• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

aso1
୨୦ରେ ହେବାକୁ ଥିବା ASO ପରୀକ୍ଷା ଘୁଞ୍ଚାଇବାକୁ ଦାବି

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ହେବାକୁ ଥିବା ଆସିଷ୍ଟାଣ୍ଟ୍‌ ସେକ୍‌ସନ୍ ଅଫିସର-ASO ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏହି ଦିନ ଅନ୍ୟ ୩ଟି କେନ୍ଦ୍ରୀୟ ପରୀକ୍ଷା ପଡୁଥିବାରୁ ASO ପରୀକ୍ଷାକୁ ଘୁଞ୍ଚାଇବାକୁ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି। ଏନେଇ ବହୁ ସଂଖ୍ୟାରେ ଚାକିରି ଆଶାୟୀ ଆଜି କଟକ ସ୍ଥିତ OPSC କାର୍ଯ୍ୟାଳୟକୁ ଯାଇ ଘେରାଉ କରିବା ସହ ଧାରଣା ଦେଇଛନ୍ତି। ସେହିପରି ପରୀକ୍ଷାର୍ଥୀମାନେ ASO ପରୀକ୍ଷାକୁ ଅଫ୍ ଲାଇନ୍‌ରେ ନ କରି ଅନ୍‌ଲାଇନ୍‌ରେ କରିବାକୁ […]

  • Friday, 16 July 2021
press meet
ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପ୍ରଥମ ପର୍ଯ୍ୟାୟରେ ଭୋଟର ତାଲିକାରେ ସଂଶୋଧନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି। ଜାନୁଆରୀ ୪ ତାରିଖ ଯାଏ ଚୂଡ଼ାନ୍ତ ଭୋଟର ତାଲିକା ସଂଶୋଧନ ନେଇ ଅବଧି ଥିଲା। ତେବେ ଏହାକୁ ଆସନ୍ତା ୨୧ ତାରିଖ ଯାଏ ବୃଦ୍ଧି କରାଯାଇଛି। ଆସନ୍ତା ୨୧ ତାରିଖ ଯାଏ ଲୋକେ ଭୋଟର ତାଲିକା ସଂଶୋଧନ କରିପାରିବେ। ଏଥିସହ […]

  • Friday, 16 July 2021
jay_panda_bjd_logjam_201612
କେନ୍ଦ୍ରାପଡ଼ା ଡଙ୍ଗା ବୁଡ଼ି ଘଟଣାରେ ଶୋକ ପ୍ରକାଶ କଲେ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ନିପାଣିଆର ମହାନଦୀ ମୁହାଣରେ ଡଙ୍ଗା ବୁଡ଼ି ଘଟଣାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଶୋକ ବ୍ୟକ୍ତ କରିଛନ୍ତି। ଟ୍ୱିଟ୍ କରି ସେ ଶୋକ ପ୍ରକାଶ କରିଛନ୍ତି। ଘଟଣାରେ ସେ ମର୍ମାହତ ଥିବା କଥା ଟ୍ୱିଟ୍ କରିଛନ୍ତି। R.I.P? Woke to awful news of 9 deaths from a boat capsizing in my Kendrapada, Odisha. After every such tragedy (thr’ve been many), the state govt announces […]

  • Friday, 16 July 2021
1
ଅବହେଳିତ ଅବସ୍ଥାରେ କେନ୍ଦୁଝରର ପୁଟଘର ଜଳପ୍ରପାତ

କେନ୍ଦୁଝର: ପ୍ରକୃତିର କୋଳରେ ଅବସର ବିନୋଦନ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। କେନ୍ଦୁଝର ଜିଲ୍ଲା ତେଲକୋଇ କଳାପଟ ପାହାଡ଼ରେ ଥିବା ପୁଟଘର ଜଳପ୍ରପାତ ପର୍ଯ୍ୟଟନସ୍ଥଳୀକୁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଆସୁଛନ୍ତି। ଯଦିଓ ପୁଟଘର ଜଳପ୍ରପାତ ସୌନ୍ଦର୍ଯ୍ୟରେ ବିମୋହିତ, ତେବେ ସେଠାକାର ଅବ୍ୟବସ୍ଥାରେ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି। କିଏ ଜଳପ୍ରପାତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛି ତ ଆଉ କିଏ ପାହାଡ ଚଢ଼ାର ମଜା ନେଉଛନ୍ତି। କଳାପଟ ପାହାଡ଼ରେ ପୁଟଘର ଓ ସାନଘାଗରା ଜଳପ୍ରପାତ ରହିଛି। ଏହା ସହିତ […]

  • Friday, 16 July 2021
dear3
ଅବହେଳିତ ଅବସ୍ଥାରେ କଟକର ହରିଣ ପାର୍କ

କଟକ: ଅବହେଳିତ ଅବସ୍ଥାରେ କଟକର ହରିଣ ପାର୍କ। ୨୦ରୁ ୨୫ ହରିଣ ରହିବା ଜାଗାରେ ରହୁଛନ୍ତି ଦୁଇ ଶହରୁ ଅଧିକ ହରିଣ। କମ୍ ଜାଗାରେ ଅଧିକ ହରିଣ ରହୁଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଉଛି। ବାରମ୍ବାର ଅଭିଯୋଗ ପରେ ବି କୌଣସି ପଦକ୍ଷେପ ନିଆଯାଉନାହିଁ। ୬ଟି ହରିଣକୁ ନେଇ ଆରମ୍ଭ ହୋଇଥିବା ହରିଣ ପାର୍କରେ ଏବେ ଦୁଇ ଶହରୁ ଅଧିକ ହରିଣ ରହୁଛନ୍ତି। ହେଲେ କମ୍‌ ଜାଗାରେ ଏତେ ସଂଖ୍ୟକ ହରିଣ ରହୁଥିବାରୁ ସେମାନେ ଠିକ୍‌ରେ […]

  • Friday, 16 July 2021
blast cracker
ନାତିକୁ ବଞ୍ଚାଇବାକୁ ଯାଇ ୨ ହାତ ପାପୁଲି ହରାଇଲେ ଅଜା

ଦେବଗଡ  : ନଡିଅା ବାଣ ଦାଉରୁ ନାତିକୁ ବଞ୍ଚାଇବାକୁ ଯାଇ ୨ ହାତ ପାପୁଲୀ ହରାଇଲେ ଅଜା। ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ ଜିଲ୍ଲା ବୈଷ୍ଣବପାଲି ଗାଁରେ। ସୂଚନା ଅନୁଯାୟୀ, ଗାଁରେ ଲକ୍ଷ୍ମୀଙ୍କ ଭସାଣୀ ଶୋଭାଯାତ୍ରା ବେଳେ ଏକ ନଡିଅା ବାଣ ନଫୁଟି ରାସ୍ତା କଡ଼ରେ ପଡିଥିଲା। ପରେ ବାଣଟିକୁ ଗାଁର ଭଗବାନ ମୁଣ୍ଡାଙ୍କ ନାତି ସୁନିଲ ଅାଣି ଖେଳୁଥିଲା। ହଠାତ୍ ଧୂଆଁ ବାହାରିବାରୁ ଅଜା ଭଗବାନ ନାତି ହାତରୁ ବାଣଟିକୁ ଛଡାଇ ନେଇଥିଲେ। ହେଲେ […]

  • Friday, 16 July 2021
bank
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ଅଭିଯୋଗ

ବାରିପଦା: ପୁଣି ଥରେ ଡକାୟତଙ୍କ ଟାଗେର୍ଟରେ ବ୍ୟାଙ୍କ। ବାରିପଦା ବଡ଼ସାହି ଥାନା ଅନ୍ତର୍ଗତ ପ୍ରତାପପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଡକାୟତି ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏହି ଡକାୟତି ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଗତକାଲି ରାତି ପ୍ରାୟ ୧ଟା ୩୦ ମିନିଟ୍‌ରେ ଏହି ଡକାୟତି ହୋଇଛି। ପଞ୍ଚାୟତ କାର୍ଯ୍ୟାଳୟର ଜଗୁଆଳିଙ୍କ କହିବା ଅନୁସାରେ, କିଛି ଶବ୍ଦ ଶୁଭିବାରୁ ସେ ବାହାରକୁ ଆସିଥିଲେ। […]

  • Friday, 16 July 2021
hanger
ବୈଜୟନ୍ତଙ୍କ ହେଲିକପ୍ଟର ଉଡ଼ାଣକୁ ନେଇ ହ୍ୟାଙ୍ଗର ସିଲ୍ ପ୍ରସଙ୍ଗ

ଭୁବନେଶ୍ୱର : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡାଣ ନେଇ ହ୍ୟାଙ୍ଗର ସିଲ ପ୍ରସଙ୍ଗ।  ୪୨ ଦିନ ପରେ ହ୍ୟାଙ୍ଗର ସିଲ୍ ଖୋଲିଲା ପୁରୀ ପୁଲିସ । ଜଣେ ଏସ୍‌ଡିପିଓ ଏବଂ ମେରାଇନ ଥାନା IIC ସିଲ୍ ଖୋଲିଥିବା ଜଣାପଡିଛି।ହ୍ୟାଙ୍ଗର ଖୋଲିଲେ ବି ଗୋଟିଏ ହେଲିକପ୍ଟର ପୁଣିଥରେ ସିଲ୍ କରିଛି ପୁରୀ ପୁଲିସ। ହ୍ୟାଙ୍ଗରରେ ଥିବା ୩ଟି ହେଲିକପ୍ଟରରୁ ଗୋଟିଏକୁ ପୁଣି ସିଲ୍ କରିଛି ପୁଲିସ। ସେପ୍ଟେମ୍ବର ୧୭ରେ ଇମ୍ଫା ହ୍ୟାଙ୍ଗରକୁ ସିଲ୍ କରିଥିଲା ପୁଲିସ୍‌। […]

  • Friday, 16 July 2021
kendrapada
ଆସିଥିଲେ ଦୁଇଟି ଡଙ୍ଗାରେ, ଫେରିଲେ ଗୋଟିଏ ଡଙ୍ଗାରେ

କେନ୍ଦ୍ରାପଡ଼ା: ବସ୍‌ ଦୁର୍ଘଟଣା ହେଉ କିମ୍ବା ଡଙ୍ଗା ବୁଡ଼ି ସବୁବେଳେ ଦୁର୍ଘଟଣା ଘଟିବା ପରେ ଦୁର୍ଘଟଣାର ଅନେକ କାରଣ ସମ୍ନାକୁ ଆସିଥାଏ। ସେଥିମଧ୍ୟରୁ କ୍ଷମତା ଠାରୁ ଅଧିକ ଯାତ୍ରୀ ନେଇ ଯିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିବା କାରଣଟି ପ୍ରାୟ ମୁଖ୍ୟ କାରଣ ହୋଇଥାଏ। ଗତକାଲି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳ ହସିଣା ଗାଁର ୧୭ଟି ପରିବାରର ପୁରୁଷ, ମହିଳା ଓ ଶିଶୁଙ୍କୁ ମିଶାଇ ମୋଟ ୫୫ ଜଣ ବଣଭୋଜି କରିବାକୁ ଦୁଇଟି ଦେଶୀ ଡଙ୍ଗା ଯୋଗେ […]

  • Friday, 16 July 2021
bijayashree
‘ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଏହା ଏକ କଲରାପତରିଅା ବାଘ’ : ବିଜୟଶ୍ରୀ ରାଉତରାୟ

ଭୁବନେଶ୍ୱର : ବରଗଡ଼ ଡେବ୍ରିଗଡ଼ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଗଳିତ ପଶୁ ପ୍ରାଥମିକ ତଦନ୍ତରୁ ଏହା କଲରାପତରିଅା ବାଘ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି । ମୃତ ପଶୁର ଦେହାବଶେଷ ଡେରାଡୁନ ସ୍ଥିତ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ୍‌କୁ ପଠାଯାଇଛି। ରିପୋର୍ଟ ଅାସିବା ପରେ ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡିବ ବୋଲି ସେ କହିଛନ୍ତି। ବାଘ ମୃତ୍ୟୁ ନେଇ ବନ ବିଭାଗ ମାମଲା ରୁଜୁ କରି ତଦନ୍ତ ଅାରମ୍ଭ କରିଛି । ବରଗଡ଼ […]

  • Friday, 16 July 2021
BOAT
ରାଜ୍ୟରେ ବାରମ୍ବାର ଘଟୁଛି ଡଙ୍ଗା ବୁଡ଼ି ଘଟଣା: କେବେ ଲୋକ ଚେତିବେ ଆଉ ପ୍ରଶାସନର ନିଦ ଭାଙ୍ଗିବ ?

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଡଙ୍ଗା ବୁଡ଼ି ଘଟଣାରେ ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ବେଳେ ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଓ ୨ ଜଣ ମହିଳା ଅଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଡଙ୍ଗାବୁଡ଼ି ଘଟଣାରେ ଆଉ କେତେ ଜୀବନ ଗଲେ ଆମେ ଚେତିବା ଓ ପ୍ରଶାସନର ନିଦ ଭାଙ୍ଗିବ ? କେବଳ କେନ୍ଦ୍ରାପଡ଼ାର ଏହି ଗୋଟିଏ ଘଟଣା ନୁହେଁ ଲଗାତର ଭାବେ କିଛି ବର୍ଷ ହେଲାଣି ରାଜ୍ୟର କେଉଁଠି ନା କେଉଁଠି ଛୋଟ […]

  • Friday, 16 July 2021
khurania
BSFର ଅାଇଜି ହେଲେ ଓ୍ୱାଇ.ବି.ଖୁରାନିଅା

ଭୁବନେଶ୍ୱର : IPS ଯୋଗେଶ ବାହାଦୂର ଖୁରାନିଅାଙ୍କୁ ନୂଅା ନିଯୁକ୍ତି ମିଳିଛି। ବର୍ଡର ସିକ୍ୟୁରିଟି ଫୋର୍ସ BSFର ଅାଇଜି ହେଲେ ଓ୍ୱାଇ.ବି.ଖୁରାନିଅା। କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ତାଙ୍କୁ BSFର ଅାଇଜି ଭାବେ ନିଯୁକ୍ତି ଦିଅାଯାଇଛି। ନିଯୁକ୍ତିର ୫ ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ । ଖୁରାନିଅାଙ୍କ ସ୍ଥାନରେ ବିନୟତୋଷ ମିଶ୍ରଙ୍କୁ ଅତିରିକ୍ତ ଭାବେ ଏଡିଜି ପ୍ରୋଭିଜନିଂ ଦାୟିତ୍ୱ ଦିଅାଯାଇଛି। ଅସିତ ପାଣିଗ୍ରାହୀଙ୍କୁ କମ୍ୟୁନିକେଶନର ଅତିରିକ୍ତ ଦାୟିତ୍ୱ ମିଳିଛି।

  • Friday, 16 July 2021
scb-up
ବଡ଼ ଅବ୍ୟବସ୍ଥାରେ ବଡ଼ ମେଡିକାଲ

କଟକ : ଭଲ ସ୍ୱାସ୍ଥ୍ୟସେବା ପାଇବା ପାଇଁ ରାଜ୍ୟର ବିଭିନ୍ନ ଜାଗାରୁ କଟକ ବଡ଼ ମେଡିକାଲକୁ ଧାଇଁ ଅାସିଥାନ୍ତି ରୋଗୀ। ହେଲେ ଏଠି କିନ୍ତୁ ବିଚିତ୍ର ବ୍ୟବସ୍ଥା। ଏକ୍ସ-ରେଟିଏ କରିବାକୁ ହେଲେ ଅପେକ୍ଷା କରିବାକୁ ପଡ଼େ ୩ରୁ ୪ ଦିନ। ସତେ ଯେମିତି ପଥର ତଳେ ରହିଯାଇଛି ରୋଗୀଙ୍କ ଭାଗ୍ୟ। ଏ ବିଚିତ୍ର ବ୍ୟବସ୍ଥା ହେଉଛି କଟକ ବଡ଼ ଡାକ୍ତରଖାନାର। ଅଲଟ୍ରାସାଉଣ୍ଡ କିମ୍ବା ଏକ୍ସ-ରେ ପାଇଁ ଅାସୁଥିବା ଗୁରୁତର ରୋଗୀଙ୍କ ପାଇଁ ଏମିତି ବ୍ୟବସ୍ଥା କରିଛନ୍ତି ମେଡିକାଲ୍ […]

  • Friday, 16 July 2021
representational image
କେନ୍ଦ୍ରାପଡ଼ା ଡଙ୍ଗା ବୁଡ଼ି ଘଟଣା: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି, ଏବେବି ଜଣେ ନିଖୋଜ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ବେଳେ ପାଣି ଭିତରରୁ ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଓ ୨ ଜଣ ମହିଳା ଅଛନ୍ତି। ଆଉ ଜଣେ ୬ ବର୍ଷର ନାବାଳିକା ନିଖୋଜ ଥିବା ଜଣାପଡ଼ିଛି। ବାକି ୪୫ ଜଣ ସୁରକ୍ଷିତ ଅଛନ୍ତି। ଡଙ୍ଗାରେ ପାଖାପାଖି ୫୫ ଜଣ ଥିଲେ ବୋଲି ସୂଚନା ମିଳିଛି। ଗତକାଲି ରାତି ୩ଟା ଯାଏ ଉଦ୍ଧାରକାର୍ଯ୍ୟ ଚାଲିଥିଲା। ମୃତକମାନେ ଜଗତସିଂହପୁର […]

  • Friday, 16 July 2021
JAGA
ଜଗା-କାଳିଅାଙ୍କ ଚିକିତ୍ସାକୁ ପୂରିଲା ବର୍ଷେ

ଭୁବନେଶ୍ୱର : ଦିଲ୍ଲୀ ଏମ୍‌ସରେ କନ୍ଧମାଳର ଜଗା-କାଳିଅାଙ୍କ ଚିକିତ୍ସାକୁ ପୂରିଲା ବର୍ଷେ। ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ଏବେ ଦୁଇ ଭାଇ ନୂଅା ଦୁନିଅା ଦେଖୁଛନ୍ତି। ଜଗାର ସ୍ୱାସ୍ଥ୍ୟରେ ଅାଶାନୁରୂପ ଉନ୍ନତି ଅାସିଛି ଓ ସେ ସାଧାରଣ ପିଲାଙ୍କ ଭଳି ଖେଳକୁଦ ସହ ପାଠ ପଢ଼ିପାରିବ ବୋଲି କହିଛନ୍ତି ଡାକ୍ତର। ତେବେ ଜଗା ଭଳି କାଳିଅାର ସ୍ୱାସ୍ଥ୍ୟାବସ୍ଥାରେ ସେତେଟା ଉନ୍ନତି ଅାସିନାହିଁ। କନ୍ଧମାଳ ମିଲୁପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଅାଙ୍କ ସମ୍ପର୍କରେ ଗତ ବର୍ଷ ଜୁନ୍ ୨୮ରେ […]

  • Friday, 16 July 2021
bjd-up
ପ୍ରତିହିଂସାକୁ ଅସ୍ତ୍ର କରିଛନ୍ତି କି ନବୀନ ସରକାର ?

ଭୁବନେଶ୍ୱର : ବିଭିନ୍ନ ପ୍ରସଙ୍ଗରେ ଅଠାକାଠିରେ ଫସିଥିବା ନବୀନ ସରକାର ଓ ବିଜେଡି ପ୍ରତିହିଂସା ପରାୟଣର ଷ୍ଟ୍ରାଟେଜି ଅାପଣାଇଛି କି? ଗତ କିଛି ଦିନର ଘଟଣାକ୍ରମକୁ ନେଇ ଏଭଳି ଚର୍ଚ୍ଚା ଲାଗି ରହିଛି। ବାରିପଦାରେ ଦାମଙ୍କ ସଭା ଭଣ୍ଡୁର ପାଇଁ ଉଦ୍ୟମ। ତାଳଚେରରେ ବୈଜୟନ୍ତଙ୍କ ବିରୋଧରେ ହଲ୍ଲାବୋଲ୍ । ଅାଳିରେ ଖାରବେଳଙ୍କୁ ଅାକ୍ରମଣ । ସପ୍ତାହେ ଭିତରେ ଘଟିଯାଇଥିବା ଏସବୁ ଘଟଣା ପରେ ଚର୍ଚ୍ଚା ହେଉଛି, ବିଜେଡି ଓ ସରକାରଙ୍କ ବିରୋଧରେ ମୁହଁ ଖୋଲୁଥିବା ନେତାଙ୍କ ମୁହଁ […]

  • Friday, 16 July 2021
m1
ଅଚାନକ ନବୀନ ନିବାସ ନିକଟରେ ପହଞ୍ଚିଲେ ବିଜେପି ମହିଳା ମୋର୍ଚ୍ଚା କର୍ମୀ

ଭୁବନେଶ୍ୱର: ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମନ୍ତ୍ରୀ ମହାରଥୀଙ୍କ ବିବାଦୀୟ ବିବୃତି ପ୍ରସଙ୍ଗରେ ଗତ ୩ ଦିନ ଧରି ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନ ଚଳାଇଛି। ଆଜି ମହିଳା ମୋର୍ଚ୍ଚାର କର୍ମୀମାନେ ଆନ୍ଦୋଳନ କରୁଥିବା ବେଳେ ଅଚାନକ ନବୀନ ନିବାସ ନିକଟରେ ପହଞ୍ଚିଥିଲେ। ତେବେ ନବୀନ ନିବାସରୁ ମାତ୍ର ୩୦ ଫୁଟ୍ ଦୂରରେ ପୁଲିସ୍‌ ମହିଳା କର୍ମୀଙ୍କୁ ଅଟକାଇଥିଲା। ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବିରେ ପୋଷ୍ଟର ଲଗାଇବାକୁ ଯାଉଥିବା ବେଳେ ପୁଲିସ୍‌ ଅଟକାଇଥିଲା। ଆନ୍ଦୋଳନରେ ସାମିଲ […]

  • Friday, 16 July 2021
dama-dama
ବିଧାୟକ ଦାମୋଦର ରାଉତଙ୍କୁ ଅଣ୍ଡାମାଡ଼

ନିଆଳି : ବିଧାୟକ ଦାମୋଦର ରାଉତଙ୍କୁ ଅଣ୍ଡାମାଡ଼ । କଟକ ନିଅାଳି ହାଇସ୍କୁଲ ପଡ଼ିଆରେ ଦୁର୍ନୀତି ବିରୋଧୀ ସମାବେଶ କରୁଥିବା ବେଳେ ଦାମଙ୍କ ସଭାମଞ୍ଚ ଉପରକୁ ଅଣ୍ଡା ମାଡ଼ ହୋଇଛି । କାହା ଦେହରେ ବାଜି ନଥିଲେ ବି ଅଣ୍ଡା ମଞ୍ଚରେ ପଡ଼ିଥିଲା। ହାଇସ୍କୁଲ ପଡ଼ିଆ ପାଚେରୀ ବାହାରୁ ଅଣ୍ଡାମାଡ଼ କରି ଅନ୍ଧାରରେ ଦୌଡ଼ି ପଳାଇଥିଲେ ଦୁର୍ବୃତ୍ତ। ଅଣ୍ଡାମାଡ଼ ପୂର୍ବରୁ ଅଙ୍ଗନବାଡ଼ି କର୍ମୀ ଦାମଙ୍କ ବିରୋଧରେ ନାରାବାଜି କରିଥିଲେ । ଦାମଙ୍କ ସଭାମଞ୍ଚ ଅାଗରେ ଅଙ୍ଗନବାଡ଼ି କର୍ମୀ […]

  • Friday, 16 July 2021
modi
ମୋଦି ପୁରୀରୁ ନିର୍ବାଚନ ଲଢ଼ିବା ୯୦ ପ୍ରତିଶତ ସମ୍ଭାବନା : ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ପୁରୀ ନିର୍ବାଚନ ମଣ୍ଡଳୀରୁ ମୋଦି ଲଢ଼ିବା ୯୦ ପ୍ରତିଶତ ସମ୍ଭାବନା ରହିଛି। ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସ୍‌ରେ ଏବେ ଓଡ଼ିଶା ରହିଛି ଏବଂ ସେ ପୁରୀକୁ ଭଲ ପାଆନ୍ତି। ଗତ ଥର ସେ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ବାରଣାସୀରୁ ଲଢ଼ି ବିଜୟୀ ହୋଇଥିଲେ। ତେଣୁ ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀକ୍ଷେତ୍ର ପୁରୀରୁ ମୋଦି ଲଢ଼ି ପାରନ୍ତି ବୋଲି ସେ […]

  • Friday, 16 July 2021
titilagarh-up12
କୁଖ୍ୟାତ ଅପରାଧୀ ଘରେ ପୁଲିସର ଚଢ଼ଉ

ଟିଟିଲାଗଡ଼ : ଟିଟିଲାଗଡ଼ର କୁଖ୍ୟାତ ଅପରାଧୀ ଲୋକନାଥ କୁମ୍ଭାର ଘରେ ପୁଲିସ ଚଢ଼ଉ କରିଛି। ହାଇସ୍କୁଲପଡ଼ାରେ ଥିବା ଲୋକନାଥର ଘରେ ଚଢ଼ଉ କରି ୩୭ ଲକ୍ଷ ୩୨ ହଜାର ୧୭୦ ଟଙ୍କାର ସହ ବହୁ ମୂଲ୍ୟର ଅଳଙ୍କାର ଜବତ କରିଛି ପୁଲିସ। ତେବେ ଚଢ଼ଉ ପୂର୍ବରୁ ଲୋକନାଥ ଫେରାର ହୋଇଯାଇଛି। ଲୋକନାଥ ନାଁରେ ଜିଲ୍ଲା ଓ ଜିଲ୍ଲା ବାହାରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି। ଗତକାଲି ଏକ ୱାରେଣ୍ଟ ଅାଧାରରେ ପୁଲିସ ଚଢ଼ଉ କରିଥିଲା।

  • Friday, 16 July 2021
arjun tripathy
ମନ୍ତ୍ରୀ ଓ ସାଂସଦଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ପ୍ରସଙ୍ଗ : ଘଟଣାକୁ ନିନ୍ଦାକଲା ନବରଙ୍ଗପୁର ଜିଲ୍ଲା ବିଜେଡ଼ି

ନବରଙ୍ଗପୁର : ମନ୍ତ୍ରୀ ରମେଶ ମାଝୀ ଓ ସାଂସଦ ବଳଭଦ୍ର ମାଝୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ ଘଟଣାକୁ ନିନ୍ଦା କରିଛି ନବରଙ୍ଗପୁର ଜିଲ୍ଲା ବିଜେଡି। ଏକ ସମ୍ବାଦିକ ସମ୍ମିଳନୀ କରି ଘଟଣାକୁ ନିନ୍ଦା କରିଛନ୍ତି ଜିଲ୍ଲା ବିଜେଡି ସଭାପତି ଅର୍ଜୁନ ତ୍ରିପାଠୀ।  ଅାମ ଗାଁ ଅାମ ବିକାଶ ଯୋଜନାରେ ଏକ କମ୍ୟୁନିଟି ସେଣ୍ଟର ଉଦ୍‌ଘାଟନ ପାଇଁ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ମାଝୀ ଓ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଉମରକୋଟ ବ୍ଲକ୍ ମୁଣ୍ଡିଗୁଡା […]

  • Friday, 16 July 2021
anganwadi-worker-up
ଅଙ୍ଗନବାଡ଼ି କର୍ମୀଙ୍କ ଜରିଅାରେ ଦାମଙ୍କୁ ବିରୋଧ ପ୍ରଦର୍ଶନ

ନିଅାଳି : ମୟୂରଭଞ୍ଜ ପରେ ନିଅାଳିରେ ଦାମଙ୍କୁ ବିରୋଧ। ଅଙ୍ଗନବାଡ଼ି କର୍ମୀ ଦାମଙ୍କୁ ବିରୋଧ ପ୍ରଦର୍ଶନ କରିଛନ୍ତି । ଦାମଙ୍କ ସଭାମଞ୍ଚ ଅାଗରେ ଅଙ୍ଗନବାଡ଼ି କର୍ମୀ ହାତରେ ଦାମ ବିରୋଧୀ ପ୍ଲାକାର୍ଡ ଧରି ରାଲି କରିଛନ୍ତି।  ନିଅାଳି ହାଇସ୍କୁଲ ପଡ଼ିଆରେ ଦୁର୍ନୀତି ବିରୋଧୀ ସମାବେଶ କରୁଥିବା ବେଳେ ଦାମୋଦର ରାଉତଙ୍କୁ ଏଭଳି ବିରୋଧ ପ୍ରଦର୍ଶନ କରାଯାଇଥିଲା।

  • Friday, 16 July 2021
cbi
ସିବିଅାଇର ଦୁଇ ଜଣିଅା ଟିମ୍ ସୁନାବେଡ଼ାରେ ଆରମ୍ଭ କଲେ ଖୋଳତାଡ଼

କୋରାପୁଟ : ସୁନାବେଡା ହାଲ୍‌ର ଫାଇନାନ୍ସ ମ୍ୟାନେଜରଙ୍କ ଏକ ଲକ୍ଷ ୬୭ ହଜାର ଟଙ୍କା ଏବଂ କାଗଜପତ୍ର ଜାଳିବା ମାମଲାରେ ଅାରମ୍ଭ ହୋଇଛି ସିବିଅାଇ ତଦନ୍ତ । ଗତକାଲିଠୁ ସିବିଅାଇର ଦୁଇ ଜଣିଅା ଟିମ୍ ସୁନାବେଡ଼ାରେ ପହଞ୍ଚି ଖୋଲତାଡ଼ ଅାରମ୍ଭ କରିଛି। ଅାଜି ତଦନ୍ତକାରୀ ସଂସ୍ଥା ହାଲ୍ ଯାଇ ତନାଘନା ଜାରି ରଖିଛି। ଏନେଇ କୋରାପୁଟ୍ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଅାଲୋଚନା କରିଛି ସିବିଅାଇ ଟିମ୍। ମାମଲାରେ ହିନ୍ଦୁସ୍ତାନ୍ ଏରୋନେଟିକ୍ସ ଲିମିଟେଡ-ହାଲ୍‌ର ୪ ଜଣ ଠିକାଦାରଙ୍କୁ ଗିରଫ କରାଯାଇଛି। […]

  • Friday, 16 July 2021
egg attack
ମନ୍ତ୍ରୀ ରମେଶ ମାଝୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ ଅଭିଯୋଗ

ଉମରକୋଟ : ମନ୍ତ୍ରୀ ରମେଶ ମାଝୀ ଓ ସାଂସଦ ବଳଭଦ୍ର ମାଝୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ ଅଭିଯୋଗ। ‘ଅାମ ଗାଁ ଅାମ ବିକାଶ’ ଯୋଜନାରେ ଏକ କମ୍ୟୁନିଟି ସେଣ୍ଟର ଉଦଘାଟନ ପାଇଁ ଅନୁସୂଚନିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ମାଝୀ ଓ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଉମରକୋଟ ବ୍ଲକ୍ ମୁଣ୍ଡିଗୁଡା ଗାଁକୁ ଯାଉଥିଲେ। ତେବେ ଗାଁରେ ପଶିବା ପୂର୍ବରୁ ଉଭୟ ମନ୍ତ୍ରୀ ଓ ସାଂସଦଙ୍କ ଗାଡ଼ିକୁ ଲକ୍ଷ୍ୟ କରି କିଛି କଂଗ୍ରେସ କର୍ମୀ ଅଣ୍ଡା […]

  • Friday, 16 July 2021
3
ମାଲକାନଗିରି ଜିଲ୍ଲାରେ ଲାଗି ରହିଛି ମଣ୍ଡି ସମସ୍ୟା

ମାଲକାନଗିରି : ଦୀର୍ଘ ଦିନର ପରିଶ୍ରମ ପରେ ଅମଳ ହୋଇଥିବା ଫସଲ ଖୋଲା ଆକାଶ ତଳେ ପଡ଼ି ରହିଛି। ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଅଞ୍ଚଳରେ ଥିବା ମଣ୍ଡିରେ ଶହ ଶହ ବସ୍ତା ଧାନ ପଡ଼ି ରହିଛି। ୨ ସପ୍ତାହରୁ ଅଧିକ ହେବ ଧାନ ମଣ୍ଡିରୁ ଉଠୁନାହିଁ। ଫଳରେ ଚାଷୀମାନେ ମଣ୍ଡିରେ ରହି ନିଜ ନିଜ ଧାନକୁ ଜଗିଛନ୍ତି। ପଦ୍ମଗିରି ଛକରେ ମଣ୍ଡିରୁ ଧାନ ଉଠୁ ନ ଥିବା ପ୍ରତିବାଦରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟରେ […]

  • Friday, 16 July 2021