/odishatv-khabar/media/post_attachments/uploadimage/library/16_9/16_9_0/eKYC_1728306654.jpg)
eKYC
ଚାଉଳ ପାଇଁ ଜଙ୍ଗଲ ମଝିରେ ଲୋକଙ୍କ ଭିଡ଼ । ପିଲାଠୁ ବୁଢା, ସମସ୍ତେ ଏକାଠି ହୋଇଛନ୍ତି ଜଙ୍ଗଲର ଏକ ନିର୍ଦ୍ଦିଷ୍ଟ ଜାଗାରେ । କାରଣ ଜାଣିଲେ, ଆପଣ ବି ହେବେ ଆଶ୍ଚର୍ଯ୍ୟ । ଗାଁକୁ ନେଟୱର୍କ ଆସୁନଥିବାରୁ ଚାଉଳ ପାଇବା ପାଇଁ ଏଭଳି ହଇରାଣ ହେଉଛନ୍ତି ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର କୁଟିକିଆ ପଂଚାୟତରେ ।
ବାୟୋମେଟ୍ରିକ ମେସିନରେ ଫିଙ୍ଗର ପ୍ରିଣ୍ଟ ନ ଦେଲେ ଆଗାମୀ ଦିନରେ ଚାଉଳ ମିଳିବ ନାହିଁ । ଏଣୁ ପରିବାରର ସମସ୍ତଙ୍କୁ ଇ-କେୱାଇସିରେ ସଂଯୋଗ କରିବାକୁ ପଡିବ । ଏଥିପାଇଁ ୧୧ଟି ୱାର୍ଡର ଶହଶହ ଲୋକେ ଫିଙ୍ଗର ପ୍ରିଣ୍ଟ ଲାଗି ସକାଳରୁ ସଂଧ୍ୟା ଯାଏ ଜଙ୍ଗଲ ଭିତରେ ଅପେକ୍ଷା କରି ରହୁଛନ୍ତି ଲୋକେ ।
ଏପରିକି ମହିଳାମାନେ ପିଲାଛୁଆଙ୍କୁ ଧରି ଆସିଥିବାରୁ ନାକେଦମ୍ ହେଉଛନ୍ତି ଜଙ୍ଗଲ ଭିତରେ । ଗାଁରେ ଗୋଟିଏ ମୋବାଇଲ କଂପାନୀ ଦୀର୍ଘ ବର୍ଷ ହେଲା ଟାୱାର ନିର୍ମାଣ କରିଥିଲେ ସୁଦ୍ଧା ଆଜିଯାଏ ତାହା କାର୍ଯ୍ୟକ୍ଷମ ହୋଇପାରିନଥିବା ଅଭିଯୋଗ ହୋଇଛି । ସେପଟେ ଯୋଗାଣ ବିଭାଗର ସେଲ୍ସ ମ୍ୟାନ୍ କହିଛନ୍ତି, ଜଙ୍ଗଲ ଭିତରେ ଚାର୍ଜର ସୁବିଧା ନାହିଁ ।
ଏଣୁ ବାୟୋମେଟ୍ରିକ୍ ମେସିନ୍ ଚାର୍ଜ ସରିଗଲେ, ଲୋକଙ୍କ କାମ ହୋଇପାରୁନି । ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)