ଦେଉଥିଲେ ମଧ୍ୟ ଏହା ଖର୍ଚ୍ଚ ହୋଇପାରିନାହିଁ। ଆଦିବାସୀଙ୍କ ଉନ୍ନୟନ ତଥା ସେମାନଙ୍କ ସଂସ୍କୃତି ଓ ପରମ୍ପରାର ସୁରକ୍ଷା କରିବା ପାଇଁ ସରକାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବା ଏସ୍ଡିସି ଗଠନ କରିଥିଲେ। ହେଲେ ଜିଲ୍ଲା ଆଦିବାସୀଙ୍କ ସମସ୍ୟାର ସମସ୍ୟାର ସମାଧାନ କରାଯାଉ ନଥିବା ଲୋକେ […]
ମୟୂରଭଞ୍ଜ: କିଏ ଡାକ ଟିକଟ ତ କିଏ ଖବର କାଗଜ, ପୁଣି କିଏ କାଗଜ ନୋଟ ସଂଗ୍ରହ କରୁଥିବା କଥା ଆପଣମାନଙ୍କ ନଜରକୁ ଆସିଥିବl ତେବେ ଭିନ୍ନ ଭିନ୍ନ ଦେଶର ଚକୋଲେଟ ଜରି ସଂଗ୍ରହ କରି ରେକର୍ଡ କରିବା ନିଶା ଶୁଣିଛନ୍ତି କି ? ଭାରତ ତଥା ବିଭିନ୍ନ ଦେଶରୁ ଚକୋଲେଟ ଜରି ସଂଗ୍ରହ କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳ ମେଣ୍ଢାଖାଇର ଅଞ୍ଚଳର ଝିଅ ପ୍ରଜ୍ଞା ପରମିତା ମନ୍ତ୍ରୀ […]