• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 04 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ବାତ୍ୟା ହେବ କି ନାହିଁ ? ଯଦି ହେବ କେଉଁଠି କରିବ ଲ୍ୟାଣ୍ଡଫଲ୍ ?

ଓଟିଭିକୁ IMD ଡିଜି ଦେଇଥିବା ସୂଚନା ଅନୁସାରେ, ଆକଳନ ମୁତାବକ ଆଣ୍ଡାମାନ ସାଗରରେ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । More
  • Otv Khabar Bureau
  • 2 years ago

ପ୍ରଥମ ଦିନରେ ହିଁ ୫୧ ପ୍ରତିଶତ ଆଇପିଓ ଅଧିଗୃହିତ

ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଭାରତୀୟ ସେୟାର ବଜାରର ସର୍ବବୃହତ ଇନିସିଆଲ୍ ପବ୍ଲିକ୍ ଅଫର୍ ବା ଆଇପିଓ କୋଲିଛି । ଭାରତୀୟ ଜୀବନ ବୀମା ନିଗମ- ଏଲ୍ଆଇସି ପକ୍ଷରୁ ଏହି ଆଇପିଓ ଆଜିଠାରୁ ମେ ୯ ତାରିଖ ଯାଏଁ ଖୋଲା ରହିବ । More
  • Satyendu Shekher Mishra
  • 2 years ago

ରାସ୍ତାକଡ଼ LED ଲାଇଟ୍‌ ଉଜାଡ଼ି ଦେଉଛି ଫସଲ ! ଚିନ୍ତାରେ ଚାଷୀ, କ’ଣ ଏହାର ବିକଳ୍ପ ?

ଯେଉଁ ଜମିର ଫସଲ ଉପରେ ରାତିରେ ଲାଇଟ୍ ପଡୁଛି, ସେହି ସ୍ଥାନରେ ନଷ୍ଟ ହେଉଛି ଧାନ ଗଛ । ବିଦ୍ୟୁତ ଖୁଣ୍ଟରୁ ପ୍ରାୟ ୧୫ ଫୁଟ୍ ଇଲାକାର ଚାଷ ପ୍ରଭାବିତ ହେଉଛି । More
  • Satyendu Shekher Mishra
  • 2 years ago

ସରକାରଙ୍କ ଦୋମୁହାଁ ନୀତି ! ବିଜେଡି ବିଧାୟକଙ୍କ ବିରୋଧରେ ପୋଲିସ ରଖୁନି ଏତଲା

ବିଜେଡି ପ୍ରକାଶଙ୍କ ସପକ୍ଷରେ ବାହରିଛି । ତେଣୁ ୨ଟି ଦଳର ବିଧାୟକଙ୍କ ପ୍ରତି ରାଜ୍ୟ ସରକାରଙ୍କ ଭିନ୍ନ ଭିନ୍ନ ଆଭିମୁଖ୍ୟ କାହିଁକି ବୋଲି ଉଠିଛି ପ୍ରଶ୍ନ । More
  • Satyendu Shekher Mishra
  • 2 years ago

ଢ଼ିଙ୍କିଆର ପୁଣି ଉତ୍ତେଜନା, ଏକାଠି ହେଲେ ଗ୍ରାମବାସୀ !

ବିଭିନ୍ନ ସଂଗଠନର ପ୍ରତିନିଧି ଆଜି ଢିଙ୍କିଆରେ ଜେଏସଡବ୍ଲୁର ପ୍ରସ୍ତାବିତ ପ୍ରକଳ୍ପ ଅଂଚଳ ଗସ୍ତ କରିବା ବେଳେ ସେମାନଙ୍କ ପ୍ରବେଶକୁ ଲୋକେ ବିରୋଧ କରିଥିଲେ । More
  • Otv Khabar Bureau
  • 2 years ago

'କଟକରେ କାମ କରିବାର ଅନୁଭୂତି ଭୁବନେଶ୍ୱରରେ କାମ ଦେବ'

ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଲେ ଆଇପିଏସ୍‌ ପ୍ରତୀକ ସିଂହ । କଟକରେ କାମ କରିବାର ଅନୁଭୂତିକୁ ପାଥେୟ କରି ଭୁବନେଶ୍ୱରରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ସଜାଡିବେ ବୋଲି କହିଛନ୍ତି ପ୍ରତୀକ ସିଂହ । More
  • Prangyan Parimita
  • 2 years ago

ସକାଳ ହେଲେ ଜଳୁଛି ବରଗଡ଼ ସହର, ଗରମରେ ଛଟପଟ ଲୋକେ

ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ। ବୃଦ୍ଧି ପାଉଛି ତାପମାତ୍ରା। ଅସ୍ତବ୍ୟସ୍ତ ବରଗଡ଼ ସହର। ମୁଣ୍ଡଫଟା ଖରାରେ ଜନଜୀବନ ପ୍ରଭାବିତ ହୋଇପଡିଛି। ବାରମ୍ବାର ବିଦ୍ୟୁତ କାଟ କଷ୍ଟକୁ ବଢାଇ ଦେଇଛି... More
  • Satyendu Shekher Mishra
  • 2 years ago

ପ୍ରି-ଆକ୍ଟିଭେଟେଡ୍ ସିମ୍ ମାମଲାରେ ସର୍ଭିସ ପ୍ରୋଭାଇଡର ସଂସ୍ଥା ମୁଖ୍ୟଙ୍କୁ କ୍ରାଇମ୍‌ବ୍ରାଞ୍ଚର ସମନ୍

ପ୍ରିଆକ୍ଟିଭେଟେଡ୍ ସିମ୍ କାରବାର ନେଇ ନଜର ରଖିବାକୁ ସବୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଚଢ଼ାଉ ପାଇଁ ଏସ୍‌ପିମାନଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିର୍ଦ୍ଦେଶ ରହିଛି । More
  • Satyendu Shekher Mishra
  • 2 years ago

‘ବିଜେଡି ଚାହୁଁନି PCC ସଭାପତି ଶକ୍ତିଶାଳୀ ଲୋକ’ ! ସୁରଙ୍କ ସହ ସ୍ୱର ମିଶାଇଲେ ଅଶୋକ

ବିଜେଡି ଚାହୁଁନି ସଭାପତି ପଦବୀରେ ଜଣେ ଶକ୍ତିଶାଳୀ ଲୋକ ବସୁ । ତେଣୁ ଲବି କରି ଦୁର୍ବଳ ଲୋକ ବସେଇବା ପାଇଁ ଯୋଜନା ହୋଇଛି । More
  • Prangyan Parimita
  • 2 years ago

ଆଖି ବୁଜିଦେଲା ପ୍ରସାଶନ : ଚାନ୍ଦା ଆଦାୟ କରି ସ୍କୁଲ ମରାମତି କଲେ ଗାଁ ଲୋକେ

ଏକାଠି ହେଲେ ଗାଁର ମହିଳା, ପୁରୁଷ.. ବାଲି, ସିମେଣ୍ଟ, ଇଟା ଆଣି ଲାଗି ପଡ଼ିଲେ ବିଦ୍ୟାଳୟ ମରାମତି କାମରେ.. କଳାପଟାଠାରୁ ଆରମ୍ଭ କରି ଭଙ୍ଗା ଆଜବେଷ୍ଟସ୍, କାନ୍ଥ ସବୁ ମରାମତି ହେଲା । More
  • Satyendu Shekher Mishra
  • 2 years ago

ସରଗରମ ବ୍ରଜରାଜନଗର ରାଜନୀତି ! ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ, କିଏ ହେବ କେଉଁ ଦଳରୁ ପ୍ରାର୍ଥୀ ?

ଉପନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ଜୋରଦାର୍ ପ୍ରସ୍ତୁତି ଚାଲିଛି । ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ତାରିଖ ଘୋଷଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ନାମାଙ୍କନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।  More
  • Prangyan Parimita
  • 2 years ago

ଜମି ଉପରେ ସବୁଜ ମଖମଲି ଗାଲିଚା : ସୁନୁସୁନିଆ ଶାଗ ଚାଷ କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ଚାଷୀ

ସ୍ଥାନୀୟ ଅଞ୍ଚଳର ଚାଷୀ ଧାନ ଓ ପନିପରିବା ଚାଷ କରି ଅଧିକ ଲାଭ ନମିଳିବାରୁ ବାଧ୍ୟ ହୋଇ ସୁନୁସୁନିଆ ଶାଗ ଚାଷ କରୁଛନ୍ତି ଅଞ୍ଚଳର ଚାଷୀ More
  • Rajalaxmi Sahoo
  • 2 years ago

୫ ନୁହେଁ ୯ ତାରିଖରେ ଦିଲ୍ଲୀ ଯିବେ କଂଗ୍ରେସ ବିଧାୟକ ଓ ଦଳର ବରିଷ୍ଠ ନେତା

ଖାଲି କଂଗ୍ରେସ ବିଧାୟକ ନୁହନ୍ତି ଦଳର ତୁଙ୍ଗ ନେତା ବି ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ସହ ଆଲୋଚନା କରିବେ।  More
  • Rajalaxmi Sahoo
  • 2 years ago

ବିଧାୟକଙ୍କ ଚିକିତ୍ସା ପାଇଁ ଗୁରୁତର ଶିଶୁକନ୍ୟାକୁ AC କ୍ୟାବିନରୁ ହଟାଇ ଦେଲେ !

ବିଧାୟକ ସୁବାସ ପାଣିଗ୍ରାହୀ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଶିଶୁଟିକୁ ଜେନେରାଲ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। More
  • Prangyan Parimita
  • 2 years ago

ଉତ୍କଟ ଜଳସମସ୍ୟା : ପାଣି ପାଇଁ ଗରା ବାଲଟି ଲାଇନରେ ଗରାବାଲଟି

ଖରା ଯେତିକି ବଢୁଛି, ପାଣି ସମସ୍ୟା ସେତିକି ଉତ୍କଟ ହେଉଛି। ଏବେ ଚାରିଆଡ଼େ ପାଣି ପାଇଁ ଦେଖା ଦେଇଛି ହା ହା କାର। ଷ୍ଟାଣ୍ଡ ପୋଷ୍ଟରୁ ପାଣି ଆସୁନଥିବାରୁ ଟ୍ୟାଙ୍କର୍ ପାଣି ଉପରେ ଭରସା କରିଛନ୍ତି ଗାଁଲୋକେ। ଆଠଗଡରୁ ଏ ରିପୋର୍ଟ... More
  • Rajalaxmi Sahoo
  • 2 years ago

ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଦେଲେ ପଚା ଅଣ୍ଡା

ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଖାଲି ପଚା ଅଣ୍ଡା ନୁହେଁ ପଚା ବାଇଗଣ ଓ ଆଳୁ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।  More
  • Rajalaxmi Sahoo
  • 2 years ago

ପ୍ରତିଦିନ ଗ୍ରୀଡକୋକୁ ୧୨୦ ମେଗାଓ୍ୱାଟ୍‌ ବିଦ୍ୟୁତ୍‌ ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପ୍ରତିଦିନ ଗ୍ରୀଡକୋକୁ ୧୨୦ ମେଗାଓ୍ୱାଟ୍‌ ବିଦ୍ୟୁତ୍‌ ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ୟୁନିଟ୍ ପିଛା ୩ ଟଙ୍କା ୩୬ ପଇସା ଦରରେ ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। More
  • Rajalaxmi Sahoo
  • 2 years ago

ମାଲିକ ପାଇଁ ଜୀବନ ଦେଲା ‘ଟାଇସନ୍‌’

୩ ଜଣ ସାଥୀ ଦୂରକୁ ଚାଲି ଗଲେ, ହେଲେ "ଟାଇସନ୍‌" କିନ୍ତୁ ତାର ମାଲିକ ପାଇଁ ବିଷଧର ନାଗ ସାପ ସହ ଲଢ଼ିଲା । ଶେଷରେ ନାଗ ସାପ ଚୋଟରେ ଟାଇସନ୍‌ର ପ୍ରାଣ ବାୟୁ ଉଡ଼ି ଯାଇଥିଲା। More
  • Otv Khabar Bureau
  • 2 years ago

ଗ୍ରାହକଙ୍କ ମୁଣ୍ଡରେ ଚଡ଼କ; ହଠାତ ଆକାଶ ଛୁଆଁ ହେଲା ଟମୋଟୋ ଦର

ଲେମ୍ୱୁ ପରେ ଏବେ ଆକାଶ ଛୁଆଁ ହେଲା ଟମାଟୋ ଦର । ଜାଣନ୍ତୁ ବର୍ଦ୍ଧିତ ଦର... More
  • Rajalaxmi Sahoo
  • 2 years ago

ମୋବାଇଲ୍‌ ଟର୍ଚ୍ଚରେ ରୋଗୀଙ୍କ ଚିକିତ୍ସା, ପଦାରେ ପଡ଼ିଲା ରାଜ୍ୟ ସରକାରଙ୍କ ଉନ୍ନତ ସ୍ୱାସ୍ଥ୍ୟସେବାର ଅବ୍ୟବସ୍ଥା

ଏବେବି ବିଦ୍ୟୁତ୍‌ ଚାଲିଗଲେ ଚିକିତ୍ସା କରିବାକୁ ମୋବାଇଲ ଲାଇଟ୍‌ର ସାହାରା ନେଉଛନ୍ତି ଡାକ୍ତର। ବିଦ୍ୟୁତ୍‌ ଚାଲି ଯିବା ପରେ ବିକଳ୍ପ ବ୍ୟବସ୍ଥା ନଥିବାରୁ ମୋବାଇଲ ଲାଇଟ୍‌ରେ ରୋଗୀଙ୍କ ଚିକିତ୍ସା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।  More
  • Rajalaxmi Sahoo
  • 2 years ago

ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ, ୬ରେ ଲଘୁଚାପକ୍ଷେତ୍ର ସୃଷ୍ଟି ସମ୍ଭାବନା

ଆସନ୍ତା ୬ ତାରିଖ ବେଳେକୁ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।  More
  • Otv Khabar Bureau
  • 2 years ago

ରଥଖଳାରେ ଚାଲିଛି ରଥ ନିର୍ମାଣ

ରଥ ନିର୍ମାଣ ପାଇଁ ଆଜି ସକାଳୁ ନିୟୋଜିତ ବିଶ୍ୱକର୍ମା ମହାରାଣା, କରତୀ ସେବାୟତ ପହଞ୍ଚି ରଥକାଠ ଚିରଟ ଆରମ୍ଭ କରିଛନ୍ତି । More
  • Otv Khabar Bureau
  • 2 years ago

ଆସନ୍ତାକାଲି ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୬ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । More
  • Otv Khabar Bureau
  • 2 years ago

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି

କଟକ ଓ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଜୋରରେ ପବନ ସହ ବର୍ଷା ହୋଇଛି । ଆଜି ସଂଧ୍ୟାରୁ ପ୍ରାୟ ୩-୪ ଘଣ୍ଟା ହେଲାଣି କାଳବୈଶାଖୀ ବର୍ଷା ଲାଗିରହିଛି । ବିଜୁଳି ଘଡ଼ଘଡ଼ି ମଧ୍ୟ ଜାରି ରହିଛି More
  • Satyendu Shekher Mishra
  • 2 years ago

ଅଭୟଚାନ୍ଦପୁର ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ନୂଆ ମୋଡ଼

ଏସ୍‌ପିଙ୍କୁ ଭେଟିବା ପରେ ଗଣମାଧ୍ୟମକୁ କହିଛନ୍ତି, ପୁଅର ମୃତ୍ୟୁ ଖବର ପାଇଲା ବେଳେ ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିଲା । ତେଣୁ ସେ ସେମିତି କହି ଦେଇଥିଲେ । More
  • Satyendu Shekher Mishra
  • 2 years ago

ଚାଷୀଙ୍କ ପାଇଁ କାଳିଆ-ବଳିଆ କେତେ କ’ଣ ! ତଥାପି ଆୟ ବଢ଼ୁନି, ସ୍ୱୀକାର କରିଛନ୍ତି ମନ୍ତ୍ରୀ

ବଡ଼ କଥା ହେଉଛି ଚାଷୀ ଆୟର ଏଭଳି ଦୟନୀୟ ସ୍ଥିତିକୁ ବି ପରୋକ୍ଷରେ ମାନିଛନ୍ତି ସରକାର । More
  • Otv Khabar Bureau
  • 2 years ago

ପୁଣି ଚର୍ଚ୍ଚାରେ କାସିମ୍‌ ଚାଚା; ମାଗଣା ଖାଦ୍ୟ ସହ ବାଣ୍ଟୁଛନ୍ତି ଶାଢ଼ୀ, ଲୁଙ୍ଗି ଓ ଧୋତି

କାସିମ ଚାଚାଙ୍କୁ ନେଇ ବଢିଲା ଚର୍ଚ୍ଚା। ଏଥର କେବଳ ମାଗଣା ଖାଇବା ନୁହେଁ ବରଂ ଶାଢୀ, ଧୋତି ସାଙ୍ଗକୁ ଦେଉଛନ୍ତି ୫୦ ଟଙ୍କା। ଚାରିଆଡ଼ୁ ଛୁଟିଲା ପ୍ରଶଂସାର ସୁଅ। ଚିକେନ୍‌ ଦୋକାନ କରି ଲୋକଙ୍କୁ ଏମିତି ଭାବରେ କରୁଛନ୍ତି ସାହାଯ୍ୟ.. More
  • Satyendu Shekher Mishra
  • 2 years ago

BJD ଟିକଟ ରେସ୍‌ରେ ସବୁଠୁ ଆଗରେ ଅଳକା, ନିରାଶ ହେବେ ନବଙ୍କ ଝିଅ ଦିପାଳି !

ବିଜେଡିର ବରିଷ୍ଠ ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ହେବା ପରେ ଏହି ଆସନ ଖାଲି ପଡିଛି । କିଶୋରଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବିଜେଡି ଏଠି ପ୍ରାର୍ଥୀ କରିବା ସମ୍ଭାବାନ ରହିଛି । ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଳିଙ୍କ ନାଁ ବି ଚର୍ଚ୍ଚାରେ ରହିଛି । More