/odishatv-khabar/media/post_attachments/uploadimage/library/16_9/16_9_0/Politics_1728302337.jpg)
Politics
କିଏ ଚଳାଉଛି କାହାକୁ? ବିଜେଡିକୁ ଦିଲ୍ଲୀ କଂଗ୍ରେସ ଚଳାଉଛି ଓ ରାଜ୍ୟରେ କଂଗ୍ରେସକୁ ଚଳାଉଛି ବିଜେଡି ବୋଲି ବିଜେପି ବିଧାୟକ ଅଶ୍ୱିନୀ ଷଡଙ୍ଗୀଙ୍କ ବଡ ବୟାନ ପରେ ତେଜିଛି ରାଜନୀତି । ଦିଲ୍ଲୀ କଂଗ୍ରେସରୁ ଯାହା ନିର୍ଦ୍ଦେଶ ଆସୁଛି ସେହି ଅନୁଯାୟୀ ରାଜ୍ୟରେ ବିଜେଡି କାମ କରୁଛି ।
ଆଉ ରାଜ୍ୟ କଂଗ୍ରେସ ବିଜେଡି ନିର୍ଦ୍ଦେଶରେ ପରିଚାଳିତ ହେଉିଛି । ରାତିରେ କଥା ହୋଇ ଉଭୟ ବିଧାନସଭାରେ ପ୍ରସଙ୍ଗ ଉଠାଉଥିଲେ । କେବଳ ସେତିକି ନୁହେଁ ବିଜେଡିର କୌଣସି ନୀତି ଆଦର୍ଶ ନାହିଁ, ନିଜ ସ୍ୱାର୍ଥ ପାଇଁ ଇଣ୍ଡି ମେଣ୍ଟକୁ ଯାଇ ପାରନ୍ତି ବୋଲି ବିଜେପି କହିଛି ।
ତେବେ ଏହାର କିଛି ପ୍ରଭାବ ପଡ଼ିବ ନାହିଁ ବରଂ ବିଜେଡି ଖସି ଖସି ଯାଉଛି, ଆହୁରି ଖସିବ ବୋଲି କହିଛନ୍ତି ବିଜେପି ବିଧାୟକ ଅଶ୍ୱିନୀ ଷଡଙ୍ଗୀ । ସେହିପରି ବିଜେଡିର B ଟିମ ହେଉଛି କଂଗ୍ରେସ ବୋଲି ସେ କହିଛନ୍ତି । ସେପଟେ ବିଜେଡି କହିଛି ବିଜେଡି ଏକ ଆଞ୍ଚଳିକ ଦଳ । ଦିଲ୍ଲୀରେ ଆମର କେହି ମାଷ୍ଟର ନାହାଁନ୍ତି ।
ବିଜେଡି ଏକଲା ଚଲୋ ନୀତିରେ ଚାଲୁଛି । ବିଜେଡି ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ନୀତି ଅବଲମ୍ବନ କରିଛି ବୋଲି କହିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ । ସେହିପରି କଂଗ୍ରେସ ମଧ୍ୟ ବିଜେପିର ବୟାନକୁ ଖଣ୍ଡନ କରିଛି । କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି ବିଜେଡିର ଆଦର୍ଶ ଓ କଂଗ୍ରେସର ଆଦର୍ଶ ଅଲଗା ।
କଂଗ୍ରେସ ସମସ୍ତଙ୍କୁ ନେଇ ଚାଲେ । ସମୟ ପଡିଲେ ବିଜେଡିକୁ କଂଗ୍ରେସ ଚଳାଇପାରେ, ଦିଗଦର୍ଶନ ଦେଇପାରେ । ଆମେ ଜାତୀୟ ଦଳ । ବିଜେଡିର ସମ୍ପର୍କ ବିଜେପି ସହିତ ଅଛି ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)