• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆପଣ କେବେ ଭାବିଛନ୍ତି.. ଗୋଟେ ଆପାର୍ଟମେଣ୍ଟରେ କେତେ ଲୋକ ରହିପାରିବେ । ବିଶ୍ୱର ସର୍ବବୃହତ ଆପାର୍ଟମେଣ୍ଟ କେଉଁଠାରେ ରହିଛି .. ସେଠାରେ କେତେ ଲୋକ ବାସ କରୁଥିବେ । ଆମେ ଆପଣଙ୍କୁ ଏମିତି ଏକ ଆପାର୍ଟମେଣ୍ଟ କଥା କହିବୁ ଯେଉଁଥିରେ ଦୁଇ-ଚାରିଟା ପଞ୍ଚାୟତର ଲୋକେ ରହିପାରିବେ । କଥାଟି ବିଶ୍ୱାସ ନହେଲେ ମଧ୍ୟ ସତ ।

ଚୀନରେ ଏମିତି ଏକ ଆପାର୍ଟମେଣ୍ଟ ରହିଛି, ଯେଉଁଥିରେ ୨୦ ହଜାରରୁ ଅଧିକ ଲୋକେ ରୁହନ୍ତି । ଏହାକୁ ନେଇ ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି । ଚୀନର କିଆନଜିଆଙ୍ଗ ସେଞ୍ଚୁରୀ ସହରରେ ଅବସ୍ଥିତ ଏହି ଆପାର୍ଟମେଣ୍ଟ । ଏହି ୬୭୫ ଫୁଟ ଉଚ୍ଚତା ବିଶିଷ୍ଟ ଏହି ସ୍ଥାପତ୍ୟର ଚମତ୍କାରତା ଦେଖିଲେ ଯେକେହି ବି ପ୍ରଶଂସା କରିବ। 

S ଆକୃତିର ଏହି ଆପାର୍ଟମେଣ୍ଟଟି ୧.୪୭ ନିୟୁତ ବର୍ଗ ମିଟରରେ ରହିଛି । ମୋଟ୍ ଉପରେ ଏହା ୩୯ ମହଲା ବିଶିଷ୍ଟ । ଏହି ଆପାର୍ଟମେଣ୍ଟରେ୨୦ ହଜାରରୁ ଅଧିକ ଲୋକେ ରୁହନ୍ତି । ତେବେ ଆପାର୍ଟମେଣ୍ଟର ବୈଶିଷ୍ଟ୍ୟ ଏତିକିରେ ସୀମିତ ନାହିଁ । ଜିମ୍‌, ସୁଇମିଂ ପୁଲ ସହ ଅନେକ ପ୍ରକାର ସୁବିଧା ମଧ୍ୟ ସେଠାରେ ରହିଛି ।

ଏହା ସହ ଆପାର୍ଟମେଣ୍ଟରେ ଏପରି ଅନେକ ସୁବିଧା ରହିଛି। ତେବେ ନିବାତି ଆବଶ୍ୟକ ନଥିଲେ ବାସିନ୍ଦାଙ୍କୁ ବାହାରକୁ ମଧ୍ୟ ଯିବାକୁ ପଡ଼େନାହିଁ । ଏହି ଆପାର୍ଟମେଣ୍ଟରେ କମ୍ପ୍ଲେକ୍ସ ସପିଂ ସେଣ୍ଟର, ରେଷ୍ଟୁରାଣ୍ଟ, ସ୍କୁଲ୍, ଡାକ୍ତରଖାନା ସହ ମନୋରଞ୍ଜନର ସମସ୍ତ ସୁବିଧା ରହିଛି । ଏସବୁ ବାଦ୍ ମଧ୍ୟ ଅତ୍ୟାଧୁନିକ ଫିଟନେସ୍ ସେଣ୍ଟର, ଫୁଡ୍ କୋର୍ଟ, ଇନଡୋର ସୁଇମିଂ ପୁଲ୍, ଗ୍ରୋସରୀ ଷ୍ଟୋର୍, ସାଲୋନ୍ ଓ ବଡ଼ ବଗିଚା ମଧ୍ୟ ରହିଛି ।

ଭିଡିଓଟି ସୋସିଆଲ ମିଡିଆ ସାଇଟ୍ X ରେ ପୋଷ୍ଟ ହୋଇଛି । ୨୦ ହଜାର ଲୋକ ରହୁଥିବା ସତ୍ତ୍ୱେ ଏହି ଆପାର୍ଟମେଣ୍ଟର କ୍ଷମତା ୩୦ ହଜାର ବୋଲି ଭିଡିଓରେ କୁହାଯାଇଛି । ୨୦୧୩ ରେ ଏହି ଆପାର୍ଟମେଣ୍ଟଟି ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now