• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

puri
ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ ଭକ୍ତ

ପୁରୀ: ଗତକାଲି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଦୀର୍ଘ ୧୨ ଘଣ୍ଟା ପରେ ଶ୍ରୀମନ୍ଦିର ଭିତର କବାଟ ଖୋଲିଲା ପରେ ଦର୍ଶନ ଆରମ୍ଭ ହୋଇଥିଲା। ଗତକାଲି ଦିନ ତମାମ ଉପାସ ରହିବା ପରେ ସନ୍ଧ୍ୟାରେ ମନ୍ଦିର ଦ୍ୱାର ଖୋଲିଥିଲା ଓ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା।  ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି ଓ ପହିଲି ଭୋଗ ନୀତି ପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ […]

  • Friday, 16 July 2021
bolangir
ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବଲାଙ୍ଗିର: ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ବଲାଙ୍ଗିର ସହରରେ ଉତ୍ତେଜନା ଦେଖାଦେଇଛି। ଦୁର୍ଘଟଣା ପରେ ଲୋକେ ଉତ୍ତ୍ୟକ୍ତ ହୋଇ ୨ଟି ଟ୍ରକ୍‌ରେ ନିଆଁ ଲଗାଇ ଦେଇଥିଲେ। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ବଲାଙ୍ଗିର ଶିବ ମନ୍ଦିର ଛକରେ ଗୋଟିଏ ଟ୍ରକ୍ ଗାନ୍ଧି ପଡ଼ାର ଗୋପାଳ ମିଶ୍ରଙ୍କୁ ଧକ୍କା ଦେଇଥିଲା। ଗୋପାଳ ବାଇକ୍‌ରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଦୁର୍ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖା […]

  • Friday, 16 July 2021
collector-up
ଏରସମାରେ ରାବଣପୋଡ଼ି ରାଜନୀତି

ଜଗତସିଂହପୁର  : ଜଗତସିଂହପୁର ଏରସମାରେ ଦୁଇ ବିଧାୟକ ଦାମୋଦର ରାଉତ ଏବଂ ପ୍ରଶାନ୍ତ ମୁଦୁଲିଙ୍କ ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାବେଳେ ରାବଣ ପୋଡ଼ି ହେଉଥିବା ନେଇ ସ୍ପଷ୍ଟ କରିଛନ୍ତି ଜଗତସିଂହପୁର ଏସ୍‌ପି। ଶାନ୍ତିଶୃଙ୍ଖଳାର ସହ ରାବଣପୋଡ଼ି କରିବାକୁ ପ୍ରୟାସ କରିବୁ ବୋଲି ଏସ୍‌ପି କହିଛନ୍ତି। ଅାଜି ପ୍ରଶାନ୍ତ ମୁଦୁଲିଙ୍କ ଦ୍ୱାରା ରାବଣପୋଡ଼ି କାର୍ଯ୍ୟକ୍ରମ ଅଛି। ସେପଟେ ଦାମଙ୍କୁ ରାବଣପୋଡ଼ି ଅନୁମତି ନମିଳିବା ପ୍ରତିବାଦରେ ଏରସମା ଗ୍ରାମ୍ୟ କମିଟି ପକ୍ଷରୁ ଅାଜି ବଜାର ବନ୍ଦ ଡାକରା ଦିଅାଯାଇଛି। […]

  • Friday, 16 July 2021
farmer
ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ମିଳିବ ଇନ୍‌ପୁଟ୍ ସବ୍‌ସିଡି

ଭୁବନେଶ୍ୱର : ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ମିଳିବ ଇନ୍‌ପୁଟ୍ ସବ୍‌ସିଡି। ଏଥିପାଇଁ କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳ ଓ କୃଷି ବିଭାଗକୁ SRC ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବେ । ରିପୋର୍ଟ ଅାଧାରରେ ଚାଷୀଙ୍କୁ ଇନ୍‌ପୁଟ୍ ସବ୍‌ସିଡି ଦିଅାଯିବ ବୋଲି ଯୁଗ୍ମ ରିଲିଫ୍ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର  ସୂଚନା ଦେଇଛନ୍ତି। ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩, ୫୦୦ ଟଙ୍କା ମିଳିବ । ଅଣ ଜଳସେଚିତ ଜମି ପାଇଁ […]

  • Friday, 16 July 2021
MURDER-up
ସ୍ତ୍ରୀକୁ ହତ୍ୟାକଲା ମଦୁଅା ସ୍ୱାମୀ

କେନ୍ଦୁଝର  : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ମୁକ୍ତାସାହିରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ପାରିବାରିକ କଳହରୁ ଗତ ରାତିରେ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ କହିଛି। ତେବେ ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଛି । ଅଭିଯୁକ୍ତ ଟୁକୁରା ଜୁଅାଙ୍ଗ ଗତ ରାତିରେ ମଦ ପିଇ ଘରକୁ ଅାସିଥିଲା। ମଦ ପିଇଥିବାରୁ ସ୍ତ୍ରୀ ଗୁରୁବାରୀ ଗାଳିଗୁଲଜ କରିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଟୁକୁରା ଏକ ଠେଙ୍ଗାରେ ଗୁରୁବାରୀଙ୍କୁ ପିଟିଥିଲା। ମୁଣ୍ଡରେ ଅାଘାତ ଲାଗି ତଳେ […]

  • Friday, 16 July 2021
adibasi-up12
ବଳିକୁ ନେଇ ମୁହାଁମୁହିଁ

ବଲାଙ୍ଗିର  : ବଲାଙ୍ଗିର ନିକଟସ୍ଥ ମଠଖାଇ ମନ୍ଦିରରେ ବଳିକୁ ନେଇ ଅାଦିବାସୀ ଓ ଅଣ ଅାଦିବାସୀ ଗୋଷ୍ଠୀ ମୁହାଁମୁହିଁ। ପରମ୍ପରା ଅନୁସାରେ ବଳି ଦେବା ଲାଗି ଅାଦିବାସୀ ଜିଦ୍ ଧରିଥିବା ବେଳେ ବଳିକୁ ବିରୋଧ କରୁଛନ୍ତି ଅଣ-ଅାଦିବାସୀମାନେ। ଏହାକୁ ନେଇ ସେଠାରେ ଛକାପଞ୍ଝା ଲାଗି ରହିଛି। ଅାଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ମାଜିଷ୍ଟ୍ରେଟ୍  ଓ ପୁଲିସ ମୁତୟନ କରାଯାଇଛି।

  • Friday, 16 July 2021
man cut neck--1
ବ୍ରହ୍ମପୁର ଷ୍ଟେସନରେ ବେକ କାଟି ବ୍ୟକ୍ତି ଗୁରୁତର

ବ୍ରହ୍ମପୁର  : ବ୍ରହ୍ମପୁର ରେଳ ଷ୍ଟେସନରେ ଜଣେ ବ୍ୟକ୍ତି ନିଜ ବେକକୁ ବ୍ଲେଡରେ କାଟି ଦେଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅାହତ ବ୍ୟକ୍ତିଙ୍କ ନାଁ ଟୁଙ୍ଗୁରୁ ବେହେରା। ତାଙ୍କ ଘର ଅାସ୍କା ବ୍ଲକ୍‌ ସିଦ୍ଧନୟୀ ପଞ୍ଚାୟତର ମହାରାଜ ଗାଁରେ । ଟୁଙ୍ଗୁରୁ ସୁରଟରେ ରହି ଦାଦନ ଖଟୁଥିଲେ। ସୁରଟରୁ ଫେରି ଅାଜି ସକାଳେ ବ୍ରହ୍ମପୁରରେ ପହଞ୍ଚିଥିଲେ। ପ୍ଲାଟଫର୍ମରେ ବସିବା ପରେ ନିଜ ବେକକୁ କାଟି ଦେଇଥିଲେ । ହେଲେ କଣ ପାଇଁ ନିଜ […]

  • Friday, 16 July 2021
amiya-up
ଅମୀୟ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର :  ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକଙ୍କ ପରଲୋକ । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅମୀୟଙ୍କ ଦେହାନ୍ତ ହୋଇଛି। ପରଦେଶୀ ବାବୁ, ମମତା ମାଗେ ମୂଲ, ହାକିମ ବାବୁ, ପୁଅ ମୋର କଳା ଠାକୁର ଭଳି ଅନେକ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଅମୀୟ । ଏହାସହ ଅନ୍ତର୍ଜାତୀୟ ଓ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପୁରସ୍କାର ପାଇଥିବା ଚଳଚ୍ଚିତ୍ର ‘ତୁଳସୀ ଅପା’ର ମଧ୍ୟ ପ୍ରଯୋଜନା କରିଥିଲେ । ପିସିସି ସଭାପତି […]

  • Friday, 16 July 2021
bus1
ହାଇୱାକୁ ଧକ୍କା ଦେଇ ଓଲଟିଲା ପିକ୍‌ନିକ୍‌ ବସ୍‌

ସାଲେପୁର: ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ। ସାଲେପୁର କମରପଦା ନିକଟରେ ଏକ ପିକ୍‌ନିକ୍‌ ବସ୍‌ ହାଇୱାକୁ ଧକ୍କା ଦେଇ ଓଲଟି ପଡ଼ିଛି। ଏଥିରେ ୨୦ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।  ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ସେମାନେ ଭୁବନେଶ୍ୱର ନିଳାଦ୍ରୀ ବିହାରରୁ ଜଗତସିଂହପୁରର ଶାରଳା ଓ ଗୋରେଖନାଥ ଦର୍ଶନ କରିବାକୁ ଯାଉଥିଲେ।  

  • Friday, 16 July 2021
stage-up 12
ଏରସମାରେ ଜୋର ଧରୁଛି ରାବଣପୋଡ଼ି ରାଜନୀତି

ଜଗତସିଂହପୁର : ଜଗତସିଂହପୁର ଏରସମାରେ ରାବଣ ପୋଡ଼ିକୁ ନେଇ ଜୋର ଧରିଛି ରାଜନୀତି। ବିଜେଡିରୁ ବହିଷ୍କୃତ ଦାମୋଦରଙ୍କୁ ରାବଣ ପୋଡ଼ିରେ ସାମିଲ ହେବାକୁ ଦିଅାଯାଉନଥିବା ଅଭିଯୋଗ ହୋଇଛି । ଏପରିକି  ଅାଞ୍ଚଳିକ ଯୁବ ପରିଷଦ ପଡ଼ିଆରେ ହୋଇଥିବା ରାବଣ ପୋଡ଼ି ମଞ୍ଚକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଅାଯାଇଥିବା ଅଭିଯୋଗ ହୋଇଛି। ଦାମଙ୍କ ବଦଳରେ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ରାବଣ ପୋଡ଼ି ଅାୟୋଜନର ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ । ବିଧାୟକ ପ୍ରଶାନ୍ତ ମୁଦୁଲି ରାବଣ ପୋଡ଼ି […]

  • Friday, 16 July 2021
ravan-podi-up 12
ବାଲେଶ୍ୱରରେ ନବମୀରେ ହୋଇଥାଏ ରାବଣ ପୋଡ଼ି

ବାଲେଶ୍ୱର  : ରାଜ୍ୟର କିଛି ସ୍ଥାନରେ ଗତକାଲି ଧୂମ୍‌ଧାମରେ ପାଳନ ହୋଇଛି ରାବଣ ପୋଡି ଉତ୍ସବ। ବାଲେଶ୍ୱର ଅାଇଟିଅାଇ ପଡ଼ିଆରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଛି। ସବୁଠି ବିଜୟା ଦଶମୀରେ ରାବଣ ପୋଡ଼ି ଅନୁଷ୍ଠିତ ହେଉଥିବା ବେଳେ ବାଲେଶ୍ୱରରେ ଦଶହରାରେ ବାଡ଼ି ଖେଳ ହେଉଥିବାରୁ ନବମୀରେ ରାବଣ ପୋଡ଼ି ହୋଇଥାଏ। ନବମୀ ପୂଜା ସହ ଲୋକେ ରାବଣ ପୋଡ଼ି ଦେଖି ଖୁବ ମଜା ଉଠାଇଥିଲେ। ମହୋତ୍ସବ କମିଟି ଓ ଜିଲ୍ଲା ପ୍ରଶାସନ ସହଯୋଗରେ ରାବଣ ପୋଡ଼ି […]

  • Friday, 16 July 2021
gun-attack
ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ କର୍ମଚାରୀଙ୍କୁ ଗୁଳିକରି ହତ୍ୟା

ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ। ୧ ନମ୍ବର ସେକ୍ଟରରେ ଜଣେ ଆର୍‌ଏସ୍‌ପି କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ଘର ଭିତରେ ପଶି ତାଙ୍କୁ ୪ଜଣ ଦୁର୍ବୃତ୍ତ ଗୁଳି କରି ଫେରାର ହୋଇଯାଇଥିବା ସୂଚନା ମିଳିଛି। ମୃତ ଆରଏସ୍‌ପି କର୍ମଚାରୀଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁଳିକାଣ୍ଡର କାରଣ ଜାଣିବା ସହ ଅପରାଧୀଙ୍କୁ ଧରିବାକୁ ପୁଲିସ୍‌ ଛାନ୍‌ଭିନ୍ ଜାରି […]

  • Friday, 16 July 2021
wife
ମହିଳାଙ୍କୁ ପୋଡ଼ି ମାରି ଦେଇଥିବା ଅଭିଯୋଗ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କରଦାଙ୍ଗି ଘୋଡ଼ାବେଡ଼ା ସାହିରେ ଜଣେ ମହିଳାଙ୍କୁ କିରାସିନ ଢାଳି ପୋଡ଼ି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଟୁନା ମହାନ୍ତଙ୍କ ସ୍ତ୍ରୀ ସବିତା ମହାନ୍ତ। ଟୁନା ଆଉ ଜଣେ ଝିଅକୁ ଭଲ ପାଉଛି ବୋଲି ସବିତାଙ୍କ ବାପା ଲମ୍ବୋଦର ମହାନ୍ତ ଅଭିଯୋଗ କରିଛନ୍ତି। ଏହି କାରଣରୁ ସବିତାଙ୍କୁ ଶ୍ୱଶୁର ଘର ଲୋକେ ପୋଡ଼ି ମାରି ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସବିତା ନିଜ ଦେହରେ କିରାସିନ […]

  • Friday, 16 July 2021
puri
ଫିଟିନି ଶ୍ରୀମନ୍ଦିର ବଡ଼ଦେଉଳର ଦ୍ୱାର

ପୁରୀ: ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ବଡ଼ଦେଉଳର ଦ୍ୱାର ଖୋଲିନାହିଁ। ତେଣୁ ଶ୍ରୀଜିଉଙ୍କ ମଙ୍ଗଳ ଆଳତି କିମ୍ବା କୌଣସି ନୀତିକାନ୍ତି ମଧ୍ୟ ଆରମ୍ଭ ହୋଇନାହିଁ। ଏଥିଯୋଗୁଁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲୁଥିବାରୁ ଏବେ ଶୀକ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି। କାଲି ପୁଲିସ୍‌-ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପୁଲିସ୍‌ ମାଡ଼ରେ ସେବାୟତ ଆହତ ହେବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ବିବାଦ ଦେଖାଦେଇଛି।

  • Friday, 16 July 2021
bolangir1
ଜଣଙ୍କ ଛୁଆକୁ ଆଉ ଜଣଙ୍କୁ ଦେଇଦେଲେ କର୍ମଚାରୀ

ବଲାଙ୍ଗିର: ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ରେ ଏକ ସାଂଘାତିକ ଭୁଲ୍ ସାମ୍ନାକୁ ଆସିଛି। ଗୋଟିଏ ନବଜାତ ଶିଶୁ ଅସୁସ୍ଥ ହେବା ପରେ ତାକୁ ବୁର୍ଲା ପଠା ଯାଇଥିଲା। ତେବେ ତା’ ବାପାଙ୍କ ବଦଳରେ ଆଉ ଏକ ଶିଶୁର ବାପାଙ୍କୁ ତାକୁ ହସ୍ତାନ୍ତର କରାଯାଇଥିଲା। ଏହି ଭୁଲ୍‌କୁ ହସ୍ପିଟାଲ୍ କର୍ତ୍ତୃପକ୍ଷ ସ୍ୱୀକାର କରିଥିବା ବେଳେ ଶିଶୁଟିର ମୃତ୍ୟୁ ହୋଇଯିବାରୁ ଅବହେଳା ଅଭିଯୋଗ କରି ତାଙ୍କ ବାପା ଥାନାରେ ଏକ ଏତଲା ଦେଇଛନ୍ତି। ଗତ ୨୫ ତାରିଖରେ […]

  • Friday, 16 July 2021
bear
କୂଅରେ ଗଳି ପଡ଼ିଲେ ୬ଟି ଜଙ୍ଗଲି ବାର୍‌ହା

ସୁବର୍ଣ୍ଣପୁର  : ସୁବର୍ଣ୍ଣପୁର ଜିଲ୍ଲା ଖଲିଅାପାଲି ଗାଁ ପାଖରେ କୂଅରେ ଗଳିପଡ଼ିଲେ ୬ଟି ଜଙ୍ଗଲି ବାର୍‌ହା। ଫସଲ ଖାଇବା ଲାଗି ଅାସି କୂଅରେ ପଡ଼ିଯାଇଥିବା ଅନୁମାନ କରାଯାଉଛି। ମୁରଗାବାରି ଜଙ୍ଗଲରୁ ଏହି ବାର୍‌ହା ପଲ ଅାସିଥିଲେ। ଗାଁ ଲୋକଙ୍କ ଠାରୁ ଖବର ପାଇ ବନ କର୍ମଚାରୀ ପହଞ୍ଚଛନ୍ତି। ଲୋକଙ୍କ ସହାୟତାରେ ବାର୍‌ହା ଗୁଡ଼ିକୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରହିଛି। ଗାଁ ମୁଣ୍ଡରେ ଥିବା ପରିତ୍ୟକ୍ତ କୂଅରେ ବାଡ଼ା ନଥିବାରୁ ଏଭଳି ଘଟଣା ଘଟିଥିବା କୁହାଯାଇଛି।

  • Friday, 16 July 2021
mu-UP
ଝିଅର ଶବ କାନ୍ଧରେ ବୋହିବା ଘଟଣା

ଗଜପତି : ଗଜପତି ଜିଲ୍ଲା ଲକ୍ଷ୍ମୀପୁର ପଞ୍ଚାୟତରେ ଝିଅର ଶବ କାନ୍ଧରେ ବୋହିବା ଘଟଣା । ସହାୟତା ରାଶି ପାଇଁ ବାପା ମୁକୁନ୍ଦ ଦୋରା ନିଜେ ପୋତିଥିବା ଶବକୁ ବାହାର କରିଥିବା କହିଛନ୍ତି ଗଜପତି ଏସ୍‌ପି ଅମୂଲ୍ୟ ଦାସ। ଝିଅର ଶବକୁ ବାପା ପୋତିଦେଇଥିଲା ।ଯେତେବେଳେ ସହାୟତା ରାଶି ପାଇଁ ଅାସିଲା, ପୋଷ୍ଟ ମର୍ଟମ ଜରୁରୀ ବୋଲି କୁହାଯାଇଥିଲା ।ତେଣୁ ସେ ନିଜେ ଶବକୁ ପୋତିଥିବା ସ୍ଥାନରୁ ବାହାର କରି ଶବ ବ୍ୟବଛେଦ ପାଇଁ ଅାଣିଥିବା କହିଛନ୍ତି […]

  • Friday, 16 July 2021
accident-up
କେନ୍ଦୁଝର ଜିଲ୍ଲାର ୨ଟି ସ୍ଥାନରେ ଦୁର୍ଘଟଣା

କେନ୍ଦୁଝର  : କେନ୍ଦୁଝର ଜିଲ୍ଲାର ୨ଟି ଜାଗାରେ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି। ସଦର ଥାନା ଜଡ଼ି ଚାତର ଗାଁ ପାଖରେ ୨୦ ନମ୍ବର ଜାତୀୟ ରାଜପଥ ଉପରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଶଙ୍କିରି ଗାଁର ୨ ଜଣଙ୍କର ମୃତ୍ୟୁ ହୋଇଛି। ଦୁହେଁ ବାଇକ୍‌ରେ ଘରକୁ ଫେରିବାବେଳେ ଦୁର୍ଘଟଣା ହୋଇଥିଲା। ସେହିପରି ଅଞ୍ଜ ପାଖରେ ଟ୍ରଲର ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।

  • Friday, 16 July 2021
v1
ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

ବାଲେଶ୍ୱର: ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ। ବାଲିଆପାଳ ପଞ୍ଚୁପାଲି ହାଇସ୍କୁଲର ପ୍ରଧାନଶିକ୍ଷକ ମନୋରଞ୍ଜନ ବାରିକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ୬ଟି ସ୍ଥାନରେ ଚଢ଼ାଉ କରାଯାଉଛି। ମନୋରଞ୍ଜନଙ୍କ ବାସଭବନ ସହ ଶେରଗଡ଼ ସ୍ଥିତ ଶ୍ୱଶୁର ଘର, ବାଲିଆପାଳର ପଞ୍ଚୁପାଲି, ଅଙ୍ଗାରଗଢ଼ିଆ, ମଣ୍ଡଗାଁରେ ଚଢ଼ାଉ ଚାଲିଛି। ବାଲେଶ୍ୱର ଭିଜିଲାନ୍ସର ୧୬ଜଣିଆ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି।

  • Friday, 16 July 2021
train-up
ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

ବ୍ରହ୍ମପୁର  : ବ୍ରହ୍ମପୁର ଓ ଗୋଳନ୍ଥରା ମଧ୍ୟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ ହୋଇଛି। ଖୋର୍ଦ୍ଧା ରୋଡ଼ରୁ ବିଶାଖାପାଟଣା ଯାଉଥିବା ମାଲବାହୀ ଟ୍ରେନର ୨ଟି ବଗି ଲାଇନଚ୍ୟୁତ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ଘଟଣାସ୍ଥଳରେ ରେଳବାଇ କର୍ମଚାରୀ ପହଞ୍ଚି ବଗିଗୁଡ଼ିକୁ ଟ୍ରାକ୍‌କୁ ଅାଣିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ଲାଇନଚ୍ୟୁତ ଯୋଗୁଁ ଅପ୍ ଲାଇନ୍‌ରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ପାଖ ଷ୍ଟେସନରେ ଅଟକି ରହିଥିବା ଅନ୍ୟ ଟ୍ରେନଗୁଡ଼ିକୁ ଡାଉନ ଲାଇନରେ ଚଲାଇବାକୁ ପଦକ୍ଷେପ ନିଅାଯାଇଛି। […]

  • Friday, 16 July 2021
2
ବରଗଡ଼ ଧନୁଯାତ୍ରା ପାଇଁ ଜୋରଦାର୍‌ ପ୍ରସ୍ତୁତି

ବରଗଡ଼: ପାଖେଇ ଆସିଲାଣି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଉ ଦିନ କେଇଟା ପରେ ଧନୁଯାତ୍ରାକୁ ନେଇ ବରଗଡ଼ରେ ଲୋକଙ୍କ ଭିଡ଼ ଜମିବ। ଅନ୍ୟପଟେ, ଧନୁଯାତ୍ରା ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଧନୁଯାତ୍ରାରେ ବରଗଡ଼ ସହର ପାଲଟିବ ମଥୁରାନଗରୀ। ଏଥିପାଇଁ ଜୋର୍‌ସୋର୍‌ରେ ସଜବାଜ ଚାଲିଛି। ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ସମସ୍ତେ ଲାଗିପଡ଼ିଛନ୍ତି। ବରଗଡ଼ କଲ୍ୟାଣ ମଣ୍ଡପ ପାଲଟିଛି ଆଖଡ଼ାଶାଳ। ଅଭିନୟକୁ ଉନ୍ନତତର କରିବାକୁ କଳାକାରମାନେ ପ୍ରସ୍ତୁତ ହେଉଛନ୍ତି। ଅନ୍ୟପଟେ, ଧନୁଯାତ୍ରାରେ ଅଭିୟନ କରୁଥିବା କଳାକାରଙ୍କ […]

  • Friday, 16 July 2021
puja
ଅାଜି ପବିତ୍ର ବିଜୟାଦଶମୀ

ଭୁବନେଶ୍ୱର : ଅାଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ବିଜୟ ସ୍ୱରୂପ ଅନୁଷ୍ଠିତ ହେବ ରାବଣ ପୋଡ଼ି ଉତ୍ସବ। ଏଥିପାଇଁ କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଶେଷ ପ୍ରସ୍ତୁତି ଓ ଅାୟୋଜନ କରାଯାଇଛି ।  ଅାଜି ଭୁବନେଶ୍ୱର ଓ ଏହାର ଉପକଣ୍ଠରେ ୫ଟି ସ୍ଥାନରେ ରାବଣ ପୋଡି ହେଉଛି। ଏଥିପାଇଁ କ୍ଷେତ୍ର ସ୍ତରକୁ ଯାଇ ପୁଲିସ ଗାଇଡ୍‌ ଲାଇନର ପୁନଃ ଯାଞ୍ଚ କରିବ ବୋଲି ଡିସିପି ସୂଚନା ଦେଇଛନ୍ତି। ରାବଣ ପୋଡି […]

  • Friday, 16 July 2021
11
ରହସ୍ୟ ଘେରରେ ଅଜଣା ଜନ୍ତୁ

କଟକ: କିଛି ଦିନର ବ୍ୟବଧାନ ପରେ ପୁଣି ସେହି ଅଜଣା ଜନ୍ତୁ ଆତଙ୍କ। କଟକ ନରାଜ ଅଞ୍ଚଳକୁ ଏହି ଅଜଣା ଜନ୍ତୁ ଆତଙ୍କ ପୁଣି ଥରେ ଫେରିଛି। ୧୫ରୁ ଅଧିକ ମେଣ୍ଢା ମାରି ସାରିଲାଣି ଏହି ଅଜଣା ଜନ୍ତୁ। ଯାହାକୁ ନେଇ ଲୋକେ ଆତଙ୍କିତ। ମେଣ୍ଢାଙ୍କ ସୁରକ୍ଷା ପାଇଁ ହାତରେ ଠେଙ୍ଗା ଓ ନିଆଁହୁଳା ଧରି ପହରା ଦେଉଛନ୍ତି ଲୋକେ। ଅନ୍ୟପଟେ ମେଣ୍ଢା ଗୁଡ଼ିକୁ ଗୁହାଳରେ ସୁରକ୍ଷିତ ରଖିବାକୁ ବନବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ନରାଜ […]

  • Friday, 16 July 2021
dana-up
ଗଜପତିରେ ଦାନ ମାଝୀ ଘଟଣାର ପୁନରାବୃତ୍ତି ପ୍ରସଙ୍ଗ

ଭୁବନେଶ୍ୱର : ତିତ୍‌ଲି ବାତ୍ୟା ଛଡ଼ାଇନେଲା ଅଲିଅଳି ଝିଅକୁ। ପାଣିସୁଅରେ ଭାସିଯିବାର ୬ ଦିନ ପରେ ଝିଅର ଶବକୁ ଗଳିତ ଅବସ୍ଥାରେ ଉଦ୍ଧାର କଲା ବାପ। ହେଲେ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ନେବାକୁ ବ୍ୟବସ୍ଥା ହୋଇପାରିଲାନି। ବାଧ୍ୟ ହୋଇ ଝିଅର ଶବକୁ କାନ୍ଧରେ ୮ କିଲୋମିଟର ଯାଏ ବୋହିବା ପରେ ଅଟୋ ଯୋଗାଡ଼ କଲା ପୁଲିସ୍। ଦୁଇ ବର୍ଷ ତଳର ଦାନ ମାଝୀର ପରିବର୍ତ୍ତିତ ସଂସ୍କରଣ ଭାବେ ଏମିତି ଲଜ୍ଜାଜନକ ଦୃଶ୍ୟ ଦେଖିବାକୁ ମିଳିଛି ବାତ୍ୟା ବିଧ୍ୱସ୍ତ […]

  • Friday, 16 July 2021
1
ଓଡ଼ିଶା ଗସ୍ତରେ ମଣିପୁର ରାଜ୍ୟପାଳ ନଜ୍‌ମା ହେପ୍‌ତୁଲ୍ଲା

ଭୁବନେଶ୍ୱର: ମଣିପୁର ରାଜ୍ୟପାଳ ନଜ୍‌ମା ହେପ୍‌ତୁଲ୍ଲା ଓଡ଼ିଶା ଗସ୍ତରେ ଆସିଛନ୍ତି । ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ଚିଲିକାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ସେ ଚିଲିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ସେ ଭୁବନେଶ୍ୱର ବିମାନବନ୍ଦରରେ ନିଜ ଝିଅଙ୍କ ସହିତ ଆସି ପହଞ୍ଚିଛନ୍ତି।

  • Friday, 16 July 2021