Advertisment

ଆଜି ହେରାପଞ୍ଚମୀ; ରାଗରେ ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ରଥଯାତ୍ରା ପରମ୍ପରାର ଏହା ଏକ ଅଂଶ। ଭାଇଭଉଣୀଙ୍କୁ ଧରି ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ଚାଲି ଆସିଲେ ବୋଲି ରାଗିଛନ୍ତି ମହାଲକ୍ଷ୍ମୀ। ସାଧାରଣ ସ୍ତ୍ରୀଙ୍କ ପରି ରାଗରେ ଗରଗର ହୋଇ ଆସି ଭାଙ୍ଗି ଦେବେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ...

author-image
Minati Mishra
ଅଦ୍ୟତନ ହୋଇଛି
ଆଜି ହେରାପଞ୍ଚମୀ; ରାଗରେ ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

Rathayatra Rituals

ପୁରୀ: ଶ୍ରୀକ୍ଷେତ୍ରରେ ଆଜି ପାଳିତ ହେବ ହେରା ପଞ୍ଚମୀ । ରଥଯାତ୍ରାରେ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ଆଣିନଥିବାରୁ ଅଭିମାନିନୀ ମହାଲକ୍ଷ୍ମୀ, ଗୁଣ୍ଡିଚା ମନ୍ଦିରକୁ ଆସିବେ। ସେହି ସମୟରେ ଚତୁର୍ଦ୍ଧାମୂରତିଙ୍କ ସଂଧ୍ୟା ଧୂପ ଟେରା ପଡ଼ିଥିବ।  ମହାଲକ୍ଷ୍ମୀଙ୍କ ନୀତିକାନ୍ତି ନନ୍ଦିଘୋଷ ରଥ ନିକଟରେ ବିଦ୍ୟାପତି ସେବାୟତଙ୍କ ଦ୍ୱାରା କରାଯାଇଥିଲା।  ସିଂହଦ୍ୱାର ଦେଇ ମହାଲକ୍ଷ୍ମୀଙ୍କ ବିମାନ ଜୟ ବିଜୟ ଦ୍ୱାରରେ ପହଞ୍ଚିଲା ପରେ ମହାଲକ୍ଷ୍ମୀ ଓ ମହାପ୍ରଭୁଙ୍କ ଅପୂର୍ବ ମିଳିବ ଘଟିବ । ଏହା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପ୍ରଦାନ କରାଯିବା ପରେ ପରେ ମହାଲକ୍ଷ୍ମୀ ନାକଚଣା ଦୁଆର ବାଟେ ପ୍ରସ୍ଥାନ କରିଥାନ୍ତି ।

Advertisment

ହେରାଗୋହରୀ ସାହି ଦେଇ ସେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ମହାଲକ୍ଷ୍ମୀ । ଏହି ସମୟରେ ସେ ମହାପ୍ରଭୁଙ୍କ ଉପରେ ରାଗ ଜର୍ଜ୍ଜରିତ ହୋଇ ନନ୍ଦିଘୋଷ ରଥର ହଂସପଟାର କିଛି ଅଂଶ ଭାଙ୍ଗି ଦେଇଥାନ୍ତି । ଏହା ପରେ ଶ୍ରୀମନ୍ଦିରକୁ ବାହୁଡ଼ି ଯିବାକୁ ଶ୍ରୀଜିଉ ନିଷ୍ପତ୍ତି ନେବେ। ତା ପରେ ବାହୁଡ଼ା ଯାତ୍ରାର ପ୍ରସ୍ତୁତି ହେବ ଏବଂ ତିନି ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା ଆରମ୍ଭ ହେବ।

ସୂଚନାଥାଉ କି,  କୋଭିଡ କଟକଣାକୁ ଦୃଷ୍ଟିରୁ ରଖି ଗତବର୍ଷ ପରି ଏଥର ରଥଯାତ୍ରା ମଧ୍ୟ ବିନା ଭକ୍ତରେ ପାଳିତ ହୋଇଛି। ଏପରିକି ଶ୍ରୀଜିଉ ଗୁଣ୍ଡିଚା ମନ୍ଦିରରେ ଥିଲେ ହେଁ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି। ଏପରକି ବଡଦାଣ୍ଡରେ ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପଟେ ଏବଂ ଭୋଳାନାଥ ବିଦ୍ୟାପୀଠ-ଖାକି ମଠ ନୂଆ ସାହି ଛକରୁ ଗୁଣ୍ଡିଚା ମନ୍ଦିର ଯାଏ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ।  ଏହି ଅଞ୍ଚଳରେ ଭକ୍ତ ତଥା ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଲଗାଯାଇଛି । ଏହି ସବୁ ଅଞ୍ଚଳରେ ବିନା ଅନୁମତିରେ କୌଣସି ଗାଡ଼ି ଚଳାଚଳ ମଧ୍ୟ କରି ପାରିବ ନାହିଁ  । ସାଧାରଣ ଲୋକ ମଧ୍ୟ ଯା ଆସ କରିପାରିବେ ନାହିଁ କି ସମବେତ ହୋଇପାରିବେ ନାହିଁ  । ଏହି କଟକଣା ୧୯ ତାରିଖ ସଂଧ୍ୟା ୮ଟା ଯାଏ ଜାରି ରହିବ  ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। 

Advertisment

ଅନପକ୍ଷେ ବାହୁଡାଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି  । ପ୍ରଶାସନିକ ନିଷ୍ପତ୍ତି ଅନୁସାରେ ନବଦିନାତ୍ମକ ଯାତ୍ରାରେ ନିୟୋଜିତ ହେବାକୁ ଥିବା ସେବାୟତ, ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ, ଜିଲ୍ଲା ପ୍ରଶାସନ କର୍ମଚାରୀ, ପୋଲିସ କର୍ମଚାରୀ, ଅନ୍ୟାନ୍ୟ ଅଧିକାରୀଙ୍କ ସହ ଗଣମାଧ୍ୟମ ପ୍ରତିନିଧିଙ୍କର ଆଜିଠାରୁ RTPCR ଟେଷ୍ଟ ଆରମ୍ଭ ହେବ । ଆସନ୍ତା ୨୦ ତାରିଖରେ ବାହୁଡାଯାତ୍ରା । ତେଣୁ ଆଜିଠାରୁ ଟେଷ୍ଟ ଆରମ୍ଭ ହୋଇ ୧୮ତାରିଖ ପର୍ଯ୍ୟନ୍ତ ଚାଲିବ । ଉତ୍କଳ ହିନ୍ଦୀ ବିଦ୍ୟାପୀଠର ସଦଭାବନା ଗୃହରେ ଏହି କୋଭିଡ୍ ଟେଷ୍ଟ କରାଯିବ।

Puri Ratha Yatra 2021
Advertisment
Advertisment